ସୋସିଆଲ ମିଡିଆରେ ଟ୍ରେଣ୍ଡ୍‌ କରୁଛି ଭଗବନ୍ତ-ଜେଲେନ୍‌ସ୍କିଙ୍କ ଜୀବନୀ

ଚଣ୍ଡିଗଡ଼,୧୦।୩: ପଞ୍ଜାବ ବିଧାନସଭା ନିର୍ବାଚନରେ ଆମ ଆଦମୀ ପାର୍ଟି(ଏଏପି) ସଂଖ୍ୟାଗରିଷ୍ଠତା ସହ ବିଜୟ ହାସଲ କରିଛି। ବହୁମତରେ ବିଜୟ ହାସଲ କରିବା ପରେ ରାଜ୍ୟରେ ଇତିହାସ ସୃଷ୍ଟି କରିଛି ଏଏପି। ନିର୍ବାଚନ ଫଳାଫଳ ଆସିବା ପରେ ଟୁଇଟର ଓ ଫେସ୍‌ବୁକ୍‌ରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଟ୍ରେଣ୍ଡ କରୁଛନ୍ତି। ଏଏପିର ମୁଖ୍ୟମନ୍ତ୍ରୀ ଚେହେରା ଭଗଓ୍ବନ୍ତ ମାନଙ୍କ ତୁଳନା ଜେଲେନ୍‌ସ୍କିଙ୍କ ସହ କରାଯାଉଛି। କାରଣ ଜେଲେନ୍‌ସ୍କି ମଧ୍ୟ ଭଗଓ୍ବନ୍ତଙ୍କ ଭଳି ଜଣେ କମେଡିଆନ ଥିଲେ। ଅଭିନେତାରୁ ନେତା ହୋଇଥିବା ଭଗଓ୍ବନ୍ତ ରାଜନୀତିରେ ଆସିବା ପୂର୍ବରୁ ଜାତୀୟ ଟେଲିଭିଜନ ସମେତ ଅନେକ ପଞ୍ଜାବୀ କମେଡି ଶୋ’ରେ କାମ କରିସାରିଛନ୍ତି। ତାଙ୍କର ଏକ ଶୋ’ ଜୁଗନୁ ମସ୍ତ ମସ୍ତ ବେଶ୍‌ ଲୋକପ୍ରିୟ ହୋଇଥିଲା। ସେହିପରି ଜେଲେନ୍‌ସ୍କି ମଧ୍ୟ ରାଜନୀତିରେ ଆସିବା ପୂର୍ବରୁ ଅନେକ କମେଡି ଶୋ’ କରୁଥିଲେ। ଏଥିସହ ସେ ରୋମାଣ୍ଟିକ ଫିଲ୍ମରେ ମଧ୍ୟ କରିଥିଲେ। ତେବେ ଦୁଇ ନେତାଙ୍କୁ ଏବେ ସୋସିଆଲ ମିଡିଆରେ ତୁଳନା କରାଯିବା ସହ ୟୁଜର୍ସମାନେ ଅନେକ କମେଣ୍ଟ ଦେଇଥିବା ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଦ୍ୱିତୀୟ ପ୍ରାର୍ଥିପତ୍ର ଜାରି କଲା ଏଏପି, ବଦଳିଲା ସିସୋଡିଆଙ୍କ ଆସନ

ନୂଆଦିଲ୍ଲୀ,୯।୧୨: ଆମ ଆଦମୀ ପାର୍ଟି ସୋମବାର ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ଦ୍ୱିତୀୟ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ଦଳର ନୂତନ ନେତା...

ସୋନିଆଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୋଦି, ସୋସିଆଲ ମିଡିଆରେ ଲେଖିଲେ ଏମିତି

ନୂଆଦିଲ୍ଲୀ,୯।୧୨: ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ୭୮ତମ ଜନ୍ମଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବହୁ ନେତା ଶୁଭେଚ୍ଛା ଜଣାଇଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ...

ବାଂଲାଦେଶ ଗସ୍ତରେ ବୈଦେଶିକ ସଚିବ ବିକ୍ରମ ମିଶ୍ରି, ୟୁନୁସଙ୍କ ସହ ହୋଇପାରେ ସାକ୍ଷାତ୍‌

ନୂଆଦିଲ୍ଲୀ,୯।୧୨: ବାଂଲାଦେଶରେ ସରକାର ପରିବର୍ତ୍ତନ ପରେ ସେଠାରେ କୌଣସି ଉନ୍ନତି ହୋଇପାରି ନାହିଁ। ବାଂଲାଦେଶରେ ହିନ୍ଦୁ ଏବଂ ସେମାନଙ୍କ ମନ୍ଦିରକୁ କ୍ରମାଗତ ଭାବେ ଟାର୍ଗେଟ କରାଯାଉଛି।...

ଏହି ତାରିଖ ଯାଏ ମାଗଣାରେ ଅପଡେଟ୍‌ ହେବ ଅଧାରକାର୍ଡ, ବିଳମ୍ବ କଲେ ଦେବାକୁ ପଡିବ ଟଙ୍କା

ନୂଆଦିଲ୍ଲୀ,୯।୧୨: ଭାରତରେ ଲୋକଙ୍କ ପାଖରେ ଅନେକ ଡକ୍ୟୁମେଣ୍ଟ ଗୁରୁତ୍ୱପୂର୍ଣ୍ଣ ସମୟରେ ଆବଶ୍ୟକ ହୋଇଥାଏ। ସେଗୁଡ଼ିକ ମଧ୍ୟରେ ସର୍ବାଧିକ ବ୍ୟବହୃତ ଡକ୍ୟୁମେଣ୍ଟ ହେଉଛି ଆଧାର କାର୍ଡ। ଭାରତର...

ପୂର୍ବତନ ମୁଖ୍ୟମନ୍ତ୍ରୀ ଏମଡିଆର ରାମଚନ୍ଦ୍ରନଙ୍କ ପରଲୋକ

ପୁଡୁଚେରୀ,୯।୧୨: କଂଗ୍ରେସର ବରିଷ୍ଠ ନେତା ତଥା ପୁଡୁଚେରୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମଡିଆର ରାମଚନ୍ଦ୍ରନଙ୍କ ଅସୁସ୍ଥତା ହେତୁ ରବିବାର ସାରେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ...

ଡିପିଏସ୍‌ ସମେତ ୪୦ ସ୍କୁଲକୁ ବୋମାରେ ଉଡାଇ ଦେବାକୁ ଧମକ

ନୂଆଦିଲ୍ଲୀ,୯।୧୨: ପୁଣିଥରେ ଦିଲ୍ଲୀର ପ୍ରାୟ ୪୦ ଟି ସ୍କୁଲ ଉପରେ ବୋମା ପକାଇବାକୁ ଧମକ ଦିଆଯାଇଛି। ସୋମବାର (ଡିସେମ୍ବର ୯) ସକାଳ ୭ଟାରେ, ଆର.କେ ପୁରମର...

ଜର୍ଜ ସୋରୋସ୍‌ ଫାଉଣ୍ଡେଶନ ପାଣ୍ଠି ଯୋଗାଉଥିବା ସଂଗଠନ ସହ ସୋନିଆ ସମ୍ପୃକ୍ତ: ଭାଜପା

ନୂଆଦିଲ୍ଲୀ,୯ା୧୨(ପି.ଟି.): ଜର୍ଜ ସୋରୋସ୍‌ ଫାଉଣ୍ଡେଶନ୍‌ ପାଣ୍ଠି ଯୋଗାଉଥିବା ଏକ ସଂଗଠନ ସହ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ସମ୍ପୃକ୍ତ ବୋଲି ଭାଜପା ରବିବାର ଅଭିଯୋଗ କରିଛି।...

କୃଷକଙ୍କ ‘ଦିଲ୍ଲୀ ଚଲୋ’ ସ୍ଥଗିତ

ଶମ୍ଭୁ,୯ା୧୨: ହରିୟାଣା ପୋଲିସ୍‌ର ଲୁହବୁହା ଗ୍ୟାସ୍‌ ପ୍ରୟୋଗ ଯୋଗୁ ଆନ୍ଦୋଳନରତ ୮ ଜଣ ଚାଷୀ ଆହତ ହେବା ପରେ ରବିବାର ଅପରାହ୍ନରେ କୃଷକ ସଂଗଠନ ‘ଦିଲ୍ଲୀ ଚଲୋ’...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri