Posted inଜାତୀୟ

ଟଙ୍କା ସହ କ୍ୟାବିନେଟ୍‌ ସିଟ ଯାଚୁଛନ୍ତି ଭାଜପା ନେତା

ଚଣ୍ଡିଗଡ଼,୫।୧୨: ଆସନ୍ତା ବର୍ଷ ଆରମ୍ଭରୁ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନ ପୂର୍ବରୁ ମୋତେ ଦଳରେ ସାମିଲ କରିବା ପାଇଁ ଜେଣ ଭାଜପା ନେତା ଟଙ୍କା ସହ କେନ୍ଦ୍ର କ୍ୟାବିନେଟ୍‌ରେ ସ୍ଥାନ ଯାଚିଛନ୍ତି। ଏଭଳି ଅଭିଯୋଗ ଆଣିଛନ୍ତି ପଞ୍ଜାବର ଆମ ଆଦମୀ ପାର୍ଟି (ଏଏପି) ସଭାପତି ଭାଗଓ୍ବନ୍ତ ମନ୍ନ ଦାବି। ଗଣମାଧ୍ୟମକୁ ସମ୍ବୋଧନ ଦେଇ ସଙ୍ଗରୁର ଏମ୍‌ପି ଭାଜପାର ଘୋଡ଼ା ବ୍ୟପାରକୁ ସମାଲୋଚନା କରିଥିବା ବେଳେ ତାଙ୍କର ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛି ଭାଜପା।

ଭାଜପା ନେତାଙ୍କ ନାମ ନ ନେଇ ମନ୍ନ କହିଛନ୍ତି ଯେ, ୪ ଦିନ ତଳେ ଏକ ଫୋନ କଲ ଆସିଥିଲା। ସେ ପଚାରିଥିଲେ, ଭାଜପାରେ ସାମିଲ ହେବା ପାଇଁ ଆପଣଙ୍କୁ କ’ଣ ଦରକାର? ତୁମକୁ ଟଙ୍କା ଦରକାର କି? ପଞ୍ଜାବରେ ମୁଁ ଏଏପିର ଏକମାତ୍ର ଏମ୍‌ପି ହୋଇଥିବାରୁ ମୋ ବିରୋଧରେ ଆଣ୍ଟି ଡିଫେକଶନ ଆଇନ କାର୍ଯ୍ୟକାରୀ ହୋଇପାରିବ ନାହିଁ। ଏଣୁ ସେ ମୋତେ କେନ୍ଦ୍ର ସରକାରଙ୍କ କ୍ୟାବିନେଟରେ ମନ୍ତ୍ରୀ ପଦ ଦେଇପାରିବେ। ତୁମକୁ କେଉଁ ମନ୍ତ୍ରଣାଳୟ ଦରକାର କୁହ।

ମୁଁ ତାଙ୍କୁ କହିଥିଲି ମୁଁ ଏକ ମିଶନରେ ଅଛି, କମିଶନରେ ନୁହେଁ। ମୋତେ ଟଙ୍କାରେ କିଣି ହେବ ନାହିଁ। ମୁଁ ଦଳ ପାଇଁ କାମ କରିବା ଲାଗି ଭଲ ଚାକିରି ଛାଡ଼ିଛି। ମୋ ଉପରେ ଥିବା ଲୋକଙ୍କ ବିଶ୍ୱାସ ଓ ଦଳୀୟ କର୍ମୀଙ୍କୁ ଜାବନା କିଣିବାକୁ ଚେଷ୍ଟା କରୁଛି ବୋଲି ସେ କହିଛନ୍ତି। ତାଙ୍କୁ ପ୍ରସ୍ତାବ ଦେଇଥିବା ଭାଜପା ନେତାଙ୍କ ନାମ ପଚରାଯିବାରୁ ସେ କହିଥିଲେ, ଉଚିତ ସମୟରେ ଉକ୍ତ ନେତାଙ୍କ ନାମ ପ୍ରକାଶ କରିବେ। ତେବେ ଲୋକଲୋଚନରେ ରହିବା ପାଇଁ ମନ୍ନ ଏଭଳି ପ୍ରୟାସ କରୁଥିବା ଭାଜପାର ପଞ୍ଜାବ ସାଧାରଣ ସମ୍ପାଦକ ସୌରଭ ଶର୍ମା କହିଛନ୍ତି। ଏଥିସହ ସେ ପ୍ରସ୍ତାବ ଦେଇଥିବା ନେତାଙ୍କ ନାମ ପ୍ରକାଶ କରିବାକୁ ଏଏପି ଏମ୍‌ପିଙ୍କୁ ଚ୍ୟାଲେଞ୍ଜ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?