ଅମୀରଙ୍କ ବିମାନ ଭିତରେ ବସିଥିବା ଭିଡିଓ ହେଲା ଭାଇରାଲ

ମୁମ୍ବାଇ,୨୩।୪: ମିଷ୍ଟର ପରଫେକ୍ଟିନିଷ୍ଟଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓଟିରେ ଅମୀର ଖଁ। ଇକୋନୋମିକ କ୍ଲାସର ଓ୍ବିଣ୍ଡୋ ସିଟ୍‌ ପାଖରେ ଚୁପ୍‌ଚାପ୍‌ ବସିଥିବା ଦେଖିବାକୁ ମିଳିଛି। ଅମୀରଙ୍କ ଭଳି ସୁପରଷ୍ଟାର ବିଜନେସ୍‌ କ୍ଲାସରେ ଯାତ୍ରା କରିବା ନେଇ ଆଶା କରାଯାଉଥିବା ବେଳେ ତାଙ୍କୁ ଡୋମେଷ୍ଟିକ ଏୟାରଲାଇନ୍ସର ଇକୋନୋମିକ କ୍ଲାସରେ ଦେଖି ଲୋକେ ଚକିତ ହୋଇପଡ଼ିଥିଲେ। ଅମୀର ଏକ ବ୍ଲୁ କଲରର କେପ୍‌ ପିନ୍ଧିବା ସହ ସ୍ପେକ୍‌ ପିନ୍ଧିଥିବା ଦେଖିବାକୁ ମିଳିଛି। ତାଙ୍କୁ ନିଜ ଗହଣରେ ପାଇ ତାଙ୍କର ପ୍ରଶଂସକମାନେ ବହୁ  ଖୁସି ହେବା ସହ ବିଶ୍ୱାସ କରିପାରିନଥିଲେ। ତେବେ ଅମୀରଙ୍କ ଏଭଳି ବିନମ୍ରତା ଆଚରଣକୁ ସୋସିଆଲ ମିଡିଆରେ ପ୍ରଶଂସା କରାଯିବା ସହ ଚର୍ଚ୍ଚା ଜୋର ଧରିଛି। ଅମୀରଙ୍କ ଭାଇରାଲ ହୋଇଥିବା ଭିଡିଓରେ ଜଣେ ୟୁଜର ତାଙ୍କୁ ସମ୍ବୋଧିତ କରି ଲେଖିଛନ୍ତି, ‘ଅମୀର ଭାଇ, ମାଶାଆଲ୍ଲା, ତମେ ପ୍ରକୃତ ହିରୋ’। ଅପରପକ୍ଷରେ ତାଙ୍କର ଏହା ବିନମ୍ରତାର ପ୍ରକୃତ ପରିଚୟ  ବୋଲି ଅନ୍ୟ ଜଣେ ୟୁଜର କମେଣ୍ଟ କରିଛନ୍ତି। ଅମୀର ଖଁା ଠଗ୍‌ସ ଅଫ୍‌ ହିନ୍ଦୁସ୍ତାନର ବିଫଳତା ପରେ ଏବେ ନୂଆ ଫିଲ୍ମ ଲାଲ ସିଂହ ଚଡା ପାଇଁ ବ୍ୟସ୍ତ ଥିବା ଜଣାପଡ଼ିଛି। ଏହି ଫିଲ୍ମ ୧୯୯୪ର ହଲିଉଡ୍‌ ଫିଲ୍ମ ‘ଫରେଷ୍ଟ ଗମ୍ପ’ର ରିମେକ। ଏହାର ଶୁଟିଂ ଆକ୍ଟୋବରରେ ଆରମ୍ଭ ହେବାକୁ ଥିବା ବେଳେ ଏହି ଫିଲ୍ମ ପାଇଁ ଅମୀର ୨୦ କିଲୋ ଓଜନ ହ୍ରାସ କରିଥିବା ଜଣାପଡ଼ିଛି।  ଏହି ଫିଲ୍ମ ୨୦୨୦ରେ ପରଦାକୁ ଆସିବ ବୋଲି ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କାଜଲଙ୍କ ସହ ରୋମାଣ୍ଟିକ୍‌ ଦୃଶ୍ୟରେ ଶାହାରୁଖ୍‌ କରିଥିଲେ ଏମିତି କିଛି….

ବଲିଉଡ୍‌ର ସବୁଠାରୁ ରୋମାଣ୍ଟିକ୍‌ ଏବଂ ସୁପରହିଟ୍‌ ଯୋଡିଙ୍କ ମଧ୍ୟରେ ଅନ୍ୟତମ ଶାହାରୁଖ୍‌ ଖାନ୍‌ ଏବଂ କାଜଲ। ଏହି ଯୋଡି ବଲିଉଡ୍‌ର ଅନେକ ବ୍ଲକବାଷ୍ଟର ଫିଲ୍ମରେ ଏକତ୍ର...

ପ୍ରିୟଙ୍କାଙ୍କୁ ଶୁଭେଚ୍ଛା ଜଣାଇଲେ ଅନୁଷ୍କା, ଲେଖିଲେ ଏମିତି କିଛି…

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା- ସ୍ବାମୀ ନିକ୍‌ ଜୋନାସଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଅଭିନେତ୍ରୀ ଅନୁଷ୍କା ଶର୍ମା। ପ୍ରିୟଙ୍କା ଏବଂ ନିକ୍‌ ସରୋଗେସି ମାଧ୍ୟମରେ ନିକଟରେ...

ପରଦାକୁ ଆସୁଛି ‘ଇଣ୍ଡିଆନ୍‌-୨’

ସୁପରଷ୍ଟାର କମଲ ହାସନ ନିଜ ଆଗାମୀ ଫିଲ୍ମ ଇଣ୍ଡିଆନ୍‌-୨କୁ ନେଇ ବ୍ୟସ୍ତ ଅଛନ୍ତି। ପାଖାପାଖି ୪୦ କୋଟି ଟଙ୍କାରେ ନିର୍ମିତ ଏହି ଫିଲ୍ମର ଶୁଟିଂ ଏବେ...

୨ ପୁଅଙ୍କୁ ଫିଲ୍ମ ଷ୍ଟାର କରିବାକୁ ଚାହୁଁନାହାନ୍ତି କରୀନା, କାରଣ…

ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ଖାନ ଏବେ ସାନ ପୁଅ ଜାହାଙ୍ଗୀର ଅର୍ଥାତ୍‌ ଜେହକୁ ନେଇ ଚର୍ଚ୍ଚାରେ ଅନ୍ତି। ବେବୋ ଏବଂ ସ୍ବାମୀ ସୈଫ ଏବଂ...

ରାଧେ ଶ୍ୟାମ’ ରିଲିଜର ପ୍ରଥମ ଦିନରେ ମିଳିଲା ଏଭିଳି ପ୍ରତିକ୍ରିୟା, ୟୁଜର୍ସ କହିଲେ ଡିଜାଷ୍ଟର…

ସାଉଥ ଇଣ୍ଡଷ୍ଟ୍ରି ସୁପରଷ୍ଟାର ପ୍ରଭାସଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ରାଧେ ଶ୍ୟାମ’ ଆଜି ମୁକ୍ତିଲାଭ କରିଛି। ଏହି ଫିଲ୍ମକୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଥିବା...

ପିଜା ପାଇଁ ଶ୍ରଦ୍ଧା, ବରୁଣଙ୍କ ମଧ୍ୟ ଝଗଡା

ଏବିସିଡି-୨ ପରେ ଅଭିନେତା ବରୁଣ ଧାଓ୍ବନ ଏବଂ ଶ୍ରଦ୍ଧା କପୁର ପୁଣି ଏକ ଫିଲ୍ମରେ ଏକତ୍ର ନଜର ଆସିବେ। ଏହି ଫିଲ୍ମରେ ଉଭୟଙ୍କ କେମେଷ୍ଟ୍ରୀକୁ ଦର୍ଶକ...

ପୁଣି ଚର୍ଚ୍ଚାରେ ସୋନମ!

ମୁମ୍ବାଇ: ବଲିଉଡ୍ ସେଲିବ୍ରିଟିମାନେ ପ୍ରାୟ ସବୁ ସମୟରେ ନିଜର ଅଭିନୟ, ଷ୍ଟାଇଲ, ଫଟୋ, ଭିଡିଓ ଏମିତିକି ପର୍ସନାଲ ଲାଇଫକୁ ନେଇ ଆସିଥାଆନ୍ତି ଚର୍ଚ୍ଚାକୁ । ନିକଟରେ...

୧୮ ବର୍ଷରେ ବିବାହ କରିଥିଲେ ଏହି ଅଭିନେତ୍ରୀ, ୧୯ ବର୍ଷରେ ହୋଇଥିଲା ମୃତ୍ୟୁ

ମୁମ୍ବାଇ: ୧୯୯୩ରେ ଏକ ଖବର ସମସ୍ତଙ୍କୁ ଚକିତ କରିଦେଇଥିଲା। ଜାଣିବାକୁ ମିଳିଥିଲା, ମାତ୍ର ୧୯ ବର୍ଷର ଅଭିନେତ୍ରୀ ଦିବ୍ୟା ଭାରତୀ ଆଉ ନାହାନ୍ତି। ଏହି ଖବର...

Advertisement
Archives

Model This Week