Aamir Khan Wedding: ୬୦ ବର୍ଷରେ ତୃତୀୟ ବିବାହ କଲେ ଆମିର, ବଧୂ ସାଜିଲେ ଗୌରୀ, ଦେଖନ୍ତୁ PHOTO

ମୁମ୍ବାଇ: ବଲିଉଡର ସୁପରଷ୍ଟାର ଆମିର ଖାନ ପୁଣିଥରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ମୁମ୍ବାଇର ବାନ୍ଦ୍ରାସ୍ଥିତ ନିଜ ବାସଭବନରେ ସେ ଗର୍ଲଫ୍ରେଣ୍ଡ ଗୌରୀ ସ୍ପ୍ରାଟ୍‌ଙ୍କ ସହ ତୃତୀୟ ବିବାହ କରିଛନ୍ତି। ୬୦ ବର୍ଷ ବୟସରେ ଆମିର ଅତି ସାଧାରଣ ଭାବେ ଗୌରୀଙ୍କ ସହ କୋର୍ଟ ମ୍ୟାରେଜ କରିଥିବା ସୂଚନା ମିଳିଛି। ଏହି ବିବାହ ସମାରୋହରେ କେବଳ ତାଙ୍କ ପରିବାର ଏବଂ କିଛି ସ୍ବତନ୍ତ୍ର ଅତିଥି ଉପସ୍ଥିତ ଥିଲେ। ମୁମ୍ବାଇରେ ପ୍ରବଳ ବର୍ଷା ସତ୍ତ୍ୱେ ଶନିବାରଠାରୁ ହିଁ ଆମିରଙ୍କ ଘର ରଙ୍ଗବେରଙ୍ଗର ଆଲୋକରେ ସଜେଇ ହୋଇଉଠିଥିଲା।

ଗତ କିଛି ସମୟ ଧରି ଆମିର ଏବଂ ଗୌରୀଙ୍କୁ ଅନେକ ସ୍ଥାନରେ ଏକାଠି ଦେଖିବାକୁ ମିଳୁଥିଲା, ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ପରେ ଆମିର ନିଜେ ଏହି ସମ୍ପର୍କକୁ ସ୍ବୀକାର କରିଥିଲେ। ଆମିରଙ୍କ ପୂର୍ବ ଦୁଇଟି ବିବାହ ଭଳି ଏହି ତୃତୀୟ ବିବାହ ମଧ୍ୟ ଅତ୍ୟନ୍ତ ସାଧାରଣ ଢଙ୍ଗରେ ସମ୍ପନ୍ନ ହୋଇଛି। ବର୍ତ୍ତମାନ ସୋସିଆଲ ମିଡିଆରେ ଏହି ବିବାହର ଫଟୋଗୁଡ଼ିକ ଖୁବ ଭାଇରାଲ ହେବାରେ ଲାଗିଛି। ଏହି ଘରୋଇ ସମାରୋହରେ ବଲିଉଡ ଇଣ୍ଡଷ୍ଟ୍ରିରୁ ଅଧିକ ଲୋକଙ୍କୁ ଦେଖିବାକୁ ମିଳି ନ ଥିଲା, କିନ୍ତୁ ଆମିରଙ୍କ ସମ୍ପୂର୍ଣ୍ଣ ପରିବାର ଏଥିରେ ସାମିଲ ହୋଇଥିଲେ।

ଆମିରଙ୍କ ପ୍ରଥମ ପତ୍ନୀଙ୍କ ଝିଅ ଆୟରା ଖାନ ତାଙ୍କ ସ୍ବାମୀ ନୂପୁର ଶିଖରେଙ୍କ ସହ ପହଞ୍ଚିଥିବା ବେଳେ ପୁଅ ଜୁନୈଦ ଖାନ ମଧ୍ୟ ପିତାଙ୍କ ବିବାହରେ ଉପସ୍ଥିତ ଥିଲେ। କ୍ରିକେଟର ଇରଫାନ ପଠାନଙ୍କୁ ଏହି ବିବାହ ପାଇଁ ନିମନ୍ତ୍ରଣ କରାଯାଇଥିଲା। ଆମିରଙ୍କ ନିକଟତର ଏମଏନଏସ (MNS) ମୁଖ୍ୟ ରାଜ ଠାକରେ ଏବଂ ’ଲଗାନ’ ଚଳଚ୍ଚିତ୍ରର ’ବାଘା’ ଚରିତ୍ରରେ ଅଭିନୟ କରିଥିବା ଅଭିନେତା ଅମିନ ହାଜି ମଧ୍ୟ ଏହି ସମାରୋହରେ ନଜର ଆସିଥିଲେ।

Aamir Khan and Gauri Spratt married in Mumbai in the presence of their loved ones. (Pic credit: Spice Social)

କହିରଖୁଛୁ, ଆମିର ଏହା ପୂର୍ବରୁ ଦୁଇଥର ବିବାହ କରିଛନ୍ତି। ଆମିର ୧୯୮୬ରେ ରୀନା ଦତ୍ତଙ୍କୁ ପ୍ରଥମ ବିବାହ କରିଥିଲେ। ଏହି ବିବାହ ୧୬ ବର୍ଷ ଚାଲିବା ପରେ ୨୦୦୨ରେ ଉଭୟଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୋଇଥିଲା। ସେମାନଙ୍କର ଦୁଇଟି ସନ୍ତାନ ଅଛନ୍ତି – ପୁଅ ଜୁନୈଦ (ଯିଏ ଏବେ ଜଣେ ଅଭିନେତା) ଏବଂ ଝିଅ ଆୟରା।

ଏହାପରେ ୨୦୦୫ରେ ସେ କିରଣ ରାଓଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ୧୫ ବର୍ଷ ପରେ ୨୦୨୧ରେ ଦୁହେଁ ଆପୋଷ ସହମତିରେ ଅଲଗା ହୋଇଥିଲେ। ସେମାନଙ୍କର ଆଜାଦ ନାମରେ ଜଣେ ପୁଅ ଅଛନ୍ତି। ବର୍ତ୍ତମାନ ୨୦୨ରେ ସେ ଗୌରୀ ତୃତୀୟ ବିବାହ କରିଛନ୍ତି।

ବିଶେଷ କଥା ହେଉଛି, ଆମିରଙ୍କର ତାଙ୍କର ଦୁଇ ପୂର୍ବତନ ପତ୍ନୀଙ୍କ ସହ ସମ୍ପର୍କ ଖୁବ ଭଲ ରହିଛି ଏବଂ ଅନେକ ସମୟରେ ସମସ୍ତଙ୍କୁ ଏକାଠି ଦେଖିବାକୁ ମଧ୍ୟ ମିଳିଥାଏ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଡବଲ ପର୍ସନାଲିଟିର ଶିକାର ହୋଇଛନ୍ତି ବୈଭବ ସୂର୍ଯ୍ୟବଂଶୀ! ଶ୍ରେୟସ ଆୟର ଖୋଲିଲେ ବିସ୍ଫୋରକ ବ୍ୟାଟରଙ୍କ ରାଜ

ନୂଆଦିଲ୍ଲୀ,୪।୧୦: ଯୁବ ଭାରତୀୟ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ ତାଙ୍କର ଧୂଆଁଧାର ବ୍ୟାଟିଂ ପାଇଁ ଜଣାଶୁଣା; ଯେତେବେଳେ ସେ ଲୟକୁ ଆସନ୍ତି, ସେତେବେଳେ ତାଙ୍କ ପ୍ରଭାବ ସାରା ବିଶ୍ୱରେ…

Chanakya Niti: ସ୍ତ୍ରୀଙ୍କ ପାଖରେ ସବୁବେଳେ ସ୍ବାମୀ ଏହି ୫ କଥା ଲୁଚାଇ ରଖିବା ଜରୁରୀ, ନଚେତ୍‌…

ସଫଳ ଏବଂ ସୁଖମୟ ଜୀବନ ବିତାଇବା ପାଇଁ ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଅତ୍ୟନ୍ତ ମାର୍ଗଦର୍ଶକ ସାବ୍ୟସ୍ତ ହୋଇଥାଏ। ନିଜର ଆତ୍ମସମ୍ମାନ, ସମ୍ପର୍କ ଏବଂ ସାମାଜିକ ପ୍ରତିଷ୍ଠାକୁ ବଜାୟ…

ବ୍ରହ୍ମପୁରରେ ପୁଣି ଏକ ମୁଣ୍ଡ ଗଡ଼ିଲା: ପେଶାଦାର ଅପରାଧୀଙ୍କୁ ହତ୍ୟା

ବ୍ରହ୍ମପୁର, ୪/୧୦ (ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁରରେ ପୁଣି ଏକ ମୁଣ୍ଡ ଗଡ଼ିଛି। ଘଟଣାଟି ନିମଖଣ୍ଡି ଗାଁ ମୁଣ୍ଡରେ ଘଟିଛି। ଜଣେ ପେଶାଦାର ଅଭିଯୁକ୍ତଙ୍କ ବେକ କାଟି…

ଶେଖ ହାସିନା କେବେ ବାଂଲାଦେଶ ଫେରିବେ? ଉତ୍ତର ଦେଲା ଭାରତ

ନୂଆଦିଲ୍ଲୀ/ଢାକା,୪।୧୦: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ପ୍ରତ୍ୟାବର୍ତ୍ତନ ସମ୍ବନ୍ଧୀୟ ପ୍ରଶ୍ନର ଉତ୍ତର ଦେଇ ଭାରତ କହିଛି ଯେ ତାଙ୍କ ଫେରିବା ପାଇଁ କୌଣସି ନିର୍ଦ୍ଦିଷ୍ଟ ସମୟସୀମା…

ଆଟଲାଣ୍ଟିକ ମହାସାଗର ଉପରେ ରହସ୍ୟଜନକ ଭାବେ ନିଖୋଜ ହେଲା ବିମାନ, ସାମ୍ନାକୁ ଆସିଲା ପାଇଲଟ୍‌ଙ୍କ ଶେଷ କଲ୍‌

ନୂଆଦିଲ୍‌ଲୀ,୪।୧୦: ଆଟଲାଣ୍ଟିକ ମହାସାଗର ଉପରେ ଉଡ଼ାଣ ଭରୁଥିବା ଏକ ବିମାନ ନିଖୋଜ ହୋଇଯାଇଛି, ଯାହା ଏକ ମେଡିକାଲ ଜେଟ ଅର୍ଥାତ ଏୟାର ଆମ୍ୱୁଲାନ୍ସ ଅଟେ। ଏଥିରେ ୬…

ମଶାଣି ଗୃହ ନଥିବାରୁ ହଟହଟା ଗ୍ରାମବାସୀ: ନିଜ ପାଇଁ ନିଜେ ଶ୍ମଶାନ ଜମି ସଫେଇ କଲା ଗ୍ରାମ୍ୟ କମିଟି

ଦାରିଙ୍ଗବାଡ଼ି, ୪/୧୦ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଗ୍ରୀନବାଡ଼ି ପଞ୍ଚାୟତର ଗ୍ରାମ୍ୟ କମିଟି ପକ୍ଷରୁ ନିଜ ଗାଁ ଶ୍ମଶାନ ଜମିକୁ ନିଜେ ସଫେଇ କରି…

କଣ୍ଟାପଡ଼ା ଯାତ୍ରା ଦେଖିବା ହେଲା ଶେଷ ଯାତ୍ରା: ଦୁର୍ଘଟଣାରେ ଏଲ୍‌ଆଣ୍ଡ୍‌ଟି କର୍ମଚାରୀଙ୍କ ମୃତ୍ୟୁ

ଭଞ୍ଜନଗର, ୪/୧୦ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ସୋରଡ଼ାର କଣ୍ଟାପଡ଼ା ଯାତ୍ରା ଦେଖି ଶନିବାର ମଧ୍ୟରାତ୍ରିରେ ଭଞ୍ଜନଗର ନିକଟସ୍ଥ ଡିହପଢ଼ାଳ ଗ୍ରାମସ୍ଥିତ ଘରକୁ ଫେରୁଥିବା ବେଳେ ଦୁର୍ଘଟଣା…

ତାମିଲନାଡୁରେ ବନ୍ଧା ପଡ଼ିଛି ଦାଦନ ଶ୍ରମିକଙ୍କ ମୃତଦେହ

ବରଗଡ଼,୪।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଦାଦନ ସମସ୍ୟା ଅସମାହିତ ରହିଛି। ଜିଲାର ପଦ୍ମପୁର ଉପଖଣ୍ଡରେ ଏହି ସମସ୍ୟା ଲାଗି ରହିଛି। ଏଠାରୁ ପ୍ରତିବର୍ଷ ରାଜ୍ୟ ବାହାରକୁ ଲୋକେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?