ପାଳ ଭାଡ଼ିତଳୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର

କେନ୍ଦୁଝର,୩୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ତେଲକୋଇ ଥାନା ଅଧୀନ କରଦାଙ୍ଗି ଗ୍ରାମରୁ ଅପହୃତ ନାବାଳକ ଶାନ୍ତନୁ ପାତ୍ର(୧୨)ଙ୍କୁ ପୋଲିସ ଉଦ୍ଧାର କରିଛି। ନାବାଳକ ମୁମୂର୍ଷୁ ଅବସ୍ଥାରେ ଏକ ପାଳ ଭାଡ଼ିତଳେ ପଡ଼ିଥିଲେ। ତାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ତଲକୋଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ଜିଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅନ୍ୟପକ୍ଷେ ପୋଲିସ ଗୁରୁବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ତଲାସୀ କରି ପାଇ ନ ଥିଲା। ଶୁକ୍ରବାର ଭୋର ସମୟରେ ସନ୍ଦିଗ୍ଧଙ୍କ ଘର୍‌ ନିକଟରୁ ମିଳିବା ପୋଲିସ ପାଇଁ ଚିନ୍ତାର କାରଣ ହୋଇଛି।

ସୂଚନା ଅନୁଯାୟୀ, ରିଙ୍କି ଓ ସଞ୍ଜୟ ପାତ୍ରଙ୍କ ପୁଅ ଶାନ୍ତନୁ ଅଗଷ୍ଟ ୨୭ରେ ସାଇକେଲରେ ସାହି ଭିତରକୁ ଯାଇ ନିଖୋଜ ହୋଇଯାଇଥିଲେ। ପରିବାର ଲୋକେ ଖୋଜା ଖୋଜା କରି ପାଇ ନ ଥିଲେ। ତେବେ ପୁଅକୁୁ ଉକ୍ତ ଗ୍ରାମର ଜଣେ ମହିଳା ଗୋଡ଼ହାତ ବାନ୍ଧି ରଖିଥିବା ସୂଚନା ପାଇଥିଲେ।

ଅପହରଣ କରାଯାଇଥିବା ନେଇ ତେଲକୋଇ ଥାନାରେ ଶାନ୍ତନୁଙ୍କ ମା’ ରିଙ୍କି ପାତ୍ର ଅଭିଯୋଗ କରିଥିଲେ। ଗାଁର ଜନୈକା ମହିଳା ତାଙ୍କ ପୁଅ ସହିତ ମିଶି ଘରୁ ଟଙ୍କା ଚୋରି କରୁଥିବା ଅଭିଯୋଗ କରି ଶାନ୍ତନୁଙ୍କୁ ଅଟକ ରଖିଥିଲେ। ତାଙ୍କ ସାଇକେଲକୁ ମଧ୍ୟ ରଖି ଟଙ୍କା ଦେଲେ ସାଇକେଲ ଓ ପୁଅକୁ ଛାଡ଼ିବେ ବୋଲି ନାବାଳକଙ୍କ ପରିବାର ଲୋକେ ଅଭିଯୋଗରେ ଦର୍ଶାଇଛନ୍ତି।

ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ଫୋର୍ସ ଗାଁ ଓ ମହିଳାଙ୍କ ଘରେ ଛାନ୍‌ଭିନ୍ନ କରିଥିଲା। ଗୁରୁବାର ସା ସୁଦ୍ଧା ନାବାଳକଙ୍କ ପତ୍ତା ମିଳି ନ ଥିଲା। ଶୁକ୍ରବାର ଭୋର ସମୟରେ ସନ୍ଦିଗ୍ଧଙ୍କ ଘର ପଛପଟେ ଥିବା ଏକ ପାଳ ଭାଡ଼ିତଳୁ ନବାଳକଙ୍କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଏବେ ତାଙ୍କର ଚିକିତ୍ସା ଚାଲିଛି। ଘଟଣାକୁ ନେଇ ପୋଲିସ ଅଧିକ ତଦନ୍ତ ଚଳାଇଛି। କେନ୍ଦୁଝର ଏସ୍‌ଡିପିଓ ମହେନ୍ଦ୍ର ନାଥ ମୁର୍ମୁ କହିଛନ୍ତି, ସନ୍ଦିଗ୍ଧ ମହିଳାଙ୍କୁ ଅଟକ ରଖାଯାଇ ଘଟଣାର ତଦନ୍ତ ଚାଲିଛି। ତଦନ୍ତ ପରେ ଘଟଣା ସମ୍ପର୍କରେ ଜଣାଇ ଦିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି କୋରାପୁଟରେ ସ୍କୁଲ ଛୁଟି ଘୋଷଣା କଲେ ଜିଲାପାଳ

ଭୁବନେଶ୍ୱର,୧୦।୯: ଲଗାଣ ବର୍ଷା ଯୋଗୁ ଆଜି କୋରାପୁଟ ଜିଲାର ସମସ୍ତ ସ୍କୁଲ ଛୁଟି। ଆଇଏମ୍‌ଡି ପକ୍ଷରୁ ରେଡ ୱାର୍ଣ୍ଣିଂ ଜାରି ପରେ ଜିଲାପାଳ ଛୁଟି ଘୋଷଣା...

ଫାଶ, ବିଷ, ବାଟୁଳିରେ ଯାଉଛି ପକ୍ଷୀଙ୍କ ଜୀବନ

ମହାକାଳପଡ଼ା,୧୦।୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳ ମହାକାଳପଡ଼ା ରେଞ୍ଜ ଅଧୀନ ଜଙ୍ଗଲ ମଧ୍ୟରେ ପକ୍ଷୀମାନେ ବସା ବାନ୍ଧିଛନ୍ତି। ହେଲେ କେତେଜଣ...

୩ ଘଣ୍ଟା ପ୍ରବଳ ବର୍ଷା ସାଙ୍ଗକୁ  ଘଡ଼ଘଡ଼ି, ଜାଣନ୍ତୁ କେଉଁଠି ….

ଭୁବନେଶ୍ୱର,୧୦।୯: ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ଲାଗି ରହିଥିବା ବେଳେ ମଙ୍ଗଳବାର  ୩ ଘଣ୍ଟା ପାଇଁ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବା ନେଇ ପାଣିପାଗ...

ଡିସିପିଙ୍କୁ ଭେଟି ନ୍ୟାୟ ମାଗିଲେ ସୁନିତି, ଭାଜପା ବିଧାୟକ ପ୍ରାର୍ଥୀଙ୍କ ବିରୋଧରେ ଆଣିଥିଲେ ଅଭିଯୋଗ

ଭୁବନେଶ୍ୱର,୯ା୯: ଭାଜପାରୁ ନିଲମ୍ବିତ ହୋଇଥିବା ସୁନିତି ମୁଣ୍ଡ ସୋମବାର ଭୁବନେଶ୍ୱର ଡିସିପି ପ୍ରତୀକ ସିଂଙ୍କୁ ଭେଟିଛନ୍ତି। ଲକ୍ଷ୍ମୀସାଗର ଥାନାରେ ସେପ୍ଟେମ୍ବର ୩ରେ ଭଣ୍ଡାରୀପୋଖରି ଭାଜପା ବିଧାୟକ...

ଲଗାଣ ବର୍ଷା ଯୋଗୁ ସ୍କୁଲ, ଅଙ୍ଗନଓ୍ବାଡି କେନ୍ଦ୍ର ଛୁଟି ଘୋଷଣା କଲେ ଜିଲାପାଳ

ଛତ୍ରପୁର, ୯/୯(ସନ୍ତୋଷ ପାଢ଼ୀ ): ଲଗାଣ ବର୍ଷା ଯୋଗୁ ମଙ୍ଗଳବାର ଗଞ୍ଜାମ ଜିଲାର ସମସ୍ତ ସ୍କୁଲ ଓ ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ ରହିବ। ଏନେଇ ଜିଲାପାଳ...

ଓଡ଼ିଶାରେ ନିର୍ମାଣ ହେବ ଭାରତୀୟ ବାୟୁସେନା ବିମାନର ଇଞ୍ଜିନ୍

ନୂଆଦିଲ୍ଲୀ,୯।୯: ଏସ୍‌ୟୁ-୩୦ ଏମକେଆଇ ବିମାନ ଲାଗି ୨୪୦ ଏଏଲ୍-୩୧ ଏଫପି ଏରୋ ଇଞ୍ଜିନ୍ ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ (ହାଲ୍) ସହ ୨୬,୦୦୦...

ସଂଗଠନରେ ବିଦ୍ରୋହ, ସାଥୀ ମାଓବାଦୀଙ୍କୁ ହତ୍ୟା

ମାଲକାନଗିରି, ୯ା୯(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ ମାଓବାଦୀ ସଂଗଠନରେ ବିଦ୍ରୋହ ଦେଖାଦେଇଛି। ପୋଲିସ ସୂଚନାଦାତା ସନ୍ଦେହରେ କାଙ୍କେର ଜିଲା ପରତାପୁରରେ ପୋଲିସ ଇନ୍‌ଫର୍ମର ସନ୍ଦେହରେ ତେଲୁଗୁ କ୍ୟାଡର...

ବର୍ଷାଜନିତ କ୍ଷୟକ୍ଷତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ: ସଜାଗ ରହିବାକୁ ଜିଲାପାଳଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର,୯।୯: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କର ଦୁଇଦିନିଆ ସମ୍ବଲପୁର ଗସ୍ତରୁ ଫେରିବା ବେଳେ ସମ୍ବଲପୁରଠାରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri