Posted inଖେଳ

ଅଭିମନ୍ୟୁ ଈଶ୍ୱରନ ଭାରତ ‘ଏ’ ଅଧିନାୟକ

ମୁମ୍ବାଇ, ୭ା୧(ପି.ଟି.): ଭ୍ରମଣକାରୀ ଇଂଲଣ୍ଡ ଲାୟନ୍ସ ବିପକ୍ଷ ୪ ଦିନିଆ ମ୍ୟାଚ ପାଇଁ ଶନିବାର ୧୩ ଜଣିଆ ଭାରତ ‘ଏ’ କ୍ରିକେଟ ଦଳ ଘୋଷଣା କରାଯାଇଛି। ବେଙ୍ଗଲ ଭେଟେରାନ ଅଭିମନ୍ୟୁ ଈଶ୍ୱରନଙ୍କୁ ଦଳର ଅଧିନାୟକ ଭାବେ ମନୋନୀତ କରାଯାଇଛି। ଦୁଇ ଦଳ ମଧ୍ୟରେ ଏକ ଦୁଇଦିନିଆ ମ୍ୟାଚ ଜାନୁୟାରୀ ୧୨-୧୩ରେ ଅହମଦାବାଦରେ ଖେଳାଯିବ। ପରେ ଜାନୁୟାରୀ ୧୭ରୁ ୨୦ ଚାରିଦିନିଆ ମ୍ୟାଚ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆୟୋଜନ କରାଯାଇଛି। ଭାରତୀୟ ଦଳରେ ସ୍ଥାନ ପାଇଥିବା ଅନ୍ୟ ଖେଳାଳିଙ୍କ ମଧ୍ୟରେ ରହିଛନ୍ତି ସାଇ ସୁଦର୍ଶନ, ରଜତ ପଟିଦାର, କେ.ଏସ୍‌. ଭରତ ଓ ନବଦୀପ ସଇନି। ଭାରତ ‘ଏ’ ଦଳ ଦକ୍ଷିଣ ଆଫ୍ରିକା ଟୁର୍‌ରୁ ଫେରିଛି। ଦଳ ସେଠାରେ ଦୁଇଟି ଅନ୍‌ ଅଫିସିଆଲ ଟେଷ୍ଟ ମ୍ୟାଚ ଖେଳିଛି। ଉଭୟ ମ୍ୟାଚ ଡ୍ର’ ଭାବେ ଶେଷ ହୋଇଛି। ଦକ୍ଷିଣ ଆଫ୍ରିକାରେ ଖେଳାଯାଇଥିବା ସିରିଜରେ ଭରତଙ୍କୁ ଅଧିନାୟକ ମନୋନୀତ କରାଯାଇଥିଲା। ଏହି ଦଳରେ ଈଶ୍ୱରନ ମଧ୍ୟ ଅନ୍ୟତମ ସଦସ୍ୟ ଥିଲେ। ସେ କେବଳ ଗୋଟିଏ ଗେମ୍‌ ଖେଳିବାର ସୁଯୋଗ ପାଇଥିଲେ ଏବଂ ୧୮ ରନ କରିଥିବାବେଳେ ଭରତ ମାତ୍ର ୬ ରନ ସ୍କୋର କରିଥିଲେ। ଦକ୍ଷିଣ ଆଫ୍ରିକାରେ ଭାରତ ‘ଏ’ର ଟପ୍‌ ସ୍କୋରର ଥିଲେ ପ୍ରଦୋଷ ରଞ୍ଜନ ପଲ୍‌। ସେ ୧୬୩ ରନ କରିଥିଲେ। ତାଙ୍କୁ ଇଂଲଣ୍ଡ ଲାୟନ୍ସ ବିପକ୍ଷ ସିରିଜ ପାଇଁ ମନୋନୀତ କରାଯାଇଛି। ଏହି ସିରିଜରେ ତାଙ୍କର ପ୍ରଦର୍ଶନ କିପରି ରହୁଛି ତାହା ଲକ୍ଷ୍ୟ କରିବାର କଥା।

ଭାରତ ‘ଏ’ ଦଳ: ଅଭିମନ୍ୟୁ ଈଶ୍ୱରନ (ଅଧିନାୟକ), ସାଇ ସୁଦର୍ଶନ, ରଜତ ପଟିଦାର, ସର୍ଫରାଜ ଖାନ୍‌, ପ୍ରଦୋଷ ରଞ୍ଜନ ପଲ୍‌, କେ.ଏସ୍‌. ଭରତ (ଉଇକେଟକିପର), ମାନବ ସୁଥର, ପୁଲକିତ ନାରଙ୍ଗ, ନବଦୀପ ସଇନି, ତୁଷାର ଦେଶପାଣ୍ଡେ, ବିଦ୍ୟାଥ କାଭେରାପ୍ପା, ଧ୍ରୁବ ଜୁରେଲ୍‌ (ଉଇକେଟକିପର) ଓ ଆକାଶ ଦୀପ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଶ୍ବିନଙ୍କ ବଡ଼ ଖୁଲାସା; CSK ହେଡ୍ କୋଚ୍ ହେବାକୁ ଏହି ଖେଳାଳିଙ୍କୁ ମିଳିଥିଲା ଅଫର, ହେଲେ…

ଚେନ୍ନାଇ,୨୩।୯: ଆଇପିଏଲ୍‌ ୨୦୨୭ ପାଇଁ ଚେନ୍ନାଇ ସୁପର କିଙ୍ଗ୍ସ (CSK) ଜାହିର ଖାନ୍‌ଙ୍କୁ ନୂଆ ହେଡ୍ କୋଚ୍ ଭାବେ ନିଯୁକ୍ତ କରିଛି। ସେ ଷ୍ଟିଫେନ୍ ଫ୍ଲେମିଂଙ୍କ ସ୍ଥାନ…

ସ୍ବତନ୍ତ୍ର ତକିଆ କିଣିଲେ ବୁମ୍‌ରା: ସବୁ ଗୁମର ଖୋଲିଦେଲେ ସ୍ତ୍ରୀ

ନୂଆଦିଲ୍ଲୀ,୨୩।୯: ୨୦୨୬ ଏସୀୟ କ୍ରୀଡ଼ା ପାଇଁ ଜସପ୍ରୀତ ବୁମରା ଟିମ ଇଣ୍ଡିଆ ସହ ଜାପାନରେ ଅଛନ୍ତି। ସେଠାରେ ସେ ନିଜ ପାଇଁ ବାଛିଥିବା ତକିଆ ଯୋଗୁ ସେ…

ଟି-୨୦ ବୋଲିଂ ରାଙ୍କିଙ୍ଗ୍‌ରେ ହଟଚମଟ: ଦୁନିଆର ନମ୍ବର-୧ ବୋଲର ହେଲେ ପାକିସ୍ତାନର ଏହି ଖେଳାଳି, ଭାରତକୁ ଝଟ୍‌କା!

ନୂଆଦିଲ୍ଲୀ,୨୩।୯: ଆଇସିସି ପକ୍ଷରୁ ଟି-୨୦ ବୋଲରଙ୍କ ନୂଆ ରାଙ୍କିଙ୍ଗ୍‌ ଜାରି କରାଯାଇଛି। ଏଥିରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ପାକିସ୍ତାନର ସ୍ପିନର ଅବରାର ଅହମ୍ମଦ ୭୩୬ ରେଟିଂ…

ଆଇସିସି ଟି-୨୦ ରାଙ୍କିଙ୍ଗ୍‌ରେ ବଡ଼ ଅଦଳବଦଳ: ଜାଣନ୍ତୁ କେଉଁ ଖେଳାଳି କେତେ ସ୍ଥାନରେ…

ନୂଆଦିଲ୍ଲୀ,୨୩।୯: ଆଇସିସି ଟି-୨୦ ରାଙ୍କିଙ୍ଗ୍‌ରେ ପୁଣିଥରେ ବଡ଼ ଅଦଳବଦଳ ଦେଖିବାକୁ ମିଳିଛି। ନୂଆ ରାଙ୍କିଙ୍ଗ୍‌ରେ ଭାରତର ଇଶାନ କିଶନ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ତେବେ ତାଙ୍କ…

ମାତ୍ର ଗୋଟିଏ ମିନିଟରେ ଟିକେଟ ରେଜିଷ୍ଟ୍ରେଶନ ଶେଷ! IND vs WI ମ୍ୟାଚ ପାଇଁ ପ୍ରବଳ ଉତ୍ସାହ

ନୂଆଦିଲ୍ଲୀ,୨୩।୯: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ହେବାକୁ ଥିବା ଦିନିକିଆ (ODI) ସିରିଜ ପାଇଁ ପ୍ରଶଂସକମାନେ ଉତ୍ସାହର ସହ ଅପେକ୍ଷା କରିଛନ୍ତି, କାରଣ ଏଥିରେ ରୋହିତ ଶର୍ମା…

୨୮ ବର୍ଷ ପରେ ପଦକ ଜିତି ଇତିହାସ ସୃଷ୍ଟି କଲେ ମୀରାବାଇ ଚାନୁ

ନୂଆଦିଲ୍ଲୀ,୨୩।୯: ମୀରାବାଇ ଚାନୁ ୨୦୨୬ ଏସୀୟ କ୍ରୀଡ଼ାରେ ରୌପ୍ୟ ପଦକ ଜିତିଛନ୍ତି। ଫାଇନାଲରେ ମୋଟ ୧୯୮ କିଲୋଗ୍ରାମ ଓଜନ ଉଠାଇ ସେ ଏହି ରୌପ୍ୟ ପଦକ ହାସଲ…

ମାତ୍ର ଗୋଟିଏ ବଲ୍‌ ବଦଳାଇଦେଲା ଦେଲା ମ୍ୟାଚ୍‌ର ଫଳାଫଳ: ଭାରତ ସପକ୍ଷରେ ଅମ୍ପାୟାରଙ୍କ ନିଷ୍ପତ୍ତିକୁ ନେଇ ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ,୨୩।୯: ଭାରତ ଓ ଜାପାନ ମଧ୍ୟରେ ଖେଳାଯାଇଥିବା ରୋମାଞ୍ଚକର T20 ମ୍ୟାଚ୍‌ର ଶେଷ ଓଭରରେ ଅମ୍ପାୟାରଙ୍କ ଏକ ନିଷ୍ପତ୍ତିକୁ ନେଇ ଚର୍ଚ୍ଚା ଜୋର ଧରିଛି। ମ୍ୟାଚ୍‌ର ଫଳାଫଳ…

ଇତିହାସ ରଚିଲା ଭାରତ: T20ରେ ଏମିତି କାରନାମା କରିବାରେ ବିଶ୍ୱର ପ୍ରଥମ ଦଳ

ନୂଆଦିଲ୍ଲୀ,୨୩।୯: ଜାପାନ ବିପକ୍ଷରେ ରୋମାଞ୍ଚକର ଭାବେ ୨ ରନ୍‌ର ବିଜୟ ହାସଲ କରିବା ସହ ଭାରତୀୟ କ୍ରିକେଟ ଦଳ ଅନ୍ତର୍ଜାତୀୟ T20 କ୍ରିକେଟ୍‌ରେ ଏକ ବଡ଼ ଇତିହାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?