Posted inଜାତୀୟ

‘ତୁମର ଖରାପ ଦିନ ଖୁବ୍‌ ଶୀଘ୍ର ଆସିବି’

ନୂଆଦିଲ୍ଲୀ, ୨୦।୧୨ : ‘ତୁମମାନଙ୍କ ଖରାପ ଦିନ ଆସିବ। ମୁଁ ତୁମକୁ ଅଭିଶାପ ଦେଉଛି ’। ଏଭଳି ଶବ୍ଦରେ ରାଜ୍ୟ ସଭାରେ ଶାସକ ଭାଜପା ଉପରେ ବର୍ଷିଛନ୍ତି ସମାଜବାଦୀ ପାର୍ଟି ନେତ୍ରୀ ଜୟା ବଚ୍ଚନ। ସୋମବାର ରାଜ୍ୟ ସଭାରେ ନାର୍କୋଟିକ୍‌ ଡ୍ରଗ୍ସ ଉପରେ ଆସିଥିବା ବିଲର ଆଲୋଚନା ବେଳେ ବିରୋଧୀ ସଦସ୍ୟଙ୍କ ସୁରକ୍ଷା ନେଇ ସେ ପ୍ରଶ୍ନ ଉଠାଇଥିଲେ।

“ ବିରୋଧୀଙ୍କ ମୁହଁ ବନ୍ଦ କରିବାକୁ ଉଦ୍ୟମ ହେଉଥିବା ବେଳେ ଗୃହର ଅଧ୍ୟକ୍ଷ ନିରପେକ୍ଷ ହେବା ଉଚିତ। ଆମକୁ ନ୍ୟାୟ ଦରକାର। ଆମେ ଟ୍ରେଜରୀ ବେଞ୍ଚଠାରୁ ନ୍ୟାୟ ଆଶା କରୁ ନାହୁଁ। କିନ୍ତୁ ଆମେ ତୁମଠାରୁ ଏହି ଆଶା କରିପାରିବୁ କି? ତୁମେ ରାଜ୍ୟ ସଭା ସଦସ୍ୟ କିମ୍ବା ମନୋନୀତ ହୋଇ ଆସିଥିବା ୧୨ ସଦସ୍ୟଙ୍କୁ କେଉଁ ଭଳି ସୁରକ୍ଷା ଦେଉଛ?“ ବୋଲି ରାଜ୍ୟ ସଭା ଅଧ୍ୟକ୍ଷଙ୍କୁ ପ୍ରଶ୍ନ କରିଥିଲେ।

ତା’ ପରେ ଅଭିନେତ୍ରୀରୁ ନେତ୍ରୀ ପାଲଟିଥିବା ସଦସ୍ୟାଙ୍କୁ ଅଧ୍ୟକ୍ଷ ନାର୍କୋଟିକ ଡ୍ରଗ୍ସ ବିଲ ଉପରେ ଆଲୋଚନା କରିବାକୁ କହିଥିଲେ। ଏହାର ଉତ୍ତରରେ ଜୟା କହିଥିଲେ, ଏହା ମୋ ପାଳି। ଆମକୁ ତ୍ରୁଟି ଉପରେ ଆଲୋଚନା କରିବାକୁ ୩ରୁ ୪ ଘଣ୍ଟା ଦିଆଯାଇଛି।

ଏହି ସମୟରେ ଭାଜପା ଏମ୍‌ପି ରାକେଶ ସିନ୍ହା ଚିତ୍କାର କରି ଏକ ବ୍ୟକ୍ତିଗତ କମେଣ୍ଟ କରିଥିଲେ। ଏହା ଉପରେ କାର୍ଯ୍ୟନୁଷ୍ଠାନ ପାଇଁ ଦାବି କରିଥିଲେ ୭୩ ବର୍ଷୀୟା ଜୟା ।

“କ’ଣ ଚାଲିଛି? ଗୃହରେ କେଉଁ ଭଳି ଜଣେ ବ୍ୟକ୍ତିଗତ କମେଣ୍ଟ କରିପାରିବ? ଦୁଃଖର କଥା ଯେ, ତୁମମାନଙ୍କୁ ସାଥି ସଦସ୍ୟଙ୍କୁ ସମ୍ମାନ ଦେବା ଜଣାନାହିଁ। ତୁମମାନଙ୍କ ଖରାପ ଦିନ ଖୁବ୍‌ ଶୀଘ୍ର ଆସିବ। ମୁଁ ଅଭିଶାପ ଦେଉଛି” ବୋଲି ନେତ୍ରୀ ଟ୍ରଜର ବେଞ୍ଚକୁ ଟାର୍ଗେଟ କରି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨,୨୪୮ କୋଟି ତୁରନ୍ତ ଫେରାଅ, ୨୧ ବିଭାଗକୁ ଅର୍ଥ ବିଭାଗର ପତ୍ର

ଭୁବନେଶ୍ୱର,୨୪ା୮(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ୨୧ଟି ବିଭାଗ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା ଅର୍ଥ ଖର୍ଚ୍ଚ କରିପାରି ନ ଥିବାରୁ ଏବେ ସମସ୍ୟା ସୃଷ୍ଟି ହୋଇଛି। ୨୦୨୫-୨୬ ଆର୍ଥିକବର୍ଷର…

ମନ୍ଦିରକୁ ଯାଇଥିଲେ ମା’, ଫେରିଲା ବେଳକୁ ଝୁଲି ପଡିଥିଲେ ଝିଅ

ଉଦଳା,୨୪।୮(ସନ୍ତୋଷ ବାଛିନୀ): ଘର ଭିତରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଉଦଳା ଥାନା ଏନଏସି ୧୦ ନମ୍ବର ୱାର୍ଡରେ ଏଭଳି ଅଭାବନୀୟ ଘଟଣା ଘଟିଛି…

ଟ୍ରେନରେ ସୁଟକେସ, ରୋଷେଇ ଘରେ ମଣିଷ ଶରୀରର ଅଙ୍ଗ, ସିସିଟିଭି ଖୋଲିଦେଲା ରହସ୍ୟ

ଆଗ୍ରା,୨୪।୮: କିଛି ଦିନ ପୂର୍ବରୁ, ଆଗ୍ରାରେ ଏକ ଟ୍ରେନରେ ଏକ ସୁଟକେସ ଭିତରେ ପଚିଯାଇଥିବା ଶରୀରର ଅଂଶ ମିଳିବା ସହିତ ଏକ ମାମଲା ସାମ୍ନାକୁ ଆସିଥିଲା। ଏବେ,…

ସରକାରୀ ସେବାରେ ବିଳମ୍ବ ହେଲେ ଅଧିକାରୀଙ୍କୁ ଜରିମାନା, ଦିନକୁ କଟିବ ୨୫୦ ଟଙ୍କା

ଭୁବନେଶ୍ବର,୨୪।୮: ସରକାରୀ ସେବା ପ୍ରଦାନ ବ୍ୟବସ୍ଥାକୁ ଅଧିକ ପାରଦର୍ଶୀ ଓ ଉତ୍ତରଦାୟୀ କରିବା ପାଇଁ ଓଡ଼ିଶା ସରକାର ଏକ ଗୁରୁତ୍ୱପୂର୍ଣ୍ଣ ବ୍ୟବସ୍ଥା ଲାଗୁ କରିଛନ୍ତି । ଏଣିକି…

ଶ୍ରାବଣ ମାସର ଶେଷ ସୋମବାରରେ ଅଦ୍ଭୁତ ଯୋଗ, ୪ ରାଶିଙ୍କ ଚମକିବ ଭାଗ୍ୟ

ଆଜି ଶ୍ରାବଣ ମାସର ଚତୁର୍ଥ ତଥା ଶେଷ ସୋମବାର । ଜ୍ୟୋତିଷ ମତାନୁସାରେ ଆଜିର ଦିନଟି ବେଶ୍ ଶୁଭ ରହିବ । ଶ୍ରାବଣ ସୋମବାରରେ ଏକାଧିକ ଶୁଭ…

ଭାଜପାକୁ ଶକ୍ତ ଧକ୍କା, ଦଳ ଛାଡୁଛନ୍ତି ଅଭିନେତା

ଚେନ୍ନାଇ,୨୪।୮: ଥାଲାପଥି ସି. ଜୋସେଫ ବିଜୟ ରାଜନୀତିରେ ପ୍ରବେଶ ଘୋଷଣା କରିବା ପରଠାରୁ, ନେତା ଏବଂ ସେଲିବ୍ରିଟିମାନେ ତାଙ୍କ ଦଳ, ତମିଜାଗା ଭେଟ୍ରି କାଝାଗମ (TVK) ରେ…

ବଦଳିଲା ସରକାର, ବଦଳିଲେ ବିଧାୟକ, ହେଲେ ବଦଳିଲାନି ହିରାପାଲି ଗ୍ରାମବାସୀଙ୍କ ଦୁର୍ଦ୍ଦଶା, ଆଜି ବି…

ଅମରପାଲି,୨୪ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ କେନଝିରିଆପାଲି ପଞ୍ଚାୟତର ହିରାପାଲି ଗ୍ରାମରେ ସରକାର ଓ ବିଧାୟକ ବଦଳିଥିଲେ ବି ଗ୍ରାମବାସୀଙ୍କ ଦୁର୍ଦ୍ଦଶା ବଦଳିନାହିଁ। ବଳିପାଲିରୁ ହିରାପାଲି…

ଖୁବ୍‌ଶୀଘ୍ର ଲାଗୁ ହେବ ‘ୱାନ୍‌ ନେଶନ ୱାନ୍‌ ହେଲ୍‌ଥ’ ଯୋଜନା

ଭୁବନେଶ୍ୱର,୨୪ା୮(ବନ୍ଦନା ସେଠୀ): ଦେଶରେ ଖୁବ୍‌ଶୀଘ୍ର ଲାଗୁ ହେବ ‘ୱାନ୍‌ ନେଶନ ୱାନ୍‌ ହେଲ୍‌ଥ’ ବା ଏକ ଦେଶ, ଏକ ସ୍ବାସ୍ଥ୍ୟ ଯୋଜନା। ଏଥିସହ ଡାକ୍ତରମାନେ କିଭଳି ଡିଜିଟାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri