Posted inଖେଳ

ଏହି ଶୀର୍ଷ ଖେଳାଳିଙ୍କୁ ‘ଡରିବାର ଆବଶ୍ୟକତା ନାହିଁ’ ବୋଲି କହିଲେ ଅଷ୍ଟ୍ରେଲିଆ ଅଧିନାୟକ

କାନବେରା,୧।୧୨: ଭାରତ ବିପକ୍ଷରେ ଖେଳୁଥିବା ଦିନିକିଆ ସିରିଜରେ ଭଲ ପ୍ରଦର୍ଶନ କରି ନିଜର ଦବଦବା ଜାହିର କରିଛି ଅଷ୍ଟ୍ରେଲିଆ ଟିମ୍‌। ହେଲେ ଦଳର ଶୀର୍ଷ ଦ୍ରୁତ ବୋଲର ମିଶେଲ ଷ୍ଟାର୍କଙ୍କ ଫର୍ମ ଚିନ୍ତାର ବିଷୟ ପାଲଟିଛି। ଅଧିନାୟକ ଆରୋନ ଫିଞ୍ଚ ମଙ୍ଗଳବାର ଏହି ଅନୁଭବି ବୋଲରଙ୍କ ସମର୍ଥନ କରି ଏବେ ଡରିବାର ଆବଶ୍ୟକତା ନାହିଁ ବୋଲି କହିଛନ୍ତି।

ସୀମିତ ଓଭରରେ ପ୍ରାରମ୍ଭିକ ପର୍ଯ୍ୟାୟରେ ବୋଲିଂ କରିବାକୁ ଆସୁଥିବା ଷ୍ଟାର୍କ ଏବେ ଖରାପ ପ୍ରଦର୍ଶନ କରୁଛନ୍ତି। ପ୍ରଥମ ଦୁଇଟି ମ୍ୟାଚ୍‌ରେ ସେ ୧୮ ଓଭର ବୋଲିଂ କରି ୧୪୭ ରନ୍‌ ଦେଇଥିଲେ। ଦଳ ଦୁଇଟି ଯାକ ମ୍ୟାଚ୍‌ରେ ଜିତିଥିଲେ ହେଁ ଷ୍ଟାର୍କଙ୍କ ଏଭଳି ରନ୍‌ ଦେବା ଟିମ୍‌ ପାଇଁ ଚିନ୍ତା ବଢ଼ାଇଛି। ଫିଞ୍ଚ ମଙ୍ଗଳବାର ଖବରଦାତା ସମ୍ମିଳନୀରେ କହିଛନ୍ତି, ସେ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରୁନାହାନ୍ତି। ହେଲେ ତାଙ୍କ ସ୍ତର ବହୁତ ଭଲ ବୋଲି ବୁଝିବାକୁ ହେବ। ଗତ ଆଠରୁ ନଅ ବର୍ଷ ଧରି ସେ ନିଜର ଶ୍ରେଷ୍ଠତା ବଜାୟ ରଖିଛନ୍ତି। ଆଗାମୀ ମ୍ୟାଚ୍‌ରେ ତାଙ୍କୁ କିଭଳି ବୋଲିଂ ପାଇଁ ପଠାଯିବ ସେ ନେଇ ରଣନୀତି ପ୍ରସ୍ତୁତ ହେବ। ହେଲେ ଡରିବାର କୌଣସି କାରଣ ନାହିଁ। ଗତବର୍ଷ ବିଶ୍ୱକପ୍‌ଠାରୁ ତାଙ୍କ ଲୟରେ ସେ ନାହାନ୍ତି ବୋଲି ଫିଞ୍ଚ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇପିଏଲ ଆୟୋଜନ ପାଇଁ ୟୁଏଇ ଆଗ୍ରହୀ

ଦୁବାଇ, ୭।୬(ପି.ଟି.)- ଚଳିତ ବର୍ଷର ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ) ଆୟୋଜନ ପାଇଁ ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ) ଆଗ୍ରହ ପ୍ରକାଶ କରିଛି। କୋଭିଡ-୧୯ ପାଇଁ ଭାରତ...

କ୍ୱାରାଣ୍ଟାଇନ୍‌ ଆରମ୍ଭ କଲେ ଆଇପିଏଲ୍‌ ଫ୍ରାଞ୍ଚାଇଜ୍‌

ନୂଆଦିଲ୍ଲୀ, ୭ା୮ : ଦୁବାଇରେ ହେବାକୁଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ପାଇଁ ଫ୍ରାଞ୍ଚାଇଜ୍‌ଗୁଡ଼ିକ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ଟୁର୍ନାମେଣ୍ଟର ଗଭର୍ନିଂ କାଉନ୍‌ସିଲ ଷ୍ଟାଣ୍ଡାର୍ଡ ଅପରେଟିଂ...

ଫେରିଲେ ଷ୍ଟୋଇନିସ୍‌, ବିନା ପରିବର୍ତ୍ତନରେ ଓହ୍ଲାଇଲା କେକେଆର୍‌

ଶାରଜା,୧୩।୧୦: ଅନ୍ତର୍ଜାତୀୟ ଶାରଜା ଗ୍ରାଉଣ୍ଡରେ ବୁଧବାର ସନ୍ଧ୍ୟାରେ ଚଳିତ ଆଇପିଏଲର ଦ୍ୱିତୀୟ କ୍ୱାଲିଫାୟର ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି କୋଲକାତା...

ଡିସେମ୍ବର ୩ରୁ ଭାରତ-ଅଷ୍ଟ୍ରେଲିଆ ସିରିଜ

ମେଲବୋର୍ନ, ୨୮ା୫(ପି.ଟି.)-  ଭାରତ ବିପକ୍ଷ ଟେଷ୍ଟ ସିରିଜ ପାଇଁ କ୍ରିକେଟ ଅଷ୍ଟ୍ରେଲିଆ ୪ଟି ଭେନ୍ୟୁ ଚୂଡ଼ାନ୍ତ କରିଛି। ପ୍ରଥମ ଟେଷ୍ଟ ଡିସେମ୍ବର ୩ରେ ବ୍ରିସବେନଠାରେ ହେବା...

କମିନି କୋହଲିଙ୍କ ଆଧିପତ୍ୟ, ପଡିଆରେ ଜବରଦସ୍ତି ରୋହିତଙ୍କୁ ଏମିତି କାମ କରିବାକୁ କଲେ ବାଧ୍ୟ: ଦେଖନ୍ତୁ ଭିଡିଓ

ଅହମଦାବାଦ୍‌,୭।୨: ତିନି ମ୍ୟାଚ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜକୁ ୬ ଉଇକେଟରେ ପରାସ୍ତ କରିଛି ଭାରତ। ଏହା ସହିତ ଦଳ ସିରିଜରେ ୧-୦ ରେ...

ଅଲିମ୍ପିକ୍ସ ବ୍ୟାଡ୍‌ମିଣ୍ଟନ: କ୍ୱାର୍ଟର ଫାଇନାଲରେ ସିନ୍ଧୁ

ଟୋକିଓ,୩୦।୭(ପି.ଟି.): ଟୋକିଓ ଅଲିମ୍ପିକ୍ସ ବ୍ୟାଡ୍‌ମିଣ୍ଟନ ଇଭେଣ୍ଟରେ ବିଶ୍ୱ ଚାମ୍ପିୟନ ପି.ଭି. ସିନ୍ଧୁ ଭାରତ ପାଇଁ ପଦକ ସମ୍ଭାବନା ସୃଷ୍ଟି କରିଛନ୍ତି। ୫ ବର୍ଷ ତଳେ ରିଓ...

ସ୍ତ୍ରୀ, ଝିଅ ଫଟୋ ଶେୟାର କରି ଭାବପ୍ରବଣ ହେଲେ ବିରାଟ କୋହଲି

ସାରା ବିଶ୍ୱରେ ମାର୍ଚ୍ଚ ୮କୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଏ। ଏହି ବିଶେଷ ଦିନରେ ରାଷ୍ଟ୍ରପତିଙ୍କଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ମହିଳାମାନଙ୍କୁ...

ଉରୁଗୁଏ ଦଳରୁ କାଭାନି ଆଉଟ୍‌

ମଣ୍ଟେଭିଡିଓ (ଉରୁଗୁଏ), ୪ା୧୦ (ଏପି)-ଚିଲି ଓ ଇକ୍ୱେଡର ବିପକ୍ଷ ଦୁଇ ଓପନିଂ ରାଉଣ୍ଡ ମ୍ୟାଚ ପାଇଁ ଉରୁଗୁଏ ଦଳ ଘୋଷଣା କରାଯାଇଛି। ଦଳରେ ଅନୁପସ୍ଥିତ ରହିଥିବା...

Advertisement
Archives

Model This Week