Posted inଜାତୀୟ

ତ୍ୱରିତ ନ୍ୟାୟ ପ୍ରକୃତ ନ୍ୟାୟକୁ କ୍ଷତି ପହଞ୍ଚାଏ…

ନୂଆଦିଲ୍ଲୀ, ୨୩।୪ : ଦେଶର ନ୍ୟାୟିକ ବ୍ୟବସ୍ଥା ଉପରେ ଲୋକଙ୍କର ଆସ୍ଥା ଓ ବିଶ୍ୱାସ ରହିଛି। ଏପରିସ୍ଥଳେ କେତେକେ ତ୍ୱରିତ ନ୍ୟାୟ ପାଇଁ ଆଶା ରଖିଥାନ୍ତି। କିନ୍ତୁ ତ୍ୱରିତ ନ୍ୟାୟ ପ୍ରକୃତ ନ୍ୟାୟକୁ କ୍ଷତି ପହଞ୍ଚାଇଥାଏ ବୋଲୀ ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତି ଏନ୍‌ଭି ରମନା ଶନିବାର କହିଛନ୍ତି। ଚେନ୍ନାଇର ମାଡ୍ରାସ୍‌ ହାଇକୋର୍ଟର ପ୍ରତିଷ୍ଠା ଦିବସ ଅବସରରେ ରମନା ଏଭଳି ମତପୋଷଣ କରିଛନ୍ତି। ବିଚାରରେ ଉପଯୁକ୍ତ ନ୍ୟାୟ ପ୍ରଦାନ କରିବା ଏକ ସାମ୍ବିଧାନିକ କର୍ତ୍ତବ୍ୟ ସହିତ ସାମାଜିକ ଦାୟିତ୍ୱବୋଧ ମଧ୍ୟ।

ବିଚାରପତି ସାମାଜିକ ବାସ୍ତବିକତା ସମ୍ପର୍କରେ ଭଲଭାବେ ଅବଗତ ହେବା ଆବଶ୍ୟକ। ଏହା ସହିତ ସେମାନେ ସାମାଜିକ ପରିବର୍ତ୍ତନକୁ ପୁଙ୍ଖାନୁପୁଙ୍ଖଭାବେ ଅନୁଧ୍ୟାନ କରି ଆବଶ୍ୟକତା ଅନୁରୂପ ନ୍ୟାୟ ପ୍ରଦାନ କରିବା ଅପରିହାର୍ଯ୍ୟ। ବ୍ୟସ୍ତ ବହୁଳ ଜୀବନରେ ଇନଷ୍ଟାଣ୍ଟ୍‌ କଫି ଅବା ନୁଡୁଲ୍ସ ଭଳି ଲୋକେ ଶୀଘ୍ର ନ୍ୟାୟ ଲାଗି ଆଶାବାଦୀ ହେଉଛନ୍ତି। ମାତ୍ର ଏହା ପ୍ରକୃତ ନ୍ୟାୟ ପ୍ରଦାନ କ୍ଷେତ୍ରରେ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ। କୌଣସି ରାୟ ପ୍ରଦାନ କରିବା ପୂର୍ବରୁ ବିଚାରପତିଙ୍କୁ କେତେକ ମାନଦଣ୍ଡକୁ ବିଚାର ପରିସରଭୁକ୍ତ କରିବାକୁ ପଡ଼ିଥାଏ।

ସେଥିମଧ୍ୟରେ ସାମାଜିକ ଆର୍ଥିକ କ୍ଷେତ୍ରକୁ ମଧ୍ୟ ବିଚାର ସମୟରେ ଅନ୍ତର୍ଭୁକ୍ତ କରାଯାଇଥାଏ। ବିଚାରପତିଙ୍କ ମାନସିକତା ଏବଂ ସମାଜର ଆବଶ୍ୟକତା ମଧ୍ୟରେ ଅନ୍ତର ରହିବା ଅନୁଚିତ ବୋଲି ସେ କହିଛନ୍ତି। ସମସ୍ୟାରେ ପଡ଼ିଥିବା ଲୋକେ ଦେଶର ନ୍ୟାୟିକ ବ୍ୟବସ୍ଥାର ଦ୍ୱାରସ୍ଥ ହେବା ସହିତ ନିଜର ଅଧିକାରକୁ ସୁରକ୍ଷିତ ରଖିବା ପ୍ରୟାସ କରିଥାନ୍ତି। ଏପରିସ୍ଥଳେ ସେମାନଙ୍କ ଆସ୍ଥା ଏବଂ ବିଶ୍ୱାସକୁ ବଜାୟ ରଖିବା ଜରୁରୀ।

ବିଚାରପତିଙ୍କ ଅଭାବ ନ୍ୟାୟିକ ବ୍ୟବସ୍ଥା ପ୍ରତି ଏକ ଆହ୍ବାନ। ଦେଶରେ ୧.୧୦୪ ସ୍ବୀକୃତି ପ୍ରାପ୍ତ ହାଇକୋର୍ଟ ବିଚାରପତିଙ୍କ ସଂଖ୍ୟା ଥିବାବେଳେ ସେଥିମଧ୍ୟରୁ ୩୮୮ ଖାଲି ପଡ଼ିଛି। ଏହାଦ୍ୱାରା ଦେଶରେ ବହୁ ମାମଲାର ବିଚାର ସମ୍ଭବ ହୋଇ ପାରୁ ନାହିଁ ବୋଲି ସେ ମିପୋଷଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପିଡିପି ନେତାଙ୍କ ଘର ଉପରେ ଆତଙ୍କବାଦୀ ଆକ୍ରମଣ: ପିଏସ୍‌ଓ ଆହତ

ଜମ୍ମୁ,୧୪ ।୧୨: ଜମ୍ମୁ-କଶ୍ମୀରରେ ଜଣେ ପିଡିପି ନେତାଙ୍କ ଘର ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଥିବା ସୂଚନା ମିଳିଛି । ଏହି ଆକ୍ରମଣରେ ଜଣେ ପିଏସ୍‌ଓ ବା...

କ୍ରୁଜ୍‌ରେ ଡ୍ରଗ୍ସ ପାର୍ଟି ମାମଲା: ଓଡ଼ିଶା ଲିଙ୍କ୍‌

ମୁମ୍ବାଇ, ୫ା୧୦: କ୍ରୁଜ୍‌ରେ ଡ୍ରଗ୍ସ ପାର୍ଟି ମାମଲାରେ ବଲିଉଡ୍‌ କିଙ୍ଗ୍‌ ଖାନ୍‌ ଶାହରୁଖଙ୍କ ପୁଅ ଆର୍ୟନଙ୍କ ସହ ୧୬ଜଣଙ୍କୁ ଏନ୍‌ସିବି ଗିରଫ କରିଛି। ରବିବାର ଏନ୍‌ସିବି...

ରାଜଧାନୀରୁ ବାବର ଖାଲ୍‌ସା ଆତଙ୍କବାଦୀ ଗିରଫ: ଟାର୍ଗେଟରେ ଥିଲେ ରାଜନେତା

ନୂଆଦିଲ୍ଲୀ, ୭।୯: ଆତଙ୍କବାଦୀ ସଂଗଠନ ବାବର ଖାଲ୍‌ସାର ୨ ସଦସ୍ୟଙ୍କୁ ରାଜଧାନୀ ଦିଲ୍ଲୀରୁ ସୋମବାର ଗିରଫ କରାଯାଇଛି। ଦୁଇ ଆତଙ୍କବାଦୀ ଦିଲାଓ୍ବର ସିଂ ଏବଂ କିଲଓ୍ବନ୍ତ...

ଭାଜପାରେ ସାମିଲ ହେଲେ ଏହି ସ୍ବର୍ଣ୍ଣ ବିଜୟିନୀ ମହିଳା ଶୁଟର୍‌

ନୂଆଦିଲ୍ଲୀ, ୪।୧୦: ବିହାର ନିର୍ବାଚନ ପୂର୍ବରୁ ଦିଗଂବତ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଗ୍‌ବିଜୟ ସିଂଙ୍କ ଝିଅ ତଥା ଜାତୀୟସ୍ତରର ମହିଳା ଶୁଟର୍‌ ଶ୍ରେୟାସୀ ସିଂ ଭାଜପାରେ ସାମିଲ...

ରାଷ୍ଟ୍ରପତିଙ୍କୁ ରିପୋର୍ଟ ଦେଲେ ପଞ୍ଚଦଶ ଅର୍ଥ କମିଶନ

ନୂଆଦିଲ୍ଲୀ, ୧୦।୧୧: ଅଧ୍ୟକ୍ଷ ଏନ୍‌.କେ. ସିଂଙ୍କ ନେତୃତ୍ୱରେ ପଞ୍ଚଦଶ ଅର୍ଥ କମିଶନ ଏହାର ୨୦୨୧-୨୨ରୁ ୨୦୨୫-୨୬ ଆର୍ଥତ୍କ ବର୍ଷ ପର୍ଯ୍ୟନ୍ତ ଚୂଡ଼ାନ୍ତ ରିପୋର୍ଟ ସୋମବାର ରାଷ୍ଟ୍ରପତି...

ଧାର୍ମିକ କଠୋରତା-ଆକ୍ରାମକ ରାଷ୍ଟ୍ରବାଦ କବଳରେ ପଡ଼ିଛି ଦେଶ: ହମିଦ୍‌ ଅନସାରୀ

ନୂଆଦିଲ୍ଲୀ,୨୧।୧୧: କରୋନା ମହାମାରୀ ପୂର୍ବରୁ ଦେଶରେ ଧାର୍ମିକ କଠୋରତା ଏବଂ ଆକ୍ରାମକ ରାଷ୍ଟ୍ରବାଦ କବଳରେ ପଡ଼ିଛି। ଏହାଦ୍ୱାରା ଲୋକଙ୍କ ମଧ୍ୟରେ ବିଭାଜନ ଚିନ୍ତା ଧାରା ସୃଷ୍ଟି...

ବିଚାରପତି ନିଯୁକ୍ତିରେ ସିଜେଆଇ ରମନାଙ୍କ ରେକର୍ଡ…

ନୂଆଦିଲ୍ଲୀ, ୭।୮ : ଉଚ୍ଚ ନ୍ୟାୟପାଳିକାରେ ସର୍ବାଧିକ ସଂଖ୍ୟକ ବିଚାରପତି ନିଯୁକ୍ତି କରିବାରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ.ଭି ରମନା ଦେଶର ପ୍ରଥମ ପ୍ରଧାନ ବିଚାରପତି...

ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ ହେଲା ସଂସଦର ଶୀତ ଅଧିବେଶନ

ନୂଆଦିଲ୍ଲୀ,୨୨।୧୨: ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ ହୋଇଛି ସଂସଦର ଶୀତ ଅଧିବେଶନ। ବୁଧବାର ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁ...

Advertisement
Archives

Model This Week