Posted inଜାତୀୟ

ହରିୟାଣାର ରାଜନୈତିକ ଦଙ୍ଗଲରେ ହେବ ବଡ଼ ଯୁଦ୍ଧ, ବବିତା ଫୋଗାଟଙ୍କୁ ଟିକେଟ୍‌ ଦେବ ଭାଜପା!

ନୂଆଦିଲ୍ଲୀ,୧୦।୯: ଘୋଷଣା ହୋଇସାରିଛି ହରିୟାଣା ବିଧାନସଭା ନିର୍ବାଚନ। ହରିୟାଣାର ରାଜନୈତିକ ଯୁଦ୍ଧରେ ଭାଜପା, କଂଗ୍ରେସ ଏବଂ ଏଏପି ନିଜର ଶକ୍ତି ପ୍ରଦର୍ଶନ କରିବାକୁ ପ୍ରସ୍ତୁତ ହେଲେଣି। ହରିୟାଣା ନିର୍ବାଚନରେ ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ ଏବେ କଂଗ୍ରେସ ସହାୟତାରେ ମଇଦାନକୁ ଓହ୍ଲାଇଛନ୍ତି। ଦୁହେଁ କଂଗ୍ରେସରେ ଯୋଗ ଦେବା ପରେ ଜଣେ ଟିକେଟ ପାଇଥିବାବେଳେ ଜଣେ ବଡ଼ ପଦବୀ ପାଇଛନ୍ତି। ତେବେ କଂଗ୍ରେସର ଏହି ଗୋଟି ଚାଳନାକୁ ଭାଜପା ଚ୍ୟାଲେଞ୍ଜ କରିଛି। ଏବେ ହରିୟାଣା ବିଧାନସଭା ନିର୍ବାଚନରେ ବବିତା ଫୋଗାଟଙ୍କ ଟିକେଟ୍‌ ଦେଇ ମାଷ୍ଟରଷ୍ଟ୍ରୋକ କରିବାକୁ ଯାଉଛି ବୋଲି ଚର୍ଚ୍ଚା ହେଉଛି।

ତେବେ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି କି, ଚଳିତ ହରିୟାଣା ବିଧାନସଭା ନିର୍ବାଚନର ରାଜନୈତିକ ଦଙ୍ଗଲରେ ଭାଜପା ବବିତାଙ୍କୁ ଫିଲ୍ଡ କରି ନ ପାରେ। କାରଣ ବବିତାଙ୍କ ଟିକେଟ ବାତିଲ ହୋଇ ସାରିଛି। ବବିତା ହରିୟାଣାର ଚରକି-ଦାଦ୍ରି ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଥିଲେ। ତାଙ୍କୁ ଗତ ନିର୍ବାଚନରେ ପରାଜୟର ସାମ୍ନା କରିବାକୁ ପଡିଥିଲା। କିନ୍ତୁ ଏଥର ଭିନେଶ ରାଜନୈତିକ ମହଲରେ ଏଣ୍ଟ୍ରି କରିବାରୁ ଭାଜପା ଏହାର ରଣ କୌଶଳ ବଦଳାଇ ଦେଇଛି। ହରିୟାଣାରେ ବବିତା ବନାମ ଭିନେଶ ଲଢେଇ କରିବାକୁ ଭାଜପା ଚାହୁଁନାହିଁ। ଯଦି ଏପରି ହୋଇଥାନ୍ତା ତେବେ କଂଗ୍ରେସ ଏଥିରୁ ଅଧିକ ଲାଭ ପାଇଥାନ୍ତା। ତେଣୁ ଏହି କାରଣରୁ ଭାଜପା ବବିତା ଫୋଗାଟଙ୍କୁ ଟିକେଟ ଦେଇ ନାହିଁ।

ନିକଟରେ ପ୍ୟାରିସ ଅଲିମ୍ପିକ୍ସରୁ ଭିନେଶ ଫୋଗାଟ ଫେରିଛନ୍ତି। ପ୍ୟାରିସ ଅଲିମ୍ପିକ୍ସରେ ତାଙ୍କ ସହ ଯାହା ଘଟିଥିଲା ଏବଂ ୧୦୦ ଗ୍ରାମ ହେତୁ ସୁନା ପଦକ ଜିତିବାର ସ୍ବପ୍ନ ଭାଙ୍ଗି ଯାଇଥିବାରୁ ଲୋକମାନେ ଭିନେଶଙ୍କ ପ୍ରତି ସହାନୁଭୂତି ଦେଖାଉଛନ୍ତି। ତେବେ ମଇଦାନରେ ତାଙ୍କ ପାଇଁ ଲାଭଦାୟକ ହୋଇପାରେ। କଂଗ୍ରେସ ମଧ୍ୟ ଏହା ଜାଣେ। ଏହି କାରଣରୁ ରାହୁଲ ଗାନ୍ଧୀ ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆଙ୍କୁ କଂଗ୍ରେସରେ ସାମିଲ କରିଛନ୍ତି। ଏହା ବ୍ୟତୀତ ଦିଲ୍ଲୀର ଜନ୍ତରମନ୍ତରରେ ବଜରଙ୍ଗ ପୁନିଆ ଏବଂ ଭିନେଶ ଫୋଗାଟଙ୍କ ବିରୋଧ ଯୋଗୁଁ ହରିୟାଣାରେ ମଧ୍ୟ କଂଗ୍ରେସର ଅନେକ ଆଶା ରହିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଇମ୍ରାନଙ୍କ ଦଳର ଚାରି ଜଣ ନେତାଙ୍କୁ ଦଶ ବର୍ଷ ଜେଲଦଣ୍ଡ

ଲାହୋର,୨୧।୬: ଶନିବାର ପାକିସ୍ତାନର ଏକ କୋର୍ଟ ୨୦୨୩ ଦଙ୍ଗା ସହିତ ଜଡିତ ଏକ ମାମଲାରେ ଜେଲରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଦଳର ଚାରି ଜଣ…

ଆଜି ଏହି ସବୁ ଜିଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା, ଜାରି ହେଲା ଅରେଞ୍ଜ ଓ୍ବାର୍ନିଂ

ଭୁବନେଶ୍ୱର, ୨୧ା୬(ବନ୍ଦନା ସେଠୀ): ମୌସୁମୀ ଛୁଇଁବା ପରେ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ଅଗ୍ରସର ହେଉଛି। ଫଳରେ ସେସବୁ ଜିଲାରେ କୋହଲା ପାଗ ସହ ବର୍ଷା ଯୋଗୁ ଗ୍ରୀଷ୍ମ…

ଟିମ ଇଣ୍ଡିଆରେ ରୋହିତ ଶର୍ମାଙ୍କ ଭବିଷ୍ୟତକୁ ନେଇ ବଡ଼ ବୟାନ ଦେଲେ ଅଧିନାୟକ ଶୁଭମନ, କହିଲେ…

ନୂଆଦିଲ୍ଲୀ, ୨୧।୬: ତୃତୀୟ ଦିନିକିଆ ମ୍ୟାଚରେ ଭାରତ, ଆଫଗାନିସ୍ତାନକୁ ୯ ଉଇକେଟ୍‌ରେ ପରାସ୍ତ କରିଛି। ଏହା ସହିତ ଟିମ ଇଣ୍ଡିଆ, ଆଫଗାନିସ୍ତାନକୁ ଦିନିକିଆ ସିରିଜରେ କ୍ଲିନ ସ୍ବିପ୍‌…

ଭାରତ କ’ଣ ପାଇଲା

ଜୁନ୍‌ ୧୭ରେ ଏକ ଖବର ପ୍ରକାଶ ପାଇଥିଲା, ଆମେରିକା ଇଣ୍ଡୋ-ପାସିଫିକ କମାଣ୍ଡର ନାମ ବଦଳାଇ ପୁଣିଥରେ ‘ପାସିଫିକ କମାଣ୍ଡ’ କରିଦେଇଛି। କଶ୍ମୀରର ଏକ ଭୁଲ୍‌ ମାନଚିତ୍ର ସହିତ…

ବାଂଲାଦେଶ ପ୍ରଧାନମନ୍ତ୍ରୀ ତାରିକ ରହମାନଙ୍କ ବଡ଼ ନିଷ୍ପତ୍ତି: ସେ ତାଙ୍କର ପ୍ରଥମ ବିଦେଶ ଗସ୍ତରେ ଭାରତ ପରିବର୍ତ୍ତେ ଗସ୍ତ କରିବେ ଏହି ଦେଶ

ଢାକା,୨୧।୬: ବାଂଲାଦେଶର ପ୍ରଧାନମନ୍ତ୍ରୀ ତାରିକ ରହମାନ ତାଙ୍କର ପ୍ରଥମ ବିଦେଶ ଗସ୍ତ ପାଇଁ ମାଲେସିଆ ଏବଂ ଚାଇନାକୁ ବାଛିଛନ୍ତି। ଏହି ନିଷ୍ପତ୍ତିକୁ ତାଙ୍କର ନୂତନ ବୈଦେଶିକ ନୀତି…

ଆରାବଳୀ ରାୟ ସମୀକ୍ଷା କମିଟିର ପରିବର୍ତ୍ତନ ଦାବି, ସିଜେଆଇଙ୍କୁ ପତ୍ର ଲେଖିଲେ ବିଶେଷଜ୍ଞ

ନୂଆଦିଲ୍ଲୀ,୨୧।୬: ଆରାବଳୀ ପର୍ବତମାଳାର ସୁରକ୍ଷା ଲକ୍ଷ୍ୟରେ ଦିଆଯାଇଥିବା ପୂର୍ବ ରାୟର ସମୀକ୍ଷା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ କମିଟିରେ ପରିବର୍ତ୍ତନ ପାଇଁ ଭାରତର ପ୍ରଧାନ ବିଚାରପତି (ସିଜେଆଇ)ଙ୍କୁ…

ଅଧ୍ୟକ୍ଷ ପଦ ଛାଡ଼ିବାକୁ ପ୍ରସ୍ତୁତ: ଉଦ୍ଧବ

ମୁମ୍ବାଇ,୨୧।୬: ଶିବସେନା (ୟୁବିଟି)ରେ ବିଦ୍ରୋହ ଅଧିକ ଗମ୍ଭୀର ହେଉଥିବାବେଳେ ଦଳ ଅଧ୍ୟକ୍ଷ ପଦ ଛାଡ଼ିବାକୁ ପ୍ରସ୍ତୁତ ଥିବା ନେଇ ଉଦ୍ଧବ ଠାକ୍‌ରେ ଶୁକ୍ରବାର କହିଛନ୍ତି। ତାଙ୍କ ନେତୃତ୍ୱ…

International Yoga Day: ୩୫୦୦୦ ଲୋକଙ୍କ ସହ ଯୋଗ କଲେ ମୋଦି, କୋଲକାତାରେ ଭବ୍ୟ ଆୟୋଜନ

କୋଲକାତା,୨୧।୬: ଆଜି ଅନ୍ତର୍ଜାତୀୟ ଯୋଗ ଦିବସ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଲକାତାର ରେଡ ରୋଡରେ ଆୟୋଜିତ ଦ୍ୱାଦଶ ଅନ୍ତର୍ଜାତୀୟ ଯୋଗ ଦିବସ କାର୍ଯ୍ୟକ୍ରମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri