କାରାଗାରରେ କଏଦୀଙ୍କ ପାଇଁ ଆଧାର କ୍ୟାମ୍ପ୍‌

ଭୁବନେଶ୍ୱର,୨୭।୮(ବ୍ୟୁରୋ): ଭୁବନେଶ୍ୱର ଡାକମଣ୍ଡଳ ପକ୍ଷରୁ ଦୁଇଦିନ ଧରି ଝାରପଡ଼ା ସ୍ବତନ୍ତ୍ର କାରାଗାରରେ ଆଧାର ପଞ୍ଜୀକରଣ ଓ ସଂଶୋଧନ କ୍ୟାମ୍ପ ଅନୁଷ୍ଠିତ ହୋଇଯାଇଛି। ବିଶେଷକରି ଅଧିକାଂଶ କଏଦୀଙ୍କ ଆଧାର ନମ୍ବର ନ ଥିବାରୁ ବା ଆଧାର ତଥ୍ୟ ଭୁଲ୍‌ ଥିବାରୁ ସେମାନେ କାରାଗାର ପରିସରରେ ସରକାରୀ ସୁବିଧା ପାଇବାରେ ଅସୁବିଧାର ସମ୍ମୁଖୀନ ହେଉଥିଲେ। ବ୍ୟାଙ୍କ କିମ୍ବା ଡାକ ଘରେ ଖାତା ଖୋଲିବା ପାଇଁ ଆଧାର ନମ୍ବରର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ସ୍ବତନ୍ତ୍ର କାରାଗାର ସୁପରିଣ୍ଟେଣ୍ଡେଣ୍ଟ ସତ୍ୟପ୍ରକାଶ ସ୍ବାଇଁ ଭୁବନେଶ୍ୱର ଡାକମଣ୍ଡଳ ସହ ଯୋଗାଯୋଗ କରିଥିଲେ। ଡାକମଣ୍ଡଳର ବରିଷ୍ଠ ଅଧୀକ୍ଷକ ବସନ୍ତ କୁମାର ପଣ୍ଡା ଏହାକୁ ଗୁରୁତର ସହ ନେଇ ସହ ଅଧୀକ୍ଷକ ମୋନାଲିସା ଦାସଙ୍କୁ ଏହି ସ୍ବତନ୍ତ୍ର କାର୍ଯ୍ୟ ନିମନ୍ତେ ଦାୟିତ୍ୱ ଦେଇଥିଲେ। ଡାକମଣ୍ଡଳର ଦୀପକ କୁମାର ରଥ, ଶରତ କୁମାର ପରିଡ଼ା, ଅନନ୍ତ ନାରାୟଣ ସ୍ବାଇଁ, ଋତିକ ଲେଙ୍କାଙ୍କୁ ନେଇ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଥିଲା। ଉକ୍ତ ଟିମ କାରାଗାର କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରି ସମ୍ପୂର୍ଣ୍ଣ ସୁରକ୍ଷା ବଳୟ ଭିତରେ କ୍ୟାମ୍ପ ଆୟୋଜନ କରିଥିଲେ। କାରାଗାର ଜେଲର ସନ୍ତୋଷିନୀ ଦାଶ ଓ ଶିକ୍ଷକ ଭାସ୍କର ବେହେରାଙ୍କ ତତ୍ତ୍ୱାବଧାନରେ ୨୫ଜଣ କଏଦୀଙ୍କ ଆଧାର ପଞ୍ଜୀକରଣ ଓ ସଂଶୋଧନ କରାଯାଇଥିଲା। ଆବଶ୍ୟକ କାଗଜପତ୍ର ଅଭାବରୁ ଆଉ କେତେଜଣ କଏଦୀଙ୍କ ଆଧାର ପଞ୍ଜୀକରଣ କରାଯାଇପାରିନାହିଁ। ଏପରି କୌଣସି ଅନୁଷ୍ଠାନରେ ୫୦ରୁ ଅଧିକ ବ୍ୟକ୍ତିଙ୍କର ଆଧାର ପଞ୍ଜୀକରଣ ଓ ସଂଶୋଧନର ଆବଶ୍ୟକତା ଥିଲେ ଡାକ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସହ ଯୋଗାଯୋଗ କରିବାକୁ ବରିଷ୍ଠ ଅଧୀକ୍ଷକ ପଣ୍ଡା ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଭୁବନେଶ୍ୱରର ବଡ଼ ବଡ଼ ଡାକଘରେ ଜନସାଧାରଣଙ୍କ ପାଇଁ ଆଧାର ପଞ୍ଜୀକରଣ ଓ ସଂଶୋଧନ ବ୍ୟବସ୍ଥା ଉପଲବ୍ଧ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରନ୍ଧନ ଗ୍ୟାସକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିୟମ: ଏହା ଥିଲେ ବନ୍ଦ ହେବ LPG ସିଲିଣ୍ଡର

ନୂଆଦିଲ୍ଲୀ,୨୩।୮: ଦେଶର ଘରୋଇ ରୋଷେଇ ଗ୍ୟାସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଯେଉଁ ଅଞ୍ଚଳରେ ପୂର୍ବରୁ PNG (Piped…

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

ଡିଜିଟାଲ ଠକେଇରୁ କେମିତି ମିଳିବ ମୁକ୍ତି? ବରିଷ୍ଠ ନାଗରିକଙ୍କୁ ନେଇ…

ଛତ୍ରପୁର,୨୩ା୮(ଦିଲ୍ଲୀପ ସାମଲ): ବଢୁଥିବା ସାଇବର ଅପରାଧ ଓ ବିଶେଷକରି ଡିଜିଟାଲ ଆରେଷ୍ଟ ନାମରେ ହେଉଥିବା ଠକେଇରୁ ବରିଷ୍ଠ ନାଗରିକମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ଛତ୍ରପୁର ଥାନା ପକ୍ଷରୁ…

ଥୁଆମୂଳ ରାମପୁରରେ ରେକର୍ଡ ବର୍ଷା; ଯାତାୟତ ସମ୍ପୂର୍ଣ୍ଣ ଠପ୍, ପାଣିରେ ଫସିଲା ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୩ା୮(ଦୁର୍ଗା କୀର୍ତ୍ତି): ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ରେକର୍ଡ…

ଭରା ପାଣିରେ ବଞ୍ଚିବା ପାଇଁ ସଂଘର୍ଷ, ଗ୍ରାମବାସୀ ଜନପ୍ରତିନିଧିଙ୍କୁ ଅଭିଯୋଗ କରିବା ପରେ ବି…

ଗୁଡ଼ାରି,୨୩ା୮(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ଅନ୍ତର୍ଗତ ପଞ୍ଚୁପାଣ୍ଡବ ଗ୍ରାମ ନିକଟରେ ପ୍ରବାହିତ ନାଳରେ ଲଘୁଚାପ ଜନିତ ବର୍ଷା ଯୋଗୁ ଅଧିକ…

ଆସନ୍ତାକାଲି ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା: ଏହି ଜିଲାରେ ସବୁ ସ୍କୁଲ ଛୁଟି

ନବରଙ୍ଗପୁର,୨୩ା୮(ସଦାଶିବ ପ୍ରହରାଜ): ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ନବରଙ୍ଗପୁର ଜିଲାରେ ଆସନ୍ତାକାଲି ଅର୍ଥାତ୍‌ ୨୪ ଅଗଷ୍ଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ଓ ବଜ୍ରପାତର…

ମାଟି ଖୋଳିଲେ ମିଳୁଛି ସୁନା! ଏହି ଗାଁରେ ପ୍ରବଳ ଭିଡ଼, ଦିନକୁ ପହଞ୍ଚୁଛନ୍ତି ୧୦ ହଜାର ଲୋକ

ନୂଆଦିଲ୍ଲୀ,୨୩।୮: କେବେ ଚିନ୍ତା କରିଛନ୍ତି କି, ମାଟି ଖୋଳୁ ଖୋଳୁ ହଠାତ୍ ସୁନା ମିଳିଯିବ ? ପଶ୍ଚିମ କେନିଆର ଚେପୋରୋର ଗାଁରେ ଏବେ ଏଭଳି ଆଶା ନେଇ…

ମଦର ଗୁଣବତ୍ତା ନେଇ ସରକାରଙ୍କ ବଡ଼ ପଦକ୍ଷେପ, ଦେଲେ ଏହି ନିର୍ଦ୍ଦେଶ

ଚେନ୍ନାଇ,୨୩ା୮: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଜୋସେଫ ବିଜୟ ରାଜ୍ୟର ସମସ୍ତ ଡିଷ୍ଟିଲେରୀରେ ମଦର ଗୁଣବତ୍ତା ନେଇ କଡ଼ା ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। TASMAC ମାଧ୍ୟମରେ ବିକ୍ରି ହେଉଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri