ଭୁବନେଶ୍ୱର,୨୯।୧୨(ବ୍ୟୁରୋ): ଜାନୁୟାରୀ ପହିଲାରୁ ପିଲାଙ୍କୁ ଟିକା ଦିଆଯିବ । ସାରା ଦେଶରେ ୧୫ ରୁ ୧୮ ବର୍ଷର ପିଲାଙ୍କୁ ଏହି ଟିକା ଦିଆଯିବ । ଏଥିପାଇଁ ରାଜ୍ୟରେ ସ୍ବତନ୍ତ୍ର ଟିକାକରଣ କେନ୍ଦ୍ର ଖୋଲାଯିବ । ଯେଉଁଠି ପିଲାଙ୍କ ପାଇଁ ଟିକାକରଣ କେନ୍ଦ୍ର ଖୋଲାଯିବା ସମ୍ଭବ ନୁହେଁ । ସେ କ୍ଷେତ୍ରରେ ଚାଲୁରହିଥିବା ଅନ୍ୟ ଟିକାକରଣ କେନ୍ଦ୍ରରେ ପିଲାଙ୍କୁ ଟିକା ଦିଆଯିବାର ବ୍ୟବସ୍ଥା କରାଯିବ । ସେଇ କେନ୍ଦ୍ରଗୁଡିକରେ ପିଲାଙ୍କୁ ସକାଳ ୮ରୁ ଦିନ ଗୋଟାଏ ଯାଏ ଟିକାକରଣ ଚାଲୁରହିବ । ଅପରାହ୍ନରେ ଅନ୍ୟମାନଙ୍କର ଟିକାକରଣ କରାଯିବ । ଏ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି।