ବାନ୍ଧବୀଙ୍କ ସହ ଗଞ୍ଜେଇ ଚାଲାଣ କରୁଥିଲେ ଯୁବକ, ବାଟରେ ଛକି ରହିଥିଲା ପୋଲିସ, ଆଉ ତା’ପରେ…

ଦେବଗଡ,୨୦।୧୧(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା ରିଆମାଳ ପୋଲିସକୁ ସଫଳତା । ବାନ୍ଧବୀଙ୍କ ସହ ଜଣେ ଯୁବକ ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଗୋଡାଇ ଗୋଡାଇ ଧରିଲା ପୋଲିସ । ୫୮ କେଜି ଗଞ୍ଜେଇ ସମେତ ସ୍ବିିପ୍ଟ ଡିଜାୟାର କାର ଏବଂ ମୋବାଇଲ ଫୋନ ଜବତ ହୋଇଛି । ଏଥିରେ ବାରକୋଟ ଥାନା ସରୁଆଳି ଗ୍ରାମର ସସ୍ମିତା ପ୍ରଧାନ ଏବଂ ଲକ୍ଷ୍ମୀପୁର ଗ୍ରାମର ହରିହର ପ୍ରଧାନଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି । ଗଞ୍ଜେଇ ଭର୍ତ୍ତି କାର୍‌ଟି ସୋନପୁର ପଟୁ ଦେବଗଡ ଆସୁଥିବା ପୋଲିସ ସୂଚନା ପାଇଥିଲା । ଦେବଗଡ ଏସଡିପିଓଙ୍କ ନେତୃତ୍ୱରେ ଏକ ସ୍ବତନ୍ତ୍ର ଟିମ ଗଠନ କରି ରିଆମାଳ ଥାନା ତାରଙ୍ଗ ସାମପାଳି ଜଙ୍ଗଲରେ ପୋଲିସ ଛକି ରହିଥିଲା । ପୋଲିସକୁ ଦେଖି କାର୍‌ ନେଇ ଚମ୍ପଟ ମାରୁଥିବା ବେଳେ ଗୋଡାଇ ଗୋଡାଇ ଧରିଥିଲା ପୋଲିସ । ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଥିବା ବେଳେ ଅଧିକ ତଦନ୍ତ ଜାରି ରହିଥିବା ଅତିରିକ୍ତ ଏସ୍‌ପି ଧିରଜ ଚୋପଦାର ସୂଚନା ଦେଇଛନ୍ତି ।

 

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ପ୍ରକୃତ ଚିତ୍ର : ଭିତ୍ତିଭୂମି ଥାଇ ମଧ୍ୟ ଟ୍ରମା ସେଣ୍ଟର ନିର୍ମାଣରେ ବିଳମ୍ବ

କେସିଙ୍ଗା, ୬।୬ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର କେସିଙ୍ଗା ସହରରେ ଅବସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସମସ୍ତ ପ୍ରକାର ମୌଳିକ ଭିତ୍ତିଭୂମି ଥିବା ସତ୍ତ୍ୱେ ବିଭିନ୍ନ ସମସ୍ୟା ଦେଖାଦେଉଛି।…

୧୯ଟିକିଆ ହାତୀପଲର ହାବୁଡ଼ରେ ମଣିଷ ଜୀବନ

କେନ୍ଦୁଝର,୬।୬ (ନରେଶ ଚନ୍ଦ୍ର ପଟ୍ଟନାୟକ): ଭୂୟାଁ ଓ ଜୁଆଙ୍ଗ ପିଢ଼ ଅନ୍ତର୍ଗତ ନିଲାମୁଣ୍ଡି ସାହି ନିକଟରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଶୁକ୍ରରର ସନ୍ଧ୍ୟା…

କାଳବୈଶାଖୀରେ ଭାଙ୍ଗିଲା ଘର କାନ୍ଥ, ବାସହରା ହୋଇପଡ଼ିଛନ୍ତି ବୈବସତଙ୍କ ପରିବାର

ରିଷିଡ଼ା,୬ା୬(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ଗ୍ରାମର ବୈବସତ ରଣା ପିତା ସତ୍ୟ ରଣାଙ୍କ ପରିବାର ଆବାସ ଯୋଜନାରୁ ବଞ୍ଚିତ ହୋଇ ଦୟନୀୟ ଭାବେ…

ଓଭରବ୍ରିଜ ନିକଟରେ ପଡ଼ିଛି ମୃତଦେହ: ବଢ଼ୁଛି ସନ୍ଦେହ

କେନ୍ଦୁଝର, ୬।୬ (ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ଥାନା ଅନ୍ତର୍ଗତ ଜାତୀୟ ରାଜପଥ-୨୦ର ରାଇସୁଆଁ ରେଳ ଓଭରବ୍ରିଜ ନିକଟରୁ ସଦର ପୋଲିସ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ…

ମାଡ଼ି ଆସିଲା କାଳବୈଶାଖୀ: କେଇ ମିନିଟରରେ ଛାରଖାର ହୋଇଗଲା ଜନତା ମଇଦାନ

ଭୁବନେଶ୍ବର,୬।୬: ରାଜଧାନୀ ଭୁବନେଶ୍ବରରେ ମାଡ଼ି ଆସିଲା କାଳବୈଶାଖୀ। କେଇ ମିନିଟର ଝଡତୋଫାନ ବର୍ଷାରେ ଛାରଖାର ହୋଇଗଲା ଜନତା ମଇଦାନ। ଜନତା ମଇଦାନରେ ଅନ୍ତର୍ଜାତୀୟ ଟ୍ରେଡ ଫେୟାର ପାଇଁ…

କାହିଁକି ପାକିସ୍ତାନରେ ବାରମ୍ବାର କମୁଛି ପେଟ୍ରୋଲ ଦର? ପୁଣି ୪ ଟଙ୍କା ଶସ୍ତା ହେଲା ପେଟ୍ରୋଲ, ଡିଜେଲ ଦର ଅପରିବର୍ତ୍ତିତ

ଇସଲାମାବାଦ,୬।୬: ଇରାନ-ଆମେରିକା ଉତ୍ତେଜନା ଏବଂ ହର୍ମୁଜ ପ୍ରଣାଳୀ ସଙ୍କଟ ମଧ୍ୟରେ, ପାକିସ୍ତାନ ସରକାର ପେଟ୍ରୋଲର ମୂଲ୍ୟ ଲିଟର ପିଛା ୪ ଟଙ୍କା ହ୍ରାସ କରି ଜନସାଧାରଣଙ୍କୁ କିଛି…

ବ୍ରିଜ ଉପରୁ ୪୦ ଫୁଟ ତଳକୁ ଡେଇଁ ଆତ୍ମହତ୍ୟା କଲେ ବ୍ୟକ୍ତି

ପାଟଣା,୬ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ମୁଖ୍ୟାଳୟ ବୈତରଣୀ ନଦୀ ବ୍ରିଜ୍‌ ଉପରୁ ୪୦ଫୁଟ ତଳକୁ ଶନିବାର ୨ଟା ବେଳେ ଡେଇଁ ଜଣେ ୫୫ ବର୍ଷୀୟ…

ରାଜରାସ୍ତାରେ ଯୁବତୀଙ୍କ ବେକରେ ଖଣ୍ଡା ଲଗାଇଲେ ଯୁବକ, ମୋତେ ବାହା ନ ହେଲେ ହାଣିଦେବି କହି…

ଡେରାବିଶ,୬ା୬(ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ କଲେଜ ପରିସରରେ ଶନିବାର ଏକ ଅଭାବନୀୟ ଘଟଣା କ୍ରମରେ ପ୍ରେମ ପ୍ରତାରଣାର କରୁଣ ପରିଣତି ଦେଖିବାକୁ ମିଳିଛି। ଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri