Posted inଜାତୀୟ

ବିଧାୟକ ପଦରୁ ଇସ୍ତଫା ଦେଲେ ରାଘବ: କହିଲେ, ସ୍ଥାନ ବଦଳିଛି-ସେବା ଜାରି ରହିବ

ନୂଆଦିଲ୍ଲୀ,୨୪।୩: ଦିଲ୍ଲୀର ରାଜେନ୍ଦ୍ର ନାଗରରୁ ବିଧାୟକ ଥିବା ରାଘବ ଚଡ୍ଡା ଦିଲ୍ଲୀ ବିଧାନସଭାରୁ ଇସ୍ତଫା ଦେଇଛନ୍ତି। ଗୁରୁବାର ଦିଲ୍ଲୀ ବିଧାନସଭା ବାଚସ୍ପତି ରାମ ନିୱାସ ଗୋଏଲଙ୍କୁ ଭେଟି ରାଘବ ନିଜର ଇସ୍ତଫା ପତ୍ର ଦେଇଛନ୍ତି। ସୂଚନା ମୁତାବକ ତାଙ୍କୁ ପଞ୍ଜାବରୁ ରାଜ୍ୟ ସଭାକୁ ପଠାଇବାକୁ ଆମ ଆଦମୀ ପାର୍ଟି ନିଷ୍ପତ୍ତି ନେଇଛି। ଯାହାଫଳରେ ସେ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି। ସୂଚନାଯୋଗ୍ୟ, ସୋମବାର ରାଘବ ରାଜ୍ୟ ସଭା ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିଲେ। ଗୁରୁବାର ସେ ନିର୍ଦ୍ୱନ୍ଦ୍ୱରେ ରାଜ୍ୟ ସଭା ନିର୍ବାଚନ ଜିତିଛନ୍ତି। ଅନ୍ୟପଟେ ରାଜ୍ୟ ସଭାକୁ ଯିବା ସମ୍ପର୍କରେ ସେ କହିଛନ୍ତି, କେଜ୍ରିୱାଲ ସରକାର ଏବଂ ମୁଁ ବିଧାୟକ ଭାବେ ନିଜ ଅଞ୍ଚଳ ପାଇଁ ବହୁତ କାମ କରିଥିଲୁ। ଯଥାସମ୍ଭବ କାର୍ଯ୍ୟ କରାଯାଇଥିଲା। ତେବେ ସେ ବିଧାନସଭାର ସମସ୍ତ ଲୋକଙ୍କୁ କୁତଜ୍ଞତା ଜଣାଇଛନ୍ତି। ସ୍ଥାନ ନିଶ୍ଚିତ ରୂପେ ବଦଳିଛି କିନ୍ତୁ ସେବା ଜାରି ରହିବ ବୋଲି ରାଘବ କହିଛନ୍ତି। ଏତଦ୍‌ ବ୍ୟତୀତ ସେ କହିଛନ୍ତି, ଏହା କେବଳ ଏଏପିରେ ସମ୍ଭବ କି ଜଣେ ସାଧାରଣ ଘରୁ ଆସୁଥିବା ପିଲାଙ୍କୁ ଏତେ ବଡ଼ ଦାୟିତ୍ୱ ଦିଆଯିବା। ଏଥିପାଇଁ ସେ ନେତା କେଜ୍ରିୱାଲଙ୍କୁ ଧନ୍ୟବାଦ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘନଉଛି ଶିଶୁ ଅପପୁଷ୍ଟି ସଙ୍କଟ

ନୂଆଦିଲ୍ଲୀ, ୯ା୫(ଆଇଏଏନ୍‌ଏସ୍‌) : କରୋନାର ଘାତକ ଦ୍ୱିତୀୟ ଲହର ଆଗକୁ ଭାରତ ପାଇଁ ଆହୁରି ମାରାତ୍ମକ ସ୍ଥିତି ସୃଷ୍ଟି କରିବ। ବିଶେଷକରି ୫ ବର୍ଷରୁ କମ୍‌...

ଗଣବଳାତ୍କାର ମାମଲାରେ ପୂର୍ବତନ ମୁଖ୍ୟ ସଚିବ ଗିରଫ

ପୋର୍ଟବ୍ଲେୟାର,୧୦।୧୧: ଆଣ୍ଡାମାନ ଏବଂ ନିକୋବରର ପୂର୍ବତନ ମୁଖ୍ୟ ସଚିବ ଜିତେନ୍ଦ୍ର ନାରାୟଣଙ୍କୁ ଗଣବଳତ୍କାର ମାମଲାରେ ଗୁରୁବାର ଗିରଫ କରାଯାଇଛି। ତାଙ୍କୁ ପଚରାଉଚରା କରିବା ଲାଗି ପୋର୍ଟବ୍ଲେୟାରରେ...

ଡିସେମ୍ବର ପାଇଁ ଆସିଲା ଗାଇଡ୍‌ଲାଇନ: ଜାଣନ୍ତୁ କ’ଣ ରହିବ ଖୋଲା, କ’ଣ ରହିବ ବନ୍ଦ

ନୂଆଦିଲ୍ଲୀ: ଡିସେମ୍ବର ପାଇଁ ଗୃହ ମନ୍ତ୍ରଣାଳୟ ପକ୍ଷରୁ ବୁଧବାର ଗାଇଡ୍‌ଲାଇନ ଜାରି କରାଯାଇଛି। କରୋନା ମୁକାବିଲା ପାଇଁ ସୁରକ୍ଷା ଉପରେ ଗାଇଡ୍‌ଲାଇନରେ ଗୁରୁତ୍ୱ ଦିଆଯାଇଛି। କଣ୍ଟେନମେଣ୍ଟ...

ମେଘାଳୟରେ ସରକାର ଗଠନ ପାଇଁ ଦାବି କଲେ ସାଙ୍ଗମା

ଶିଲଂ,୩।୩: ମେଘାଳୟରେ ନ୍ୟାଶନାଲ ପିପୁଲ୍ସ ପାର୍ଟି (ଏନପିପି) ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ କନରାଡ ସାଙ୍ଗମା ନିର୍ବାାଚନରେ ଜିତିବାର ଗୋଟିଏ ଦିନ ପରେ ଶୁକ୍ରବାର ରାଜ୍ୟପାଳଙ୍କୁ ଭେଟି...

ହିଜାବ ମାମଲା: ରାୟ ସଂରକ୍ଷିତ ରଖିଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ, ୨୨।୯ : କର୍ନାଟକରେ ହିଜାବ ନିଷେଧାଦେଶ ବିରୋଧରେ ଆବେଦନ ଉପରେ ଗୁରୁବାର ସୁପ୍ରିମକୋର୍ଟରେ ପୁଣି ଶୁଣାଣି ହୋଇଛି। ଶୁଣାଣି ପରେ ସୁପ୍ରିମକୋର୍ଟ ଏହି ରାୟ...

ଆତ୍ମସମର୍ପଣ କଲେ ଆଶିଷ ମିଶ୍ରା

ଲକ୍ଷ୍ନୌ,୨୪।୪: ଲଖିମପୁର ଖେରି ହିଂସା ମାମଲାରେ ସୁପ୍ରିମକୋର୍ଟ ତାଙ୍କ ଜାମିନ ଆଦେଶକୁ ଖାରଜ କରିବା ପରେ ଅଭିଯୁକ୍ତ ଆଶିଷ ମିଶ୍ରା ରବିବାର ଆତ୍ମସମର୍ପଣ କରିଛନ୍ତି। ତାଙ୍କୁ...

ଦୋକାନ ଖୋଲିବାକୁ ମିଳିଲା ଅନୁମତି

ନୂଆଦିଲ୍ଲୀ/ଭୁବନେଶ୍ୱର,୨୬।୪(ବ୍ୟୁରୋ): କରୋନା(କୋଭିଡ-୧୯) ସଂକ୍ରମଣ ଆଶଙ୍କାରେ ସମଗ୍ର ଦେଶ ମାସେରୁ ଊର୍ଦ୍ଧ୍ୱକାଳ ଧରି ଲକ୍‌ଡାଉନ ରହିଛି। ଦୋକାନ ବଜାର, ବେପାର ବାଣିଜ୍ୟ, କାମଧନ୍ଦା ସବୁକିଛି ବନ୍ଦ ହୋଇଯାଇଛି।...

ସଂସଦର ସମୟ ନଷ୍ଟ ନ କରି ପେଗାସସ୍‌ ଉପରେ ଆଲୋଚନା କରିବାକୁ କହିଲେ ରାହୁଲ…

ନୂଆଦିଲ୍ଲୀ,୨୯।୭: କଂଗ୍ରେସ ପକ୍ଷରୁ ଦରବୃଦ୍ଧି, କୃଷି ଆଇନ ନେଇ ସୃଷ୍ଟି ହୋଇଥିବା ଚାଷୀ ସମସ୍ୟା ଏବଂ ପେଗାସସ୍‌ ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଘେରିବା...

Advertisement
Archives

Model This Week