Posted inଜାତୀୟ

ଟଙ୍କା ସହ କ୍ୟାବିନେଟ୍‌ ସିଟ ଯାଚୁଛନ୍ତି ଭାଜପା ନେତା

ଚଣ୍ଡିଗଡ଼,୫।୧୨: ଆସନ୍ତା ବର୍ଷ ଆରମ୍ଭରୁ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନ ପୂର୍ବରୁ ମୋତେ ଦଳରେ ସାମିଲ କରିବା ପାଇଁ ଜେଣ ଭାଜପା ନେତା ଟଙ୍କା ସହ କେନ୍ଦ୍ର କ୍ୟାବିନେଟ୍‌ରେ ସ୍ଥାନ ଯାଚିଛନ୍ତି। ଏଭଳି ଅଭିଯୋଗ ଆଣିଛନ୍ତି ପଞ୍ଜାବର ଆମ ଆଦମୀ ପାର୍ଟି (ଏଏପି) ସଭାପତି ଭାଗଓ୍ବନ୍ତ ମନ୍ନ ଦାବି। ଗଣମାଧ୍ୟମକୁ ସମ୍ବୋଧନ ଦେଇ ସଙ୍ଗରୁର ଏମ୍‌ପି ଭାଜପାର ଘୋଡ଼ା ବ୍ୟପାରକୁ ସମାଲୋଚନା କରିଥିବା ବେଳେ ତାଙ୍କର ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛି ଭାଜପା।

ଭାଜପା ନେତାଙ୍କ ନାମ ନ ନେଇ ମନ୍ନ କହିଛନ୍ତି ଯେ, ୪ ଦିନ ତଳେ ଏକ ଫୋନ କଲ ଆସିଥିଲା। ସେ ପଚାରିଥିଲେ, ଭାଜପାରେ ସାମିଲ ହେବା ପାଇଁ ଆପଣଙ୍କୁ କ’ଣ ଦରକାର? ତୁମକୁ ଟଙ୍କା ଦରକାର କି? ପଞ୍ଜାବରେ ମୁଁ ଏଏପିର ଏକମାତ୍ର ଏମ୍‌ପି ହୋଇଥିବାରୁ ମୋ ବିରୋଧରେ ଆଣ୍ଟି ଡିଫେକଶନ ଆଇନ କାର୍ଯ୍ୟକାରୀ ହୋଇପାରିବ ନାହିଁ। ଏଣୁ ସେ ମୋତେ କେନ୍ଦ୍ର ସରକାରଙ୍କ କ୍ୟାବିନେଟରେ ମନ୍ତ୍ରୀ ପଦ ଦେଇପାରିବେ। ତୁମକୁ କେଉଁ ମନ୍ତ୍ରଣାଳୟ ଦରକାର କୁହ।

ମୁଁ ତାଙ୍କୁ କହିଥିଲି ମୁଁ ଏକ ମିଶନରେ ଅଛି, କମିଶନରେ ନୁହେଁ। ମୋତେ ଟଙ୍କାରେ କିଣି ହେବ ନାହିଁ। ମୁଁ ଦଳ ପାଇଁ କାମ କରିବା ଲାଗି ଭଲ ଚାକିରି ଛାଡ଼ିଛି। ମୋ ଉପରେ ଥିବା ଲୋକଙ୍କ ବିଶ୍ୱାସ ଓ ଦଳୀୟ କର୍ମୀଙ୍କୁ ଜାବନା କିଣିବାକୁ ଚେଷ୍ଟା କରୁଛି ବୋଲି ସେ କହିଛନ୍ତି। ତାଙ୍କୁ ପ୍ରସ୍ତାବ ଦେଇଥିବା ଭାଜପା ନେତାଙ୍କ ନାମ ପଚରାଯିବାରୁ ସେ କହିଥିଲେ, ଉଚିତ ସମୟରେ ଉକ୍ତ ନେତାଙ୍କ ନାମ ପ୍ରକାଶ କରିବେ। ତେବେ ଲୋକଲୋଚନରେ ରହିବା ପାଇଁ ମନ୍ନ ଏଭଳି ପ୍ରୟାସ କରୁଥିବା ଭାଜପାର ପଞ୍ଜାବ ସାଧାରଣ ସମ୍ପାଦକ ସୌରଭ ଶର୍ମା କହିଛନ୍ତି। ଏଥିସହ ସେ ପ୍ରସ୍ତାବ ଦେଇଥିବା ନେତାଙ୍କ ନାମ ପ୍ରକାଶ କରିବାକୁ ଏଏପି ଏମ୍‌ପିଙ୍କୁ ଚ୍ୟାଲେଞ୍ଜ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାତଲମ୍ବା ଗାଁରେ ହାତୀ ତାଣ୍ଡବ: ଆତଙ୍କରେ ଗ୍ରାମବାସୀ

କଲ୍ୟାଣସିଂହପୁର,୧୩।୭(ଦୀପକ କୁମାର ପରିଡା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ପାର୍ସାଲି ପଞ୍ଚାୟତ ଅନ୍ତର୍ଗତ ପାତଲମ୍ବା ଗାଁରେ ସୋମବାର ଏକ ଦନ୍ତା ହାତୀ ପଶି ଆତଙ୍କ ସୃଷ୍ଟି କରିଛି।…

ଆମେରିକା-ଇରାନ ସଂଘର୍ଷ: ବଢ଼ିଲା ତେଲ ଦର

ବ୍ୟାଙ୍କକ୍‌,୧୩ା୭: ଇରାନ ଉପରେ ଆମେରିକାର ଏୟାରଷ୍ଟ୍ରାଇକ୍‌ ଏବଂ ଏହାର ଜବାବରେ ତେହରାନ ଉପସାଗରୀୟ ରାଷ୍ଟ୍ରଗୁଡ଼ିକ ଉପରେ ଆକ୍ରମଣ ଚଳାଇଥିବାରୁ ଏହାର ପ୍ରଭାବରେ ଅନ୍ତର୍ଜାତୀୟ ବଜାରରେ ପୁଣିଥରେ ତୈଳ…

ହାଟଡିହୀ ବ୍ଲକରେ ପଶିଲା ଭିଜିଲାନ୍ସ: ମିଶନ ଶକ୍ତିରେ ଦୁର୍ନୀତି ଅଭିଯୋଗ

ହାଟଡିହୀ,୧୩l୭((ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକରେ ପୁଣି ପଶିଛି ଭିଜିଲାନ୍ସ। ଗତ କିଛିଦିନ ତଳେ ଭିଜିଲାନ୍ସ ଷ୍ଟ୍ରିଟ ଲାଇଟ ଦୁର୍ନୀତି ନେଇ ହାଟଡିହୀ ବ୍ଲକରେ ଖୋଳତାଡ଼ କରିଥିବା…

ରାତି ପାଇଲେ ପରୀକ୍ଷା ଦେଇଥାନ୍ତେ ଶିବାନୀ: ମା’ ବିଲକୁ ଯାଇଥିବାବେଳେ ଘରେ…

ଭଞ୍ଜନଗର,୧୩।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ଟୋକାଗଣ୍ଡା ଗ୍ରାମର ଖଦାଳି ସ୍ବାଇଁଙ୍କ ଝିଅ ତଥା ମେଧାବୀ ଛାତ୍ରୀ ଶିବାନୀ ସାଇଁ (୧୭) ସୋମବାର ସନ୍ଧ୍ୟାରେ…

ଘାରିଲା କୋଭିଡ ଭୟ: ଏହି ଜିଲାରେ ହାଇଆଲର୍ଟ ଜାରି

ଭୁବନେଶ୍ୱର, ୧୩।୭: ଆନ୍ଧ୍ରରେ କୋଭିଡ ସଂକ୍ରମଣ ବଢ଼ିବା ପରେ ଗଞ୍ଜାମରେ ହାଇ ଆଲର୍ଟ। ସରକାରୀ ହସ୍ପିଟାଲ ଓ CHCକୁ ସତର୍କ ରହିବାକୁ CDMO ଓ PHO ନିର୍ଦ୍ଦେଶ…

ସ୍କୁଲ ପାଠ୍ୟପୁସ୍ତକ ଅନିୟମିତତା ମାମଲା: କ୍ରାଇମବ୍ରାଞ୍ଚ ହାତକୁ ଗଲା ତଦନ୍ତ ଭାର

କଟକ,୧୩।୭(ପ୍ରଭୁ କଲ୍ୟାଣ ପାଲ୍‌): ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ପାଠ୍ୟପୁସ୍ତକର ପ୍ରସ୍ତୁତି, ଅନୁମୋଦନ ଏବଂ ପ୍ରକାଶନ ପ୍ରକ୍ରିୟାରେ ହୋଇଥିବା ଅନିୟମିତତାର ତଦନ୍ତ ଭାର ଆଜି…

୧ କୁଇଣ୍ଟାଲର ଘଡ଼ିଆଳ କୁମ୍ଭୀର ଉଦ୍ଧାର: ସାତକୋଶିଆରେ ଛାଡିଲା ବନବିଭାଗ

ଭବାନୀପାଟଣା,୧୩।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଲମପୁର ବ୍ଲକ ଭାଲୁବୁଟୁରା ଗ୍ରାମର ଏକ କେନାଳରୁ ସୋମବାର ଅପରାହ୍ନରେ ଏକ ଘଡ଼ିଆଳ କୁମ୍ଭୀର ବନ ବିଭାଗ ପକ୍ଷରୁ ଉଦ୍ଧାର…

ବିବାହର ପ୍ରଲୋଭନ ଦେଖାଇ ନାବାଳିକାଙ୍କୁ ବଳାତ୍କାର, ଅଭିଯୁକ୍ତଙ୍କୁ ମିଳିଲା ଏହି ଦଣ୍ଡ

ଜୟପୁର,୧୩ା୭(ପବନ ପାଣିଗ୍ରାହୀ): ଜଣେ ନାବାଳିକାଙ୍କୁ ବିବାହ ପ୍ରଲୋଭନ ଦେଖାଇ ବଳାତ୍କାର ମାମଲାର ସୋମବାର ରାୟ ପ୍ରକାଶ ପାଇଛି। ଜୟପୁର ଅତିରିକ୍ତ ଜିଲା ଓ ଦୌରାଜଜ୍‌ ତଥା ପୋକ୍ସୋ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri