ଆବର୍ଜନା ମୁକ୍ତ ହେବ ଗାଁ ଦାଣ୍ଡ

ରସୁଲପୁର,୧୮ା୨(ଡି.ଏନ.ଏ.): ରସୁଲପୁର ବ୍ଲକ ଅନ୍ତର୍ଗତ ଭୋଟକା ପଞ୍ଚାୟତରକୁ ସ୍ବଚ୍ଛ ଓ ସୁସ୍ଥ ପଞ୍ଚାୟତ ଗଠନ କରିବାକୁ ଲକ୍ଷ୍ୟ ରଖାଯାଇଛି। ଗାଁ କଲ୍ୟାଣ ସମିତି ଓ ସ୍ବେଚ୍ଛାସେବୀ ଅନୁଷ୍ଠାନ ଗ୍ରାମୀଣ ଏକତା ମଞ୍ଚର ମିଳିତ ସହଯୋଗରେ ସଫେଇ କାର୍ଯ୍ୟକୁ ପରିଚାଳନା କରାଯାଉଛି ା ପଞ୍ଚାୟତ ଅଧୀନ ୭ଟି ରାଜସ୍ବ ଗ୍ରାମକୁ ସଫେଇ କରିବାକୁ ପ୍ରୟାସ ଆରମ୍ଭ ହୋଇଛି ା ଗାଁ ଗଣ୍ଡା ରାସ୍ତାକୁ ଅଳିଆ ଅବର୍ଜନାମୁକ୍ତ କରିବା ପାଇଁ ପଞ୍ଚାୟତ ପକ୍ଷରୁ ପଦକ୍ଷେପ ନିଆଯାଇଛି ା ରସୁଲପୁର ବିଡିଓ ଅବନୀକାନ୍ତ ସାହୁ, ସ୍ଥାନୀୟ ସରପଞ୍ଚ ସ୍ମୃତିରେଖା ରାଉତ, ସମିତିସଭ୍ୟ ରଞ୍ଜିତ କୁମାର ସାହୁ, ସ୍ବେଚ୍ଛାସେବୀ ଅନୁଷ୍ଠାନ ଜେମ୍ସ ଫାଉଣ୍ଡେଶନର ସଭାପତି ଅଭିମନ୍ୟୁ ସାହୁ, ପଞ୍ଚାୟତ ନିର୍ବାହୀ ଅଧିକାରୀ ମାନସ ରାଉତ, ଗ୍ରାମ ରୋଜଗାର ସେବକ ପ୍ରଶାନ୍ତ ଘଡାଇ, ଏମ୍‌ବିକେ ସସ୍ମିତା ଆଏଚ ପ୍ରମୁଖ ସଫେଇ କାର୍ଯ୍ୟରେ ସାମିଲ ହୋଇଥିଲେ। ସ୍ବଚ୍ଛ ପରିବେଶରେ ଏକ ସୁସ୍ଥ ଜୀବନ ସମ୍ଭବପର ହୋଇପାରିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ ା
ପଞ୍ଚାୟତକୁ ସ୍ବଚ୍ଛ ରଖିବା ପାଇଁ ସଫେଇ କାର୍ଯ୍ୟ ଆରମ୍ଭ ହୋଇଛି ା ସ୍ବଚ୍ଛ ଭାରତ ମିଶନ-୨ ଯୋଜନାରେ ପ୍ରତ୍ୟେକ ପରିବାରକୁ ଗୋଟିଏ ଲେଖାଏଁ ଶୋଷକ ଓ ଜୈବିକଖତ ଖାତ ଖୋଳିବା ପାଇଁ ସରକାରଙ୍କ ପକ୍ଷରୁ ପ୍ରୋତ୍ସାହ ଦିଆଯାଉଛି। ଏଥିସହ ପରିବାରରୁ ବାହାରୁଥିବା କଠିନ ବର୍ଜ୍ୟବସ୍ତୁର ସୁପରିଚାଳନା ପାଇଁ ପଞ୍ଚାୟତର ବିଭିନ୍ନ ସ୍ଥାନରେ ଆବର୍ଜନା କୁଣ୍ଡ ସ୍ଥାପନ କରାଯାଇଛି ା ଉକ୍ତ କୁଣ୍ଡରେ ପଲିଥିନ ଓ ପ୍ଲାଷ୍ଟିକ ପକାଇବା ପାଇଁ ପଂଚାୟତ ପକ୍ଷରୁ ସୂଚନା ଦିଆଯାଇଛି ା ଏହାଛଡା ଗାଁ ଗଣ୍ଡା ରାସ୍ତାକୁ ଜବରଦଖଲ ମୁକ୍ତ କରିବା ଓ ଗାଁ ରାସ୍ତାରୁ ଅଳିଆ ଆବର୍ଜନାକୁ ହଟାଇବା ପାଇଁ ଯୋଜନା କରାଯାଇଛି ା ଗାଁ ରାସ୍ତାକୁ ପରିଷ୍କାର ପରିଚ୍ଛନ୍ନ ରଖିବା ପାଇଁ ଜନସାଧାରଣଙ୍କୁ ସଚେତନ କରାଯାଉଛି। ଏହାଛଡା ପଞ୍ଚାୟତ ପକ୍ଷରୁ ପ୍ରତ୍ୟେକ ଗାଁ ଓ ସାହି ଭିତରର ରାସ୍ତାକୁ ସଫେଇ କରାଯାଇ ଲୋକଙ୍କୁ ସଚେତନ କରାଯିବ। ପ୍ରତ୍ୟେକ ପରିବାର ସେମାନଙ୍କ ଗାଁ ଦାଣ୍ଡକୁ ସଫାସୁତୁରା ରଖିବେ ା ରାସ୍ତା ଉପରେ ଅଳିଆ ଆବର୍ଜନା ପକାଇଲେ ଏହା ଦଣ୍ଡନୀୟ ଅପରାଧ ବୋଲି ସଫେଇ ଆଳରେ ଜନସଚେତନତା କରାଯାଉଛି ା ଏଥିରେ ବ୍ୟତିକ୍ରମ ଘଟିଲେ ଆଇନ ଖିଲାପକାରୀଙ୍କୁ ଆର୍ଥତ୍କ ଜରିମାନାରେ ଦଣ୍ଡିତ କରାଯିବ ବୋଲି କୁହାଯାଇଛି। ଏଭଳି ଭାବରେ ପଂଚାୟତକୁ ଏକ ସ୍ବଚ୍ଛ ଓ ସୁସ୍ଥ ପଞ୍ଚାୟତ ଗଢି ତୋଳିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ସରପଞ୍ଚ ରାଉତ ପ୍ରକାଶ କରିଛନ୍ତି ା ଉକ୍ତ ସଫେଇ କାର୍ଯ୍ୟରେ ନାଏବ ସରପଞ୍ଚ କେଦାର ଦେଓ, ୱାର୍ଡସଭ୍ୟା ସୁମିତ୍ରା ଦାସ, ଶ୍ୟାମସୁନ୍ଦର ସାହୁ, ସଦାନନ୍ଦ ପଣ୍ଡା, ନୃସିଂହ ମଲିକ, ସୁକାନ୍ତି ସାହୁ, ଦିଲୀପ ସାହୁ, ଅଙ୍ଗନୱାଡି କର୍ମୀ ସୁମିତ୍ରା ବିହାରୀ, ରଶ୍ମିତା ସାହୁ, ଶାନ୍ତିଲତା ପଣ୍ଡା, ନିରୁପମା କର, ସବିତା ସାହୁ, ସଂଯୁକ୍ତା ସ୍ବାଇଁ, ଆଶାକର୍ମୀ ସୁମିତ୍ରା ଦାସ, ସିଆରପି ସୁଚିସ୍ମିତା ଦାଶ, ବସୁମତି ସାହୁ, ଅନିମା ପଣ୍ଡା, ଉମା ସେଠୀ, ସୁବାସିନୀ ମଲିକ, ଯୁବନେତା କମଳାକାନ୍ତ ସାହୁ, ଗୋପାଳ ମଲିକ, ଦିଲୀପ ଦାସ, ସର୍ବେଶ୍ୱର ସାହୁ, ଦିଲୀପ ରାଉତ, ସଞ୍ଜୟ ରାଉତ, ସନ୍ତୋଷ ରାଉତଙ୍କ ସେମତ ବହୁ ସ୍ବେଚ୍ଛାସେବୀ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇ ଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ବାଲେଶ୍ୱର ଷ୍ଟେଶନରେ ପହଞ୍ଚିଲେ ୩୦୬୨

ବାଲେଶ୍ୱର ଅଫିସ, ୧୫।୫-ବାଲେଶ୍ୱର ରେଳଷ୍ଟେଶନରେ ଗୁରୁବାର ୪ଟି ସ୍ବତନ୍ତ୍ର ଟ୍ରେନ ଯୋଗେ ୩୦୬୨ ପ୍ରବାସୀ ପହଞ୍ଚିଛନ୍ତି। ସମସ୍ତ ପ୍ରବାସୀ ବାଲେଶ୍ୱର ଓ ମୟୂରଭଞ୍ଜ ଜିଲାର। ପ୍ରଥମ...

ଗାଡି ଭଡାକରି ଗର୍ଭବତୀଙ୍କୁ ଗାଁକୁ ପଠାଇଲେ ଥାନା ଅଧିକାରୀ

ପାତ୍ରପୁର,୧୯ା୪(ଡି.ଏନ୍‌.ଏ.)- ଦୁର୍ଗମ ଅଞ୍ଚଳର ଜଣେ ଗର୍ଭବତୀଙ୍କୁ ଜରଡ଼ା ଥାନା ଅଧିକାରୀ ମୃତ୍ୟୁଞ୍ଜୟ ସ୍ବାଇଁ ଗାଡ଼ି ଭଡାକରି ଘରେ ଛାଡ଼ିଛନ୍ତି। ଏନେଇ ବିଭିନ୍ନ ମହଲରୁ ତାଙ୍କୁ ପ୍ରଶଂସା...

ମହାନଦୀରୁ ଉଦ୍ଧାର ହେଲେ ଏହି ଓଲିଉଡ ଅଭିନେତାଙ୍କ ସ୍ତ୍ରୀ

କଟକ ଅଫିସ,୧୫।୧୧-କଟକ ମଧୁସୂଦନ ସେତୁ ନିକଟ ମହାନଦୀରୁ ଓଲିଉଡ୍‌ର ଅଭିନେତା ଅମ୍ଳାନ ଦାସଙ୍କ ସ୍ତ୍ରୀ ଭୂମିକାଙ୍କୁ ଉଦ୍ଧାର କରାଯାଇଛି। ପରେ ମେଡିକାଲରେ ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା...

ଆଶ୍ରମ, ମଠକୁ ସହଯୋଗର ହାତ ବଢାଇଲେ ରାମଚନ୍ଦ୍ର

ଖଇରା,୨୪।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନରେ ମଠ ଓ ଆଶ୍ରମଗୁଡିକ ଅବସ୍ଥା ଏବେ ଧୀରେ ଧୀରେ ବିଗିଡିବାରେ ଲାଗିଛି ା ସେଠାରେ ରହୁଥିବା ସାଧୁସନ୍ଥ ଓ...

ରଥ ଗଢ଼ି ମନକଥା ଜଣାଇଲେ ଶୁଭ୍ରାଂଶୁ

ଖୋର୍ଦ୍ଧା ଅଫିସ,୧୩।୭: ଚଳିତ ବର୍ଷ କରୋନା ସଂକ୍ରମଣ ପାଇଁ ଶ୍ରୀକ୍ଷେତ୍ର ବ୍ୟତୀତ ରାଜ୍ୟର ଅନ୍ୟ ସ୍ଥାନରେ ରଥଯାତ୍ରା ବନ୍ଦ ରହିଛି। ଶ୍ରୀକ୍ଷେତ୍ରକୁ ଯାଇ ନ ପାରି...

୩୧ରେ ଓଟିଇଟି ପରୀକ୍ଷା

କଟକ ଅଫିସ, ୧୭।୧: ସ୍ପେଶାଲ ଓଟିଇଟି ପରୀକ୍ଷା ଆସନ୍ତା ୩୧ ତାରିଖରେ ହେବ। ମାଧ୍ୟମିକ ଶିକ୍ଷା ପରିଷଦ ଫର୍ମଫିଲପ୍‌ ପାଇଁ ମାତ୍ର ୨ ଦିନର ଅବଧି...

ଗରିବ ଲୋକଙ୍କୁ ରାଶନ ସାମଗ୍ରୀ ଦେଲେ ସ୍ଥାନୀୟ ଲୋକେ

ବାମରା, ୩୦।୩ (ଡି.ଏନ.ଏ.)-ସମ୍ବଲପୁର ଜିଲା ବାମରା ସଦର ମହକୁମା ଅଞ୍ଚଳରେ ଲକ ଡାଉନ ଯୋଗୁ ଅନାହାରରେ ଥିବା ଗରିବ ପରିବାରଙ୍କୁ ସ୍ଥାନୀୟ କେତେ ଜଣ ବ୍ୟକ୍ତି...

‘ନିଜେ ପ୍ରୟୋଗ କର, ଅନ୍ୟକୁ ଶିଖାଅ’

ମାଧପୁର,୧୨।୩ ଆଠମଲ୍ଲିକ ଉଚ୍ଚ ମାଧ୍ୟମିକ ଶିକ୍ଷାନୁଷ୍ଠାନରେ ଚାଲିଥିବା ଛାତ୍ରୀଙ୍କ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ସୋମବାର ଉଦ୍‌ଯାପିତ ହୋଇଯାଇଛି। ମହାବିଦ୍ୟାଳୟ ଭାରପ୍ରାପ୍ତ ଅଧ୍ୟକ୍ଷ ଲକ୍ଷ୍ମୀକାନ୍ତ ମେହେରଙ୍କ...

Advertisement
Archives

Model This Week