Posted inଜାତୀୟ

ଧ୍ୟାନ ହଟାଇବା ଲାଗି ଏଏପି କରିଛି ଯୋଜନା, ୭ ଭାଜପା ଏମ୍‌ପି ଉପରାଜ୍ୟପାଳଙ୍କୁ ଲେଖିଲେ ଚିଠି…

ନୂଆଦିଲ୍ଲୀ, ୩୧।୮ : ଦିଲ୍ଲୀର ୭ ଜଣ ଭାଜପା ଏମ୍‌ପି  ଉପରାଜ୍ୟପାଳ ବିନୟ କୁମାର ସାକ୍ସେନାଙ୍କୁ ଚିଠି ଲେଖିଛନ୍ତି। ଚିଠିରେ କୁହାଯାଇଛି ଯେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏବଂ ମନୀଷ ସିସୋଡିଆଙ୍କ ଭାଜପା ବିଧାୟକ କିଣିବା ଅଭିଯୋଗ ମଦ ନୀତି ବିବାଦରୁ ଦୃଷ୍ଟି ହଟାଇବା ଲାଗି କରାଯାଇଛି। କମିଟି ଗଠନ କରି ଏହି ଅଭିଯୋଗର ଯାଞ୍ଚ୍‌ କରାଯାଉ ବୋଲି ଏମ୍‌ପିମାନେ ଦାବି କରିଛନ୍ତି। ଯାହାଫଳରେ ଦେଶ ତଥା ରାଜ୍ୟବାସୀ ସତ୍ୟ ଜାଣିପାରିବେ।

ଗଣମାଧ୍ୟମକୁ ସମ୍ବୋଧିତ କରି ଭାଜପା ଏମ୍‌ପି ମନୋଜ ତିୱାରୀ, ପ୍ରଭେଶ ସାହେବ ସିଂ ବର୍ମା, ରମେଶ ବିଧୁଡ଼ି, ମିନାକ୍ଷୀ ଲେଖି, ଏବଂ ହଂସରାଜ ହଂସ କହିଛନ୍ତି। ମନୋଜ ତିୱାରୀ କହିଛନ୍ତି ଯେ ଦିଲ୍ଲୀରେ ଗଣତନ୍ତ୍ର ଦୋହଲି ଯାଇଛି। ଦିଲ୍ଲୀରେ ଗୋଟିଏ ପରେ ଗୋଟିଏ ସ୍କାମ ଘଟୁଛି। କେଜରିୱାଲଙ୍କ ଦଳ ଦିଲ୍ଲୀର ଲୋକଙ୍କ ପ୍ରଶ୍ନର ଉତ୍ତର ଦେଉନାହିଁ। ଆମେ ମଦ ସ୍କାମ ଉପରେ ପ୍ରଶ୍ନ ପଚାରିଥିଲୁ ଏବଂ ଏହା ଉପରେ ଭିନ୍ନ ବିବୃତ୍ତି ଦିଆଯାଇଛି। ପ୍ରଥମେ ମଦ ନୀତି ଠିକ କହିଥିଲେ ଏବଂ ପରେ ଦିଲ୍ଲୀର ବିଧାୟକ କିଣିବା ବିଷୟରେ କଥା ହୋଇଥିଲେ। ମଦ ସ୍କାମ ବିଷୟରେ ଧ୍ୟାନକୁ ହଟାଇବା ଲାଗି ସର୍ବଦା ଚେଷ୍ଟା କରାଯାଉଛି।

ଏଥି ସହ ସେ କହିଛନ୍ତି ଯେ ଯାହା ଅଭିଯୋଗ ହୋଇଛି, ସେମାନଙ୍କ ଫୋରେନସିକ ତଦନ୍ତ କରାଯାଉ। ବର୍ତ୍ତମାନ ସମୟ ଆସିଛି, ଆମେ ଏହାର ଉତ୍ତର ଦେବାକୁ ଚାହୁଁଛୁ।

ରମେଶ ବିଧୁଡି କହିଛନ୍ତି ଯେ ଯିଏ ଅଫର ଦେବା ପାଇଁ ମନୀଷ ସିସୋଡିଆଙ୍କୁ ଡାକିଲେ ତାଙ୍କ ବିରୋଧରେ ଏଫଆଇଆର ପଞ୍ଜିକରଣ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ। କେବଳ ଏତିକି ନୁହେଁ, ଯିଏ ଡାକିବାକୁ କହିଥିଲେ ତାଙ୍କ ବିରୋଧରେ ମଧ୍ୟ ଏକ ମାମଲା ରୁଜୁ ହେବା ଉଚିତ।

ଏଥିସହିତ ଦିଲ୍ଲୀ ବିଧାନସଭାରେ ଏକ ବଡ଼ ଡ୍ରାମା ଚାଲିଛି ବୋଲି ପ୍ରଭେଶ କହିଛନ୍ତି। ମୁଁ ଦିଲ୍ଲୀର ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଉଛି ଯେ ସେ ମଦ ଦୁର୍ନୀତିରୁ ଧ୍ୟାନ ହଟାଇବାରେ ସଫଳ ହୋଇଛନ୍ତି। ଏଏପି ଦଳ ସଦସ୍ୟ ଏଭଳି ଲୋକେ ଯେଉଁମାନେ ନିଜେ ନିଜକୁ ଚାପୁଡ଼ା ମାରିବା ପରେ କାନ୍ଦନ୍ତି। ସେମାନଙ୍କର ବିଶ୍ୱର ସର୍ବଶ୍ରେଷ୍ଠ ଶିକ୍ଷା ଏବଂ ସ୍ବାସ୍ଥ୍ୟ ମଡେଲ ଅଛି, କିନ୍ତୁ ସେମାନେ ଏହାର ଲାଭ ନିଅନ୍ତି ନାହିଁ। କିଏ ଦିଲ୍ଲୀର ବିଧାୟକ କିଣିବାକୁ ଚେଷ୍ଟା କରିଛି ତାହାର ଅନୁସନ୍ଧାନ କରାଯିବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

ବିବାଦ ପରେ ବି ନିଷ୍ପତ୍ତିରେ ଅଟଳ ସନରାଇଜର୍ସ! କାବ୍ୟା ମାରନ୍‌ଙ୍କ ଦଳରେ ଖେଳିବେ ପାକ୍ ସ୍ପିନର; ପିସିବି ଦେଲା…

ଲାହୋର,୩।୭: ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) ବିଭିନ୍ନ ଦେଶରେ ଆୟୋଜିତ ହେବାକୁ ଥିବା ଟି-୨୦ ଏବଂ ସର୍ଟ-ଫର୍ମାଟ୍ ଲିଗ୍‌ରେ ଖେଳିବା ପାଇଁ ନିଜର ଅନେକ ପ୍ରମୁଖ ଖେଳାଳିଙ୍କୁ…

ଏଟିଏମ୍ କାର୍ଡ ବଦଳାଇ ଅବସରପ୍ରାପ୍ତ ଶିକ୍ଷକଙ୍କଠାରୁ ଲୁଟ୍; ୯ ଥରରେ ଆକାଉଣ୍ଟରୁ କଟିଲା ଲକ୍ଷେରୁ ଅଧିକ ଟଙ୍କା, ସପିଙ୍ଗ୍ ମଧ୍ୟ…

ବୈଶିଙ୍ଗା,୩।୭(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡ଼ଦେଉଳିଆ ସ୍ଥିତ ଷ୍ଟେଟ୍ ବ୍ୟାଙ୍କ (SBI) ଏଟିଏମରେ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ସହ ଏକ ଚାଞ୍ଚଲ୍ୟକର ଏଟିଏମ…

କେତନଙ୍କୁ ହତ୍ୟା କରିବା ପରେ ଅନୁତାପର ପ୍ରଶ୍ନ ନାହିଁ, ଗଣମାଧ୍ୟମକୁ ଅଶ୍ଳୀଳ ଇଙ୍ଗିତ କରି ଚର୍ଚ୍ଚାରେ ସିୟା…Video ଭାଇରାଲ ପରେ… 

ପୁଣେ,୩।୭: ପୁଣେର ପ୍ରସିଦ୍ଧ ବ୍ୟବସାୟୀ ବିଶାଲ ଅଗ୍ରୱାଲଙ୍କ ପୁଅ କେତନ ଅଗ୍ରୱାଲ ହତ୍ୟା ମାମଲାରେ ପ୍ରତିଦିନ ଏଭଳି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସୁଛି, ଯାହା ସମାଜକୁ ସ୍ତବ୍ଧ…

ଦାଦନ ଖଟି ଯାଇଥିଲେ, ଫେରିଲା ମୃତଦେହ: ତେଲେଙ୍ଗାନାରେ ବିଦ୍ୟୁତ ଆଘାତରେ ଗଜପତିର ଶ୍ରମିକଙ୍କ ମୃତ୍ୟୁ

ପାରଳାଖେମୁଣ୍ଡି,୩।୭(ଗିରିଧାରୀ ପରିଛା): ଗଜପତି ଜିଲାରେ ଦାଦନ ଦୁଃଖର କରୁଣ ଚିତ୍ର ପୁଣି ସାମ୍ନାକୁ ଆସିଛି। ସ୍ଥାନୀୟ ଅଞ୍ଚଳରେ କାମର ଅଭାବ ଯୋଗୁ ଜୀବିକା ଅନ୍ୱେଷଣରେ ବାହାର ରାଜ୍ୟକୁ…

ଡାକ୍ତରଙ୍କ ଆନ୍ଦୋଳନ ଯୋଗୁ ରୋଗୀସେବା ବ୍ୟାହତ: ଦୁର୍ଘଟଣାରେ ଆହତଙ୍କୁ ଚିକିତ୍ସା ନ ମିଳିବାରୁ ବୁର୍ଲା ସ୍ଥାନାନ୍ତର

ବରଗଡ଼,୩।୭(ପ୍ରେମାନନ୍ଦ ଖମାରୀ)- ରାଜ୍ୟରେ ଡାକ୍ତରମାନଙ୍କ ବିଭିନ୍ନ ଦାବିକୁ ନେଇ ଚାଲିଥିବା ଆନ୍ଦୋଳନ ଯୋଗୁ ସାଧାରଣ ସ୍ୱାସ୍ଥ୍ୟସେବା ଗୁରୁତର ଭାବେ ପ୍ରଭାବିତ ହୋଇଛି। ଡାକ୍ତରଖାନା ଗୁଡ଼ିକରେ ରୋଗୀସେବା ତଥା…

୪୦ ବର୍ଷ ପରେ ନ୍ୟୁଜିଲାଣ୍ଡ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ, ଇଣ୍ଡୋନେସିଆରୁ ଅଷ୍ଟ୍ରେଲିଆ ଯାଏ ଦେଖିବାକୁ ମିଳିବ… 

ନୂଆଦିଲ୍ଲୀ,୩।୪: ବିଶ୍ୱର ବଦଳୁଥିବା ଭୂ-ରାଜନୈତିକ ସମୀକରଣ ମଧ୍ୟରେ ଭାରତ ନିଜର ବୈଦେଶିକ ନୀତି ଏବଂ ବାଣିଜ୍ୟିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ପାଇଁ ଏକ ବଡ଼ ପଦକ୍ଷେପ…

HRଙ୍କ ଗୋଟିଏ ଫୋନ୍‌ କଲ୍‌ରେ ଚାଲିଗଲା ଯୁବତୀଙ୍କର ସାଢ଼େ ୫ ବର୍ଷର ଚାକିରି, କହିଲେ ଭଗବାନଙ୍କ ନିର୍ଦ୍ଦେଶ ଯାହା…

ଦିଲ୍ଲୀର ଜଣେ ଆଇଟି ପ୍ରଫେଶନାଲଙ୍କ ଏକ ଭାବପ୍ରବଣ ଭିଡିଓ ସୋସିଆଲ ମିଡିଆରେ ତୀବ୍ର ବେଗରେ ଭାଇରାଲ ହେଉଛି। ଭିଡିଓରେ ଯୁବତୀ ଜଣକ କହୁଛନ୍ତି ସେ ଏଚ୍‌ଆରଙ୍କଠାରୁ ଏକ…

କମ୍ପାନୀରେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେବା ପାଇଁ ବିଧାୟକଙ୍କ ସମୀକ୍ଷା, ମନମୁଖୀ କାର୍ଯ୍ୟ ନେଇ…

ଛତ୍ରପୁର,୩ା୭(ଦିଲ୍ଲୀପ ସାମଲ): ଛତ୍ରପୁର ଉପକଣ୍ଠରେ ଭାରତୀୟ ବିରଳ ମୃତ୍ତିକା ସଂରକ୍ଷଣ (ଆଇଆର୍‌ଇଏଲ୍‌) କମ୍ପାନୀରେ ସ୍ଥାନୀୟ ଅଞ୍ଚଳର ଦକ୍ଷତା ଭିତ୍ତିକଏବଂ ବେକାର ଯୁବତୀ/ଯୁବକଙ୍କୁ ନିଯୁକ୍ତି ଦେବା ସହିତ ଅନ୍ୟାନ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri