ଜନମତ ସର୍ଭେରେ ବାଇଡେନ୍‌ ଆଗରେ

ଓ୍ବାଶିଂଟନ,୩ା୧୧: ଆମେରିକା ରାଷ୍ଟ୍ରପତି ନିର୍ବାଚନ ମଙ୍ଗଳବାର ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ପ୍ରଚାର ଜୋର୍‌ଦାର ହୋଇଛି। ରିପବ୍ଲିକାନ ପ୍ରାର୍ଥୀ ତଥା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ପ୍ରଚାର ଶେଷ ଦିନରେ ମିଚିଗାନ, ନର୍ଥ କାରୋଲିନ୍‌ରେ ରାଲି କରିଥିଲେ। ସେହିପରି ଡେମୋକ୍ରାଟିକ୍‌ ପାର୍ଟି ପ୍ରାର୍ଥୀ ଜୋ ବାଇଡେନ୍‌ ପେନ୍‌ସିଲଭାନିଆରେ ରାଲିରେ ଯୋଗଦେବା ପରେ ପିଟସ୍‌ବର୍ଗରେ ତାଙ୍କର ପ୍ରଚାର ଶେଷ କରିଛନ୍ତି। ପ୍ରଚାରରେ ବାଇଡେନଙ୍କ ପଲା ଭାରି ଥିବା କୁହାଯାଉଛି।
ବେଳେ ମେଲ୍‌-ଇନ୍‌ ବାଲଟ ବ୍ୟବସ୍ଥାକୁ ବିରୋଧ କରିଆସୁଥିବା ଟ୍ରମ୍ପ୍‌ ପୋଷ୍ଟାଲ ଭୋଟ ଏବଂ ଅନୁପସ୍ଥିତମାନଙ୍କ ଭୋଟକୁ ଗଣନାବେଳେ ଚ୍ୟାଲେଞ୍ଜ କରିବେ ବୋଲି କହିଛନ୍ତି। ନିର୍ବାଚନ ଶେଷ ହେବାରୁ ଦୀର୍ଘ ସମୟ ପରେ ବାଲଟ ସଂଗ୍ରହ ହେବା ଏକ ଭୟଙ୍କର ଘଟଣା। ନିର୍ବାଚନ ଶେଷ ହେବା କ୍ଷଣି ଟ୍ରମ୍ପ୍‌ ତାଙ୍କ ଓକିଲଙ୍କ ଜରିଆରେ ଏହା ବିରୋଧରେ ଅଦାଲତଙ୍କ ଦ୍ୱାରସ୍ଥ ହେବେ।
ରଏଟର ପକ୍ଷରୁ ପ୍ରକାଶିତ ଜନମତ ସର୍ଭେ ଅନୁଯାୟୀ ଟ୍ରମ୍ପ୍‌ଙ୍କ ସପକ୍ଷରେ ୪୨ ପ୍ରତିଶତ ଭୋଟ ରହିଥିବାବେଳେ ଜୋ ବାଇଡେନଙ୍କ ପ୍ରତି ୫୧ ପ୍ରତିଶତଙ୍କ ସମର୍ଥନ ରହିଛି। ସେହିପରି ନ୍ୟୁୟର୍କ ଟାଇମ୍ସର ସର୍ଭେ ଅନୁଯାୟୀ ୪ ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ଓ୍ବିସକନ୍‌ସିନ, ପେନ୍‌ସିଲଭାନିଆ, ଫ୍ଲୋରିଡା ଏବଂ ଆରିଜୋନାରେ ବାଇଡେନଙ୍କ ସପକ୍ଷରେ ଜନମତ ରହିଛି। ୨୦୦୮ ନିର୍ବାଚନଠାରୁ ଦେଖିଲେ ବାଇଡେନଙ୍କ ନିର୍ବାଚନୀ ସ୍ଥିତି ଅନ୍ୟ ଯେକୌଣସି ରାଷ୍ଟ୍ରପତି ପ୍ରାର୍ଥୀଙ୍କଠାରୁ ଦୃଢ଼ ରହିଛି।
ଟ୍ରମ୍ପ ଓ ବାଇଡେନ୍‌ଙ୍କ ଭାରତୀୟ-ଆମେରିକୀୟ ସମର୍ଥକମାନେ ରବିବାର ସେମାନଙ୍କ ପ୍ରଚାର ଜୋର୍‌ଦାର କରିଥିଲେ। ବହୁସଂଖ୍ୟାରେ ଆସି ନିଜ ନିଜ ନେତାଙ୍କୁ ଭୋଟ ଦେବା ପାଇଁ ସେମାନେ ପ୍ରବାସୀ ଭାରତୀୟମାନଙ୍କୁ ପ୍ରବର୍ତ୍ତାଇଥିଲେ। କରୋନା ସଂକ୍ରମଣରେ ଆମେରିକାରେ ୨.୩୧ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ଗଲାଣି। ଏହାକୁ ନେଇ ମୁଖ୍ୟ ସଂକ୍ରାମକ ରୋଗ ବିଶେଷଜ୍ଞ ଡ. ଆନ୍ଥୋନି ଫୌସିଙ୍କ ସହ ଟ୍ରମ୍ପ୍‌ଙ୍କର ମତଭେଦ ହୋଇଛି। ନିର୍ବାଚନ ପରେ ସେ ଫୌସିଙ୍କୁ ବହିଷ୍କାର କରିବେ ବୋଲି ଫ୍ଲୋରିଡ଼ାଠାରେ ଏକ ରାଲିରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାର୍ଚ୍ଚ ୧୭ରେ ରୁଷିଆ ରାଷ୍ଟ୍ରପତି ନିର୍ବାଚନ

ମସ୍କୋ,୭ା୧୨: ଗୁରୁବାର ରୁଷିଆର ଉପର ସଂସଦ ୨୦୨୪ ମାର୍ଚ୍ଚ ୧୭ରେ ଆସନ୍ତା ରାଷ୍ଟ୍ରପତି ନିର୍ବାଚନ ତାରିଖ ସ୍ଥିର କରିଛି। ଏକ ବୈଠକରେ ସିନେଟରମାନଙ୍କ ସର୍ବସମ୍ମତି କ୍ରମେ...

ସେନା ହେଲିକପ୍ଟର ନିଖୋଜ

କାରାକାସ୍‌,୭।୧୨: ଗୁୟାନାର ୭ ବରିଷ୍ଠ ସେନା ଅଧିକାରୀଙ୍କୁ ନେଇ ଯାଉଥିବା ଏକ ସାମରିକ ହେଲିକପ୍ଟର ଭେନେଜୁଏଲା ସୀମା ନିକଟରେ ନିଖୋଜ ହୋଇଯାଇଛି। ସେନା ମୁଖ୍ୟ ଷ୍ଟାଫ...

ରୋବଟର ଚାକିରି ଛଡାଇ ନେଲେ ମହିଳା, ଏବେ ମେଶିନ ପରି କରୁଛନ୍ତି କାମ

ବେଜିଂ,୭।୧୨: ଟେକ୍ନୋଲଜି ଏବେ ମଣିଷଙ୍କ କାମ ସହଜ କରିଦେଉଛି। ବର୍ତ୍ତମାନ ଏଆଇର ଭିନ୍ନ ଏକ ବିପ୍ଲବରେ ମଣିଷଙ୍କ ରୋଜଗାର ଛଡାଇବାକୁ ବସିଲାଣି। ଏଥିସଯୋଗୁ ସବୁଠି ଛଟେଇ...

ଗଞ୍ଜା ରାବ ନୁହେଁ ଅପରାଧ, ଏହା ତାଙ୍କର ଅଧିକାର: ଫ୍ରାନ୍ସ ସରକାରଙ୍କ ନିର୍ଦ୍ଦେଶ ଜାରି…

ପ୍ୟାରିସ,୭।୧୨ : ପ୍ରାଣୀମାନଙ୍କ ଅଧିକାରର ସୁରକ୍ଷା ପାଇଁ ବହୁ ଲୋକେ ବାହାରିଥାନ୍ତି। କେହି କେହି ମାଂସାହାର ବିରୁଦ୍ଧରେ ଛିଡା ହୋଇଥିବାବେଳେ ଅନ୍ୟମାନେ ପ୍ରାଣୀଙ୍କୁ ବାନ୍ଧି ରଖିବାକୁ...

ମିତ୍ର ଦେଶଙ୍କ ସହାୟତା ଉପରେ ନିର୍ଭରଶୀଳ ନୁହେଁ ୟୁକ୍ରେନ: ଜେଲେନେସ୍କିଙ୍କ ଦୃଢ଼ୋକ୍ତି…

କିଭ,୭।୧୨ : ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି ଆମେ ନିଜର ପ୍ରତିରକ୍ଷା କ୍ଷମତାକୁ ସୁନିଶ୍ଚିତ କରିବା ଏବଂ ସୁରକ୍ଷା ପ୍ରଦାନକାରୀ ହେବା ଲକ୍ଷ୍ୟରେ ମିତ୍ର...

ଯୁଦ୍ଧରେ ପୁଟିନଙ୍କୁ ବିଜୟୀ ହେବାକୁ ଦେବି ନାହିଁ: ବାଇଡେନ…

ଓ୍ବାଶିଂଟନ,୭।୧୨: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ପୁଣିଥରେ ୟୁକ୍ରେନକୁ ସାମରିକ ସହାୟତା ଯୋଗାଇ ଦେବା ପାଇଁ ଅନ୍ୟ ଦେଶଙ୍କୁ ଅନୁରୋଧ କରିଛନ୍ତି। ବାଇଡେନ କହିଛନ୍ତି ୟୁକ୍ରେନ...

ଟ୍ରମ୍ପ ଗଣତନ୍ତ୍ର ପାଇଁ ବିପଦ: ବାଇଡେନ

ଓ୍ବାଶିଂଟନ,୬ା୧୨: ଆସନ୍ତାବର୍ଷ ଆମେରିକାରେ ଅନୁଷ୍ଠିତ ହେବାକୁ ଯାଉଥିବା ରାଷ୍ଟ୍ରପତି ନିର୍ବାଚନ ପାଇଁ ଡେମୋକ୍ରାଟିକ୍‌ ଏବଂ ରିପବ୍ଲିକାନ୍‌ ପାର୍ଟିର ଅଭିଯାନ ଗତିଶୀଳ ହୋଇଛି। ଏକ ପାଣ୍ଠି ସଂଗ୍ରହ...

ଇମ୍ରାନଙ୍କୁ କୋର୍ଟରୁ ଝଟ୍‌କା

ଇସଲାମାବାଦ,୬ା୧୨: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କୁ ଇସଲାମାବାଦ ହାଇକୋର୍ଟ(ଆଇଏଚ୍‌ସି)ରୁ ଏକ ଶକ୍ତ ଝଟ୍‌କା ଲାଗିଛି। ତୋସାଖାନା ମାମଲାରେ ଅଯୋଗ୍ୟତା ବିରୋଧରେ ଆବେଦନ ପ୍ରତ୍ୟାହାରକୁ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri