୫୦ ଏକର ଫସଲ ନଷ୍ଟ କଲେ ହାତୀପଲ

ରୂପ୍‌ସା, ୨୯।୧୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ରୂପ୍‌ସା ଥାନା ଗଡ଼ପଦା ପଞ୍ଚାୟତ ଅଧୀନ ଲଛମନଖୁଣ୍ଟା, ପଶ୍ଚିମସିମୁଳିଆ, ଜହତା, ଓଡ଼ିଆଶାସନ ଆଦି ମୌଜାରେ ହାତୀପଲ ପଶି ଶନିବାର ରାତିରେ ୫୦ଏକରରୁ ଊର୍ଦ୍ଧ୍ୱ ଏକର ଧାନ, ଆଖୁ ଓ କଦଳୀ ଫସଲ ନଷ୍ଟ କରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ମୟୂରଭଞ୍ଜ ଜିଲା ସୀମାନ୍ତବର୍ତ୍ତୀ ବଡ଼ଗୁମା ଓ ଅଁଳା ଦେଇ ମୟୂରଭଞ୍ଜପଟୁ ବାଲେଶ୍ୱର ଜିଲାର ଏସବୁ ଅଞ୍ଚଳକୁ ୪୦ରୁ ଉର୍ଦ୍ଧ୍ୱ ହାତୀକୁ ଘଉଡ଼ାଇ ଦିଆଯାଇଥିବାରୁ ଜନସାଧାରଣଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ପାଚିଲା ଧାନକ୍ଷେତରେ ହାତୀପଲ ପଶିଥିବା ଖବରପାଇ ସ୍ଥାନୀୟ ଚାଷୀମାନେ ଏକଜୁଟ୍‌ ହୋଇଥିଲେ। ବାଲେଶ୍ୱର ବନବିଭାଗ ଓ ରୂପ୍‌ସା ଥାନା ପୋଲିସକୁ ଖବର ଦିଆଯାଇଥିଲେ ହେଁ କୌଣସି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚତ୍ ନ ଥିଲେ। ରାତିତମାମ୍‌ ଗ୍ରାମବାସୀ ହାତୀ ଘଉଡ଼ାଇବା ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରି ବିଫଳ ହୋଇଥିଲେ। ଶେଷରେ ମୟୂରଭଞ୍ଜ ବନବିଭାଗ କର୍ମଚାରୀ ପହଞ୍ଚତ୍ଥିଲେ ହେଁ ହାତୀ ଘଉଡ଼ାଇ ନ ପାରି ଫେରିଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୌଳିକ ସୁବିଧାରୁ ବଞ୍ଚିତ ୯୯ ଛାତ୍ରୀଛାତ୍ର

ବାଲେଶ୍ୱର,୮।୧୦,(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ଜିଲା ରେମୁଣା ବ୍ଲକ ହରିପୁର ପଞ୍ଚାୟତରେ ୧୯୫୯ ମସିହାରେ କସିମିଳା ସରକାରୀ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ହୋଇଥିଲା। ଏଠାରେ ଶିଶୁ ବାଟିକାଠାରୁ ପଞ୍ଚମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?