ସୁଭଦ୍ରା ଯୋଜନା ଲାଗି ଆଧାରକାର୍ଡ ସେଣ୍ଟରକୁ ଆସିଥିବା ମହିଳାଙ୍କଠୁ ନେଉଛନ୍ତି ମନଇଚ୍ଛା ଟଙ୍କା, କାର୍ଯ୍ୟାନୁଷ୍ଠାନ ଦାବି

ପୁରୁଷୋତ୍ତମପୁର,୧୦।୯ (ସିମାଞ୍ଚଳ ମିଶ୍ର): ରାଜ୍ୟ ସରକାର ମହିଳାଙ୍କ ବିକାଶ ଲାଗି ଆଣିଥିବା ସୁଭଦ୍ରା ଯୋଜନାର ଆବେଦନ ଆରମ୍ଭ ହୋଇଯାଇଛି। ଆବେଦନ ବେଳେ ଆଧାରକାର୍ଡରେ ମୋବାଇଲ ନମ୍ବର ଅପଡେଟ୍‌ କରିବା ସହ ସଂଶୋଧନ କରିବା ଲାଗି ଆଧାରକାର୍ଡ ସେଣ୍ଟରରେ ସକାଳୁ ସନ୍ଧ୍ୟା ଯାଏ ମହିଳାଙ୍କ ଅସମ୍ଭାଳ ଭିଡ ଲାଗିରହୁଛି । ଏହାର ସୁଯୋଗ ନେଇ ପୁରୁଷୋତ୍ତମପୁରରେ ଥିବା ଆଧାରକାର୍ଡ ସେଣ୍ଟରରେ ଗରିବ ଶ୍ରେଣୀର ମହିଳା ମାନଙ୍କଠାରୁ ଅଧିକା ଲେଖାଏ ଟଙ୍କା ନେଉଥିବାର ଅଭିଯୋଗ ହୋଇଛି ।

ମୋବାଇଲ ଲିଙ୍କ, ଠିକଣା ସଂସୋଧନ, ବାୟୋମେଟ୍ରିକ ସଂସୋଧନ ଓ ନୂତନ ଆଧାରକାର୍ଡ କରିବା ଲାଗି ମନଇଚ୍ଛା ୨ଶହ ଠାରୁ ୫ଶହ ଟଙ୍କା ପର୍ଯ୍ୟନ୍ତ ଜୋର ଜବରଦସ୍ତ ଆଦାୟ କରୁଛନ୍ତି। ଏହାକୁ ନେଇ ଆଧାରକାର୍ଡ ସେଣ୍ଟର ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ପଚାରିବାରୁ ସେ କହିଛନ୍ତି ଭୁବନେଶ୍ବରର ଏକ କମ୍ପାନି ଏଠାରେ ସେଣ୍ଟର ଖୋଲିଛି । ତାଙ୍କର ନିର୍ଦ୍ଦେଶ ପ୍ରକାରେ କାର୍ଯ୍ୟ କରାଯାଉଛି। ଅନ୍ୟପଟେ ରାଜ୍ୟ ୟୁଆଇଡିଏଆଇ (ଆଧାରକାର୍ଡ ) ଡାଇରେକ୍ଟର କାର୍ଯ୍ୟାଳୟ ଭୁବନେଶ୍ବର, ଫୋନ ନଂ ୦୬୭୪ ୨୯୧୫୨୧୭ରେ ପିଏସଓ ଦେବିଦତ୍ତ ଗୋସ୍ବାମୀଙ୍କ ସହ ଯୋଗାଯୋଗ କରିବା ପରେ ସେ କହିଛନ୍ତି , ନୂତନ ଆଧାର କରିବା ଲାଗି ସମ୍ପୂର୍ଣ୍ଣ ମାଗଣା ରହିଥିବା ବେଳେ ମୋବାଇଲ ଲିଙ୍କ ଲାଗି ଶହେ ଟଙ୍କା, ବୟୋ ମେଟ୍ରିକ ଫିଙ୍ଗର ପ୍ରିଣ୍ଟ ଲାଗି ଶହେ ଟଙ୍କା ଓ ଠିକଣା ସଂଶୋଧନ ଓ ପରିବର୍ତ୍ତନ ଲାଗି ୫୦ ଟଙ୍କା ଫି’ ରହିଛି। ଏହି ନିର୍ଦ୍ଧାରିତ ଫି’ଠାରୁ ଯଦି ଆଧାର କାର୍ଡ ସେଣ୍ଟରରେ ଲୋକଙ୍କଠୁ ଏଭଳି ମନଇଚ୍ଛା ଅଧିକା ଫି’ ଆଦାୟ କରାଯାଉଛି, ସେଥିନେଇ ଲିଖିତ ଅଭିଯୋଗ ଆସିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଣୁ ତୁରନ୍ତ ଏ ଦିଗରେ ୟୁଆଇଡିଏଆଇ କର୍ତ୍ତୁପକ୍ଷ ଓ ସ୍ଥାନୀୟ ପ୍ରଶାସନ, ଜିଲାପ୍ରଶାସନ ଦୃଷ୍ଟିଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ବୁଦ୍ଧିଜୀବୀ ଓ ଜନସାଧାରଣ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାହିଁକି ଅପରେଶନ ସିନ୍ଦୂର କଥା ମନେ ପକାଇ ଦେଲେ ଅଜିତ ଡୋଭାଲ? ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ,୧୪।୮: ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ କହିଛନ୍ତି ଯେ ଭାରତର ଉଦାରତା ଏବଂ ସହନଶୀଳତାକୁ ଦୁର୍ବଳତା ଭାବିବା ଏକ ଗୁରୁତର ଭୁଲ ହେବ। ସେ ଦୃଢ଼ୋକ୍ତି…

ଗୁଣପୁରରେ ଅଖଣ୍ଡ ଭାରତ ଦିବସ: ତ୍ରିରଙ୍ଗା ଯାତ୍ରାରେ ବାହାରି ମହାପୁରୁଷଙ୍କ ବଳିଦାନକୁ ନେଇ…

ଗୁଣପୁର,୧୪ା୮(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ପୁରୁଣା ବସ୍‌ଷ୍ଟାଣ୍ଡଠାରେ ଶୁକ୍ରବାର ଅଖଣ୍ଡ ଭାରତ ଦିବସ ପାଳନ ହୋଇଯାଇଛି। ଏହି ଅବସରରେ ଭାଜପା ଜିଲା ସଭାପତି ଗୋପୀ ଆନନ୍ଦ…

Video: କିଏ କହିଲା ‘କମେଡିଆନ’ କିଏ କହିଲା ‘ମହିଳା ବିରୋଧୀ’ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କଲେ ଭାଜପା ନେତା

ନୂଆଦିଲ୍ଲୀ,୧୪।୮: କଂଗ୍ରେସ ନେତା ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଏକ ବୟାନ ପୁଣି ଥରେ ବିବାଦ ସୃଷ୍ଟି କରିଛି। ଗୁରୁବାର ନୂଆଦିଲ୍ଲୀରେ…

ଶୁକ୍ର ପୁଷ୍କରାଂଶ ଯୋଗରେ ମିଥୁନରୁ ତୁଳା ସମେତ ଏହି ୪ ରାଶିଙ୍କ ଲାଭ; ଇନକମ୍‌ ହେଇଯିବ ଡବଲ୍‌, ସୁଧୁରିବ ଭାଙ୍ଗିଯାଇଥିବା ସମ୍ପର୍କ…

ଜନ୍ମକୁଣ୍ଡଳୀରେ ଯେକୌଣସି ଗ୍ରହର ‘ପୁଷ୍କରାଂଶ’ ସ୍ଥିତିକୁ ଅତ୍ୟନ୍ତ ଶୁଭ ବୋଲି ମନେକରାଯାଏ, କାରଣ ଏହାର ପ୍ରଭାବ ସଦାସର୍ବଦା ସକାରାତ୍ମକ ଏବଂ ଫଳଦାୟୀ ହୋଇଥାଏ। ବିଶେଷକରି ଶୁକ୍ରଙ୍କର ପୁଷ୍କରାଂଶ…

ଭାରତ ଗସ୍ତରେ ଆସିବେ ଇରାନୀ ରାଷ୍ଟ୍ରପତି; ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ସାକ୍ଷାତ ଉପରେ ସମସ୍ତଙ୍କ ନଜର? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ/ତେହରାନ,୧୪।୮: ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ଆସନ୍ତା ମାସରେ ଭାରତ ଗସ୍ତରେ ଆସୁଛନ୍ତି। ସେ ସେପ୍ଟେମ୍ବର 12-13 ରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା BRICS ସମ୍ମିଳନୀରେ…

ପାନୀୟ ଜଳ ପାଇଁ ଯିବାକୁ ପଡୁଛି ୨ କିମି, ଏସ୍‌ଡିପିଓ କହିଲେ ଯୁଦ୍ଧକାଳୀନ ଭିତ୍ତିରେ ଆଜି…

କେସିଙ୍ଗା,୧୪ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ମଖାପଳା ଗ୍ରାମରେ ଦୀର୍ଘଦିନରୁ ପାନୀୟଜଳ ସମସ୍ୟା ରହିଛି। ଏହି ଅଞ୍ଚଳରେ ନଳକୂପ ଖୋଳିଲେ ମଧ୍ୟ ପାଣି ବାହାରୁନାହିଁ। ଗ୍ରାମରୁ…

‘ତୁମର ଜାତି କ’ଣ, ତୁମେ କୋଭିଡ ଟିକା କେଉଁଠାରୁ ନେଇଛ…’; ଜନଗଣନାରେ ପଚରାଯିବ ଏମିତି ୪୦ ପ୍ରଶ୍ନ, ବିଜ୍ଞପ୍ତି ଜାରି

ନୂଆଦିଲ୍ଲୀ,୧୪।୮: କେନ୍ଦ୍ର ସରକାର ୨୦୨୭ ଜନଗଣନାର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ୪୦ଟି ପ୍ରଶ୍ନ ଚୂଡ଼ାନ୍ତ କରିଛନ୍ତି। ଏହି ପ୍ରକ୍ରିୟା ସମୟରେ, ଅନୁସୂଚିତ ଜାତି (SC), ଅନୁସୂଚିତ ଜନଜାତି…

ତାଳଚେର-ପୁରୀ ମେମୁ ପାସେଞ୍ଜର ଲାଇନ୍‌ଚ୍ୟୁତ

ପୁରୀ,୧୪ା୮(ଅଜିତ କୁମାର ମହାନ୍ତି): ପୁରୀ ଷ୍ଟେଶନ ନିକଟରେ ତାଳଚେରରୁ ପୁରୀ ଆସୁଥିବା ମେମୁ ପାସେଞ୍ଜର ଟ୍ରେନ ପୁରୀ ଷ୍ଟେଶନରୁ ମାତ୍ର ୫୦୦ ମିଟର ଦୂରରେ ଲାଇନଚ୍ୟୁତ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri