Posted inଖେଳ

ବ୍ୟାଟିଂ କରୁଥିବା ସମୟରେ ଏହି କଥାକୁ ନେଇ ଏବି.ଡି ଭିଲିୟର୍ସଙ୍କୁ ଲାଗେ ଭୟ

ଚେନ୍ନାଇ,୧୫।୪: ବିସ୍ଫୋରକ ବ୍ୟାଟସମ୍ୟାନ୍‌ ଏବି ଡି ଭିଲିୟର୍ସ ପଡିଆକୁ ଓହ୍ଲାଇବା ମାତ୍ରେ ବୋଲରଙ୍କ ଚିନ୍ତା ବଢିଯାଏ। କିନ୍ତୁ ଜାଣିଛନ୍ତି ବ୍ୟାଟିଂ କରୁଥିବାବେଳେ ଡି ଭିଲିୟର୍ସଙ୍କୁ ଡର ଲାଗିଥାଏ। ଅବଶ୍ୟ ଏହା ଆଶ୍ଚର୍ଯ୍ୟର କଥା ହୋିପାରେ କିନ୍ତୁ ସତ, ଏକଥା ନିଜେ ସ୍ବୀକାର କରିଛନ୍ତି ଏବି। ସେ କହିଛନ୍ତି, ଟି-୨୦ ଫର୍ମାଟରେ କମ ସମୟରେ ଅଧିକ ଆହ୍ବାନକୁ ପୂରଣ କରିବାକୁ ପଡିଥାଏ। ସବୁବେଳେ ଫର୍ମରେ ନଜର ଆସୁଥିବା ଡି ଭିଲିୟର୍ସ କହିଛନ୍ତି ଯେ, ପରିସ୍ଥିତି ଅନୁଯାୟୀ ମୁଁ ଯଥାସମ୍ଭବ ଚେଷ୍ଟା ରନ୍‌ କରିବାକୁ ଚେଷ୍ଟା କରେ, ଏହା ଏକ ସାଧାରଣ କଥା ପରି ମନେହୁଏ। କିନ୍ତୁ ପ୍ରକୃତ କଥା ହେଉଛି ଯେ ଆପଣ ପ୍ରତ୍ୟେକ ଥର ମଧ୍ୟମ କ୍ରମରେ ବ୍ୟାଟିଂ କଲେ ପରିସ୍ଥିତି ବଦଳିଯାଏ। କିନ୍ତୁ ସବୁବେଳେ ମନରେ ଭୟ ଥାଏ କାଳେ ବିଫଳ ହୋଇଯିବି। କିନ୍ତୁ ଏହି ବିଫଳତାର ଭୟ ମୋତେ ସବୁବେଳେ ବଲ ଉପରେ ଅଧିକ ଧ୍ୟାନ ଦେବା ଏବଂ ମୌଳିକ ଉନ୍ନତି ପାଇଁ ପ୍ରେରଣା ଦେଇଥାଏ। ଏକ ଭଲ ଆରମ୍ଭକୁ ଯିବାକୁ ଚେଷ୍ଟା କରେ। ପ୍ରଥମ ୨୦ ବଲରେ ଭଲ ଆରମ୍ଭ କରିବା ଜରୁରୀ ଅଟେ ବୋଲି ସେ କହିଛନ୍ତି।

ପ୍ରାୟ ୫ ମାସ ପରେ ପ୍ରଥମ ପ୍ରତିଯୋଗିତାମୂଳକ ମ୍ୟାଚ ଖେଳିଥିବା ଡି ଭିଲିୟର୍ସ ଇଣ୍ଡିଆନ ପ୍ରିମିୟର ଲିଗର ପ୍ରଥମ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

ରାଜ୍ୟ ରାଜନୀତିରେ ଚହଳ: ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କଲେ ନବୀନ

ନୂଆଦିଲ୍ଲୀ/ ଭୁବନେଶ୍ୱର:୨୧।୭: ଓଡ଼ିଶା ତଥା ଜାତୀୟ ରାଜନୀତିରେ ଏକ ବଡ଼ ଧରଣର ହଟଚମଟ ସୃଷ୍ଟି ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ, ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ…

ପୋଲିସ ଟେକିନେବାରୁ ରାଗିଗଲେ ରାହୁଲ, ଏମିତି କହିଲେ ରାଜନୀତିରେ ଚହଳ!

ନୂଆଦିଲ୍ଲୀ,୨୧।୭: ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନରେ ବସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ସମାଜବାଦୀ ପାର୍ଟି (SP) ମୁଖିଆ ଅଖିଲେଶ ଯାଦବ…

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ପୁଣି ଆନ୍ଦୋଳନ ଡାକରା ଦେଲା CJP! ଆଜି ରାତି ୮ଟାରେ ଦିଲ୍ଲୀରେ ହେବ…

ନୂଆଦିଲ୍ଲୀ,୨୧।୭: ନିଟ୍ (NEET) ପେପର ଲିକ୍, କୃଷକଙ୍କ ଆନ୍ଦୋଳନ ଏବଂ ପୋଲିସର ବଳପ୍ରୟୋଗ ବିରୋଧରେ ଦିଲ୍ଲୀରେ ରାଜନୈତିକ ସରଗରମ ବୃଦ୍ଧି ପାଇବାରେ ଲାଗିଛି। ଏହି କ୍ରମରେ କକରୋଚ…

ଚାମ୍ପିୟନ ସ୍ପେନ୍‌ ଦଳକୁ ଭବ୍ୟ ସ୍ବାଗତ

ମାଡ୍ରିଡ୍‌,୨୧ା୭: ସ୍ପେନ୍‌ର ବିଶ୍ୱ ଚାମ୍ପିୟନ ଫୁଟବଲ ଦଳ ମଙ୍ଗଳବାର ସ୍ବଦେଶ ଫେରିଛି। ଦଳକୁ ସ୍ବାଗତ କରିବା ପାଇଁ ପାଖାପାଖି ୨୦ ଲକ୍ଷ ପ୍ରଶଂସକ ମାଡ୍ରିଡ୍‌ ରାସ୍ତାରେ ଏକତ୍ରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri