ପୁରାଣ କଥା କହେ ବିରାଟ ଗାଦି

କଟକ ଅଫିସ,୯।୨: ପ୍ରାଚୀନ ଇତିହାସ ସହ ଜଡିତ ହୋଇ ରହିଛି କଟକ ଜିଲାରେ ଅନେକ ସ୍ଥାନ। ସେଥିମଧ୍ୟରେ କଟକ ଜିଲା ଚୌଦ୍ୱାର ଅଞ୍ଚଳର ବିରାଟ ଗାଦି(ବଧି ପାର୍କ) ଅନ୍ୟତମ। ଏଠାରେ ହିନ୍ଦୁ, ବୌଦ୍ଧ ଓ ଜୈନ ଧର୍ମର ଅନେକ କୀର୍ତ୍ତିରାଜି ରହିଛି। କିମ୍ବଦନ୍ତୀ ଅନୁଯାୟୀ, ବିରାଟ ରାଜାଙ୍କ ରାଜଧାନୀ ଥିଲା ବିରାଟ-କଟକ (ଏବେକାର ଚୌଦ୍ୱାର)। ସେଠାରେ ଏକ ବିରାଟ ଗାଦି ରହିଥିଲା। ପଞ୍ଚୁପାଣ୍ଡବ ଅଜ୍ଞାତବାସ ସମୟରେ ଏହିଠାରେ ଅବସ୍ଥାନ କରିଥିଲେ।
୨୦୦୩ ମସିହାରେ ଚୌଦ୍ୱାର ଅଞ୍ଚଳରେ ଥିବା ଐତିହାସିକ କୀର୍ତ୍ତିରାଜିର ସନ୍ଧାନ ନିମନ୍ତେ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା(ଏଏସ୍‌ଆଇ) ପକ୍ଷରୁ ଖନନ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଖନନ ବେଳେ ବୌଦ୍ଧ ସ୍ତୂପ ଦେଖିବାକୁ ମିଳିଥିଲା। ଚୌଦ୍ୱାର ସର୍କଲ ଜେଲ ନିକଟ ଅଞ୍ଚଳକୁ ଏଏସ୍‌ଆଇ ପକ୍ଷରୁ ସଂରକ୍ଷିତ ଅଞ୍ଚଳ ଭାବେ ଘୋଷଣା କରାଯାଇଛି। ୫୪ ଏକର ଜମିରେ ବିସ୍ତୃତ ବିରାଟ ଗାଦିକୁ ସଂରକ୍ଷିତ ଅଞ୍ଚଳ ଭାବେ ଘୋଷଣା କରାଯାଇଥିବାବେଳେ ସେଥିମଧ୍ୟରୁ ପ୍ରାୟ ୧୦ ଏକର ଜମିରେ ତାରବାଡ଼ ଘେରାଯାଇଛି। ୨୦୦୭ରେ ଏହାର ଖନନବେଳେ ତ୍ରୟୋଦଶ ଶତାବ୍ଦୀରେ ନିର୍ମିତ ଦେଉଳର ଅବଶେଷ ଦେଖିବାକୁ ମିଳିଥିଲା। ଏହାର ଆକୃତି ଦେଉଳର ଜଗମୋହନ (ନାଟ୍ୟ ମନ୍ଦିର) ଭଳି ପ୍ରତୀୟମାନ ହେଉଥିଲା ା ତେବେ ଏହି ସ୍ଥାନ ଖନନ ସମୟରେ ଅନେକ ବୌଦ୍ଧ ପ୍ରତିମୂର୍ତ୍ତି ମିଳିଥିବାରୁ ଏହାକୁ ବଧି ପାର୍କ ମଧ୍ୟ କୁହାଯାଏ ା ବିରାଟ ଗାଦି ସମ୍ମୁଖ ଭାଗ ଦେଢ କି.ମି. ମଧ୍ୟରେ ୩ଟି ଗୁମ୍ଫା ରହିଛି, ଯାହା ଜୈନ ଧର୍ମାବଲମ୍ବୀମାନଙ୍କ ଦ୍ୱାରା ନିର୍ମାଣ କରାଯାଇଥିଲା। ପରବର୍ତ୍ତୀ ସମୟରେ ଉକ୍ତ ଗୁମ୍ଫାରେ ବୌଦ୍ଧ ଧର୍ମାବଲମ୍ବୀମାନେ ରହୁଥିଲେ ବୋଲୁ କୁହାଯାଏ।

 

ଦ୍ୱାପରଯୁଗରୁ ଏହି ସ୍ଥାନ ରହିଥିବା ପୌରାଣିକ କିମ୍ବଦନ୍ତୀ ରହିଛି ା ଏହି ଅଞ୍ଚଳ ମତ୍ସ୍ୟଦେଶ ରାଜା ବିରାଟଙ୍କ ଗଡ଼ ଥିଲା। ଅପରପକ୍ଷେ ଏଏସ୍‌ଆଇ ରେକର୍ଡରେ ଏହାକୁ ବୌଦ୍ଧ ପୀଠ ବୋଲି ଦର୍ଶାଯାଇଛି। ତେବେ ଏହା ପଛରେ ପ୍ରକୃତ ସତ୍ୟାତା କ’ଣ ରହିଛି ସେ ବିଷୟରେ ଠିକ ଭାବରେ କାହାକୁ ଜଣାନାହିଁ।
ରତ୍ନାକର ବାରିକ, ଦାୟିତ୍ୱରେ ଥିବା କର୍ମଚାରୀ
ମହାଭାରତ ସହିତ ଏହି ସ୍ଥାନର ସମ୍ପୃକ୍ତି ରହିଛି ା ଏହାର ଆଖପାଖରେ ଅନେକ ଐତିହାସିକ ସ୍ଥାନ ରହିଛି। ଏହି ବିରାଟ ଗାଦି ସହ ଜଡିତ ରହିଛି ଏକ ଶିବ ମନ୍ଦିର। ଉକ୍ତ ମନ୍ଦିର ଦ୍ୱାପରଯୁଗର ବୋଲି ବିଶ୍ୱାସ ରହିଛି।
ବିଜୟ କୁମାର ସାହୁ, ସ୍ଥାନୀୟ ବାସିନ୍ଦା
ବହୁ ଓଡ଼ିଆ ଐତିହାସିକ ଚୌଦ୍ୱାର ଅଞ୍ଚଳର ବୌଦ୍ଧ କୀର୍ତ୍ତିରାଜି ବିଷୟରେ ଲେଖିଛନ୍ତି। ବିରାଟଗାଦି ସ୍ଥାନ ହେଉଛି ଏକ ପ୍ରାଚୀନ ବୌଦ୍ଧପୀଠ। ଏହା ନିକଟରେ ପ୍ରାଚୀନ ମଠର ଅଂଶବିଶେଷ ରହିଛି। ଅନେକ ବୌଦ୍ଧ ମୂର୍ତ୍ତି ଆଖପାଖରେ ଗ୍ରାମରେ ସ୍ଥାପନ କରି ପୂଜା କରାଯାଉଛି ା

 

କଟକରୁ ବିରାଟ ଗାଦିର ଦୂରତା ୧୬ କି.ମି.। ସେଠାକୁ ଯିବାକୁ ହେଲେ କଟକରୁ ଚାରବାଟିଆ ବସ୍‌ ବ୍ୟବସ୍ଥା ରହିଛି। ଚାରବାଟିଆ ପୂର୍ବରୁ ଓଟିଏମ୍‌ ଛକ କିମ୍ବା ଚୌଦ୍ୱାର ମଣ୍ଡଳ କାରାଗାର ନିକଟରୁ ଅଟୋ ଅଥବା ଚାଲି ଚାଲି ଉକ୍ତ ସ୍ଥାନକୁ ଯାଇପାରିବେ।
ଅନିଲ ଧୀର, ଗବେଷକ

ବିରାଟ ଗାଦି ନିକଟରେ ଅନେକ ସ୍ଥାନ ରହିଛି। ଏଠାରୁ ୨ କି.ମି. ଦୂରରେ ବୈଦେଶ୍ୱର ମନ୍ଦିର, ୨.୪ କି.ମି. ଦୂରରେ ବୁଢାଲିଙ୍ଗ ମନ୍ଦିର, ୧ ୪ କିମି ଦୂରରେ ଡମଡମଣିପୀଠ ଓ ୨ କି.ମି. ଦୂରରେ ପଞ୍ଚୁପାଣ୍ଡବ ମନ୍ଦିର ରହିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଛୁଟିଦିନ ପାଇଁ ପିଲାଙ୍କୁ ମିଳିବ ଶୁଖିଲା ରାଶନ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ):ଛୁଟିଦିନ ପାଇଁ ଛାତ୍ରୀଛାତ୍ରଙ୍କୁ ପିଏମ୍‌ ପୋଷଣ ଯୋଜନାରେ ଚାଉଳ ଏବଂ ଅନ୍ୟାନ୍ୟ ସାମଗ୍ରୀ ଦିଆଯିବ। ମୋଟ ୧୨ଦିନର ମଧ୍ୟାହ୍ନ ଭୋଜନ ବାବଦକୁ ଶୁଖିଲା...

ଚମକାଇଲା ଅନୁଭବଙ୍କ ପୋଷ୍ଟ, ନବୀନଙ୍କୁ ମାଗିଲେ ଆର୍ଶୀବାଦ…

ଭୁବନେଶ୍ୱର,୨୪।୪: ଅନୁଭବ ମହାନ୍ତିଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ବଢିଲା ଚର୍ଚ୍ଚା। ଗତ କିଛିଦିନ ପୂର୍ବରୁ ବିଜେଡି ଛାଡି ଭାଜପାରେ ଯୋଗ ଦେଇଥିଲେ। ହେଲେ ବୁଧବାର...

ଲୁଙ୍ଗିକୁ ନେଇ ରାଜ୍ୟ ରାଜ୍ୟନୀତିରେ ଚହଳ, ନବୀନ ପିନ୍ଧିଲେ ବୋଲି…

ଭୁବନେଶ୍ୱର,୨୪।୦୪: ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ରୋଚକ ଘଟଣା ଦେଖିବାକୁ ମିଳିଛି। ନବୀନଙ୍କ ଲୁଙ୍ଗି ପିନ୍ଧା ଘଟଣାକୁ ନେଇ ବିଜେଡି-ଭାଜପା ଭିତରେ ବାକଯୁଦ୍ଧ ଆରମ୍ଭ ହୋଇଛି।...

ଗ୍ରୀଷ୍ମଛୁଟିରେ ରୋଷ୍ଟର ଡ୍ୟୁଟି କରିବେ ଶିକ୍ଷକ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ):ରାଜ୍ୟରେ ଆସନ୍ତା ୨୫ ତାରିଖଠାରୁ ଗ୍ରୀଷ୍ମ ଛୁଟି ଆରମ୍ଭ ହେବ। ସମସ୍ତ ସରକାରୀ ଏବଂ ଅନୁଦାନପ୍ରାପ୍ତ ସ୍କୁଲଗୁଡ଼ିକ ଆଗୁଆ ଗ୍ରୀଷ୍ମ ଛୁଟି କରିବାକୁ...

ନିର୍ବାଚନ ଲଢିପାରିବେନି ମୋକିମ, ମଇଦାନକୁ ଓହ୍ଲାଇଲେ ଝିଅ!

ଭୁବନେଶ୍ୱର,୨୪।୪: ନିର୍ବାଚନ ଯେତେ ପାଖେଇ ଆସୁଛି ସେତିକି ସରଗରମ ହେଉଛି ରାଜ୍ୟ ରାଜନୀତି। ତେବେ ଲୋକ ସଭା ନିର୍ବାଚନକୁ ଆଉ ଦିନ କେଇଟା ବାକି ଥିବାବେଳେ...

କନଫ୍ୟୁଜରେ ସୁର, ବଡ଼ପୁଅ ନା ସାନପୁଅ ପାଇଁ କରିବେ ପ୍ରଚାର

ଭୁବନେଶ୍ୱର,୨୪।୪: ରୋଚକ ମୋଡ ନେଇଛି ସୁରଙ୍କ ଫ୍ୟାମିଲି ପଲିଟିକ୍ସ । ସାନ ପୁଅ ବିଜେଡି ଟିକେଟ ନେଇ ମଇଦାନକୁ ଓହ୍ଲାଇଥିବା ବେଳେ ବଡ଼ ପୁଅକୁ ନିମାପଡ଼ା...

ବିରୋଧୀ କେବେ ସଫଳ ହେବେନି, ବିଜେଡି ବିପୁଳ ବିଜୟ ହାସଲ କରିବ: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଜନସଭାରେ ବିରୋଧୀଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି, ବିରୋଧୀ ଅପପ୍ରଚାର କରିବା ସହ ବିକାଶ କାମରେ ବାଧା...

ବିଜେଡି ସରକାର ବିରୋଧରେ ଚାର୍ଜସିଟ୍‌ ଆଣିଲା ଭାଜପା

ଭୁବନେଶ୍ୱର,୨୪।୪: ବିଜେଡି ବିରୋଧରେ ଚାର୍ଜସିଟ୍‌ ଆଣିଲା ଭାଜପା। ବିଜେଡି ସରକାରରେ ଅନ୍ୟାୟ, ଦୁର୍ନୀତି, ଅଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା, ମହିଳା ବିରୋଧୀ ହିଂସାକୁ ଚାର୍ଜସିଟରେ ସ୍ଥାନ ଦେଇଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri