Posted inଜାତୀୟ

ଭୋଟର କାର୍ଡ ସହ ଆଧାର ଲିଙ୍କ୍‌ ସ୍ବେଚ୍ଛାକୃତ

ନୂଆଦିଲ୍ଲୀ, ୨୧।୧୨: ଲୋକ ସଭାରେ ସୋମବାର ବିରୋଧୀଙ୍କ ପ୍ରତିବାଦ ଓ ହଟ୍ଟଗୋଳ ମଧ୍ୟରେ ନିର୍ବାଚନୀ ସଂସ୍କାର ବିଲ୍‌ ଗୃହୀତ ହୋଇଯାଇଛି। ଭୋଟର ପରିଚୟପତ୍ରକୁ ଆଧାର ନମ୍ବର ସହ ସଂଯୋଗ କରିବା ଲାଗି ବିଲ୍‌ରେ ପ୍ରସ୍ତାବ ରହିଛି। ତେବେ ଏହାକୁ କଂଗ୍ରେସ, ଡିଏମ୍‌କେ, ଏନ୍‌ସିପି, ତୃଣମୂଳ କଂଗ୍ରେସ, ଶିବସେନା, ବିଏସ୍‌ପି, ବିଜେଡି ପ୍ରମୁଖ ଦଳ ବିଲ୍‌କୁ ବିରୋଧ କରିଥିଲେ। ଏହା ଅଣନାଗରିକଙ୍କୁ ଭୋଟ ଅଧିକାର ପ୍ରଦାନ କରିପାରେ ବୋଲି ସେମାନେ ଆଶଙ୍କା ବ୍ୟକ୍ତ କରିଥିଲେ। କେନ୍ଦ୍ର ଆଇନମନ୍ତ୍ରୀ କିରେନ ରିଜିଜୁ ନିର୍ବାଚନ ଆଇନ(ସଂଶୋଧନ) ବିଲ୍‌, ୨୦୨୧ ଲୋକ ସଭାରେ ଉପସ୍ଥାପନ କରିଥିଲେ। ଭୋଟର ପରିଚୟପତ୍ରରେ ଆଧାର ସଂଯୋଗ କରିବା ବାଧ୍ୟତାମୂଳକ ନୁହେଁ, ସ୍ବେଚ୍ଛାକୃତ ବୋଲି ରିଜିଜୁ ସ୍ପଷ୍ଟ କରିଥିଲେ। ନିର୍ବାଚନ ବ୍ୟବସ୍ଥାରେ ସଂସ୍କାର ଲାଗି ଏହା ଅତି ଗୁରୁତ୍ୱପୂର୍ଣ୍ଣ ବିଲ୍‌। ପ୍ରଚଳିତ ବ୍ୟବସ୍ଥାରେ ପ୍ରତିବର୍ଷ ଜାନୁୟାରୀ ୨ରେ ପ୍ରକାଶିତ ଭୋଟର ତାଲିକାରେ ଜଣଙ୍କର ନଁା ନ ଥିଲେ ତାଙ୍କୁ ଗୋଟିଏ ବର୍ଷ ଅପେକ୍ଷା କରିବାକୁ ପଡ଼ୁଥିଲା। ଏଣିକି ଭୋଟର ତାଲିକାରେ ନାମ ପଞ୍ଜୀକରଣ ଲାଗି ବର୍ଷକୁ ୪ଥର ସୁଯୋଗ ମିଳିବ। ଭୋଟର ଆଇଡି ସହ ଆଧାର ସଂଯୋଗ ହେଲେ ପରିଚୟ ଖୋଜିବା ସହଜ ହେବ ଏବଂ ସମାନ ନାମରେ ଏକାଧିକ ସ୍ଥାନରେ ଥିବା ଜାଲ୍‌ ଭୋଟରଙ୍କୁ ଚିହ୍ନଟ କରାଯାଇପାରିବ। ଏହି ବିଲ୍‌ରେ ଜନପ୍ରତିନିଧି ଆଇନ, ୧୯୫୧ରେ ରହିଥିବା ‘ସ୍ତ୍ରୀ’ ଶବ୍ଦକୁ ବଦଳାଯାଇ ‘ଜୀବନସାଥୀ’ ରଖାଯାଇଛି। ଭୋଟ ପରିଚାଳନା ଲାଗି ନିର୍ବାଚନ କର୍ତ୍ତୃପକ୍ଷ ଅଧିକ ସରକାରୀ କାର୍ଯ୍ୟାଳୟ ପରିସରକୁ ବ୍ୟବହାର କରିବାର କ୍ଷମତା ମିଳିବ। ସଂକ୍ଷିପ୍ତ ଆଲୋଚନା ପରେ ଧ୍ୱନିମତରେ ବିଲ୍‌ ଗୃହୀତ ହୋଇଛି।
ବିଲ୍‌କୁ ସଂସଦୀୟ କମିଟିକୁ ପଠାଇବା ଲାଗି କେତେଜଣ ବିରୋଧୀ ଦଳ ସଦସ୍ୟ ଦାବି କରିଥିଲେ। ଆଇନ ଓ କାର୍ମିକ ଷ୍ଟାଣ୍ଡିଂ କମିଟି ବିଲ୍‌ର ବିଭିନ୍ନ ପ୍ରସ୍ତାବ ପାଇଁ ପ୍ରସ୍ତାବ ଦେବା ସହ ସୁପାରିସ କରିଥିବା ମନ୍ତ୍ରୀ କହିଥିଲେ। ନିର୍ବାଚନ ବ୍ୟବସ୍ଥାକୁ ସ୍ବଚ୍ଛ କରିବା ଉକ୍ତ ବିଲ୍‌ର ଉଦ୍ଦେଶ୍ୟ ବୋଲି ମନ୍ତ୍ରୀ ଗୃହକୁ ଅବଗତ କରାଇଥିଲେ। କଂଗ୍ରେସ ଏମ୍‌ପି ଶଶୀ ଥରୁର କହିଥିଲେ, ଆଧାର ଏକ ବାସିନ୍ଦା ପ୍ରମାଣପତ୍ର, ନାଗରିକତ୍ୱର ପ୍ରମାଣ ନୁହେଁ। ଏଭଳି ବିଲ୍‌ ସମ୍ଭବତଃ ଅଣନାଗରିକଙ୍କୁ ଭୋଟ ଅଧିକାର ପ୍ରଦାନ କରିବ ବୋଲି କଂଗ୍ରେସ ଏମ୍‌ପି କହିଥିଲେ। ସରକାର ଏଭଳି ବିଲ୍‌ ଆଣି ନିର୍ବାଚନ କମିଶନଙ୍କ ସ୍ବାଧୀନତାକୁ ସଂକୁଚିତ କରୁଛନ୍ତି ବୋଲି ଏଆଇଏମ୍‌ଆଇଏମ୍‌ ଅଧ୍ୟକ୍ଷ ଅସାଦୁଦ୍ଦିନ ଓଓ୍ବାଇସି କହିଥିଲେ। ଉକ୍ତ ବିଲ୍‌ ସୁପ୍ରିମକୋର୍ଟଙ୍କ ରାୟର ଉଲ୍ଲଂଘନ କରୁଛି। ବିଧେୟକ ପ୍ରସ୍ତୁତ କରିବାର ଦକ୍ଷତା, ଜ୍ଞାନ, ସାମର୍ଥ୍ୟ ଓ ଯୋଗ୍ୟତା ସରକାରଙ୍କ ନାହିଁ। ଭୋଟର ପରିଚୟପତ୍ର ସହ ଆଧାର ସଂଯୋଗ ହେଲେ ଏହା ନାଗରିକଙ୍କ ଗୋପନୀୟତା ମୌଳିକ ଅଧିକାରର ଉଲ୍ଲଂଘନ କରିବ ବୋଲି ଓଓ୍ବାଇସି ଗଣମାଧ୍ୟମକୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀପତ୍ର ଦାଖଲ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ

ଭୋପାଳ,୧୯।୪: ଭାଜପାର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀ ଭାବେ ଶୁକ୍ରବାର ନାମାଙ୍କନପତ୍ର ଦାଖଲ...

କଂଗ୍ରେସକୁ ଭୋଟ ନ ଦେବାକୁ କହିଲେ ମମତା ବାନାର୍ଜୀ

କୋଲକତା,୧୯।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ବିରୋଧୀ ଇଣ୍ଡିଆ ମେଣ୍ଟରେ ଥିବା ସିପିଆଇ(ଏମ) ଓ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି। ଉଭୟ ଦଳ ବେଙ୍ଗଲରେ...

‘ଜେଲ୍‌ରେ କେଜ୍‌ରିଓ୍ବାଲଙ୍କ ସହ କିଛି ବି ହୋଇପାରେ’

ନୂଆଦିଲ୍ଲୀ,୧୯।୪: ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ମଧୁମେହ ହୋଇଥିଲେ ହେଁ ସେ ଜେଲ୍‌ରେ ଆମ୍ବ ଏବଂ ମିଠା ଖାଉଛନ୍ତି ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦାବି କରିଛି। ଏହାପରେ ରାଜନୈତିକ...

ନାଗାଲାଣ୍ଡର ୬ ଜିଲାରେ ବୁଥ୍‌ ଖାଁ ଖାଁ, ଭୋଟ ଦେବାକୁ ଆସିଲେ ନାହିଁ ଜଣେ ହେଲେ ବି ଭୋଟର୍‌  

କୋହିମା,୧୯ା୪: ନାଗାଲାଣ୍ଡରେ ପୃଥକ ସରକାର(ରାଜ୍ୟ) ଏବଂ ଅଧିକ ଆର୍ଥିକ ସ୍ବାଧୀନତା ଦାବିରେ ‘ଲୋକଙ୍କ ଜରୁରୀକାଳିନ ପରିସ୍ଥିତି’ ନେଇ ଘୋଷଣା କରି ପୂର୍ବ ନାଗାଲାଣ୍ଡ ଲୋକ ସଂଗଠନ(ଇଏନ୍‌ପିଓ)...

ନାନୋ ୟୁରିଆ ବ୍ୟବହାର ପାଇଁ ଆସିଲା ବିଜ୍ଞପ୍ତି

ନୂଆଦିଲ୍ଲୀ,୧୯ା୪: ୩ ବର୍ଷ ପାଇଁ ନାନୋ ୟୁରିଆ ପ୍ଲସ୍‌ ସାର ବ୍ୟବହାର ନିମନ୍ତେ କେନ୍ଦ୍ର ସରକାର ବିଜ୍ଞପ୍ତି ଜାରି କରିଛନ୍ତି। ତେବେ ଏହି ସାରର ଉର୍ବରତା...

ଜେଲ୍‌ ଭିତରେ କେଜରିଓ୍ବାଲଙ୍କୁ ମାରି ଦେବାକୁ ଷଡଯନ୍ତ୍ର!

ନୂଆଦିଲ୍ଲୀ,୧୯।୪: ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ବିରୋଧରେ ଚାଲିଛି ସାଂଘାତିକ ଷଡଯନ୍ତ୍ର। ଜେଲ ଭିତରେ କେଜରିୱାଲଙ୍କୁ...

ନିଜକୁ ଭୋଟ୍‌ ଦେଇପାରିବେନି ଏହି ପ୍ରାର୍ଥୀ

ନୂଆଦିଲ୍ଲୀ,୧୯।୪: ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ମତଦାନ ଚାଲିଛି। ଏହି ପରିପ୍ରେକ୍ଷୀରେ ୧୦୨ଟି ଲୋକସଭା ଆସନ ପାଇଁ ଭୋଟ ଗ୍ରହଣ ହେଉଥିବା ବେଳେ ବିହାରର ୪ଟି ଲୋକସଭା...

ଭୋଟ ଦେଲେ ବିଶ୍ୱର ସବୁଠୁ ଛୋଟ ମହିଳା

ପୁଣେ,୧୯।୪: ମହାରାଷ୍ଟ୍ରର ପାଞ୍ଚଟି ସିଟ ପାଇଁ ଆଜି ଭୋଟଗ୍ରହଣ ଚାଲିଛି। ଲୋକମାନେ ଉତ୍ସାହର ସହ ଭୋଟ ଦେଉଛନ୍ତି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri