Odisha Elections 2024
Posted inଜାତୀୟ

କେଜରିଓ୍ବାଲଙ୍କ ଗିରଫ ପରେ ସଙ୍କଟରେ ଏଏପି, ୧୦ରୁ ୭ ଏମପି ନିଖୋଜ

ନୂଆଦିଲ୍ଲୀ,୧୧।୪: ଲୋକ ସଭା ନିର୍ବାଚନ ପୂର୍ବରୁ ଆମ୍‌ ଆଦମୀ ପାର୍ଟିକୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ପାର୍ଟିକୁ ସବୁଠାରୁ ଅଡ଼ୁଆରେ ପକାଇଛି ଦଳ ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ। ଏହି ସମୟରେ ଦିଲ୍ଲୀ କ୍ୟାବିନେଟରେ ମନ୍ତ୍ରୀ ଥିବା ରାଜ କୁମାର ଆନନ୍ଦ ବୁଧବାର ଦଳରୁ ଇସ୍ତଫା ଦେଇଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ବିଭବ କୁମାରଙ୍କୁ ତାଙ୍କ ପଦରୁ ହଟାଇ ଦିଆଯାଇଛି। ଯାହା ଦଳକୁ ଶକ୍ତ ଝଟ୍‌କା ଦେଇଛି। ତେବେ ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି ରବିବାର ଏଏପିର ଦେଶବ୍ୟାପୀ ଅନଶନ ଆନ୍ଦୋଳନ ଚାଲିଥିବାବେଳେ ଏଏପିର ପ୍ରମୁଖ ୭ ଏମପି ନିଖୋଜ ଅଛନ୍ତି।

ଏଏପିର ୧୦ଜଣ ଏମପିଙ୍କ ମଧ୍ୟରୁ ୩ ଜଣ ଏମପି ଦଳ ପାଇଁ ସ୍ବର ଉତ୍ତୋଳନ କରୁଥିବାବେଳେ ୭ଜଣ ନିଖୋଜ ହୋଇଯାଇଛନ୍ତି। ଅନ୍ୟପଟେ ଲୋକ ସଭାରେ ଏଏପିର ଏକମାତ୍ର ଏମପି ସୁଶୀଲ କୁମାର ରିଙ୍କୁ ନିକଟରେ ଭାଜପାରେ ଯୋଗ ଦେଇଛନ୍ତି।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଓ ସଞ୍ଜୟ ସିଂହ ଗୋଟିଏ ମାମଲାରେ ଗିରଫ ହୋଇଥିଲେ। ତେବେ ସଞ୍ଜୟ ଜେଲ୍‌ରୁ ମୁକୁଳିବା ପରେ ପାର୍ଟିର ମୁଖ୍ୟ ଚେହେରା ଭାବେ ପରିଗଣିତ ହୋଇଛନ୍ତି। ଏହା ବ୍ୟତୀତ ଏଏପିର ରାଷ୍ଟ୍ରୀୟ ମହସଚିବ ସନ୍ଦୀପ ପାଠକ ଓ ଏନଡି ଗୁପ୍ତା ମଧ୍ୟ ବିରୋଧ ପ୍ରଦର୍ଶନରେ ସକ୍ରିୟ ରହିଛନ୍ତି।

ଏଏପି ପାଇଁ ସବୁବେଳେ ଆଗରେ ରହୁଥିବା ତଥା ପଞ୍ଜାବ ରାଜ୍ୟ ସଭା ଏମପି ରାଘବ ଚଢାଙ୍କ କୌଣସି ଖୋଜ ଖବର ମିଳୁନାହିଁ। କିଛିମାସ ତଳେ ନିଜ ଆଖିର ସର୍ଜରୀ ପାଇଁ ସେ ଇଂଲଣ୍ଡ ଯାଇଥିଲେ। ସେ ମାର୍ଚ୍ଚ ମାସ ଶେଷରେ ଫେରିବାର କାର୍ଯ୍ୟକ୍ରମ ରହିଥିଲା। ତାଙ୍କ ସ୍ତ୍ରୀ ପରିଣୀତି ଚୋପ୍ରା ନିଜ ଫିଲ୍ମ ଅମର ସିଂହ ଚମକିଲାର ରିଲିଜ୍‌ ପାଇଁ ଭାରତ ଫେଣି ଆସିଛନ୍ତି। କିନ୍ତୁ ରାଘବ ଏଯାଏଁ ଇଂଲଣ୍ଡରୁ ଫେରି ନାହାନ୍ତି। ମାର୍ଚ୍ଚ ୨୧ରେ କେଜରିଓ୍ବାଲଙ୍କ ଗିରଫ ପରେ ରାଘବ ସୋସିଆଲ ମିଡିଆରେ ଲଗାତାର ପୋଷ୍ଟ କରୁଥିଲେ। ସେହିପରି ସଞ୍ଜୟ ସିଂହ ଜେଲ୍‌ରୁ ମୁକୁଳିବା ପରେ ସେ ସୋସିଆଲ ମିଡିଆରେ ପୋଷ୍ଟ କରି ଆନନ୍ଦ ପ୍ରକାଶ କରିଥିଲେ। ତେବେ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ସର୍ଜରୀ ପରେ ତାଙ୍କର ଆଉ କିଛି ଚିକିତ୍ସା ବାକି ଅଛି ଯାହାକୁ ସାରି ସେ ଶୀଘ୍ର ଫେରୁଥିବା ପାର୍ଟିର ଜଣେ ନେତା କହିଛନ୍ତି।

ଏଏପିର ରାଜ୍ୟ ସଭା ଏମପି ସ୍ବାତୀ ମାଲିଓ୍ବାଲ ବର୍ତ୍ତମାନ ଆମେରିକାରେ ଅଛନ୍ତି। ତେବେ ସେ ଅସୁସ୍ଥ ଥିବାରୁ ସେଠାରେ ରହିଛନ୍ତି ବୋଲି ପାର୍ଟିକୁ ସୂଚନା ଦେଇଛନ୍ତି। ମାଲିଓ୍ବାଲ ଲଗାତାର ପାର୍ଟି ସପକ୍ଷରେ ପୋଷ୍ଟ କରୁଛନ୍ତି। ନିକଟରେ ଭାଜପା ଅଭିଯୋଗ ଆଣିଥିଲା କି, କେଜରିଓ୍ବାଲଙ୍କ ସପକ୍ଷରେ କୌଣସି ନେତା ଆଗକୁ ଆସୁ ନାହାନ୍ତି। ଯାହାକୁ ମାଲିଓ୍ବାଲ ସୋସିଆଲ ମିଡିଆରେ ପୋଷ୍ଟ କରି ଦୃଢ ବିରୋଧ କରିଥିଲେ।

ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ କ୍ରିକେଟର ତଥା ପଞ୍ଜାବ ରାଜ୍ୟ ସଭା ଏମପି ହରଭଜନ ସିଂହଙ୍କ ମଧ୍ୟ ଏହି ନିଖୋଜ ତାଲିକାରେ ଅର୍ନ୍ତଭୁକ୍ତ ହୋଇଛନ୍ତି। ସେ ଏମପି ହେବା ପରେ ପାର୍ଟିର କୌଣସି କାର୍ଯ୍ୟକ୍ରମରେ ଖୁବ୍‌ କମ୍‌ ଭାଗ ନେଉଥିଲେ। ସବୁଠାରୁ ବଡ଼ କଥା ହେଉଛି କେଜରିଓ୍ବାଲଙ୍କ ଗିରଫଦାରୀ ସେ ପାଟି ଫିଟାଇ ନ ଥିଲେ। ସେ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ଅନେକ ପୋଷ୍ଟ କରିଛନ୍ତି। କିନ୍ତୁ ସେଗୁଡିକ ଆଇପିଏଲ ସମ୍ପର୍କିତ। ତେବେ ମାର୍ଚ୍ଚ ୨୪ରେ ସେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନଙ୍କ ଝିଅ ଜନ୍ମଦିନରେ ସୋସିଆଲ ମିଡିଆରେ ଶୁଭେଚ୍ଛା ଜଣାଛନ୍ତି। ତେବେ ଯେତେବେଳ ଏଏପି ଦ୍ୱାରା ଆୟୋଜିତ ବିରୋଧ ପ୍ରଦର୍ଶନରେଯୋଗ ଦେବା ନେଇ ତାଙ୍କୁ ପ୍ରଶ୍ନ ପଚରାଯାଇଥିଲା ାସ ସିଧାସଳଖ ମନା କରି ଦେଇଥିଲେ।

ଏମାନଙ୍କ ବ୍ୟତୀତ ଏଏପି ଏମପି ଅଶୋକ କୁମାର ମିତଲ, ସଞ୍ଜୀବ ଅରୋଡା, ବଲବୀର ସିଂହ, ବିକ୍ରମଜିତ ସିଂହ ସାହନିଙ୍କ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିପାରୁନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଆପରାଧିକ ଆଇନ ବିରୋଧରେ ପିଟିଶନ ଖାରଜ

ନୂଆଦିଲ୍ଲୀ,୨୧ା୫ (ପି.ଟି.):କେନ୍ଦ୍ର ସରକାର ଆଣିଥିବା ୩ ନୂଆ ଆପରାଧିକ ଆଇନକୁ ଚ୍ୟାଲେଞ୍ଜ କରି ଦାଏର ପିଟିଶନକୁ ବିଚାର କରିବା ପାଇଁ ସୁପ୍ରିମକୋର୍ଟ ସୋମବାର ମନା କରିଦେବା...

ଅଧ ରାତିରେ କ୍ଷମା ମାଗିଲେ ସମ୍ବିତ ପାତ୍ର: କହିଲେ, ମୋ ଭୁଲ୍‌ ପାଇଁ ଆଗାମୀ ୩ ଦିନ ଉପବାସ କରିବି

ନୂଆଦିଲ୍ଲୀ/ଭୁବନେଶ୍ୱର,୨୧।୫:ଓଡିଶାର ପୁରୀ ଲୋକ ସଭା ଆସନରୁ ଭାଜପା ପ୍ରାର୍ଥୀ ସମ୍ମିତ ପାତ୍ର ପ୍ରଭୁ ଜଗନ୍ନାଥଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭକ୍ତ ବୋଲି କହି କ୍ଷମା ମାଗିଛନ୍ତି।...

୫ମ ପର୍ଯ୍ୟାୟରେ ୬୦% ମତଦାନ

ନୂଆଦିଲ୍ଲୀ,୨୧।୫: ଲୋକ ସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟରେ ୬୦.୪୮ ପ୍ରତିଶତ ମତଦାନ ହୋଇଥିବା ନିର୍ବାଚନ କମିଶନଙ୍କ ତଥ୍ୟରୁ ଜଣାପଡ଼ିଛି। ସୋମବାର ୬ ରାଜ୍ୟ ଓ ୨ କେନ୍ଦ୍ରଶାସିତ...

ଇରାନ ରାଷ୍ଟ୍ରପତିଙ୍କ ବିୟୋଗରେ ମଙ୍ଗଳବାର ଦିନିକିଆ ରାଷ୍ଟ୍ରୀୟ ଶୋକ ପାଳିବ ଭାରତ

ନୂଆଦିଲ୍ଲୀ,୨୦।୫: ହେଲିକପ୍ଟର ଦୁର୍ଘଟଣାରେ ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସି ଏବଂ ବୈଦେଶିକ ମନ୍ତ୍ରୀଙ୍କ ମୃତ୍ୟୁ ପରେ ଇରାନରେ ୫ ଦିନିଆ ରାଷ୍ଟ୍ରୀୟ ଶୋକ ପାଳନ କରାଯିବାକୁ...

ପତ୍ନୀ ସୁନୀତାଙ୍କ ସହ କେଜ୍‌ରିଓ୍ବାଲଙ୍କ ପ୍ରଥମ ରୋଡ ଶୋ’, କହିଲେ ମୋଦି ଜୀ…

ନୂଆଦିଲ୍ଲୀ,୨୦।୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ସୋମବାର ପତ୍ନୀ ସୁନୀତା କେଜ୍‌ରିଓ୍ବାଲଙ୍କ ସହ ଏକ ରୋଡ ଶୋ’ କରିଛନ୍ତି। ଏହି ସମୟରେ ସେ କହିଛନ୍ତି, ଭଲ...

ଭୋଟ୍‌ ବର୍ଜନ କରିଥିବା ଭୋଟରଙ୍କୁ ବୁଝାଇବାକୁ ରାଏବରେଲି ଯାଇଥିଲେ ରାହୁଲ, ଶୁଭିଲା ଜୟ ଶ୍ରୀ ରାମ ନାରା, ଆଉ ତା’ପରେ…

ନୂଆଦିଲ୍ଲୀ,୨୦।୫: ସୋମବାର ଲୋକ ସଭା ନିର୍ବାଚନ ୨୦୨୪ର ପଞ୍ଚମ ପର୍ଯ୍ୟାୟ ପାଇଁ ମତଦାନ ହୋଇଛି। ଏହି ସମୟରେ ଉତ୍ତରପ୍ରଦେଶର ହଟ ସିଟ ରାଏବରେଲିରେ ଏକ ଗାଁର...

ଯେଉଁ ମନ୍ଦିରକୁ ଯାଉଛନ୍ତି କଙ୍ଗନା, ସେହି ମନ୍ଦିରକୁ ସଫା କରିବା ଜରୁରୀ, ବିକ୍ରମାଦିତ୍ୟ ସିଂଙ୍କ ବିବାଦୀୟ ବୟାନ

ମଣ୍ଡି,୨୦।୫: ହିମାଚଳ ପ୍ରଦେଶର ମଣ୍ଡି ସଂସଦୀୟ ଆସନରୁ କଂଗ୍ରେସ ପ୍ରାର୍ଥୀ ବିକ୍ରମାଦିତ୍ୟ ସିଂ ଭାଜପା ପ୍ରାର୍ଥୀ କଙ୍ଗନା ରାଣାଓ୍ବତଙ୍କୁ ଟାର୍ଗେଟ କରିଛନ୍ତି। ଦେବ ସମାଜ ବିଷୟରେ...

୨୦ ଫୁଟ୍‌ ଖାଲକୁ ଖସିଲା ପିକ୍‌ଅପ୍‌:୧୭ ମୃତ

ରାୟପୁର,୨୦।୫: ଛତିଶଗଡର କାୱାର୍ଡା ଜିଲାର କୁକଦୁରରେ ସୋମବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଠାରେ ଏକ ପିକଅପ ଗାଡି ୨୦ ଫୁଟ୍‌ ଖାଇକୁ ଓଲଟି ପଡ଼ିବାରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri