Posted inUncategorized

ଗର୍ଭସ୍ଥ ସନ୍ତାନଠାରେ ସମସ୍ୟା ଥିଲେ ଗର୍ଭପାତ କରାଯାଇ ପାରିବ, ହାଇକୋର୍ଟଙ୍କ ରାୟ

ମୁମ୍ବାଇ,୨୫।୧୧: ଏକ ମାମଲାର ବିଚାର କରି ମୁମ୍ବାଇ ହାଇକୋର୍ଟ କହିଛନ୍ତି ଯେ, ଗର୍ଭସ୍ଥ ସନ୍ତାନଠାରେ ସମସ୍ୟା ଥିଲେ ଗର୍ଭପାତ କରାଯାଇ ପାରିବ। ବିଚାରପତି ଏସ.ଜେ.କାଥଓ୍ବାଲା ଏବଂ ମାଧବ ଜାମଦାରଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କହିଛନ୍ତି ଯେ, ଗର୍ଭସ୍ତ ସନ୍ତାନଠାରେ ସମସ୍ୟା ଥିଲେ ଜଣେ ଗର୍ଭବତୀଙ୍କ ଉପରେ ଚାପ ପକାଇବା ଠିକ୍‌ ନୁହେଁ। ଏହା ଦ୍ୱାରା ତାଙ୍କର ମୌଳିକ ଅଧିକାରର ଉଲ୍ଲଂଘନ ହୋଇଥାଏ। ଗର୍ଭବତୀଙ୍କ ସ୍ବାସ୍ଥ୍ୟ ଉପରେ ନକରାତ୍ମକ ପ୍ରଭାବ ପଡ଼ିବାରେ ଆଶଙ୍କା ଥିବା ସ୍ତଳେ ଗର୍ଭପାତ କରାଯିବାରେ କୌଣସି ଅସୁବିଧା ନାହିଁ ବୋଲି ଖଣ୍ଡପୀଠ କହିଛନ୍ତି। ଏଭଳି ସ୍ଥିତିରେ କୌଣସି ଭ୍ରୁଣକୁ ରଖାଯାଇ ପାରିବ ନାହିଁ।

ଜଣେ ୩୦ ବର୍ଷ ବୟସ୍କା ମହିଳାଙ୍କର ୨୫ ସପ୍ତାହର ଭ୍ରୁଣକୁ ଗର୍ଭପାତ କରାଇବାକୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ମେଡ଼ିକାଲ ଟର୍ମିନେଶନ ପ୍ରେଗାନ୍ସି ଆକ୍ଟ-୨୦୨୧ର ଧାରା ୩-୨-ବି ଅନୁସାରେ ଆବଶ୍ୟକ ସ୍ଥଳେ ୨୦ ସପ୍ତାହ ପୂର୍ବରୁ ଉପଯୁକ୍ତ କାରଣ ଆଧାରରେ ଗର୍ଭପାତ କରାଯିବାକୁ ଅନୁମତି ପ୍ରଦାନ କରାଯାଇଥାଏ। ତେବେ ୨୪ ସପ୍ତାହ ପରେ ଏଭଳି ଉଚିତ ନୁହେଁ। ଏହା ଦ୍ୱାରା ସମ୍ପୃକ୍ତ ମହିଳାଙ୍କ ଜୀବନ ପ୍ରତି ବିପଦ ରହିଥାଏ।

ସାର୍‌ ଜେଜେ ଗ୍ରୁପ୍‌ ଅଫ୍‌ ହସ୍ପିଟାଲର ଡାକ୍ତର ଦଳ ମହିଳାଙ୍କ ସ୍ବାସ୍ଥ୍ୟ ଯାଞ୍ଚ୍‌ ସହିତ ଗର୍ଭସ୍ଥ ଭ୍ରୁଣର ପରୀକ୍ଷା ନିରୀକ୍ଷା କରି ଜାଣିପାରିଥିଲେ ଯେ, ଭ୍ରୁଣଠାରେ ଗୁରୁତର ମାଇକ୍ରୋସେଫାଲେ ସମସ୍ୟା ରହିଛି। ସେହିପରି ଏହାର ମସ୍ତିଷ୍କ ପୂର୍ଣ୍ଣ ବିକଶିତ ନୁହେଁ। ତେଣୁ ଡିସେମ୍ବର ୩୧ରେ ଡାକ୍ତରୀ ଦଳ ଗର୍ଭପାତ କରାଇବାକୁ ପରାମର୍ଶ ଦେଇଥିଲେ।
ଏହି ମାମଲା ବିଚାର ପରି ଖଣ୍ଡପୀଠ ମହିଳାଙ୍କୁ ଘରୋଇ ହସ୍ପିଟାଲରେ ଗର୍ଭପାତ କରିବାକୁ ଅନୁମତି ପ୍ରଦାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗରେ ଭାଜପାର ପ୍ରଚଣ୍ଡ ବିଜୟ: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଲେ ରାଷ୍ଟ୍ରପତି ଟ୍ରମ୍ପ

ୱାଶିଂଟନ/କଲିକତା,୫।୫: ପଶ୍ଚିମବଙ୍ଗ ବିଧାନସଭା ର୍ନିବାଚନରେ ଭାରତୀୟ ଜନତା ପାର୍ଟି (ଭାଜପା)ର ଐତିହାସିକ ବିଜୟ ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅଭିନନ୍ଦନ ଜଣାଇଛନ୍ତି।…

ପରାଜୟ ସହିପାରୁନାହାନ୍ତି TMC ସମର୍ଥକ! ବିଜୟ ଶୋଭାଯାତ୍ରା ବେଳେ ଭାଜପା କର୍ମୀଙ୍କୁ ନିର୍ମମ ହତ୍ୟା

କୋଲକାତା,୫।୫: ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ପରେ ପୁଣି ଥରେ ରକ୍ତାକ୍ତ ହୋଇଛି ରାଜ୍ୟର ରାଜନୀତି। ନ୍ୟୁଟାଉନ ଅଞ୍ଚଳରେ ଜଣେ ଭାଜପା କର୍ମୀଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା…

ରାହୁଲଙ୍କ ସହ ହାତ ମିଶାଇବେ ବିଜୟ, ସରକାର ଗଠନ ପାଇଁ ବଡ଼ ରାଜନୈତିକ ଡ୍ରାମା, ଚାଲିଛି…

ଚେନ୍ନାଇ,୫।୫: ତାମିଲନାଡୁ ବିଧାନସଭା ନିର୍ବାଚନ ଶେଷ ହେବା ପରେ ଏକ ବଡ଼ ରାଜନୈତିକ ପରିବର୍ତ୍ତନ ଦେଖିବାକୁ ମିଳିଛି। ପ୍ରଥମ ଥର ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ସୁପରଷ୍ଟାର…

ବିଜୁ ଜନତାଦଳ ରାଜ୍ୟ ସମ୍ପାଦକ ହେଲେ ବିପ୍ଳବ: ଦିଗପହଣ୍ଡିରେ ଦଳୀୟ କର୍ମୀ ଉଲ୍ଲସିତ

ଦିଗପହଣ୍ଡି,୫|୫(ଅଶେଷ ନାଥ ମିଶ୍ର)  ବିଜୁ ଜନତାଦଳ ରାଜ୍ୟ ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର  ରାଜ୍ୟ ଦଳୀୟ ସଙ୍ଗଠନ ର ପୁନର୍ବିନ୍ୟାସ କରିବା ସହ…

ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନ: ମମତା ଇସ୍ତଫା ନ ଦେବାର ଘୋଷଣା ପରେ ବେଙ୍ଗଲରେ ଚହଳ!

କୋଲକାତା,୫।୫: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଫଳାଫଳ ପରେ, ଟିଏମସି ମୁଖ୍ୟ ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ନ ଦେବା ପାଇଁ ଅଟଳ ରହିଛନ୍ତି। ମଙ୍ଗଳବାର ଏକ…

ମମତାଙ୍କ ଯୁଦ୍ଧଂଦେହି ଡାକରା: ଆମେ ନିର୍ବାଚନ ହାରି ନାହୁଁ, ମୁଁ ଇସ୍ତଫା ଦେବି ନାହିଁ…

କୋଲକାତା,୫।୫: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ ମଧ୍ୟ ତୃଣମୂଳ କଂଗ୍ରେସ (TMC) ମୁଖ୍ୟ ମମତା ବାନାର୍ଜୀଙ୍କ ଆଭିମୁଖ୍ୟ କୋହଳ ହୋଇନାହିଁ। ନିର୍ବାଚନ ଫଳାଫଳ ପରେ…

୨ ମାଟ୍ରିକ ପଢୁଆ ଛାତ୍ରୀଙ୍କୁ ଅପହରଣ, ଘରେ ପଡ଼ିଛି ଭାଳେଣି: ଖୋଜୁଛି ପୋଲିସ

ଦିଗପହଣ୍ଡି,୫।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁର ଜଣେ ମାଟ୍ରିକ ପଢୁଥିବା ଛାତ୍ରୀ(୧୬)ଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ଛାତ୍ରୀଙ୍କ…

ଭଞ୍ଜନଗର ଯାତ୍ରାରେ ଜମୁଛି ଭିଡ: ସରକାରଙ୍କ ଦ୍ୱାରା ହେବ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ

ଭଞ୍ଜନଗର,୫।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଠାକୁରାଣୀ ଯାତ୍ରାରେ ଦିନକୁ ଦିନ ଭିଡ ଜମୁଛି। ମଙ୍ଗଳବାର ଯାତ୍ରା ୧୦ ଦିନରେ ପହଞ୍ଚିଛି। ସହର ଅପେକ୍ଷା ଗ୍ରାମାଞ୍ଚଳ ଲୋକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri