Posted inଜାତୀୟ

ନିର୍ବାଚନ ଆଇନ ସଂଶୋଧନ ବିଲ, ୨୦୨୧ ଲୋକ ସଭାରେ ଆଗତ

ନୂଆଦିଲ୍ଲୀ,୨୦।୧୨: ନିର୍ବାଚନ ଆଇନ (ସଂଶୋଧନ) ବିଲ,୨୦୨୧ ଲୋକ ସଭାରେ ଆଗତ କରାଯାଇଛି। ଏହି ବିଲରେ ଭୋଟର କାର୍ଡକୁ ଆଧାର କାର୍ଡ ସହିତ ଯୋଡିବା ପାଇଁ ଏକ ବ୍ୟବସ୍ଥା କରାଯାଇଛି। ଏହାପୂର୍ବରୁ କଂଗ୍ରେସ, ତୃଣମୂଳ କଂଗ୍ରେସ, ଏଆଇଏମଆଇଏମ, ଆରଏସପି, ବିଏସପି ଭଳି ଦଳ ଏହି ବିଲ ପ୍ରଣୟନକୁ ବିରୋଧ କରିଥିଲେ। ନାଗରିକଙ୍କ ମୌଳିକ ଅଧିକାରକୁ ଏହି ବିଲ କ୍ଷୁର୍ଣ୍ଣ କରିବ ବୋଲି ବିରୋଧୀ କହିଛନ୍ତି। ଏହି ବିଲ୍‌କୁ ସଂସଦର ସ୍ଥାୟୀ କମିଟି ନିକଟକୁ ପଠାଇବାକୁ କଂଗ୍ରେସ ଦାବି କରିଛି।
ଆଇନ ମନ୍ତ୍ରୀ କିରେନ ରିଜିଜୁ ଲୋକ ସଭାରେ ନିର୍ବାଚନ ଆଇନ (ସଂଶୋଧନ) ବିଲ ଆଗତ କରିଥିଲେ। ଏହା ମାଧ୍ୟମରେ ଲୋକ ପ୍ରତିନିଧି ଅଧିନିୟମ, ୧୯୫୦ ଏବଂ ଲୋକ ପ୍ରତିନିଧି ଅଧିନିୟମ, ୧୯୫୧ରେ ସଂଶୋଧନ କରିବାକୁ ପ୍ରସ୍ତାବ ଦିଆଯାଇଛି। ମନ୍ତ୍ରୀ କିରଣ ରିଜ୍ଜୁ କହିଛନ୍ତି ଯେ, ସରକାର ନକଲି ଭୋଟକୁ ରୋକିବାକୁ ଚାହୁଁଛନ୍ତି । ଯାହାକୁ ଗୃହ ସମର୍ଥନ କରିବା ଉଚିତ ବୋଲି ସେ କହିଛନ୍ତି। ବିଲର ଆଭିମୁଖ୍ୟକୁ ବିରୋଧୀ ବୁଝିବା ଉଚିତ। ସୁପ୍ରିମକୋର୍ଟଙ୍କ ରାୟକୁ ଏହି ବିଲରେ ଆଦୌ ଉଲ୍ଲଂଘନ କରାଯାଇ ନାହିଁ ବୋଲି ସେ କହିଛନ୍ତି ।

 


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସପକ୍ଷରେ ପ୍ରଚାର କଲେ ପ୍ରବାସୀ ଭାରତୀୟ

ଅହମ୍ମଦାବାଦ,୧୬।୪: ଲୋକ ସଭା ନିର୍ବାଚନକୁ ଦେଖି ପ୍ରାୟ ୧୭ଶହ ପ୍ରବାସୀ ଭାରତୀୟ ଭାଜପା ସପକ୍ଷରେ ଘର ଘର ବୁଲି ପ୍ରଚାର କରିଥିବା ଦେଖିବାକୁ ମିଳିଛି। ଏମାନଙ୍କ...

ଜଗନ୍ନାଥଙ୍କୁ ଆସି ଦର୍ଶନ କରିବେ ରାହୁଲ

ରାୟପୁର/ପୁରୀ ଅଫିସ,୨୫ା୬: ମହାପ୍ରଭୁ ଜଗନ୍ନାଥଙ୍କ ପାଇଁ ରାହୁଲଙ୍କୁ ମିଳିଛି ନୂଆ ଜୀବନ। ୮୦ ଫୁଟ ଗଭୀର ବୋରଓ୍ବେଲରେ ଖସିପଡ଼ିଥିବା ରାହୁଲ ୩ ଦିନ ପରେ ସୁରକ୍ଷିତ...

ସିଡ଼ିଏସ୍‌ ନିଯୁକ୍ତି ନିୟମରେ ସଂଶୋଧନ, ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ଜାରି…

ନୂଆଦିଲ୍ଲୀ, ୭।୬ : ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଚି ଅଫ୍‌ ଡିଫେନ୍ସ ଷ୍ଟାଫ୍‌ (ସିଡିଏସ) ନିଯୁକ୍ତି ସହ ଜଡିତ ଥିବା ତିନି ପ୍ରତିରକ୍ଷା ବାହିନୀ ପାଇଁ...

ଭାରତରେ ୧୫୦% ବଢ଼ିଛି ମଧୁମେହ

ନୂଆଦିଲ୍ଲୀ,୮।୬: ବିଶ୍ୱର ଦ୍ୱିତୀୟ ସର୍ବାଧିକ ମଧୁମେହ ଆକ୍ରାନ୍ତ ବୟସ୍କ ବ୍ୟକ୍ତି ଭାରତରେ ରହିଛନ୍ତି। ପ୍ରତି ୬ ମଧୁମେହ ରୋଗୀଙ୍କ ମଧ୍ୟରେ ଜଣେ ଭାରତୀୟ ବୋଲି ଜଣାପଡ଼ିଛି।...

କରୋନାରେ ପରିବେଶବିତ୍‌ ସୁନ୍ଦରଲାଲଙ୍କ ନିଧନ

ଡେରାଡୁନ,୨୧।୫: ଦେଶରେ କରୋନା ଭାଇରସ୍‌ର ଦ୍ୱିତୀୟ ଲହରର ପ୍ରକୋପ ଜାରି ରହିଛି। ଏହି ସମୟରେ ଗୋଟିଏ ପରେ ଗୋଟିଏ ଦୁଃଖଦ ଖବର ସାମ୍ନାକୁ ଆସୁଛି। ଏହିକ୍ରମରେ...

ଗାଈକୁ ଖାଇବାକୁ ଦେଲେ ଦେଶୀବୋମା

କୋଏମ୍ବାଟୁର, ୧୮।୮: ଚାଷ ଜମିରେ ରଖାଯାଇଥିବା ଦେଶୀବୋମା ଖାଇ ଏକ ଗାଈ ଗୁରୁତର ଆହତ ହୋଇଛି। ଏହି ଘଟଣା ତାମିଲ୍‌ନାଡୁର କୋଏମ୍ବାଟୁରରେ ଘଟିଛି। ସ୍ଥାନୀୟ ମେଟ୍ଟୁପାଲାୟମ୍‌ରେ...

ଖୋଲିଲା ବଦ୍ରିନାଥ ମନ୍ଦିର, ଭକ୍ତଙ୍କୁ ମିଳିଲାନି ଅନୁମତି

ଚାମୋଲି,୧୫।୫: ଦୀର୍ଘଦିନ ପରେ ଶୁକ୍ରବାର ଭୋର ପ୍ରାୟ ୪ଟା ୩୦ରେ ଖୋଲିଛି ବଦ୍ରିନାଥ ମନ୍ଦିର। ପ୍ରଥମେ ଶୀତଦିନିଆ ତୁଷାରପାତ ଓ ଏହାପରେ କରୋନା ସଂକ୍ରମଣ ଯୋଗୁ...

ବେଦୀରେ ଅପେକ୍ଷା କରିଥିଲେ କନ୍ୟା, ବରଗାଡ଼ିକୁ ଅଧା ରାସ୍ତାରେ ଅଟକାଇଲା ପୋଲିସ; କାରଣ ଜାଣିଲେ…

ଲକ୍ଷ୍ନୌ,୩୧ା୭: ଉତ୍ତରପ୍ରଦେଶର ପିଲଭିତ ଜିଲାର ଜଣେ ବର କନ୍ୟା ଆଣିବା ପାଇଁ ଉତ୍ତରାଖଣ୍ଡ ଯାଉଥିବା ବେଳେ ପୋଲିସ ସୀମାରେ ଅଟକାଇଥିଲା। ଯାଞ୍ଚ କରିବା ପରେ ବରଯାତ୍ରୀ...

Advertisement
Archives

Model This Week