ପୋଲିସ ଗାଡ଼ିରେ ଅଭିଯୁକ୍ତଙ୍କ ମୃତ୍ୟୁ

ବରଗଡ଼/ରାଉରକେଲା, ୯।୧୦(ପ୍ରେମାନନ୍ଦ ଖମାରୀ/ସଙ୍ଗୀତା ଜେନା):ବରଗଡ଼ ଟାଉନ ଥାନା ପୋଲିସ ହାତରେ ଗତ ସେପ୍ଟେମ୍ବର ୨୫ତାରିଖରେ ଧରାପଡ଼ିଥିବା ଆନ୍ତଃରାଜ୍ୟ ଠକଗ୍ୟାଙ୍ଗର ୧୩ ଅଭିଯୁକ୍ତ ରବିବାର ଜାମିନରେ ବରଗଡ ଉପକାରାଗାର (ସବ୍‌ଜେଲ)ରୁ ମୁକ୍ତ ହୋଇଥିଲେ। ସେମାନେ ଉପକାରାଗାରରୁ ମୁକ୍ତ ହୋଇ ବାହାରକୁ ଆସିବା ପରେ ସେଠାରେ ପୂର୍ବରୁ ରହିଥିବା ରାଉରକେଲା ରଘୁନାଥପାଲି ଥାନା ପୋଲିସ ଅନୁରୂପ ଆଉ ଏକ ମାମଲାରେ ସେମାନଙ୍କୁ ସେଠାରୁ ଉଠାଇ ନେଇଥିଲା। ସେମାନଙ୍କୁ ରାଉରକେଲା ନେଉଥିବାବେଳେ ବାଟରେ ଜଣେ ଅଭିଯୁକ୍ତଙ୍କ ଆକସ୍ମିକ ମୃତ୍ୟୁ ହୋଇଥିଲା। ତେବେ ଏହା ହୃଦ୍‌ଘାତଜନିତ ବୋଲି କୁହାଯାଉଛି। ମୃତ ଅଭିଯୁକ୍ତ ଜଣକ ହେଲେ ପଶ୍ଚିମବଙ୍ଗ ପରସର୍କିସ ନିବାସୀ ଅନିର୍ବାନ କାଜି(୩୯) । ତାଙ୍କ ମୃତଦେହକୁ ବୁର୍ଲାସ୍ଥିତ ଭିମ୍‌ସାର୍‌ ମର୍ଗ ହାଉସ୍‌ରେ ରଖାଯାଇଥିବା ସୂଚନା ମିଳିଛି।
ସୂଚନା ଅନୁସାରେ, ପଶ୍ଚିମବଙ୍ଗର ଉକ୍ତ ୧୩ ଜଣିଆ ଠକଗ୍ୟାଙ୍ଗ ନିଜକୁ ମହିନ୍ଦ୍ରା କମ୍ପାନୀର ଅଧିକାରୀ ଏବଂ ମଧ୍ୟସ୍ଥ ବୋଲି ମିଛ ପରିଚୟ ଦେଇ ଚଢ଼ାଦରରେ କମ୍ପାନୀ ପାଇଁ ଭଡ଼ାଘର ଠିକ୍‌ କରିଦେବା ଆଳରେ ବରଗଡ଼ ଅମ୍ବାପାଲିର ଅଜୟ କୁମାର ରେଖାନୀଙ୍କଠାରୁ ୨ଲକ୍ଷ ଟଙ୍କା ଠକି ନେଇଥିଲେ। ନଦୀପଡ଼ାସ୍ଥିତ ରେଖାନୀଙ୍କ ୩ ମହଲା ବିଶିଷ୍ଟ କୋଠାଘରକୁ କମ୍ପାନୀ ପାଇଁ ମାସିକ ସାଢ଼େ ୬ଲକ୍ଷ ଟଙ୍କାରେ ଠିକ୍‌ କରି ଦେଇଥିବା କହି ଏହି ଗ୍ୟାଙ୍ଗ ତାଙ୍କଠାରୁ ଠକେଇ କରିଥିଲେ। ମାତ୍ର ପରବର୍ତ୍ତୀ ସମୟରେ ଘର ମାଲିକ ରେଖାନୀ ଠକଗ୍ୟାଙ୍ଗର ଗତିବିଧି ଓ ଭାବଭଙ୍ଗୀକୁ ନେଇ ସନ୍ଦେହ କରିଥିଲେ ଏବଂ ସେହି ଗ୍ୟାଙ୍ଗ ମିଛ ପରିଚୟ ଦେଇ ତାଙ୍କଠାରୁ ୨ଲକ୍ଷ ଟଙ୍କା ଠକି ନେଇଥିବା ଜାଣିବାକୁ ପାଇଥିଲେ। ଏ ନେଇ ସେ ଗତ ସେପ୍ଟେମ୍ବର ୨୪ ତାରିଖରେ ବରଗଡ଼ ଟାଉନ ଥାନାରେ ଏତଲା ଦେଇଥିଲେ। ଏତଲାକୁ ଭିତ୍ତିକରି ଏହାର ପରଦିନ ବରଗଡ଼ ଟାଉନ ଥାନା ପୋଲିସ ଏକ ମାମଲା (ନଂ.୫୭୧/୨୩) ରୁଜୁ କରିବା ସହିତ ବରଗଡ଼ର ଏକ ହୋଟେଲରୁ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ସମସ୍ତ ଅଭିଯୁକ୍ତଙ୍କୁ ବରଗଡ଼ ଉପକାରାଗାରକୁ ପଠାଇ ଦିଆଯାଇଥିଲା। ତେବେ ଉକ୍ତ ଅଭିଯୁକ୍ତମାନଙ୍କୁ ଜାମିନ ମିଳିବା ପରେ ସେମାନେ ରବିବାର ଉପକାରାଗାରରୁ ବାହାରିଲା ବେଳେ ରଘୁନାଥପାଲି ପୋଲିସ ଗିରଫ କରି ରାଉରକେଲା ଆଣୁଥିଲା। ଖବର ଲେଖାଯିବା ସୁଦ୍ଧା (ରାତି ୧୦ଟା ୧୫) ଅନ୍ୟ ୧୨ ଅଭିଯୁକ୍ତଙ୍କୁ ରାଉରକେଲା ଅଣାଯାଉଥିବା ଜଣାପଡ଼ିଛି। ଏ ସମ୍ପର୍କରେ ରାଉରକେଲା ଅତିରିକ୍ତ ଏସ୍‌ପି ରବିକାନ୍ତ ସୁନାଙ୍କୁ ପଚାରିବାରୁ ସେ କହିଲେ, ଏକ ଠକେଇ ମାମଲାରେ ରଘୁନାଥପାଲି ଥାନା ପୋଲିସ ୧୩ଜଣିଆ ଠକଗ୍ୟାଙ୍ଗକୁ ବରଗଡ଼ରୁ ପୋଲିସ ବସ୍‌ ଯୋଗେ ରାଉରକେଲା ଆଣୁଥିଲା। ବାଟରେ ଜଣେ ଅଭିଯୁକ୍ତଙ୍କ ମୃତ୍ୟୁ ହୋଇଥିବା ସେ କହିଥିଲେ।

ଉଲ୍ଲେଖନୀୟ, ଉକ୍ତ ୧୩ଜଣିଆ ଆନ୍ତଃରାଜ୍ୟ ଠକଗ୍ୟାଙ୍ଗ ଅନୁରୂପ ଭାବେ ରାଉରକେଲା ସିଭିଲଟାଉନଶିପ୍‌ ଅଞ୍ଚଳରେ ମହିନ୍ଦ୍ରା କମ୍ପାନୀ ପାଇଁ ଉଚ୍ଚ ଦରରେ ଭଡାଘର ଠିକ୍‌ କରିଦେବା ଆଳରେ ଜଣଙ୍କଠାରୁ ୫ଲକ୍ଷ ଟଙ୍କା ଠକିନେଇଥିଲେ। ଏ ନେଇ ଅଭିଯୋଗ ହେବା ପରେ ରଘୁନାଥପାଲି ଥାନା ପୋଲିସ ତଦନ୍ତ ଚଳାଇ ବରଗଡ଼ ପୋଲିସ ସହ ଯୋଗସୂତ୍ର ରକ୍ଷା କରିଥିଲା। ଅଭିଯୁକ୍ତମାନେ ରବିବାର ଜାମିନରେ ମୁକ୍ତ ହେଉଥିବା ଜାଣିବାକୁ ପାଇ ରଘୁନାଥପାଲି ପୋଲିସ ଶନିବାର ବରଗଡ଼ ଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଲୋଇସିଂହା ବିଧାନସଭା ଆସନ: ୭ ପ୍ରାର୍ଥୀଙ୍କ ପ୍ରାର୍ଥତ୍ପତ୍ର କାଏମ

ଲୋଇସିଂହା,୫।୫(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀଙ୍କ ପ୍ରାର୍ଥତ୍ପତ୍ର ଯାଞ୍ଚ ପ୍ରକ୍ରିୟା ସରିଛି। ଯାଞ୍ଚ ପ୍ରକ୍ରିୟା ପରେ ୭ଜଣ ପ୍ରାର୍ଥୀଙ୍କ ପ୍ରାର୍ଥତ୍ପତ୍ର...

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଘରୁ ମତଦାନ ପ୍ରକ୍ରିୟା ଆରମ୍ଭ

କୋରାପୁଟ,୫।୫(ଅମିତାଭ ବେହେରା): ମେ’ ୧୩ ତାରିଖରେ ରାଜ୍ୟର ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ଏନେଇ ରବିବାର ଆରମ୍ଭ ହୋଇଯାଇଛି ହୋମ୍‌ ଭୋଟିଂ ପ୍ରକ୍ରିୟା। ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ...

ପାହାଡ଼ରୁ ଖସିଲା ପଥର: ମାଲ୍‌ବାହୀ ଟ୍ରେନ୍‌ ଲାଇନଚ୍ୟୁତ

କୋରାପୁଟ,୫ା୫(ଅମିତାଭ ବେହେରା ): ଆନ୍ଧ୍ରର ଶିବଲିଙ୍ଗପୁରମ ନିକଟସ୍ଥ ରେଳ ଧାରଣାରେ ପାହାଡ଼ରୁ ପଥର ଖସି ରବିବାର ଭୋର ସମୟରେ ଏକ ମାଲବାହୀ ଟ୍ରେନ୍‌ ଇଞ୍ଜିନ ଲାଇନଚ୍ୟୁତ...

କଂଗ୍ରେସ ପ୍ରାର୍ଥୀଙ୍କ ଉପରକୁ ଆକ୍ରମଣ: ମୁଣ୍ଡ ଫଟେଇଦେଲେ ଦୁର୍ବୃତ୍ତ

ପୁରୀ,୫।୫: ପୁରୀ କଂଗ୍ରେସ ପ୍ରାର୍ଥୀ ଉମାବଲ୍ଲଭ ରଥଙ୍କ ଉପରେ ରବିବାର ଅପରାହ୍ନରେ ଆକ୍ରମଣ ହୋଇଛି। ସେ ବସ୍‌ଷ୍ଟାଣ୍ଡରେ ବୁଲୁଥିବା ବେଳେ କିଛି ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ...

ସଞ୍ଜୟଙ୍କୁ ସମ୍ବଲପୁର ବିଧାନସଭା ନିର୍ବାଚନ ଇନ୍‌ଚାର୍ଜ କଲା ବିଜେଡି

ସମ୍ବଲପୁର,୫ା୫(ପ୍ରମୋଦ ବହିଦାର): ଚଳିତ ନିର୍ବାଚନ ପାଇଁ ବିଜେଡିର ନିର୍ବାଚନ ସଂଯୋଜକ ଓ ନିର୍ବାଚନ ଇନ୍‌ଚାର୍ଜ ନିଯୁକ୍ତ କରାଯାଇଛି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ...

ସ୍ତ୍ରୀଙ୍କ ପାଇଁ ପ୍ରଚାର କରୁଛନ୍ତି ସ୍ବାମୀ

କେସିଙ୍ଗା,୫।୫(ତୁମେଶ୍ୱର ସାହୁ): ନର୍ଲା ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀନି ମନୋରମା ମହାନ୍ତିଙ୍କ ପାଇଁ ନର୍ଲା ବ୍ଳକ ଉପାଧ୍ୟକ୍ଷ ସ୍ବାମୀ ମୁନା ମହାନ୍ତି ପ୍ରଚାର ପାଇଁ...

ଗଞ୍ଜେଇ ଜବତ କରିବାକୁ ଯାଇ ହଟହଟା ହେଲା ପୋଲିସ

ବାଲିଗୁଡା,୫।୫: (ସଞ୍ଜୟ କୁମାର ପାଣିଗ୍ରାହୀ): ଆଗକୁ ସାଧାରଣ ନିର୍ବାଚନ ଥିବାରୁ ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ନିଶା କାରବାର ରୋକିବାକୁ ବିଭିନ୍ନ ସ୍ଥାନରେ ଚଢାଉ...

ବେଆଇନ ମୋରମ ଚୋରାଚାଲାଣ: ଟ୍ରାକ୍ଟର, ଜେସିବି ଜବତ

ଛତ୍ରପୁର,୫।୫(ଦିଲ୍ଲୀପ ସାମଲ): ବେଆଇନ ମୋରମ ଚୋରାଚାଲାଣବେଳେ ଦୁଇ ଟ୍ରାକ୍ଟର ଓ ଗୋଟିଏ ଜେସିବି ଜବତ କରିଛି ମାଇନିଂ ବିଭାଗ। ଛତ୍ରପୁର ଥାନା ଅଧୀନ ସୁନ୍ଦରପୁର ପାହାଡ଼ରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri