ଫାଟିଲା ପଛ ଚକା; ଭାରସାମ୍ୟ ହରାଇ ଓଲଟି ପଡ଼ିଲା ବସ୍‌

ଫୁଲନଖରା,୨୮।୪(ଡି.ଏନ୍‌.ଏ.): କଟକ-ଭୁବନେଶ୍ୱର ୧୬ନଂ ଜାତୀୟ ରାଜପଥସ୍ଥିତ ଫୁଲନଖରା ଓଭର ବ୍ରିଜ଼ ନିକଟରେ ବୁଧବାର ବିଳମ୍ବିତ ରାତିରେ ଏକ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଭୁବନେଶ୍ୱରର ସାଲିଆସାହି ବସ୍ତିରୁ ଏକ ଘରୋଇ ବସ ନଂ (ଓଆର୍‌ ୦୨ ଏଟି.୭୬୪୭)ଯୋଗେ ୩୦ ଊର୍ଦ୍ଧ୍ୱ ଶ୍ରମିକ ଭଦ୍ରକ ବନ୍ତ ଅଞ୍ଚଳକୁ ଢ଼ଳେଇ କାମ କରିବା ପାଇଁ ଯାଇଥିଲେ। କାମ ସାରି ଫେରୁଥିବା ସମୟରେ ବୁଧବାର ରାତି ପ୍ରାୟ ୧ଟା ସମୟରେ ଫୁଲନଖରା ଓଭର ବ୍ରିଜ଼ ନିକଟରେ ହଠାତ ବସ୍‌ର ପଛ ଚକା ଫାଟି ଯିବାରୁ ଗାଡ଼ିଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଫଳରେ ବସ୍‌ରେ ବସିଥିବା ଯାତ୍ରୀଙ୍କ ମଧ୍ୟରୁ ୧୦ଜଣ ଆହତ ହୋଇଥିଲେ । ଖବର ପାଇ ଘଟଣା ସ୍ଥଳରେ ଜାତୀୟ ରାଜପଥ ଟ୍ରାଫିକ ଥାନା ଏସଆଇ ପ୍ରଫୁଲ୍ଲ କୁମାର ଦାଶ ଓ ଅନ୍ୟ ପୋଲିସ କର୍ମଚାରୀଙ୍କୁ ଧରି ଆହତ ମାନଙ୍କୁ କଟକ ବଡ ମେଡିକାଲ ପଠାଇଥିଲେ। ଏଥିସହ ବସ୍‌ଟିକୁ କ୍ରେନ ମାଧ୍ୟମରେ ଉଠାଇ ସଦର ଥାନା ପୋଲିସ ଜିମା ଦେଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଧରଣର ଡକାୟତି ଉଦ୍ୟମ ପଣ୍ଡ: ସିସିଟିଭିରେ କଏଦ ହେଲେ ଦୁର୍ବୁତ୍ତ

ଭବାନୀପାଟଣା,୧୬।୭(ସ୍ବ.ପ୍ର): କଳାହାଣ୍ଡି ଜିଲା ଜୟପାଟଣା ଥାନା ଅନ୍ତର୍ଗତ କଲମପୁର ବ୍ଳକ ଖଣ୍ଡିଡଙ୍ଗରିଗୁଡା ଗାଁରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ବଡ଼ ଧରଣର ଡକାୟତି ପଣ୍ଡ ହୋଇଛି।...

ବ୍ୟବସାୟ କରିବାକୁ ଆସୁଥିବାବେଳେ ଚଢିଗଲା ଟ୍ରକ୍‌

ଆନନ୍ଦପୁର,୨୨ା୧୨(ସ୍ବ.ପ୍ର): କେନ୍ଦୁଝର ଜିଲା ୨୦ ନଂ ଜାତୀୟ ରାଜପଥ ପାର୍ଶ୍ୱ କୋଳିମାଟି ହାଟକୁ ପରିବା ବ୍ୟବସାୟ କରିବାକୁ ଆସୁଥିବା ସମୟରେ ଗୁରୁବାର ଜଣେ ବ୍ୟବସାୟୀଙ୍କର ଦୁର୍ଘଟଣାରେ...

ଘଡଘଡି ସହ ବର୍ଷା ସମ୍ଭାବନା, ୭ଟି ଜିଲାକୁ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର, ୧।୮(ବ୍ୟୁରୋ): ରାଜ୍ୟର କେତେକ ସ୍ଥାନରେ ଘଡଘଡ ସହ ବର୍ଷା ହେବାର ସମ୍ଭାବନା ରହିଛି। ସେଥିପାଇଁ ଅପରାହ୍ଣ ୧ଟା ଯାଏ ସତର୍କ ରହିବାକୁ ୭ଟି ଜିଲାବାସୀଙ୍କୁ...

ରାଜ୍ୟରେ ସୁସ୍ଥ ହେଲେ ଆଉ ୪୧୨୧ କରୋନା ଆକ୍ରାନ୍ତ: ଜାଣନ୍ତୁ କେଉଁ ଜିଲାରୁ କେତେ

ଭୁବନେଶ୍ୱର,୧୬।୯(ବ୍ୟୁରୋ)-ରାଜ୍ୟରେ ବୁଧବାର ଆଉ ୪୧୨୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୭୫୨ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ କଟକରୁ ୪୪୦, ପୁରୀରୁ...

ରାଜ୍ୟରେ ୧ କୋଟି ଟପିଲା ଟିକାକରଣ

ଭୁବନେଶ୍ୱର, ୨୨।୬(ବ୍ୟୁରୋ): ଓଡ଼ିଶାରେ ସୋମବାରଠାରୁ କ୍ୟାମ୍ପେନ୍‌ ମୋଡ଼ରେ ଟିକାଦାନ ଆରମ୍ଭ ହୋଇଛି। ଦୈନିକ ୩ଲକ୍ଷ ଟିକାକରଣ ପାଇଁ ସ୍ବାସ୍ଥ୍ୟ ବିଭାଗ ଲକ୍ଷ୍ୟ ରଖିଥିବାବେଳେ ପ୍ରଥମ ଦିନରେ...

୯୦୭ କିଲୋ ଗଞ୍ଜେଇ ଜବତ: ଦୁଇ ଗିରଫ

କୋରାପୁଟ,୧୦।୫(ସ୍ବ.ପ୍ର.): କୋରାପୁଟ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ଏକ ମିନି ଟ୍ରକରୁ ୯୦୭ କିଲୋଗ୍ରାମ ଗଞ୍ଜେଇ ଜବତ କରାଯାଇଛି। ଏହି ଚଢ଼ାଉରେ ଗାଡିର ଡ୍ରାଇଭର...

କାର୍ଯ୍ୟରେ ଲାଗୁନି ଗୋଷ୍ଠୀ ଶୌଚାଳୟ

ଖଜୁରିପଡ଼ା,୧।୩:  ଜନସାଧାରଣଙ୍କ ହିତ ପାଇଁ ସରକାର କୋଟି କୋଟି ଟଙ୍କା ବ୍ୟୟ ବରାଦ କରି ବିଭିନ୍ନ ପ୍ରକାର ଯୋଜନା କରୁଛନ୍ତି। ପରବର୍ତ୍ତୀ ସମୟରେ ଯୋଜନା ସବୁ...

ଓଡ଼ଗାଁରେ ଲକ୍‌ଡାଉନ

ଓଡଗାଁ, ୨୪।୩(ସ୍ବ. ପ୍ର.): ନୟାଗଡ ଜିଲା ଓଡଗାଁ ଆଦର୍ଶ ଥାନା ଅଞ୍ଚଳରେ ସୋମବାର ସନ୍ଧ୍ୟାରୁ ଲକ୍‌ଡାଉନ୍‌ ପ୍ରଭାବ ଦେଖିବାକୁ ମିଳିଛି। ସାଧାରଣ ଲୋକେ କରୋନାର ଭୟାବହତାକୁ...

Advertisement
Archives

Model This Week