ଶୁଟିଂ ସମୟରେ ଏହି ପ୍ରସିଦ୍ଧ ଅଭିନେତାଙ୍କୁ ହୃଦ୍‌ଘାତ

ସୁପର୍‌ହିଟ ମ୍ୟୁଜିକାଲ ଡ୍ରାମା ଫିଲ୍ମ ‘ଆଶିକ୍‌’ର ପ୍ରସିଦ୍ଧ ଅଭିନେତା ରାହୁଲ ରାୟଙ୍କୁ ହୃଦ୍‌ଘାତ ହୋଇଛି। ତାଙ୍କୁ ମୁମ୍ବାଇର ନାନାବତୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ରାହୁଲ ଶ୍ରୀନଗରରେ ଫିଲ୍ମ ‘କାରଗିଲ୍‌’ ପାଇଁ ଶୁଟିଂ କରୁଥିବା ସମୟରେ ଏହି ଘଟଣା ଘଟିଛି। ଏବେ ତାଙ୍କ ଅବସ୍ଥା ଗୁରୁତର ରହିଥିବା କୁହାଯାଉଛି। ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ଡାକ୍ତରମାନେ କହିଛନ୍ତି ଯେ, ରାହୁଲଙ୍କ ମସ୍ତିଷ୍କର ବାମ ଭାଗରେ ରକ୍ତ ଜମାଟ ବାନ୍ଧିଛି। ସୁସ୍ଥ ହେବାକୁ ସମୟ ଲାଗିବ। ସୋସିଆଲ ମିଡିଆରେ ରାହୁଲଙ୍କ ଫଟୋ ଭାଇରାଲ ହେବାରେ ଲାଗିଛି। ଫିଲ୍ମଟି ବହୁତ ଉଚ୍ଚରେ ଶୁଟିଂ କରାଯାଉଥିଲା। ଉଚ୍ଚତା ଯୋଗୁ ଅମ୍ଳଜାନର ଅଭାବ ଦେଖାଦେଇଥିଲା ଏବଂ ଶୁଟିଂ ସେଟ୍‌ର ଅନ୍ୟ ସଦସ୍ୟମାନେ ନିଃଶ୍ୱାସ ନେବାରେ ଅସୁବିଧା ଭୋଗୁଥିଲେ। ୧୯୯୦ରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ଆଶିକ୍‌’ରେ ରାହୁଲ ନିଜର ବଲିଉଡରେ ଡେବ୍ୟୁ କରିଥିଲେ। ରାହୁଲ ଏହି ଚଳଚ୍ଚିତ୍ରରେ ବହୁ ଲୋକପ୍ରିୟତା ହାସଲ କରିଥିଲେ। ଏହା ସତ୍ତ୍ୱେ ସେ ବଲିଉଡରେ ନିଜର କଳା ଦେଖାଇପାରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନାୟିକା ହେବ ଏମିତି

ସତରେ ନାୟିକା ହେବ ଏମିତି। ନିର୍ମାଣାଧୀନ ସିନେମା ‘ଲାଲ୍‌ ସିଂ ଚଢ଼ା’ର ଶୁଟିଂ ସେଟ୍‌ରେ ଏପରି ଏକ ଘଟଣା ଘଟିଥିଲା, ଯେଉଁଥିପାଇଁ କରୀନା ପ୍ରଶଂସା ସାଉଁଟିବାରେ...

୨ଥର ବିବାହ କରିଥିଲେ ରଫି

ମୁମ୍ବାଇ: ବଲିଉଡ୍‌ ଗାୟକ ମହମ୍ମଦ ରଫି ଆଜି ଆମ ଗହଣରେ ନାହାନ୍ତି ସତ। କିନ୍ତୁ ତାଙ୍କ କଣ୍ଠର ଯାଦୁଗରି ଏବେ ବି ଶ୍ରୋତାଙ୍କ ହୃଦୟରେ ଗୁଞ୍ଜରିତ...

ଯାତ୍ରା ଜଗତର ଦୁଇ ମହାରଥୀ: ମଞ୍ଚର ନେପଥ୍ୟରେ ରହି କରନ୍ତି ସବୁକିଛି

ଯାତ୍ରା ଜଗତର ଦୁଇ ମହାରଥୀ। ଏମାନେ ମଞ୍ଚ ଉପରକୁ ଆସନ୍ତିନି। ମଞ୍ଚର ନେପଥ୍ୟରେ ରହି ସବୁକିଛି କରୁଥାନ୍ତି। ଏ ଦୁହେଁ ସବୁବେଳେ ଗୋଟିଏ କଥା ଚିନ୍ତା...

ରଣବୀରଙ୍କ ନୂଆ ବିଜ୍ଞାପନ ଦେଖି ରାଗିଗଲେ ସୁଶାନ୍ତଙ୍କ ପ୍ରଶଂସକ: ଜାଣନ୍ତୁ କାହିଁକି…

ବଲିଉଡ୍‌ର ସ୍ବର୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ଇତିମଧ୍ୟରେ ୫ ବର୍ଷରୁ ଊର୍ଦ୍ଧ୍ୱ ସମୟ ହୋଇଗଲାଣି। ହେଲେ ଏବେ ପର୍ଯ୍ୟନ୍ତ ପ୍ରଶଂସକମାନେ ତାଙ୍କୁ ଭୁଲିପାରି...

ନାଇଟ୍‌ ପାଟ୍ରୋଲିଂ ମହିଳା ପୋଲିସକୁ ଭେଟିଲେ ରାଣୀ ମୁଖାର୍ଜୀ

ରାଣୀ ମୁଖାର୍ଜୀ ଫିଲ୍ମ ‘ମର୍ଦ୍ଦାନୀ-୨’ ପାଇଁ ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। ଖାସ୍‌ ଏଥିପାଇଁ ସେ ଲଗାତାର ପୋଲିସ ଅଧିକାରୀଙ୍କ ସହିତ ମିଳାମିଶା କରୁଛନ୍ତି। କିପରି ଅପରାଧ...

ଫିଲ୍ମ ‘କଶ୍ମୀର ଫାଇଲ୍ସ’କୁ ନେଇ ଏମିତି କହିଲେ ଅମିର ଖାନ୍‌

ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ ‘କଶ୍ମୀର ଫାଇଲ୍ସ’ ଏବେ ବକ୍ସ ଅଫିସ୍‌ରେ ସୁପରହିଟ୍‌ ସାବ୍ୟସ୍ତ ହୋଇଛି। ଯିଏ ଏହି ଫିଲ୍ମ ଦେଖୁଛନ୍ତି ସେମାନେ ପ୍ରଶଂସା ନ କରି...

ହାତ ଧରିଲେ ରାଣୀ ଚାଟାର୍ଜୀ

ନୂଆଦିଲ୍ଲୀ,୨୫।୧: ପାଖେଇ ଆସୁଛି ଉତ୍ତର ପ୍ରଦେଶ ନିର୍ବାଚନ। ଏହାକୁ ନେଇ ପ୍ରମୁଖ ଦଳଗୁଡ଼ିକ ମଧ୍ୟରେ ରାଜନୀତି ପାଣିପାଗ ସରଗରମ ରହିଛି। କିଛି ଅସନ୍ତୁଷ୍ଟ ନେତା ଦଳ...

୪୦ ବର୍ଷରେ ଗର୍ଭବତୀ ହେଲେ ଏହି ଅଭିନେତ୍ରୀ

ଟିଭି ଅଭିନେତ୍ରୀ କିଶ୍ୱର ମର୍ଚ୍ଚେଣ୍ଟଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର। କିଶ୍ୱର ଏବଂ ତାଙ୍କ ସ୍ବାମୀ ସୁୟଶ ରାୟ ଆଗାମୀ ଅଗଷ୍ଟରେ ମା’ବାପା ହେବାକୁ ଯାଉଛନ୍ତି।...

Advertisement
Archives

Model This Week