ବାହା ହେଲେ ଆମିର!

ମୁମ୍ବାଇ: ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଆମିର ଖାଁଙ୍କ ବିବାହକୁ ନେଇ ଏବେ ଚର୍ଚ୍ଚା ଯୋର ଧରିଛି । ଗୋଟିଏ ପଟେ ସେ ତାଙ୍କ ଅପକମିଂ ଫିଲ୍ମ ‘ଲାଲ ସିଂ ଚଡ୍ଡା’କୁ ନେଇ ଚର୍ଚ୍ଚାରେ ଥିବା ବେଳେ ଅନ୍ୟପଟେ ବିବାହ ଖବର ତାଙ୍କ ପ୍ରଶଂସକଙ୍କୁ ଦ୍ୱନ୍ଦ୍ୱରେ ପକାଇଛି । ଏବେ ଶୁଣିବାକୁ ମିଳୁଛି କି ଆମିର ତାଙ୍କ କୋ ଷ୍ଟାର ଫାତିମା ସନା ଶେଖଙ୍କୁ ବିବାହ କରି ସାରିଛନ୍ତି । ସୋସିଆଲ ମିଡିଆରେ ଏହି ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଆମିରଙ୍କ ଝିଅ ଇରାଙ୍କ ବୟାନକୁ ନେଇ ଏମିତି ଖବର ସାମ୍ନାକୁ ଆସିଛି । ଇରା କୁଆଡେ କହୁଛନ୍ତି, ତାଙ୍କ ପିତା ଆମିର ଖାଁ ଝିଅ ବୟସର ଅଭିନେତ୍ରୀ ଫାତିମାଙ୍କୁ ବିବାହ କରିଛନ୍ତି । ହେଲେ ଏ ସମ୍ପର୍କରେ ଫାତିମା କିମ୍ବା ଆମିରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ଏପର୍ଯ୍ୟନ୍ତ ଆସିନାହିଁ । ସୂଚନାଯୋଗ୍ୟ, ଆମିର ପ୍ରଥମେ ୧୯୮୬ରେ ରିନା ଦତ୍ତଙ୍କୁ ବିବାହ କରିଥିବା ବେଳେ ୨୦୦୨ରେ ଏମାନେ ପରସ୍ପରଠାରୁ ଅଲଗା ହୋଇଯାଇଥିଲେ । ଆଉ ଏହାର ଠିକ୍ ୩ ବର୍ଷ ପରେ ଅର୍ଥାତ୍ ୨୦୦୫ରେ ଆମିର ବିବାହ କଲେ କିରଣ ରାଓଙ୍କୁ । ଏହି ବିବାହ ବି ବେଶୀଦିନ ତିଷ୍ଠି ପାରିଲା ନାହିଁ । ଚଳିତ ବର୍ଷ ଏହି ଦମ୍ପତି ପରସ୍ପରଠାରୁ ଅଲଗା ହୋଇଯିବା ସହ ପ୍ରସଂଶକଙ୍କୁ ନିରାଶ କରିଥିଲେ । କିନ୍ତୁ ଆମିର-କିରଣ ଏକାଠି ସେମାନଙ୍କ କମ୍ପାନୀ ବୁଝିବା ସହ ଏକାଠି ପିଲାର ଯତ୍ନ ନେବେ ବୋଲି କହିଥିଲେ ।
ଏବେ ଆମିର ଓ ଫାତିମାଙ୍କ ବିବାହକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏହା ପୂର୍ବରୁ କିନ୍ତୁ ଫାତିମା କହିଥିଲେ ମୋ ନାଁରେ ଭୁଲ ଖବର ପ୍ରଚାର ପ୍ରସାର କରାଯାଉଛି । ସଠିକ ଖବର ନ ଜାଣି ଏମିତି ଭୁଲ ତଥ୍ୟ ଦେବା ଆଦୌ ଠିକ ନୁହେଁ ବୋଲି ଫାତିମା କହିଥିଲେ । ତେଣୁ ଆମିର ଓ ଫାତିମାଙ୍କ ବିବାହରେ କେତେ ସତ୍ୟତା ରହିଛି ତାହା କେବଳ ସମୟ ଆସିଲେ ଜଣାପଡିବ ।


Enter your email to get our daily news in your inbox.

All Right Reserved By Dharitri.Com

ଡ୍ରଗ୍ସ କାରବାରରେ ଗିରଫ ହେଲେ ଏହି ଅଭିନେତ୍ରୀ

ସ୍ୟାଣ୍ଡେଲଉଡ୍‌ ଡ୍ରଗ୍ସ କାରବାର ଘଟଣାର ତଦନ୍ତ ଜାରି ରଖିଛି ସେଣ୍ଟ୍ରାଲ କ୍ରାଇମବ୍ରାଞ୍ଚ ପୋଲିସ। ଏହି ମାମଲାରେ ସମ୍ପୃକ୍ତି ଥିବା ନେଇ ପୋଲିସ କନ୍ନଡ ଅଭିନେତ୍ରୀ ସଞ୍ଜନା...

ବିବାହ ବନ୍ଧନରେ ବାନ୍ଧି ହେଲେ ଏହି ପ୍ରସିଦ୍ଧ ଅଭିନେତ୍ରୀଙ୍କ ପୁଅ

ମୁମ୍ବାଇ: ଅଭିନେତ୍ରୀ ପଦ୍ମିନୀ କୋହ୍ଲାପୁରୀଙ୍କ ପୁଅ ପ୍ରିୟାଙ୍କ ଶର୍ମା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ପ୍ରିୟାଙ୍କ ଫିଲ୍ମ ନିର୍ମାତା କରୀମ ମୋରାନୀଙ୍କ ସାନ ଝିଅ ଶାଜା...

ଚାକିରି ଖୋଜୁଛନ୍ତି ଅମିତାଭ ବଚ୍ଚନ, ପ୍ରଶଂସକ ହେଲେ ଆଶ୍ଚର୍ଯ୍ୟ: ଜାଣନ୍ତୁ କାହିଁକି

କରୋନାରେ ଘରୁ ବାହାରି କାମ କରିବା ସମସ୍ତଙ୍କ ପକ୍ଷେ ଅତ୍ୟନ୍ତ କଷ୍ଟକର ହୋଇପଡିଛି। ସତର୍କତା ତ ଅବଲମ୍ବନ କରାଯାଉଛି, କିନ୍ତୁ ମନରେ ବସିଥିବା ଭୟକୁ ଦୂର...

ସୈଫ୍‌ଙ୍କୁ କିଡ୍‌ନାପ କରିବାକୁ ଚାହାନ୍ତି ଏହି ଅଭିନେତ୍ରୀ, କହିଛନ୍ତି କରୀନା ବି ଜାଣନ୍ତି ମୁଁ ତାଙ୍କ ସ୍ବାମୀଙ୍କୁ କେତେ ପସନ୍ଦ କରେ

ବଲିଉଡ୍‌ ଅଭିନେତ୍ରୀ ପରିଣୀତି ଚୋପ୍ରା ଅନେକ ଥର ଏହା ସ୍ପଷ୍ଟ କରିଛନ୍ତି ଯେ, ସୈଫ ଅଲ୍ଲୀ ଖାନ ତାଙ୍କର କ୍ରସ। ଯଦି ତାଙ୍କୁ ସୁଯୋଗ ମିଳେ...

ଚିକି ଚିକି ମୋର ଚିକିଣି ଗାଲ..

‘ଚିକି ଚିକି ମୋର ଚିକିଣି ଗାଲ, ରଙ୍ଗବତୀ ରସବତୀ ଜାଇଫୁଲ’। ଏପରି ଏକ ଆଇଟମ୍‌ ଗୀତକୁ ନେଇ ଓଲିଉଡ୍‌ରେ ଚର୍ଚ୍ଚା ଜୋର୍‌ ଧରିଛି। ଡ. ନିର୍ମଳ...

ଲୋକପ୍ରିୟ ଟିଭି ସିରିଏଲ ଲେଖକଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ, ୪।୧୨- ଲୋକପ୍ରିୟ କମେଡି ସିରିଏଲ ‘ତାରକ ମେହେତାକା ଉଲଟା ଚଷମା’ର ଅନ୍ୟତମ ଲେଖକ ଅଭିଷେକ ମକ୍ୱାନା ଗତ ନଭେମ୍ବର ୨୭ ତାରିଖରେ ଆତ୍ମହତ୍ୟା କରିଛନ୍ତି।...

ନେଗେଟିଭ୍‌ କ୍ୟାରେକ୍ଟର ମାଧ୍ୟମରେ ଦର୍ଶକଙ୍କ ନିକଟତର ହେବେ କି ଛୋଟେ ନବାବ!

ମୁମ୍ବାଇ: ବଲିଉଡ୍‌ ନାୟକ ଶୈଫ ଅଲି ଖାଁ ବେଶ୍‌ କିଛିଦିନ ହେବ ବଡ଼ ପରଦାରେ ସେମିତି କିଛି ଚରିତ୍ରରେ ଦେଖାଦେଇ ନାହାଁନ୍ତି। ଯାହା ଦର୍ଶକଙ୍କୁ ଛୁଇଁ...

ଜୟଲଳିଥାଙ୍କ ବାୟୋପିକ ପାଇଁ ବହୁ କଷ୍ଟ କରୁଛନ୍ତି କଙ୍ଗନା

ମୁମ୍ବାଇ: ବଲିଉଡ୍‌ କୁଇନ କଙ୍ଗନା ରନାଓ୍ବତ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିଥାଙ୍କ ଜୀବନି ଉପରେ ଆଧାରିତ ହୋଇଥିବା ବାୟୋପିକ ‘ଥଲାଭି’ରେ ନଜର ଆସିବେ। ଜୟଲଳିଥାଙ୍କ ଭଳି...

Advertisement
Archives

Model This Week