ଅମୀରଙ୍କ ବିମାନ ଭିତରେ ବସିଥିବା ଭିଡିଓ ହେଲା ଭାଇରାଲ

ମୁମ୍ବାଇ,୨୩।୪: ମିଷ୍ଟର ପରଫେକ୍ଟିନିଷ୍ଟଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓଟିରେ ଅମୀର ଖଁ। ଇକୋନୋମିକ କ୍ଲାସର ଓ୍ବିଣ୍ଡୋ ସିଟ୍‌ ପାଖରେ ଚୁପ୍‌ଚାପ୍‌ ବସିଥିବା ଦେଖିବାକୁ ମିଳିଛି। ଅମୀରଙ୍କ ଭଳି ସୁପରଷ୍ଟାର ବିଜନେସ୍‌ କ୍ଲାସରେ ଯାତ୍ରା କରିବା ନେଇ ଆଶା କରାଯାଉଥିବା ବେଳେ ତାଙ୍କୁ ଡୋମେଷ୍ଟିକ ଏୟାରଲାଇନ୍ସର ଇକୋନୋମିକ କ୍ଲାସରେ ଦେଖି ଲୋକେ ଚକିତ ହୋଇପଡ଼ିଥିଲେ। ଅମୀର ଏକ ବ୍ଲୁ କଲରର କେପ୍‌ ପିନ୍ଧିବା ସହ ସ୍ପେକ୍‌ ପିନ୍ଧିଥିବା ଦେଖିବାକୁ ମିଳିଛି। ତାଙ୍କୁ ନିଜ ଗହଣରେ ପାଇ ତାଙ୍କର ପ୍ରଶଂସକମାନେ ବହୁ  ଖୁସି ହେବା ସହ ବିଶ୍ୱାସ କରିପାରିନଥିଲେ। ତେବେ ଅମୀରଙ୍କ ଏଭଳି ବିନମ୍ରତା ଆଚରଣକୁ ସୋସିଆଲ ମିଡିଆରେ ପ୍ରଶଂସା କରାଯିବା ସହ ଚର୍ଚ୍ଚା ଜୋର ଧରିଛି। ଅମୀରଙ୍କ ଭାଇରାଲ ହୋଇଥିବା ଭିଡିଓରେ ଜଣେ ୟୁଜର ତାଙ୍କୁ ସମ୍ବୋଧିତ କରି ଲେଖିଛନ୍ତି, ‘ଅମୀର ଭାଇ, ମାଶାଆଲ୍ଲା, ତମେ ପ୍ରକୃତ ହିରୋ’। ଅପରପକ୍ଷରେ ତାଙ୍କର ଏହା ବିନମ୍ରତାର ପ୍ରକୃତ ପରିଚୟ  ବୋଲି ଅନ୍ୟ ଜଣେ ୟୁଜର କମେଣ୍ଟ କରିଛନ୍ତି। ଅମୀର ଖଁା ଠଗ୍‌ସ ଅଫ୍‌ ହିନ୍ଦୁସ୍ତାନର ବିଫଳତା ପରେ ଏବେ ନୂଆ ଫିଲ୍ମ ଲାଲ ସିଂହ ଚଡା ପାଇଁ ବ୍ୟସ୍ତ ଥିବା ଜଣାପଡ଼ିଛି। ଏହି ଫିଲ୍ମ ୧୯୯୪ର ହଲିଉଡ୍‌ ଫିଲ୍ମ ‘ଫରେଷ୍ଟ ଗମ୍ପ’ର ରିମେକ। ଏହାର ଶୁଟିଂ ଆକ୍ଟୋବରରେ ଆରମ୍ଭ ହେବାକୁ ଥିବା ବେଳେ ଏହି ଫିଲ୍ମ ପାଇଁ ଅମୀର ୨୦ କିଲୋ ଓଜନ ହ୍ରାସ କରିଥିବା ଜଣାପଡ଼ିଛି।  ଏହି ଫିଲ୍ମ ୨୦୨୦ରେ ପରଦାକୁ ଆସିବ ବୋଲି ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

୧୮ ଘଣ୍ଟା ଧରି ଶୁଟିଂ କଲେ ପ୍ରୀତି ଜିଣ୍ଟା: ପଛରେ କାରଣ ଜାଣିଲେ…

ଦୀର୍ଘ ଦିନ ପରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ‘ପାର୍ଟିସନ ୧୯୪୭’ ସହିତ ବଡ଼ ପରଦାକୁ ଫେରିଛନ୍ତି। ଚଳିତ ବର୍ଷ ତାଙ୍କର ଦ୍ୱିତୀୟ ଫିଲ୍ମ ରିଲିଜ ଅପେକ୍ଷାରେ ଅଛନ୍ତି।…

କାହିଁକି ସ୍ବୟଂବର କରିଥିଲେ ରାଖୀ ସାୱନ୍ତ? ଖୋଲିଦେଲେ ଅସଲ କାରଣ, କହିଲେ-ବିବାହ ପାଇଁ ନୁହେଁ ବରଂ…

ମୁମ୍ବାଇ: ବଲିଉଡର ‘ଡ୍ରାମା କ୍ୱିନ’ ଭାବେ ପରିଚିତ ରାଖୀ ସାୱନ୍ତ ପୁଣିଥରେ ଚର୍ଚ୍ଚାରେ। ୨୦୦୯ରେ ତାଙ୍କ ସ୍ବୟଂବର ରିଆଲିଟି ଶୋ’ ଟେଲିଭିଜନରେ ଖୁବ ଚର୍ଚ୍ଚିତ ହୋଇଥିଲା। ସେତେବେଳେ…

ତୁମ ପରି କେହି ନାହିଁ…ଇମୋଶନାଲ ହେଲେ ଅକ୍ଷୟ କୁମାର

ପ୍ରବୀଣ ହାସ୍ୟ ଅଭିନେତା ଏବଂ ଅଭିନେତା ଅସରାନି ଆଉ ନାହାନ୍ତି ସେ ତାଙ୍କ ଚଳଚ୍ଚିତ୍ର ଏବଂ ଚମତ୍କାର ଅଭିନୟ ମାଧ୍ୟମରେ ସର୍ବଦା ଦର୍ଶକଙ୍କ ହୃଦୟରେ ଜୀବିତ ରହିବେ।…

ବଲିଉଡ୍‌ରେ ଆଉ ଜଣେ ଷ୍ଟାର୍ କିଡ୍‌ଙ୍କ ଏଣ୍ଟ୍ରି! ମଲାଇକା-ଅରବାଜଙ୍କ ପୁଅ ଅରହାନ କରିବେ ଡେବ୍ୟୁ…

ମୁମ୍ବାଇ: ଦୀର୍ଘଦିନରୁ ଚାଲିଥିବା ଚର୍ଚ୍ଚାରେ ଲାଗିଲା ବିରାମ। ବଲିଉଡ ଅଭିନେତ୍ରୀ ମଲାଇକା ଅରୋରା ଏବଂ ଅରବାଜ ଖାନଙ୍କ ପୁଅ ଅରହାନ ଖାନ ବଲିଉଡ ଡେବ୍ୟୁ କରିବା ସ୍ପଷ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri