Posted inଜାତୀୟ

ଆୟୁର୍ବେଦ ଶିକ୍ଷାର୍ଥୀଙ୍କ ପାଇଁ ବିଦେଶରେ ସୁଯୋଗ: ଜାପାନ-ଜର୍ମାନୀରେ ମିଳିବ ନିଯୁକ୍ତି…

ଡେରାଡୁନ,୬।୭ : ଜାପାନ ଏବଂ ଜର୍ମାନୀର ଭାରତୀୟ ଆୟୁର୍ବେଦ ଶିକ୍ଷାର୍ଥୀମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ରହିଛି। ଉତ୍ତରାଖଣ୍ଡର ମେଡିକାଲ କାଉନସିଲ ଅଫ ଇଣ୍ଡିଆ, ପକ୍ଷରୁ କୁହାଯାଇଛି ଆୟୁର୍ବେଦ କଲେଜରୁ ନର୍ସିଂ, ଯୋଗ, ପଞ୍ଚକର୍ମ, ନାଚୁରୋପାଥି ପାଠ୍ୟକ୍ରମରେ ପାସ ହୋଇଥିବା ଛାତ୍ରଛାତ୍ରୀଙ୍କ ବିବରଣୀ ପ୍ରଦାନ କରିଛି। ଯେଉଁମାନଙ୍କୁ ଦକ୍ଷତା ଏବଂ ରୋଜଗାର ବିଭାଗ ମାଧ୍ୟମରେ ଦକ୍ଷତା ବିକାଶ ତାଲିମ ଦିଆଯିବ ।

ଏହା ପରେ ସେମାନଙ୍କୁ ବିଦେଶରେ ଚାକିରି ଯୋଗାଇ ଦିଆଯିବ। ଜାପାନ ଏବଂ ଜର୍ମାନୀରୁ ନର୍ସିଂ ଏବଂ ଆତିଥ୍ୟ କ୍ଷେତ୍ରରେ ଚାକିରି ପାଇଁ ତାଲିମପ୍ରାପ୍ତ ଯୁବବର୍ଗମାନଙ୍କ ଚାହିଦାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏକ ପ୍ରସ୍ତାବ ଗ୍ରହଣ କରିଛନ୍ତି।

ଏଥିପାଇଁ ମେଡିକାଲ କାଉନସିଲ ଅଫ ଇଣ୍ଡିଆ ଦ୍ୱାରା ସ୍ବୀକୃତିପ୍ରାପ୍ତ ୨୫ ବେସରକାରୀ ଆୟୁର୍ବେଦ ଏବଂ ପାରାମେଡିକାଲ କଲେଜରୁ ଶିକ୍ଷାର୍ଥୀଙ୍କ ତାଲିକା ଲୋଡାଯାଇଛି। ଏହି ପରିପ୍ରେକ୍ଷୀରେ କଲେଜମାନଙ୍କୁ ଏକ ଚିଠି ଦିଆଯାଇଥିଲା। ସଚିବ ଆୟୁଷ ଡକ୍ଟର ପଙ୍କଜ କୁମାର ପାଣ୍ଡେ ମଧ୍ୟ ଆୟୁର୍ବେଦ ଶିକ୍ଷାର୍ଥୀମାନଙ୍କୁ ଦକ୍ଷତା ଏବଂ ନିଯୁକ୍ତି ବିଭାଗ ମାଧ୍ୟମରେ ତାଲିମ ଦେଇ ବିଦେଶରେ ଚାକିରି ସୁଯୋଗ ଯୋଗାଇବା ପାଇଁ ପରିଷଦକୁ ନିର୍ଦ୍ଦେଶନାମା ଦେଇଛନ୍ତି।

ପରିଷଦର ରେଜିଷ୍ଟ୍ରାର ନବର୍ଦା ଗୁସାଇ କହିଛନ୍ତି ଆୟୁର୍ବେଦ ଡାକ୍ତରୀ ଶିକ୍ଷାରେ ଉନ୍ନତି ଆଣିବା ପାଇଁ ନୂତନ ଅଧିବେଶନରୁ ନର୍ସିଂ, ପଞ୍ଚକର୍ମ, ଯୋଗ ଏବଂ ନାଚୁରୋପାଥି ପାଠ୍ୟକ୍ରମରେ ନୂତନ ସିଲାବସ କାର୍ଯ୍ୟକାରୀ ହେବ। ପରିଷଦ ଦ୍ୱାରା ଶୀଘ୍ର ସମସ୍ତ କଲେଜଗୁଡ଼ିକ ପାଇଁ ପାଠ୍ୟକ୍ରମ ପୁସ୍ତକ ଉପଲବ୍ଧ ହେବ । ଏହା ବ୍ୟତୀତ ଚଳିତ ମାସ ଶେଷରୁ ପରୀକ୍ଷା ଆରମ୍ଭ ହେବ। ପରିଷଦ ଦ୍ୱାରା ଶୀଘ୍ର ପରୀକ୍ଷା ତାରିଖ ଘୋଷଣା କରାଯିବ। ପରୀକ୍ଷା ପାଇଁ ଏକ ନୂତନ ଢାଞ୍ଚା ପ୍ରସ୍ତୁତ କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

କିଏ ସେ ଅଭିନେତ୍ରୀ, ଯାହାଙ୍କୁ ୬୨ ବର୍ଷ ବୟସରେ ଦ୍ୱିତୀୟ ବିବାହ କରିବାକୁ ଯୋଜନା କରୁଛନ୍ତି ଗୋବିନ୍ଦା? ସ୍ତ୍ରୀଙ୍କ ଖୁଲାସା ପରେ…

ମୁମ୍ବାଇ: ଆଜିକାଲି ନିଜର କର୍ମ ଜୀବନକୁ ନେଇ କମ୍‌ ବରଂ ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଚର୍ଚ୍ଚାରେ ରହୁଛନ୍ତି ବଲିଉଡ ସୁପରଷ୍ଟାର ଗୋବିନ୍ଦା। ୬୨ ବର୍ଷ ବୟସରେ…

ଦୁଇଟି ସନ୍ତାନର ବାପା ହେବା ପରେ ଶେଷରେ ପ୍ରେମିକାଙ୍କ ହାତ ଧରିଲେ ଅର୍ଜୁନ ରାମପାଲ, ଛୁଟୁଛି ଶୁଭେଚ୍ଛାର ସୁଅ

ମୁମ୍ବାଇ: ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି ଆଉଜଣେ ଅଭିନେତା । ସେ ହେଲେ ବଲିଉଡ ଅଭିନେତା ଅର୍ଜୁନ ରାମପାଲ। ପ୍ରେମିକା ତଥା ସାଉଥ ଆଫ୍ରିକାନ ମଡେଲ ଫ୍ୟାଶନ…

ଏମ୍‌ପିଙ୍କ ପୁଅ ଗାଡ଼ି ଧକ୍କାରେ ଚାଲିଗଲା ଓଡ଼ିଆ ଯୁବତୀଙ୍କ ଜୀବନ

ହାଇଦ୍ରାବାଦ,୨୧।୮: ହାଇଦ୍ରାବାଦରେ ଏମ୍‌ପିଙ୍କ ପୁଅ ଗାଡ଼ି ଧକ୍କାରେ ଜଣେ ଓଡ଼ିଆ ଯୁବତୀଙ୍କ ମୃତ୍ୟୁ ଘଟିଛି। ରାସ୍ତା ପାର୍‌ ବେଳେ ଏମ୍‌ପି ପୁଅଙ୍କ ଏକ ବିଳାସପୂର୍ଣ୍ଣ କାର୍‌ ଯୁବତୀଙ୍କୁ…

ରାସନ କାର୍ଡ ପାଖରେ ନଥିଲେ ବି ମିଳିବ ରାସନ! ଜାଣନ୍ତୁ ସରକାରଙ୍କ ପୂରା ନିୟମ…

ନୂଆଦିଲ୍ଲୀ,୨୧ା୮: ସରକାର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଏବଂ ଅସହାୟ ଲୋକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଯୋଜନା ଚଳାନ୍ତି। ଯଦି ଆପଣ ମଧ୍ୟ ସରକାରୀ ରାସନରୁ ଉପକୃତ ହେଉଛନ୍ତି, ତେବେ…

ନିଯୁକ୍ତି ମେଳାରେ ୧୩୭ ପ୍ରାର୍ଥୀ ଚୟନ

କୋରାପୁଟ,୨୧ା୮(ଅମିତାଭ ବେହେରା): ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ (ସିୟୁଓ) ପକ୍ଷରୁ ବୋର୍ଡ ଅଫ ପ୍ରାକ୍ଟିକାଲ ଟ୍ରେନିଂ (ଇଷ୍ଟର୍ଣ୍ଣ ରିଜିଅନ) ସହଯୋଗରେ ସୁନାବେଡ଼ାସ୍ଥିତ ବିଶ୍ୱବିଦ୍ୟାଳୟ ପରିସରରେ ସ୍ନାତକ ଛାତ୍ରୀଛାତ୍ରଙ୍କ ପାଇଁ…

ପ୍ରଶାସନିକ ଉଦାସୀନତା: ରାସ୍ତାରେ ଆଣ୍ଠୁଏ କାଦୁଅ, ଯାତାୟାତରେ ସମସ୍ୟା ନେଇ…

ଜମନକିରା,୨୧ା୮(ରବୀନ୍ଦ୍ର ପ୍ରସାଦ ଦାନୀ): ଗ୍ରାମାଞ୍ଚଳରେ ଯାତାୟାତ ସୁବିଧା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ପ୍ରଶାସନିକ ଉଦାସୀନତା ଓ ଦୂରଦୃଷ୍ଟିହୀନ କାର୍ଯ୍ୟ ଯୋଗୁ…

ବରିଷ୍ଠ IPS ସ୍ତରରେ ଅଦଳବଦଳ: ଜାଣନ୍ତୁ କାହାକୁ କେଉଁ ଦାୟିତ୍ୱ

ଭୁବନେଶ୍ୱର,୨୧।୮: ରାଜ୍ୟ ସରକାର ବରିଷ୍ଠ IPS ସ୍ତରରେ ଅଦଳବଦଳ କରିଛନ୍ତି। ପୋଲିସ ପ୍ରଶାସନକୁ ଅଧିକ ସୁଦୃଢ଼ ଓ ସକ୍ରିୟ କରିବା ଲକ୍ଷ୍ୟରେ ବରିଷ୍ଠ IPS ଅଧିକାରୀମାନଙ୍କୁ ବିଭିନ୍ନ…

ମେଗା ଷ୍ଟିଲ୍‌ ପ୍ଲାଣ୍ଟ ପାଇଁ ଗ୍ରାମସଭା, ପ୍ରଭାବିତ ଗ୍ରାମ୍ୟ କମିଟି ତରଫରୁ ଗାଁରେ ବିରୋଧ କରାଯିବାରୁ…

ପାଟଣା,୨୧ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ଅନ୍ତର୍ଗତ ଚେମେଣା ଓ ଯମୁନା ପୋଷି ପଞ୍ଚାୟତ ୧୨ଟି ମୌଜାକୁ ନେଇ ପ୍ରସ୍ତାବିତ ମେଗା ଷ୍ଟିଲ ପ୍ଲାଣ୍ଟ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri