୫୬ବର୍ଷ ବୟସରେ ଆମିରଙ୍କ ଜବରଦସ୍ତ ଓ୍ବାର୍କଆଉଟ୍‌: ସାମ୍ନାକୁ ଆସିଲା ଆୟରାଙ୍କ ପ୍ରତିକ୍ରିୟା

ମୁମ୍ବାଇ: ବଲିଉଡ୍‌ ଫରଫେକ୍ଟନିଷ୍ଟ ଆମିର ଖାଁ ନିଜ ପର୍ସନାଲ ହେଉ କି ପ୍ରୋଫେସନାଲ ଲାଇଫ୍‌କୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଆମିର ନିଜର ପ୍ରୋଫେସନାଲ କାର୍ଯ୍ୟକୁ ବହୁ ନିଷ୍ଠାର ସହ କରିଥାନ୍ତି। ସେଥିପାଇଁ ତାଙ୍କୁ ପରଫେକ୍ଟନିଷ୍ଟ ନାମରେ ନାମିତ କରାଯାଇଛି। ଫିଲ୍ମକୁ ଶିଖରରେ ପହଞ୍ଚାଇବା ପାଇଁ ଆମିର କୌଣସି ଅବହେଳା କରନ୍ତି ନାହିଁ। ଶରୀରର ପରିବର୍ତ୍ତନଠାରୁ ଆରମ୍ଭ କରି ଫିଲ୍ମର ପ୍ରତ୍ୟେକ ଜିନିଷ ଉପରେ ସେ ଟିକିନିଖି ଧ୍ୟାନ ଦେଇଥାନ୍ତି। ଫିଲ୍ମ ଲାଲ ସିଂ ଚଢ଼ା ପାଇଁ ଆମିର ବହୁ କଠିନ ପରିଶ୍ରମ କରିଛନ୍ତି। ଏହାପୂର୍ବରୁ ବି ଅନେକ ଫିଲ୍ମ ପାଇଁ ଆମିରଙ୍କ ଶରୀରରେ ପରିବର୍ତ୍ତନ ଦେଖିବାକୁ ମିଳିଛି।

ଇତିମଧ୍ୟରେ ବର୍ତ୍ତମାନ ଆମିରଙ୍କ ଏକ ୱାର୍କଆଉଟ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ସେ ଓଜନିଆ ଡମ୍ବଲ ଉଠାଉଥିବାର ନଜର ଆସିଛନ୍ତି। ଏହି ଭିଡିଓଟି ଧୁମ-୩ର ମେକିଂ ସମୟର। ଏହି ଫିଲ୍ମ ପାଇଁ ଆମିର ତାଙ୍କ ଶରୀର ଉପରେ ବହୁତ କାମ କରିଥିଲେ। ବର୍ତ୍ତମାନ ଆମିରଙ୍କ ଏହି ପୁରୁଣା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ ଏହାକୁ ପୋଜନିକ୍‌ ଟ୍ରେନିଂ ନାମକ ଏକ ଆକାଉଣ୍ଟରେ ଶେୟାର କରାଯାଇଛି। ଏଥିସହ କ୍ୟାପସନ୍‌ରେ ଧୁମ-୩ ଓ ପିକେ ପାଇଁ ଆମିରଙ୍କ ପର୍ସନାଲ ଟ୍ରେନର ବୋଲି ଲେଖାଯାଇଛି। ଅନ୍ୟପଟେ ଏହି ଭିଡିଓକୁ ନେଇ ଆମିରଙ୍କ ଝିଅ ଆୟରା ଖାଁ ପ୍ରତିକ୍ରିୟା ରଖିଛନ୍ତି। ଆୟରା ଏହାର ଏକ ସ୍କ୍ରିନ୍‌ ଶଟ୍‌ ନେଇ ନିଜ ଇନଷ୍ଟାଗ୍ରାମରେ ଶେୟାର କରିବା ସହ କ୍ୟାପସନ୍‌ରେ ଲେଖିଛନ୍ତି, ଏଇଟା କି ବ୍ୟାୟାମ।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri