ଏହି ଶିକ୍ଷିତ ରାଜ୍ୟରେ ସବୁଠୁ ଅଧିକ ବୃଦ୍ଧି ପାଉଛି ଗର୍ଭପାତ ମାମଲା, ନୂଆ ତଥ୍ୟ କୁହେ…

ନୂଆଦିଲ୍ଲୀ,୨୮ା୬: ଗର୍ଭପାତ କରାଇବାରେ ମହିଳାଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଉଦାହରଣ ସ୍ବରୁପ ଯଦି ଜଣେ ମହିଳା ଗର୍ଭପାତ ପାଇଁ ଡାକ୍ତରଖାନା ଯାଆନ୍ତି, ତେବେ ତାଙ୍କୁ ଅନେକ ପ୍ରକାରର ପ୍ରଶ୍ନ ପଚରାଯାଏ। ଏପରିକି ଅନେକ ଡାକ୍ତର କାରଣ ନ ଜାଣି ଗର୍ଭପାତ କରିବାକୁ ମନା କରିଦିଅନ୍ତି। ଆମ ସମାଜରେ ଗର୍ଭପାତକୁ ଏପରି ଦେଖାଯାଏ ଯେପରି ମହିଳାଙ୍କ ଶରୀର ଉପରେ ଯେମିତି କୌଣସି ଅଧିକାର ନାହିଁ।

କେରଳର ମହିଳାମାନେ ସେମାନଙ୍କର ପ୍ରଜନନ ସ୍ବାସ୍ଥ୍ୟ ବିଷୟରେ ବହୁତ ସଚେତନ ହୋଇସାରିଛନ୍ତି। ସ୍ବାସ୍ଥ୍ୟ ପରିଚାଳନା ସୂଚନା ପ୍ରଣାଳୀ (HMIS) ଅନୁଯାୟୀ, ଗତ ୯ ବର୍ଷ ମଧ୍ୟରେ କେରଳରେ ଗର୍ଭପାତ ମାମଲାରେ ୭୬%ରୁ ଅଧିକ ବୃଦ୍ଧି ପାଇଛି। MTP (ସଂଶୋଧନ) ଆଇନ, ୨୦୨୧ ଅନୁଯାୟୀ, ଗର୍ଭପାତର ଗ୍ରହଣୀୟ ସୀମା ୨୦ରୁ ୨୪ ସପ୍ତାହକୁ ବୃଦ୍ଧି କରାଯାଇଛି।

ରିପୋର୍ଟ ଅନୁଯାୟୀ, ୨୦୧୪-୧୫ରେ ମୋଟ୍‌ ୧୭,୦୨୫ ଗର୍ଭପାତ ହୋଇଥିଲା। ସେହି ସମୟରେ, ୨୦୨୩-୨୪ରେ ପ୍ରାୟ ୩୦୦୦୦ ଗର୍ଭପାତ ମାମଲା ରିପୋର୍ଟ ହୋଇଛି। ଯେଉଁଥିରେ ୨୧୨୮୨ଟି ମାମଲା ଘରୋଇ ହସ୍ପିଟାଲରେ ପଞ୍ଜୀକୃତ ହୋଇଥିଲା ଏବଂ କେବଳ ୮୭୫୫ଟି ମାମଲା ସରକାରୀ ହସ୍ପିଟାଲରେ ପଞ୍ଜୀକୃତ ହୋଇଥିଲା।

ସେହିପରି ୨୦୧୫-୧୬ରୁ ୨୦୨୪-୨୫ ପର୍ଯ୍ୟନ୍ତ, କେରଳରେ ମୋଟ୍‌ ୧,୯୭୭୮୨ ଟି ଗର୍ଭପାତ ମାମଲା ପଞ୍ଜୀକୃତ ହୋଇଥିଲା। ଏଥିମଧ୍ୟରୁ କେବଳ ୬୭୦୦୪ଟି ସରକାରୀ ହସ୍ପିଟାଲରେ ପଞ୍ଜୀକୃତ ହୋଇଥିଲା ଏବଂ ମୋଟ୍‌ ଗର୍ଭପାତର ୧,୩୦,୭୭୮ ଟି ମାମଲା ଘରୋଇ ହସ୍ପିଟାଲରେ ପଞ୍ଜୀକୃତ ହୋଇଥିଲା। ତଥ୍ୟରେ ମହିଳାମାନଙ୍କ ସମ୍ମତିରେ ଏବଂ ସେମାନଙ୍କ ସମ୍ମତି ବିରୋଧରେ ଉଭୟ ପ୍ରକାରର ଗର୍ଭପାତ ଅନ୍ତର୍ଭୁକ୍ତ।

ଅଧିକାଂଶ ଲୋକ ଗର୍ଭପାତକୁ ଭୁଲ ଦୃଷ୍ଟିରେ ଦେଖନ୍ତି। କିନ୍ତୁ ବାସ୍ତବରେ ଅଧିକାଂଶ ଗର୍ଭପାତ ଏପରି ହୋଇଥାଏ, ଯାହା ମହିଳାଙ୍କ ସ୍ବାସ୍ଥ୍ୟକୁ ଧ୍ୟାନରେ ରଖି କରାଯାଏ। କିନ୍ତୁ କିଛି ଗର୍ଭପାତ ମଧ୍ୟ ଅଛି ଯାହା ମହିଳାଙ୍କୁ ବାଧ୍ୟ କରି କରାଯାଏ। ତେଣୁ ଜଣେ ମହିଳା ଗର୍ଭପାତ କରୁଛନ୍ତି ବୋଲି ଡାକ୍ତରମାନେ ଆପତ୍ତି କରିବା ଉଚିତ୍‌ ନୁହେଁ, ବରଂ ସେମାନଙ୍କୁ ମହିଳାମାନଙ୍କୁ ସେମାନଙ୍କ ସ୍ବାସ୍ଥ୍ୟ ବିଷୟରେ ସଚେତନ କରିବା ଉଚିତ୍‌।

ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଚିନ୍ତା ପ୍ରକାଶ କରି କହିଛନ୍ତି ଯେ, ଲୋକମାନେ ଗର୍ଭପାତ ପାଇଁ ଘରୋଇ ହସ୍ପିଟାଲକୁ ବାଛୁଛନ୍ତି। ସେମାନେ କହିଛନ୍ତି, ଘରୋଇ ହସ୍ପିଟାଲ ଉପରେ ନିର୍ଭରଶୀଳତା ବୃଦ୍ଧି ପାଇବାର ମୁଖ୍ୟ କାରଣ ହେଉଛି ଗୋପନୀୟତା। ତେଣୁ ସରକାରୀ ହସ୍ପିଟାଲଗୁଡ଼ିକୁ ମଧ୍ୟ ସମୟ ସହିତ ଏକ ଉତ୍ତମ ଭିତ୍ତିଭୂମିରେ ପ୍ରବେଶ କରାଇବା ଉଚିତ୍‌।

ବିଶେଷଜ୍ଞମାନେ କହିଛନ୍ତ, ଗର୍ଭପାତ କରୁଥିବା ଅଧିକାଂଶ ମହିଳା ସେମାନଙ୍କ ଅଧିକାର ବିଷୟରେ ସଚେତନ ହେଉଛନ୍ତି। ଆଜିର ମହିଳାମାନେ ନିଜ ଜୀବନ ସହିତ ବିପଦ ନେବାକୁ ଚାହାନ୍ତି ନାହିଁ। ସେମାନେ ଉତ୍ତମ କାର୍ଯ୍ୟକ୍ଷମ ଯତ୍ନ ଏବଂ ଗର୍ଭପାତ ପରବର୍ତ୍ତୀ ସହାୟତା ଏବଂ ଗୋପନୀୟତା ପାଇଁ ଘରୋଇ ହସ୍ପିଟାଲଗୁଡ଼ିକୁ ବିଶ୍ୱାସ କରନ୍ତି।

ଅନ୍ୟପକ୍ଷରେ ସରକାରୀ ହସ୍ପିଟାଲଗୁଡ଼ିକ ଗର୍ଭପାତ ପାଇଁ ମହିଳାଙ୍କଠାରୁ ବିବାହ ପ୍ରମାଣପତ୍ର ଭଳି ଜିନିଷ ଦାବି କରନ୍ତି। ଯାହା ମହିଳାଙ୍କୁ ନିରୁତ୍ସାହିତ କରେ। ସେଥିପାଇଁ ମହିଳାମାନେ ସରକାରୀ ହସ୍ପିଟାଲ ବଦଳରେ ଘରୋଇ ହସ୍ପିଟାଲକୁ ଯିବାକୁ ପସନ୍ଦ କରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

ମଧ୍ୟପ୍ରଦେଶ ଟ୍ରାଜେଡ଼ି: ୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯।୯: ମଧ୍ୟପ୍ରଦେଶକୁ ବୁଲିବାକୁ ତଥା ଦେବଦର୍ଶନ ପାଇଁ ଯାଇଥିବା ଓଡ଼ିଶାର ଗୋଟିଏ ପରିବାରର ୭ ଜଣ ସଦସ୍ୟଙ୍କର ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଅକାଳ ମୃତ୍ୟୁ ଘଟଣାରେ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ଆରମ୍ଭ ହେଲା ଏସିଆନ ଗେମ୍ସ, ମନୁ ଭାକର, ପବନ ଶେରାଓ୍ବତ ନେଲେ ଭାରତର ନେତୃତ୍ୱ

ନାଗୋୟା,୧୯ା୯: ଦିନକର ସାଙ୍ଗଠନିକ ସ୍ଥାନୀୟ ମିଜୁହୋ ପାର୍କ ଆଥଲେଟିକ୍‌ ଷ୍ଟାଡିୟମରେ ରଙ୍ଗାରଙ୍ଗ ହାଇଟେକ୍‌ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ସହ ୨୦ତମ ଏସିଆନ ଗେମ୍ସ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି।…

ଡେଭିିସ କପ୍‌ରେ ଭାରତକୁ ହରାଇଲା କୋରିଆ

ସିଓଲ, ୧୯ା୯: ଏସିଆର ପ୍ରଥମ ଦେଶ ଭାବେ ଡେଭିସ କପ୍‌ ଫାଇନାଲ-୮ରେ ପ୍ରବେଶ ପାଇଁ ମିଳିଥିବା ଏକ ଐତିହାସିକ ସୁଯୋଗକୁ ହରାଇଛି ଭାରତ। ଅନୁଷ୍ଠିତ କ୍ୱାଲିଫାୟର-୨ରେ କୋରିଆ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ସେମିଷ୍ଟର ପ୍ରଶ୍ନପତ୍ର ଲିକ୍‌

ଜୟପୁର,୧୯ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା +୩ ଦ୍ବିତୀୟ ସେମିଷ୍ଟର ପରୀକ୍ଷାର ଏଇସିସି ଏବିଲିଟି ଏନ୍‌ହାନ୍ସମେଣ୍ଟ କୋର୍ସ ବାଧ୍ୟତାମୂଳକ ଇଂଲିଶ ପ୍ରଶ୍ନପତ୍ର…

ପିଲାସାଲୁଙ୍କି ଜଳଭଣ୍ଡାରରୁ ଜଳ ନିଷ୍କାସନ: ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା, ଜାରି ହେଲା ହାଇ-ଅଲର୍ଟ!

ଖଜୁରୀପଡ଼ା,୧୯ା୯(ବିଦୁର ବେହେରା): ବଙ୍ଗୋପସାଗରରେ ସୃଷ୍ଟ ସକ୍ରିୟ ଲଘୁଚାପ ପ୍ରଭାବରେ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ପିଲାସାଲୁଙ୍କି ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଦେଖାଦେଇଛି। ଜଳଭଣ୍ଡାରର…

ଦୁଆଙ୍କୁ ମିଳିଲା ସାନ ଭଉଣୀ: ଦ୍ୱିତୀୟ କନ୍ୟାରତ୍ନଙ୍କୁ ସ୍ୱାଗତ କଲେ ‘ଦୀପବୀର୍‌’

ମୁମ୍ବାଇ: ବଲିଉଡ୍‌ର ଚର୍ଚ୍ଚିତ ତଥା ଲୋକପ୍ରିୟ ଯୋଡ଼ି ଦୀପିକା ପାଦୁକୋନ୍‌ ଏବଂ ରଣବୀର୍‌ ସିଂହଙ୍କ ଘରକୁ ଆସିଛି ନୂଆ ଅତିଥି। ଶନିବାର ଏହି ଷ୍ଟାର୍‌ ଦମ୍ପତିଙ୍କ କୋଳକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?