Posted inଜାତୀୟ

ପଞ୍ଜାବରେ ପରିବର୍ତ୍ତନର ସଙ୍କେତ ଦେଲା ଏଏପି

ଚଣ୍ଡିଗଡ,୨୭।୧୨: ଚଣ୍ଡିଗଡ଼ ମ୍ୟୁନିସିପାଲିଟି କର୍ପୋରେସନ ନିର୍ବାଚନରେ ପ୍ରଥମ ଥର ପାଇଁ ଆମ ଆଦମୀ ପାର୍ଟି ଚମତ୍କାର ବିଜୟ ହାସଲ କରିଛି। ଦଳ ୩୫ଟି ସିଟ ମଧ୍ୟରୁ ୧୪ଟି ଜିତିଛି। ଭାଜପା ୧୨ଟି ଆସନ ଏବଂ କଂଗ୍ରେସ ୮ଟି ସିଟ ଜିତିଛି। ଶିରୋମଣି ଅକାଳୀ ଦଳ ଗୋଟିଏ ଆସନ ଜିତିଛି। ଏହି ବିଜୟରେ ଉତ୍ସାହିତ ହୋଇ ଦଳର ସଭାପତି ଅରବିନ୍ଦ କେଜ୍‌ରିଓ୍ବାଲ୍‌ ଟୁଇଟ୍‌ କରି କହିଛନ୍ତି, ଚଣ୍ଡିଗଡ଼ ମ୍ୟୁନିସିପାଲିଟି କର୍ପୋରେସନରେ ଆମ ଆଦମୀ ପାର୍ଟିର ଏହି ବିଜୟ ପଞ୍ଜାବରେ ହେବାକୁ ଥିବା ପରିବର୍ତ୍ତନର ସଙ୍କେତ ଅଟେ। ଦୁର୍ନୀତିଗ୍ରସ୍ତ ରାଜନୀତିକୁ ପ୍ରତ୍ୟାଖ୍ୟାନ କରି ଆଜି ଚଣ୍ଡିଗଡ଼ର ଲୋକମାନେ ଏଏପିର ସଚ୍ଚୋଟ ରାଜନୀତିକୁ ବାଛିଛନ୍ତି। ଏଏପିର ସମସ୍ତ ବିଜେତା ପ୍ରାର୍ଥୀ ଏବଂ ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ଅନେକ ଅନେକ ଅଭିନନ୍ଦନ। ଏଥର ପଞ୍ଜାବ ପରିବର୍ତ୍ତନ ପାଇଁ ପ୍ରସ୍ତୁତ ଅଛି।
ଚଣ୍ଡିଗଡ଼ ମ୍ୟୁନିସିପାଲିଟି କର୍ପୋରେସନରେ ସମୁଦାୟ ୩୫ଟି ୱାର୍ଡ ଅଛି। ଭୋଟ ଗଣନା ପାଇଁ ୯ଟି ଗଣନା କେନ୍ଦ୍ର ଗଠନ କରାଯାଇଛି। ଭୋଟ ଗଣତି ସକାଳ ୯ଟାରୁ ଆରମ୍ଭ ହୋଇଥିଲା ଏଥର ନିର୍ବାଚନରେ ୬୦ ପ୍ରତିଶତ ମତଦାନ କରାଯାଇଥିଲା। ଏଥର ମୋଟ ୬ ଲକ୍ଷ ୩୩ ହଜାର ୪୭୫ ଭୋଟର ଭୋଟ ଦେଇଛନ୍ତି। ଗତ ନିର୍ବାଚନ ଅପେକ୍ଷା ଏହା ଟିକିଏ ଅଧିକ। ୨୦୧୬ ନିର୍ବାଚନରେ ୫୯.୫ ପ୍ରତିଶତ ଭୋଟର ମତ ଦେଇଛନ୍ତି। ୨୦୧୬ ମସିହାରେ, ଚଣ୍ଡିଗଡ଼ରେ ସମୁଦାୟ ୨୬ଟି ୱାର୍ଡ ଥିଲା। ଏବେ ଏହାକୁ ୩୫କୁ ବୃଦ୍ଧି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?