Posted inଜାତୀୟ

ଅର୍ଥଶାସ୍ତ୍ରୀ ଅଭିଜିତ ସେନଙ୍କ ପରଲୋକ

ନୂଆଦିଲ୍ଲୀ,୩୦ ।୮: ଗ୍ରାମୀଣ ଅର୍ଥ ବ୍ୟବସ୍ଥାର ମୁଖ୍ୟ ବିଶେଷଜ୍ଞ ତଥା ଯୋଜନା ଆୟୋଗର ପୂର୍ବତନ ସଦସ୍ୟ ପ୍ରଫେସର ଅଭିଜିତ ସେନଙ୍କର ପରଲୋକ ହୋଇଛି । ବେଶ କିଛିଦିନ ହେବ ସେ ରୋଗଗ୍ରସ୍ତ ଥିଲେ । ୭୨ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଅଭିଜିତ ସେନଙ୍କ ମୃତ୍ୟୁ ସର୍ମ୍ପକରେ ତାଙ୍କ ଭାଇ ସୂଚନା ଦେଇଛନ୍ତି । ସେ ଚାରି ଦଶକରୁ ଅଧିକ ସମୟର ଏକାଡେମିକ କ୍ୟାରିୟରରେ କିଛି ବଡ ବଡ ସଂସ୍ଥାନରେ ଶିକ୍ଷାଦାନ କରିଛନ୍ତି ।
ଅଭିଜିତ ସେନ ୧୯୮୫ରେ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ ଶିକ୍ଷାଦାନ କରିଛନ୍ତି । ସେଠାରେ ସେ ଆର୍ଥିକ ଅଧ୍ୟୟନ ସମ୍ପର୍କରେ ପଢାଉଥିଲେ । ଏହାପରେ ସେ ଅକ୍ସଫୋର୍ଡ, କେମ୍ବ୍ରିଜ ଓ ଏସେକ୍ସରେ ଅର୍ଥଶାସ୍ତ୍ର ପଠାଇଛନ୍ତି । ଏହା ବ୍ୟତୀତ ସେ ୨୦୦୪-୨୦୧୪ ପର୍ଯ୍ୟନ୍ତ ଯୋଜନା ଆୟୋଗର ସଦସ୍ୟ ଥିଲେ ଓ ୧୯୯୭-୨୦୦୦ ପର୍ଯ୍ୟନ୍ତ କୃଷି ମୂଲ୍ୟ ଓ ମୂଲ୍ୟ ଆୟୋଗର ଚେୟାରମ୍ୟାନ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ରେଳ ନିୟମ! ଟ୍ରେନ ଯାତ୍ରା ସମୟରେ ଏହି ଭୁଲ୍ ପହଞ୍ଚାଇପାରେ ଜେଲ୍

ନୂଆଦିଲ୍ଲୀ,୨୫।୫: ପ୍ରତିଦିନ, ଭାରତରେ ଲକ୍ଷ ଲକ୍ଷ ଲୋକ ଟ୍ରେନରେ ଯାତ୍ରା କରନ୍ତି । କିନ୍ତୁ ଟ୍ରେନରେ ଏପରି କିଛି ନିୟମ ରହିଛି ଯାହାକୁ ଅବମାନନା କଲେ ଜେଲ୍…

ଚର୍ଚ୍ଚାରେ ପଡିଲା ପୂର୍ଣ୍ଣଛେଦ, ବିଜେଡି ଛାଡ଼ିଲେ ରାଜ୍ୟ ସଭା ଏମପି ଦେବାଶିଷ ସାମନ୍ତରାୟ

ଭୁବନେଶ୍ବର,୨୫।୫: ବିଜେଡିକୁ ପୁଣି ଏକ ଝଟକା ମିଳିଛି । ରାଜ୍ୟ ସଭା ଏମପି ଦେବାଶିଷ ସାମନ୍ତରାୟ ବିଜେଡି ଛାଡିଛନ୍ତି । ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ସେ…

କେଏସ୍‌ୟୁବି କଲେଜର ହେବ ବିକାଶ, ନୂଆ ଅଧ୍ୟକ୍ଷ ଲୋଡ଼ିଲେ ବିଧାୟକ-ଉପଜିଲାପାଳଙ୍କ ସହଯୋଗ

ଭଞ୍ଜନଗର,୨୫ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ରାଜ୍ୟର ଏକ ପୁରାତନ ମହାବିଦ୍ୟାଳୟ। ୧୯୬୦ରେ ନିର୍ମିତ ଏହି ମହାବିଦ୍ୟାଳୟ ବ୍ରହ୍ମପୁର ବିଶବିଦ୍ୟାଳୟ…

ଆମେରିକା-ଇରାନ ମଧ୍ୟରେ ବାତିଲ ହୋଇପାରେ ଶାନ୍ତି ଚୁକ୍ତି: ତେହରାନ ଏବେ କାହିଁକି ଦେଇଛି ଚେତାବନୀ? ଜାଣନ୍ତୁ…

ତେହରାନ,୨୫।୫: ଆମେରିକା ଏବଂ ଇରାନ ମଧ୍ୟରେ ଏକ ଶାନ୍ତି ଚୁକ୍ତିନାମା ପାଇଁ ପ୍ରୟାସ ଜାରି ରହିଛି। ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଦାବି କରିଛନ୍ତି ଯେ ଦୁଇ ରାଷ୍ଟ୍ର…

ଉତକେଲାରୁ ବିଶାଖାପାଟଣା ବିମାନ ସେବା ସମ୍ପ୍ରସାରଣ ଦାବି: ଏମ୍‌ପିଙ୍କୁ ଦାବି ଜଣାଇଲେ

କେସିଙ୍ଗା, ୨୫।୫ (ତୁମେଶ୍ୱର ସାହୁ): ଉତକେଲାରୁ ଭୁବନେଶ୍ୱରକୁ ବିମାନ ଉଡାଣ ପ୍ରଥମେ ସପ୍ତାହକୁ ଦୁଇ ଦିନ ଥିବା ବେଳେ ପରେ ସପ୍ତାହକୁ ଛଅ ଦିନ ହୋଇଥିଲା। ସୋମବାର…

ପେଟ୍ରୋଲ-ଡିଜେଲ ମୂଲ୍ୟ ବୃଦ୍ଧି, ସାରା ଦେଶରେ କ’ଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୨୫।୫: ଭାରତ ୯୦ ପ୍ରତିଶତ ଅଶୋଧିତ ତୈଳ ଆମଦାନୀ କରେ। ଏହି ଆମଦାନୀର ଅଧିକାଂଶ ଆରବ ରାଷ୍ଟ୍ରଗୁଡ଼ିକରୁ ଆସିଥାଏ । ତଥାପି ଫେବୃଆରୀ ୨୮ ତାରିଖରୁ, ମଧ୍ୟପ୍ରାଚ୍ୟରେ…

ଦୁଇ ଆଇପିଏସ୍‌ ଅଫିସରଙ୍କୁ ବଦଳି ରାଜ ପ୍ରସାଦ ରାୟଗଡ଼ା ଏସ୍‌ପି

ଗୁଣପୁର,୨୫।୫(ସୁଜାତା ପାଢ଼ୀ):ରାୟଗଡ଼ା ଜିଲାର ଦୁଇ ଆଇପିଏସ୍‌ ଅଧିକାରୀଙ୍କୁ ଶନିବାର ରାଜ୍ୟ ସରକାର ବଦଳି କରିଛନ୍ତି। ଏସ୍‌ପି ସ୍ବାତି ଏସ୍‌. କୁମାରଙ୍କୁ ଏସଟିଏଫ ଭୁବନେଶ୍ୱରକୁ ବଦଳି ହୋଇଛି ।…

ପେଟ୍ରୋଲ-ଡିଜେଲ ଦର ବଢିବା ପରେ କଂଗ୍ରେସ କହିଲା, ‘Inflation Man’s Extortion…’

ନୂଆଦିଲ୍ଲୀ,୨୫।୫: ଗତ ୧୦ ଦିନ ମଧ୍ୟରେ ପେଟ୍ରୋଲ ଏବଂ ଡିଜେଲର ଚତୁର୍ଥ ମୂଲ୍ୟ ବୃଦ୍ଧି ପରେ କଂଗ୍ରେସ ଦଳ ଏହାର ପ୍ରଥମ ପ୍ରତିକ୍ରିୟା ପ୍ରକାଶ କରିଛି। ପ୍ରଧାନମନ୍ତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri