ଚତୁର୍ଥ ଶ୍ରେଣୀ ଛାତ୍ରଙ୍କୁ ବିଷ ଖୁଆଇଲେ ଯୁବକ

ବଲାଙ୍ଗୀର/ତରଭା,୧୯ା୧(ବୀରେନ୍ଦ୍ର କୁମାର ଝାଙ୍କର/ମାନଭଞ୍ଜନ ମିଶ୍ର): ଜିଲା ତରଭା ଥାନା ସିଲାଟିମୁଣ୍ଡା ଗାଁର ଜଣେ ଚତୁର୍ଥ ଶ୍ରେଣୀ ଛାତ୍ରଙ୍କୁ ସେହି ଗାଁର ଜଣେ ଯୁବକ ଖାଦ୍ୟରେ ବିଷ ମିଶାଇ ଖୁଆଇ ଦେବା ଅଭିଯୋଗ ହୋଇଛି। ଏଥିରେ ସମ୍ପୃକ୍ତ ଛାତ୍ର ଆୟୁଷ ବାଘ(୧୦)ଙ୍କ ଅବସ୍ଥା ଗୁରୁତର ହୋଇଛି। ତାଙ୍କୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ଏମ୍‌ସିଏଚ୍‌ରେ ଭର୍ତ୍ତି କରାଯାଇଛି। ତାଙ୍କ ଅବସ୍ଥା ଗୁରୁତର ରହିଛି। ରାଜନୈତିକ ଶତ୍ରୁତାରୁ ପୁଅକୁ ବିଷ ଖୁଆଇ ମାରିଦେବାକୁ ଉଦ୍ୟମ କରାଯାଇଥିବା ଆୟୁଷଙ୍କ ବାପା ଲମ୍ବୋଦର ବାଘ ତରଭା ଥାନାରେ ଅଭିଯୋଗ କରିଛନ୍ତି। ଲମ୍ବୋଦରଙ୍କ ଅଭିଯୋଗ ମୁତାବକ, ଗୁରୁବାର ସିଲାଟିମୁଣ୍ଡା ଗାଁ ସ୍କୁଲକୁ ଆୟୁଷ ପଢ଼ିବା ପାଇଁ ଯାଇଥିଲେ। ପୂର୍ବାହ୍ନ ପ୍ରାୟ ୧୧ଟାରେ ସାମୟିକ ବିରତିରେ ସ୍କୁଲରୁ ବାହାରିଥିବା ଆୟୁଷଙ୍କୁ ସେହି ଗାଁର ଜଣେ ଯୁବକ ଡାକି ପାନମୁହୂରି ଓ ବିସ୍କୁଟ ଖାଇବାକୁ ଦେଇଥିଲେ। ଏହାର କିଛି ସମୟ ପରେ ଛାତ୍ର ଜଣକ ଚେତାଶୂନ୍ୟ ହୋଇପଡିଥିଲେ। ତାଙ୍କୁ ତରଭା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ବଲାଙ୍ଗୀର ସ୍ଥାନାନ୍ତର କରାଯାଇଥିଲା। ଭୀମ ଭୋଇ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଚିକିତ୍ସା ପରେ ଛାତ୍ରଙ୍କ ବାନ୍ତି ହୋଇଥିଲା ଓ ଚେତା ଫେରିଥିଲା। ଗାଁର ଜଣେ ଯୁବକ ତାଙ୍କୁ ପାନମୁହୁରି ଏବଂ ବିସ୍କୁଟରେ କିଛି ମିଶାଇ ଖୁଆଇବା ପରେ ତାଙ୍କ ଅବସ୍ଥା ବିଗିଡିଥିବା କହିଥିଲେ। ଗତ ପଞ୍ଚାୟତ ନିର୍ବାଚନ ସମୟରେ ଲମ୍ବୋଦରଙ୍କ ସହ ସମ୍ପୃକ୍ତ ଯୁବକଙ୍କର କୁଆଡେ ଝଗଡା ହୋଇଥିଲା। ଏହି ଘଟଣାକୁ କେନ୍ଦ୍ର କରି ସେ ବିରୋଧ କରିଆସୁଥିଲେ ଏବଂ ଶେଷରେ ପ୍ରତିଶୋଧ ପରାୟଣ ହୋଇ ତାଙ୍କ ଏକମାତ୍ର ପୁଅକୁ ବିଷ ଖୁଆଇ ମାରିଦେବାକୁ ଚେଷ୍ଟା କରିଥିବା ସେ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସରିଲା ଛୁଟି, ଖୋର୍ଦ୍ଧା ଜିଲାରେ କାଲିଠୁ ସକାଳୁଆ ସ୍କୁଲ

ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଏହାକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲାରେ ଶୁକ୍ରବାରଠାରୁ ସାଢ଼େ ୬ରୁ ସାଢ଼େ ୯ଟା ପର୍ଯ୍ୟନ୍ତ ସ୍କୁଲ୍‌ ଚାଲିବା…

ଜିଲା ବିକାଶ ସମନ୍ବୟ ଓ ପରିଚାଳନା କମିଟି ବୈଠକ: ଜିଲାର ସମସ୍ତ ଗ୍ରାମରେ ପାନୀୟଜଳ ଯୋଗାଣକୁ ତ୍ୱରାନ୍ବିତ କରିବାକୁ ଏମ୍‌ପିଙ୍କ ନିର୍ଦ୍ଦେଶ

ବରଗଡ,୨୩।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଗୁରୁବାର ଜିଲା ବିକାଶ ସମନ୍ବୟ ଏବଂ ପରିଚାଳନା କମିଟି(ଦିଶା)ର ତୃତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବରଗଡ…

ମିଳୁନି ଇନ୍ଧନ, ୨୦ ହଜାରରୁ ଅଧିକ ବିମାନ ରଦ୍ଦ, ଟିକେଟ ବୁକିଂ ପୂର୍ବରୁ ଜାଣି ନିଅନ୍ତୁ…

ବର୍ଲିନ,୨୩।୪: ଆମେରିକା-ଇରାନ ବିବାଦ ମଧ୍ୟରେ, ବିଶ୍ୱବ୍ୟାପୀ ଇନ୍ଧନ ଅଭାବ ସ୍ପଷ୍ଟ ଦେଖାଯାଉଛି। ଫଳରେ, ଇନ୍ଧନ ମୂଲ୍ୟ ଦିନକୁ ଦିନ ବୃଦ୍ଧି ପାଉଛି। ଏହାର ପ୍ରଭାବ ଏବେ ବିମାନ…

ବେଆଇନ କରତକଳ ଉପରେ ଚଢ଼ାଉ; କାଠ-ଯନ୍ତ୍ରପାତି ଜବତ, ଲମ୍ବୁ ତାରିଣୀ ଗିରଫ

ଭଞ୍ଜନଗର,୨୩।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଏବଂ ଭଞ୍ଜନଗର ଓ ଗାଙ୍ଗପୁର ପୋଲିସ ମିଳିତ ଭାବେ ବେଆଇନ କରତକଳ ଉପରେ ଚଢ଼ାଉ କରିଛନ୍ତି…

ଭାରତ ସହ ପୂରା ବିଶ୍ୱରେ ବନ୍ଦ ହୋଇଯିବ ଇଣ୍ଟରନେଟ୍‌? ଇରାନ ଦେଲା ସାଂଘାତିକ ଧମକ

ନୂଆଦିଲ୍ଲୀ,୨୩।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା କମିବାର କୌଣସି ସଙ୍କେତ ଦେଖାଯାଉନାହିଁ; ପ୍ରକୃତରେ, ଏହା ଦିନକୁ ଦିନ ବୃଦ୍ଧି ପାଉଛି। ସଦ୍ୟତମ ସୂଚନା ଅନୁଯାୟୀ, ଏହି ସଂଘର୍ଷ ଏବେ ଏକ…

ଅଶାନ୍ତ ପଶ୍ଚିମବଙ୍ଗ, ହେଲେ ଭାଙ୍ଗିଲାନି ଭୋଟରଙ୍କ ମନୋବଳ

କୋଲକାତା,୨୩।୪: ପଶ୍ଚିମବଙ୍ଗରେ ପ୍ରବଳ ଗରମ ଏବଂ ହିଂସା ମଧ୍ୟରେ, ଦିନ ପ୍ରାୟ ୩ଟା ସୁଦ୍ଧା ମତଦାନ ହାର ୭୮ ପ୍ରତିଶତ ଅତିକ୍ରମ କରିଛି। ଏହି ସମୟରେ, ତାମିଲନାଡୁରେ…

ପୁଅକୁ କ୍ରିକେଟର କରିବାକୁ ପିତା ହୋଇଗଲେ ଶ୍ରମିକ, ହେଲେ ଗୋଟିଏ ଭୁଲ ପାଇଁ ସବୁ ହୋଇଗଲା ନଷ୍ଟ!

ନୂଆଦିଲ୍ଲୀ,୨୩।୪: ୨୦୨୬ ଆଇପିଏଲ ସିଜିନରେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଏକ ମ୍ୟାଚ ସମୟରେ ଦ୍ରୁତ ବୋଲର ମୟଙ୍କ ଯାଦବ ପ୍ରଥମ ଥର ପାଇଁ ପଡ଼ିଆକୁ ଓହ୍ଲାଇଥିଲେ। ଏହି…

କେସିଙ୍ଗାରେ ପ୍ରବଳ ଗ୍ରୀଷ୍ମପ୍ରବାହ; ଜନଜୀବନ ଅସ୍ତବ୍ୟସ୍ତ, ରାସ୍ତାଘାଟ ଜନଶୂନ୍ୟ

କେସିଙ୍ଗା,୨୩।୪(ତୁମେଶ୍ୱର ସାହୁ): ସମଗ୍ର ପଶ୍ଚିମ ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଦେଖାଯାଇଛି । ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ପୂର୍ବାହ୍ନ ସାଢେ଼ ଦଶଟାରେ ରାସ୍ତାଘାଟ ଜନଶୂନ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri