Posted inଜାତୀୟ

୧୫ ଦିନରେ ୪୫ କୋଟିର ହିସାବ ଦିଅ: କେଜରିଓ୍ବାଲଙ୍କୁ ଉପରାଜ୍ୟପାଳଙ୍କ ନିର୍ଦ୍ଦେଶ…

ନୂଆଦିଲ୍ଲୀ,୨୯।୪ : ଦିଲ୍ଲୀର ଉପରାଜ୍ୟପାଳ ଭି.କେ ସାକ୍ସେନା ଏବଂ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ମଧ୍ୟରେ ପୁଣି ଏକ ନୂଆ ବିବାଦ ଆରମ୍ଭ ହେବାକୁ ଯାଉଛି। କେଜରିିୱାଲଙ୍କ ବାସଭବନର ନବୀକରଣରେ ହୋଇଥିବା ଅନିୟମିତତା ସମ୍ପର୍କିତ ଗଣମାଧ୍ୟମର ରିପୋର୍ଟ ପ୍ରକାଶ ପାଇବା ପରେ ଉପରାଜ୍ୟପାଳ ମୁଖ୍ୟ ସଚିବଙ୍କୁ ୧୫ ଦିନ ମଧ୍ୟରେ ଏକ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି। ଖର୍ଚ୍ଚ ହୋଇଥିବା ୪୫ କୋଟିର ହିସାବ ଉପରାଜ୍ୟପାଳ ମାଗିଛନ୍ତି।

ରିପୋର୍ଟ ଅନୁଯାୟୀ, ଉପରାଜ୍ୟପାଳଙ୍କ କାର୍ଯ୍ୟାଳୟ ଦ୍ୱାରା ଜାରି ହୋଇଥିବା ଏକ ବିବୃତ୍ତିରେ କୁହାଯାଇଛି, ମୁଖ୍ୟମନ୍ତ୍ରୀ କେଜରିୱାଲଙ୍କ ବାସଭବନର ନବୀକରଣରେ ସମ୍ପୃକ୍ତ ଅନିୟମିତତା ଘଟଣାର ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ଏ ସମ୍ବନ୍ଧୀୟ ସମସ୍ତ ରେକର୍ଡକୁ ମୁଖ୍ୟ ଶାସନ ସଚିବଙ୍କ ଠାରୁ ଲୋଡିଛନ୍ତି। ଏହା ସହିତ, ରେକର୍ଡଗୁଡିକର ଯାଞ୍ଚ ପରେ ୧୫ ଦିନ ମଧ୍ୟରେ ଏହି ବିଷୟରେ ଏକ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନାଯୋଗ୍ୟ,ଦିଲ୍ଲୀର ସିଭିଲ ଲାଇନ୍ସ ଅଞ୍ଚଳରେ ଅବସ୍ଥିତ ସିଏମ କେଜ୍ରିୱାଲଙ୍କ ସରକାରୀ ବଙ୍ଗଳାର ନବୀକରଣ ପାଇଁ ପ୍ରାୟ ୪୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି ବୋଲି ଭାଜପା ଦାବି କରୁଛି। ଏଥିରେ ପରଦା, କାର୍ପେଟ, ବିଦେଶୀ ମାର୍ବଲ ଏବଂ ଟିଭି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି। ନୈତିକତା ଆଧାରରେ ଭାଜପା କେଜରିୱାଲଙ୍କ ଇସ୍ତଫା ଦାବି କରିଛି।

ସୂଚନାଯୋଗ୍ୟ,ଦିଲ୍ଲୀର ସିଭିଲ ଲାଇନ୍ସ ଅଞ୍ଚଳରେ ଅବସ୍ଥିତ ସିଏମ କେଜ୍ରିୱାଲଙ୍କ ସରକାରୀ ବଙ୍ଗଳାର ନବୀକରଣ ପାଇଁ ପ୍ରାୟ ୪୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି ବୋଲି ଭାଜପା ଦାବି କରୁଛି। ଏଥିରେ ପରଦା, କାର୍ପେଟ, ବିଦେଶୀ ମାର୍ବଲ ଏବଂ ଟିଭି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି। ନୈତିକତା ଆଧାରରେ ଭାଜପା କେଜରିୱାଲଙ୍କ ଇସ୍ତଫା ଦାବି କରିଛି।

ଭାଜପା ଅଭିଯୋଗକୁ ଖଣ୍ଡନ କରି ଭେଟେରାନ ଏଏପି ନେତା ରାଘବ ଚଢ଼ା କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ନିବାସ ୭୫-୮୦ ବର୍ଷ ପୂର୍ବେ ୧୯୪୨ମସିହାରେ ନିର୍ମିତ ହୋଇଥିଲା। ଦିଲ୍ଲୀ ସରକାରଙ୍କ ପବ୍ଲିକ ୱାର୍କସ ବିଭାଗ (ପିଡବ୍ଲ୍ୟୁଡି) ଏହାର ଅଡିଟ ପରେ ନବୀକରଣ ପାଇଁ ସୁପାରିଶ କରିଥିଲା। ଏଥି ସହିତ,ଏଏପି ନେତାଙ୍କ ଦାବିକୁ ବିରୋଧ କରି ପିଡବ୍ଲ୍ୟୁଡିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଏହା ନବୀକରଣ ନୁହେଁ, ବରଂ ପୁରୁଣା ସ୍ଥାନରେ ଏକ ନୂତନ ଢାଞ୍ଚା ନିର୍ମାଣ କରାଯାଇଛି। କେଜରିଓ୍ବାଲଙ୍କ କ୍ୟାମ୍ପ ଅଫିସ ମଧ୍ୟ ସେଠାରେ ରହିଛି। ଏଥିରେ ପ୍ରାୟ ୪୪ କୋଟି ଟଙ୍କା ଖର୍ଚ୍ଚ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?