Odisha Elections 2024
Posted inଜାତୀୟ

‘ନମସ୍କାର! ମୁଁ ନିଲମ୍ବିତ ଏମପି ରାଘବ ଚଢା’, ଏଏପି ନେତାଙ୍କ ପ୍ରଥମ ପ୍ରତିକ୍ରିୟା

ନୂଆଦିଲ୍ଲୀ,୧୧।୮: ଆମ ଆଦମୀ ପାର୍ଟି(ଏଏପି) ନେତା ତଥା ରାଜ୍ୟ ସଭା ଏମପି ରାଘବ ଚଢା ନିଲମ୍ବିତ ହେବା ପରେ ଭାରତୀୟ ଜନତା ପାର୍ଟି(ଭାଜପା)କୁ ଟାର୍ଗେଟ କରିଛନ୍ତି। ରାଘବ ଏକ ଭିଡିଓ ଜାରି କରି ପ୍ରଶ୍ନ କରିଛନ୍ତି ଯେ ମୋର ଭୁଲ କ’ଣ, ଯାହା ପାଇଁ ମୋତେ ନିଲମ୍ବିତ କରାଗଲା। ରାଘବ ଏକ ଭିଡିଓ ଜାରି କରି ପ୍ରଶ୍ନ କରିଛନ୍ତି ଯେ ମୋର ଭୁଲ କ’ଣ, ଯାହା ପାଇଁ ମୋତେ ନିଲମ୍ବିତ କରାଗଲା। ଭିଡିଓରେ ରାଘବ କହିଛନ୍ତି, ନମସ୍କର! ମୁଁ ନିଲମ୍ବିତ ଏମପି ରାଘବ ଚଢା…ମୋତେ ରାଜ୍ୟ ସଭାରୁ ଆଜି ନିଲମ୍ବିତ କରାଯାଇଛି। ମୁଁ ଜାଣିବାକୁ ଚାହୁଁଛି ମୋର ଅପରାଧ କ’ଣ। ମୋର କ’ଣ ଏହା ଭୁଲ ଯେ ମୁଁ ପାର୍ଲାମେଣ୍ଟରେ ଛିଡା ହୋଇଥିବା ସର୍ବବୃହତ ଦଳର ନେତାମାନଙ୍କୁ ପ୍ରଶ୍ନ ପଚାରି ଦେଲି।
ରାଘବ ଆହୁରି ମଧ୍ୟ କହିଛନ୍ତି, ‘ଦିଲ୍ଲୀ ସେବା ବିଲ ଉପରେ ମୋର ମତ ରଖି ମୁଁ ଭାଜପାର ସବୁଠୁ ବଡ ନେତାଙ୍କଠାରୁ ନ୍ୟାୟ ଦାବି କରିଛି କି। ସେମାନଙ୍କୁ ସେମାନଙ୍କର ପୁରୁଣା ମନିଫେଷ୍ଟୋ ଦେଖାଇ ଏବଂ ସେମାନଙ୍କ ପ୍ରତିଜ୍ଞା ପୂରଣ କରିବାକୁ କହିଥିଲେ। ଭାଜପାକୁ ଦର୍ପଣ ଦେଖାଯାଇଥିଲା ଏବଂ ଆଜିର ଭାଜପାକୁ ଆଡଭାନିଷ୍ଟ ଏବଂ ବାଜପେୟୀ ବୋଲି କୁହାଯାଇଥିଲା। ପାର୍ଲାମେଣ୍ଟରେ ଠିଆ ହୋଇ ଜଣେ ୩୪ବର୍ଷ ବୟସ୍କ ଯୁବକ କିପରି ଆମକୁ ଚ୍ୟାଲେଞ୍ଜ କରନ୍ତି ତାହା ସେମାନଙ୍କୁ ଭୟଭୀତ କରୁଛି କି ବୋଲି ରାଘବ ପ୍ରଶ୍ନ କରିଛନ୍ତି।
ରାଘବ କହିଛନ୍ତି, ଏମାନେ ବହୁତ ଶକ୍ତିଶାଳୀ ଓ ଏମାନେ ଯେ କୌଣସି ସୀମା ପର୍ଯ୍ୟନ୍ତ ଯାଇ ପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯେ କୌଣସି ସ୍ତରକୁ ଯାଇପାରେ ‘ଇଣ୍ଡିଆ’ ମେଣ୍ଟ: ପଞ୍ଚମ ପର୍ଯ୍ୟାୟ ଭୋଟ ଗ୍ରହଣ ପରେ ମୋଦି କହିଲେ ଏମିତି

ନୂଆଦିଲ୍ଲୀ,୨୧।୫: ଲୋକ ସଭା ନିର୍ବାଚନରେ ପଞ୍ଚମ ପର୍ଯ୍ୟାୟ ଭୋଟ ଦେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକଙ୍କୁ ଧନ୍ୟବାଦ ଜଣାଇବା ସହ ଭାଜପା ନେତୃତ୍ୱାଧୀନ ନ୍ୟାସନାଲ...

ମତଦାନ କେନ୍ଦ୍ର ଶୌଚାଳୟରେ ମିଳିଲା ପୋଲିଂ ବୁଥ ଏଜେଣ୍ଟଙ୍କ ମୃତଦେହ

ମୁମ୍ବାଇ,୨୧।୫: ଶିବସେନା (ୟୁବିଟି)ର ପୋଲିଂ ବୁଥ ଏଜେଣ୍ଟ ମନୋହର ନାଲେଜ(୬୨)ଙ୍କ ମୃତଦେହ ମୁମ୍ବାଇର ୱର୍ଲି ଅଞ୍ଚଳରେ ଥିବା ଏକ ମତଦାନ ବୁଥର ଶୌଚାଳୟ ଭିତରୁ ଜବତ...

ନିର୍ବାଚନ ପ୍ରତିଦ୍ୱନ୍ଦିତା ମଧ୍ୟରେ ଫୁଟିଲା ଗୁଳି, ଜଣେ ମୃତ ୨ ଆହତ, ଭାଜପା ନେତା ଗିରଫ

ପାଟନା,୨୧।୫: ନିର୍ବାଚନ ପ୍ରତିଦ୍ୱନ୍ଦ୍ୱିତା କାରଣରୁ ମଙ୍ଗଳବାର (ମେ’୨୧) ସକାଳେ ବିହାରର ଛପ୍ରାଠାରେ ଦୁଇ ଗୋଷ୍ଠୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏହି ଘଟଣାରେ ଜଣଙ୍କର ମତ୍ୟୁ...

କେଜ୍‌ରିଓ୍ବାଲଙ୍କ ଟେନ୍‌ସନ ବଢାଇଲା ଇଡି, ଆତ୍ମସମର୍ପଣର ତାରିଖ ପୂର୍ବରୁ…

ନୂଆଦିଲ୍ଲୀ,୨୧।୫: ଦିଲ୍ଲୀ ମଦ ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ସମସ୍ୟା ବଢାଇଦେଇଛି। ଜୁନ ୨ରେ ଆତ୍ମସମର୍ପଣ ସମୟରେ ଇଡି ଏଏପି ସଂଯୋଜକ...

ଭାବପ୍ରବଣ ହେଲେ ରାହୁଲ ଗାନ୍ଧୀ: ବାପାଙ୍କ ପାଇଁ ଲେଖିଲେ ଏମିତି କଥା

ନୂଆଦିଲ୍ଲୀ,୨୧।୫: କଂଗ୍ରେସ ନେତା ରାହୁଲ ଗାନ୍ଧୀ ତାଙ୍କ ପିତା ତଥା ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ପୁଣ୍ୟତିଥିରେ ଏକ ଭାବପ୍ରବଣ ବାର୍ତ୍ତା ଲେଖିଛନ୍ତି। ମଙ୍ଗଳବାର...

ଇରାନ ରାଷ୍ଟ୍ରପତିଙ୍କ ସମ୍ମାନାର୍ଥେ ଆଜି ଭାରତରେ ଶୋକ: ଅର୍ଦ୍ଧନମିତ ରହିବ ଜାତୀୟ ପତାକା

ନୂଆଦିଲ୍ଲୀ,୨୧।୫: ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କର ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ସୋମବାର ଦୁର୍ଘଟଣାସ୍ଥଳରୁ ରଇସିଙ୍କ ମୃତଦେହ ମିଳିଥିବା ସରକାରୀ ଗଣମାଧ୍ୟମରେ ସ୍ପଷ୍ଟ କରାଯାଇଛି। ରବିବାର...

ମମତାଙ୍କୁ ଲିଗାଲ ନୋଟିସ୍‌

କୋଲକାତା,୨୧ା୫:ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭାରତ ସେବାଶ୍ରମ ସଂଘ (ବିଏସ୍‌ଏସ୍‌)ର ସମ୍ପାଦକ ସ୍ବାମୀ ପ୍ରଦୀପ୍ତାନନ୍ଦ ସୋମବାର ଲିଗାଲ ନୋଟିସ୍‌ ପଠାଇ ୪୮ ଘଣ୍ଟା ମଧ୍ୟରେ ନିଃସର୍ତ୍ତ...

ନୂଆ ଆପରାଧିକ ଆଇନ ବିରୋଧରେ ପିଟିଶନ ଖାରଜ

ନୂଆଦିଲ୍ଲୀ,୨୧ା୫ (ପି.ଟି.):କେନ୍ଦ୍ର ସରକାର ଆଣିଥିବା ୩ ନୂଆ ଆପରାଧିକ ଆଇନକୁ ଚ୍ୟାଲେଞ୍ଜ କରି ଦାଏର ପିଟିଶନକୁ ବିଚାର କରିବା ପାଇଁ ସୁପ୍ରିମକୋର୍ଟ ସୋମବାର ମନା କରିଦେବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri