Posted inଜାତୀୟ

କୋର୍ଟଙ୍କ ବଡ଼ ରାୟ, ଅନୈତିକ ସମ୍ପର୍କର ଅଭିଯୋଗ ଥିଲେ ବି ସ୍ବାମୀଙ୍କ ଠାରୁ ଭରଣପୋଷଣ ପାଇପାରିବେ ସ୍ତ୍ରୀ

ଭୋପାଳ,୨୯।୩: ବିବାହ ପରେ ସ୍ତ୍ରୀ ପରପୁରୁଷଙ୍କ ସହ ଅନୈତିକ ସମ୍ପର୍କ ରଖିଥିଲେ ମଧ୍ୟ ସ୍ବାମୀଙ୍କ ଠାରୁ ଭରଣପୋଷଣ ପାଇପାରିବେ। ଏନେଇ ବଡ଼ ରାୟ ଦେଇଛନ୍ତି ମଧ୍ୟପ୍ରଦେଶ ହାଇକୋର୍ଟ। ତେବେ ଭରଣପୋଷଣ ପାଇଁ କେସ୍‌ ଫାଇଲ କରିବାବେଳେ ଯଦି ସେ ସେଭଳି କୌଣସି ଅନୈତିକ ସମ୍ପର୍କରେ ସାମିଲ ନ ଥିବେ, ତା’ପରେ ବି ତାଙ୍କୁ ସବୁ ପ୍ରକାରର ସୁବିଧା ମିଳିବ।

ଏହି ମାମଲାରେ କୋର୍ଟ ସ୍ତ୍ରୀଙ୍କ ଆବେଦନକୁ ବିଚାରକୁ ନେଇ ସ୍ବାମୀଙ୍କୁ ଭରଣପୋଷଣ ଖର୍ଚ୍ଚ ବହନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ବ୍ୟକ୍ତିଜଣକ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଆବେଦନରେ ବ୍ୟକ୍ତି କହିଛନ୍ତି ଯେ, ତାଙ୍କ ସ୍ତ୍ରୀ ପରପୁରୁଷଙ୍କ ସହ ଅନୈତିକ ସମ୍ପର୍କ ରଖିଛନ୍ତି। ତେଣୁ ତାଙ୍କୁ ଭରଣପୋଷଣ କରି ପାରିବେ ନାହିଁ।

କୋର୍ଟ ଶୁଣାଣିରେ କହିଛନ୍ତି, ବାହାଘର ପରେ ଦମ୍ପତିଙ୍କ ମଧ୍ୟରେ ତିକ୍ତତା ଆରମ୍ଭ ହୋଇଥିଲା। ପରେ ୨୦୧୬ରେ ଛାଡ଼ପତ୍ର ହୋଇଯାଇଥିଲା। ଏହା ସତ୍ତ୍ୱେ ସ୍ତ୍ରୀ ଜଣଙ୍କ ଭରଣପୋଷଣ ପାଇବାକୁ ହକଦାର। ସ୍ତ୍ରୀଙ୍କ ସଜ୍ଞା ହେଉଛି ଜଣେ ମହିଳା ସ୍ବାମୀଙ୍କ ଠାରୁ ଛାଡ଼ପତ୍ର ପାଇଥିବେ ଓ ପୁନଃ ବିବାହ କରି ନ ଥିବେ।

ହାଇକୋର୍ଟ ରାୟ ଦେବା ବେଳେ କହିଛନ୍ତି ଯେ, ଦାବି ଅନୁସାରେ ବ୍ୟକ୍ତିଜଣକ ଉପଯୁକ୍ତ ପ୍ରମାଣ ଦାଖଲ କରିପାରି ନାହାନ୍ତି। ତେଣୁ ଭରଣପୋଷଣ ପାଇଁ ଦେଇଥିବା ନିର୍ଦ୍ଦେଶ କାଏମ ରହିବ ବୋଲି ୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ବିବାଦୀୟ ପରିସ୍ଥିତିରେ ମଧ୍ୟ ଆଇନ ଅନୁସାରେ ସ୍ତ୍ରୀଙ୍କୁ ଭରଣପୋଷଣ ପାଇବାର ଅଧିକାର ରହିବ।

 


Enter your email to get our daily news in your inbox.

All Right Reserved By Dharitri.Com

ସଫେଇ ଦେଲା ଏମଡିଏଚ

ନୂଆଦିଲ୍ଲୀ,୨୮।୪: ମସଲାରେ କ୍ୟାନସର ଭଳି ମାରାତ୍ମକ ରୋଗ ସୃଷ୍ଟି କାରୀ କୀଟନାଶକ ଔଷଧ ମିଳିବା ଖବର ଜଣାପଡିବା ପରେ ବିବାଦ ଦେଖାଦେଇଛି। ଚାଲିଥିବା ବିବାଦ ମଧ୍ୟରେ...

କଂଗ୍ରେସକୁ ଝଟ୍‌କା, ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଅରବିନ୍ଦର ସିଂ

ନୂଆଦିଲ୍ଲୀ,୨୮।୪: ଲୋକ ସଭା ନିର୍ବାଚନ ପାଇଁ ଟିକେଟ ବଣ୍ଟନ ନେଇ ଦିଲ୍ଲୀ କଂଗ୍ରେସରେ ଖୋଲାଖୋଲି ଭାବେ ଅସନ୍ତୋଷ ପ୍ରକାଶ ପାଇଛି। ସଦ୍ୟତମ ମାମଲାରେ ଦିଲ୍ଲୀ କଂଗ୍ରେସ...

ଫସିଗଲେ ଅଭିନେତା ସାହିଲ

ମୁମ୍ବାଇ,୨୮।୪: ମହାଦେବ ଅନଲାଇନ ବେଟିଂ ଆପ ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମୁମ୍ବାଇ ପୋଲିସ ବର୍ତ୍ତମାନ ଠକେଇ ଏବଂ ଜୁଆର ବିଭିନ୍ନ ବିଭାଗରେ ଆପର ପ୍ରମୋଟରଙ୍କ...

ଭାରତୀୟ ମସଲାକୁ ଆମେରିକାର ସନ୍ଦେହ

ଏମ୍‌ଡିଏଚ୍‌ ଏବଂ ଏଭରେଷ୍ଟ ଭଳି ଭାରତୀୟ ମସଲାରେ କ୍ୟାନ୍‌ସର ସୃଷ୍ଟିକାରୀ କେମିକାଲ ମିଶୁଥିବା କହି ହଂକଂ ଓ ସିଙ୍ଗାପୁର କିଛିଦିନ ହେଲା ଏହାର ବିକ୍ରି ଉପରେ...

ବିଶ୍ୱର ୧୫ ଉତ୍ତପ୍ତ ସହର ମଧ୍ୟରେ ଅନୁଗୋଳ, ଭୁବନେଶ୍ୱର

ଭୁବନେଶ୍ୱର, ୨୮।୪(ଅସମାପିକା ସାହୁ)ଜଳୁଛି ସାରା ଓଡ଼ିଶା। ପଶ୍ଚିମା ଓ ଉତ୍ତର-ପଶ୍ଚିମା ଶୁଷ୍କ ବାୟୁ ପ୍ରବାହ ଯୋଗୁ ରାଜ୍ୟରେ ଏବେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି।...

‘EVM ଉପରେ ପ୍ରଶ୍ନ ଉଠାଇଥିବାରୁ କଂଗ୍ରେସ କ୍ଷମା ମାଗିବା ଉଚିତ୍‌’

ଗୋଆ,୨୭ା୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର କହିଛନ୍ତି, ଇଲେକ୍ଟ୍ରୋନିକ ଭୋଟିଂ ମେଶିନ (ଇଭିଏମ୍‌)ର ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠାଇ କଂଗ୍ରେସ ଦେଶକୁ କ୍ଷମା ମାଗିବା ଉଚିତ୍‌।...

କାଶୀ, ଅଯୋଧ୍ୟା ପରେ ଆମେ ମଥୁରା ଆଡ଼କୁ ଯିବୁ: ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ,୨୭ା୪: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପୁଣି ଥରେ କଂଗ୍ରେସ ଏବଂ ସମାଜବାଦୀ ପାର୍ଟିକୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ଏହି ଲୋକମାନେ ରାମ ଏବଂ...

ହେମନ୍ତ ସୋରେନ୍‌ଙ୍କୁ ବଡ଼ ଝଟ୍‌କା, ଅନ୍ତିମ ସଂସ୍କାରରେ ଯୋଗ ଦେବାକୁ ବି ମିଳିଲା ନାହିଁ ଜାମିନ୍‌

ରାଞ୍ଚି,୨୭।୪: ଜମି ଦୁର୍ନୀତି ମାମଲାରେ ଜେଲରେ ଥିବା ଝାଡଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କୁ ବଡ଼ ଝଟ୍‌କା। ତାଙ୍କୁ ନିଜ ବଡ଼ବାପା ରାଜାରାମ ସୋରେନଙ୍କ ଅନ୍ତିମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri