Posted inଜାତୀୟ

ପଞ୍ଜାବରେ ପରିବର୍ତ୍ତନର ସଙ୍କେତ ଦେଲା ଏଏପି

ଚଣ୍ଡିଗଡ,୨୭।୧୨: ଚଣ୍ଡିଗଡ଼ ମ୍ୟୁନିସିପାଲିଟି କର୍ପୋରେସନ ନିର୍ବାଚନରେ ପ୍ରଥମ ଥର ପାଇଁ ଆମ ଆଦମୀ ପାର୍ଟି ଚମତ୍କାର ବିଜୟ ହାସଲ କରିଛି। ଦଳ ୩୫ଟି ସିଟ ମଧ୍ୟରୁ ୧୪ଟି ଜିତିଛି। ଭାଜପା ୧୨ଟି ଆସନ ଏବଂ କଂଗ୍ରେସ ୮ଟି ସିଟ ଜିତିଛି। ଶିରୋମଣି ଅକାଳୀ ଦଳ ଗୋଟିଏ ଆସନ ଜିତିଛି। ଏହି ବିଜୟରେ ଉତ୍ସାହିତ ହୋଇ ଦଳର ସଭାପତି ଅରବିନ୍ଦ କେଜ୍‌ରିଓ୍ବାଲ୍‌ ଟୁଇଟ୍‌ କରି କହିଛନ୍ତି, ଚଣ୍ଡିଗଡ଼ ମ୍ୟୁନିସିପାଲିଟି କର୍ପୋରେସନରେ ଆମ ଆଦମୀ ପାର୍ଟିର ଏହି ବିଜୟ ପଞ୍ଜାବରେ ହେବାକୁ ଥିବା ପରିବର୍ତ୍ତନର ସଙ୍କେତ ଅଟେ। ଦୁର୍ନୀତିଗ୍ରସ୍ତ ରାଜନୀତିକୁ ପ୍ରତ୍ୟାଖ୍ୟାନ କରି ଆଜି ଚଣ୍ଡିଗଡ଼ର ଲୋକମାନେ ଏଏପିର ସଚ୍ଚୋଟ ରାଜନୀତିକୁ ବାଛିଛନ୍ତି। ଏଏପିର ସମସ୍ତ ବିଜେତା ପ୍ରାର୍ଥୀ ଏବଂ ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ଅନେକ ଅନେକ ଅଭିନନ୍ଦନ। ଏଥର ପଞ୍ଜାବ ପରିବର୍ତ୍ତନ ପାଇଁ ପ୍ରସ୍ତୁତ ଅଛି।
ଚଣ୍ଡିଗଡ଼ ମ୍ୟୁନିସିପାଲିଟି କର୍ପୋରେସନରେ ସମୁଦାୟ ୩୫ଟି ୱାର୍ଡ ଅଛି। ଭୋଟ ଗଣନା ପାଇଁ ୯ଟି ଗଣନା କେନ୍ଦ୍ର ଗଠନ କରାଯାଇଛି। ଭୋଟ ଗଣତି ସକାଳ ୯ଟାରୁ ଆରମ୍ଭ ହୋଇଥିଲା ଏଥର ନିର୍ବାଚନରେ ୬୦ ପ୍ରତିଶତ ମତଦାନ କରାଯାଇଥିଲା। ଏଥର ମୋଟ ୬ ଲକ୍ଷ ୩୩ ହଜାର ୪୭୫ ଭୋଟର ଭୋଟ ଦେଇଛନ୍ତି। ଗତ ନିର୍ବାଚନ ଅପେକ୍ଷା ଏହା ଟିକିଏ ଅଧିକ। ୨୦୧୬ ନିର୍ବାଚନରେ ୫୯.୫ ପ୍ରତିଶତ ଭୋଟର ମତ ଦେଇଛନ୍ତି। ୨୦୧୬ ମସିହାରେ, ଚଣ୍ଡିଗଡ଼ରେ ସମୁଦାୟ ୨୬ଟି ୱାର୍ଡ ଥିଲା। ଏବେ ଏହାକୁ ୩୫କୁ ବୃଦ୍ଧି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାନ୍ତ କିଶୋରଙ୍କ ମୋଟ ସମ୍ପତ୍ତି ଜାଣିଲେ ଉଡ଼ିଯିବ ହୋଶ୍‌

ପାଟନା,୧୩।୭: ବିହାରର ବାଙ୍କିପୁର ବିଧାନସଭା ଆସନ ପାଇଁ ଉପନିର୍ବାଚନକୁ ନେଇ ରାଜନୈତିକ ଚର୍ଚ୍ଚା ମଧ୍ୟରେ ଜନ ସୁରାଜ ପ୍ରତିଷ୍ଠାତା ପ୍ରଶାନ୍ତ କିଶୋରଙ୍କ ସମ୍ପତ୍ତି ସମ୍ପର୍କିତ ବିବରଣୀ ପ୍ରକାଶ…

ସ୍କୁଲରୁ ଫେରୁଥିବାବେଳେ ଦଶମ ଶ୍ରେଣୀ ଛାତ୍ରୀକୁ ଅପହରଣ: ଥାନାର ଦ୍ୱାରସ୍ଥ ହେଲେ ପରିବାର ଲୋକେ

ଲାଞ୍ଜିଗଡ,୧୩।୭(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ବିଜେପୁର ଥାନା ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା । ଲାଞ୍ଜିଗଡ ବ୍ଲକ ବେନଗାଁ ପଞ୍ଚାୟତ ଅନର୍ଗତ…

ପ୍ରଭାତଙ୍କୁ ବିଶ୍ୱାସଘାତକ କହିଲେ ନବୀନ, ଜବାବରେ ପ୍ରଭାତ ବିଶ୍ବାଳ କହିଲେ ଏମିତି…ରାଜନୀତିରେ ଚହଳ

ଭୁବନେଶ୍ୱର, ୧୩।୭: ପ୍ରଭାତ ବିଶ୍ୱାଳଙ୍କ ଉପରେ ବର୍ଷିଲେ ନବୀନ ପଟ୍ଟନାୟକ। ପ୍ରଭାତଙ୍କୁ ବିଶ୍ୱାସଘାତକ କହି ଟାର୍ଗେଟ୍‌ କରିଛନ୍ତି। ଚୌଦ୍ବାର ବିଜେଡି କର୍ମୀଙ୍କୁ ସମ୍ବୋଧନ ବେଳେ ଏପରି କହିଛନ୍ତି…

ଶୃଙ୍ଖଳିତ ରଥ ଯାତ୍ରା ପରିଚାଳନା ପାଇଁ ପ୍ରସ୍ତୁତି ବୈଠକ: ନିଆଗଲା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ଦିଗପହଣ୍ଡି, ୧୩।୭(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ସୋମବାର ଅପରାହ୍ନରେ ତହସିଲଦାର ସନ୍ତୋଷ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ରଥଯାତ୍ରା…

ଫ୍ରାନ୍ସ ଦଳ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ: ସ୍ପେନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ କଡ଼ା ସମାଲୋଚନା

ମାଡ୍ରିଡ୍‌,୧୩ା୭: ନିକଟରେ ଫ୍ରାନ୍ସ ବିଶ୍ୱକପ୍‌ ଦଳରେ କୌଣସି ଫ୍ରେଞ୍ଚ ଖେଳାଳି ନାହାନ୍ତି ବୋଲି ମନ୍ତବ୍ୟ ଦେଇଥିବା ସ୍ପେନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା କନ୍‌ଜରଭେଟିଭ ପପୁଲାର ପାର୍ଟିର ମାରିଆନୋ…

ଦୁର୍ଘଟଣାରେ ଆହାତ ବୃଦ୍ଧଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ: ଥାନାରେ ପହଞ୍ଚି ଝିଅ ଦେଲେ ଏତଲା

ଦିଗପହଣ୍ଡି,୧୩।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁୁବୁଡ଼ି ଗ୍ରାମର ଲବ ନାଇକ(୬୬) ଗତ ୭ ତାରିଖ ଅପରାହ୍ନରେ ସଡ଼କ ଦୁର୍ଘଟଣାରେ ଗୁରୁତର ଆହାତ…

ପ୍ରେମିକାଙ୍କୁ ଦେଖାକରିବାକୁ ଆସିଥିଲେ, ହଠାତ୍‌ ମା’ ଆସିଯିବାରୁ…

ଭୁବନେଶ୍ୱର,୧୩।୭: ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଜଳବାୟୁ ଟାୱାର ତଳୁ ଛାତ୍ରଙ୍କ ମୃତଦେହ ମିଳିବା ଘଟଣାରେ ଏକ ବଡ଼ ଖୁଲାସା ହୋଇଛି। ପ୍ରେମିକାକୁ ଦେଖା କରିବାକୁ ଆସିଥିଲା ବେଳେ ୧୦ମ…

ଲର୍ଡସରେ ଇତିହାସ ରଚିଲା ଟିମ୍‌ଇଣ୍ଡିଆ: ୧୪୨ ବର୍ଷ ପରେ…

ଲର୍ଡସ,୧୩।୭: ଲର୍ଡସରେ ଭାରତ ଇଂଲଣ୍ଡକୁ ୨୭୦ ରନରେ ପରାସ୍ତ କରି ଐତିହାସିକ ବିଜୟ ହାସଲ କରିଛି। ୧୪୨ ବର୍ଷର ଇତିହାସରେ ଲର୍ଡସରେ ଖେଳାଯାଇଥିବା ଏହା ପ୍ରଥମ ମହିଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri