ଗଛମୂଳରେ ଆଶ୍ରୟ ନେଇଥିବା ସମୟରେ ହେଲା ବଜ୍ରପାତ: ଚାଲିଗଲା ଯୁବକଙ୍କ ଜୀବନ

ଠାକୁରମୁଣ୍ଡା,୬।୫(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ତରଡ଼ିଆ ଡ୍ୟାମ ନିକଟରେ ବଜ୍ରପାତରେ ଜଣେ ଯୁବକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଆନନ୍ଦପୁର ଥାନା ଅନ୍ତର୍ଗତ ଭୋଗପୁର ଗ୍ରାମର ଅନିଲ କୁମାର ନାଏକ(୨୭) ବୋଲି ଜଣାପଡ଼ିଛି। ଖବରପାଇ ମହୁଲଡିହା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ଘଷିପୁରା ପଠାଇଥିବାର ଜଣାଯାଇଛି। ଭୋଗପୁର ଗ୍ରାମର ରଘୁନାଥ ନାଏକଙ୍କ ପୁଅ ଅନିଲ ଆନନ୍ଦପୁର ମେଘା ପ୍ରୋଜେକ୍ଟରେ ସିକ୍ୟୁରିଟି ଗାର୍ଡ ଭାବରେ କାମ କରୁଥିଲେ। କୌଣସି କାମରେ ନିଜର ବାଇକରେ ଯାଉଥିବା ସମୟରେ ବୁଧବାର ଘଡ଼ଘଡି ସହ ବର୍ଷା ହେବାରୁ ତରଡ଼ିଆ ଡ୍ୟାମ୍‌ ନିକଟ ରାସ୍ତା କଡ଼ରେ ଥିବା ଗଛମୂଳରେ ବାଇକ୍‌ ରଖି ଆଶ୍ରୟ ନେଇଥିଲେ। ଏହି ସମୟରେ ବଜ୍ରପାତ ହେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସହାୟତା ଅପେକ୍ଷାରେ ଚାଇନାଙ୍କ ପରିବାର

କୃଷ୍ଣପ୍ରସାଦ,୨୫ା୭(ଡି.ଏନ୍‌.ଏ.): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ କୁରୁପାଳ ଗ୍ରାମର ପ୍ରବୀର ଜେନାଙ୍କ ଝିଅ ଚାଇନା(୨୩)। ଜନ୍ମରୁ ଚାଇନା ଦିବ୍ୟାଙ୍ଗ। ଅଣ୍ଟା ପାଖରୁ ଗୋଡ଼ ପର୍ଯ୍ୟନ୍ତ...

ମଣ୍ଡି ନେଲାନି ଧାନ, ପୁରସ୍ତମପୁର-ହୁମା ରାସ୍ତା ଅବରୋଧ କଲେ ଚାଷୀ

ଗଞ୍ଜାମ,୧୫।୩(ଡି.ଏନ୍‌.ଏ.): ଗଞ୍ଜାମ ବ୍ଲକ ହୁମା ସମବାୟ ସମିତି ପକ୍ଷରୁ ଧାନମଣ୍ଡି ଧାନ କିଣୁ ନ ଥିବା ଅଭିଯୋଗରେ ସୋମବାର ଚାଷୀମାନେ ପୁରସ୍ତମପୁର- ହୁମା ମୁଖ୍ୟ ରାସ୍ତା...

ଟଙ୍କା ନ ଦେଲେ ମିଳୁନି କାର୍ଯ୍ୟାଦେଶ

ପରଜଙ୍ଗ, ୨୧।୧୦(ଡି.ଏନ.ଏ.) ପରଜଙ୍ଗ ବ୍ଲକ ପାଟରପଦା ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅର୍ଥ କାରବାର ହେଉଥିବା ଅଭିଯୋଗ ହୋଇଛି। ଟଙ୍କା ନ ଦେଲେ କାର୍ଯ୍ୟାଦେଶ ଦିଆଯାଉନାହିଁ। ଏ...

ସମୁଦ୍ରରେ ଭାସିଗଲେ ୫ ଛାତ୍ର: ୪ ଉଦ୍ଧାର, ଜଣେ ନିଖୋଜ

ବାଲିଆପାଳ,୧୮।୧୧(ସ୍ବ.ପ୍ର.): ବାଲେଶ୍ୱର ଜିଲା ଡଗରା ବେଳାଭୂମିରେ ଜାମୁସୁଳି କଲେଜର ୫ ଛାତ୍ର ଗାଧୋଉଥିବା ସମୟରେ ସୋମବାର ସମୁଦ୍ରରେ ଭାସି ଯାଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ...

ଜାଲିଆନାୱାଲାବାଗ ହତ୍ୟାକାଣ୍ଡର ୧୦୦ବର୍ଷ ପୂର୍ତ୍ତି , ଏବିଭିପିର ତ୍ରିରଙ୍ଗା ଯାତ୍ରା

କେନ୍ଦୁଝର୧୫।୮(ସ୍ବ.ପ୍ର.): କେନ୍ଦୁଝର ଏବିଭିପି ଶାଖା ପକ୍ଷରୁ ଗୁରୁବାର ଜାଲିଆନାୱାଲାବାଗ ହତ୍ୟାକାଣ୍ଡର ୧୦୦ବର୍ଷ ପୂର୍ତ୍ତି ଅବସରରେ ଏକ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଏବିଭିପିର କାର୍ଯ୍ୟକର୍ତ୍ତା...

୩୫ରୁ ଊର୍ଦ୍ଧ୍ୱ ବିଦ୍ୟୁତ୍‌ ଖୁଣ୍ଟ ଭାଙ୍ଗିଲା, ଛପର ଉଡିଲା

ଜଳେଶ୍ୱର,୧୫।୫(ଡି.ଏନ.ଏ.)- ବାଲେଶ୍ୱର ଜିଲା ଜଳେସ୍ବର ବ୍ଲକ ଅଧୀନ କୋଟସାହି ପଞ୍ଚାୟତ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନ ୪ଟା ସମୟରେ କାଳବୈଶାଖୀ ତାଣ୍ଡବ ରଚିଛି। ଫଳରେ କୋଟସାହି ଗ୍ରାମର...

ସୋନପୁରରେ କାର୍ଯ୍ୟକ୍ଷମ ହେଲା କୋଭିଡ୍‌ ସ୍ବାସ୍ଥ୍ୟକେନ୍ଦ୍ର

ସୋନପୁର,୧୫।୪(ନି.ପ୍ର.): ସୁବର୍ଣ୍ଣପୁର ଜିଲାରେ କରୋନା ପ୍ରତିରୋଧ ପାଇଁ ପ୍ରଥମ ପର୍ଯ୍ୟାୟରେ ସୋନପୁର ସରକାରୀ ଆଇଟିଆଇକୁ ଅସ୍ଥାୟୀଭାବେ କୋଭିଡ୍‌ ସ୍ବାସ୍ଥ୍ୟକେନ୍ଦ୍ର କରାଯାଇଛି। ଏହି ସ୍ବାସ୍ଥ୍ୟକେନ୍ଦ୍ର ବୁଧବାରଠାରୁ ବିଧିବଦ୍ଧ...

ଗ୍ରାଉଣ୍ଡ ଜିରୋରେ କରୋନା ମୁକାବିଲା, ସରପଞ୍ଚଙ୍କ ସହ ଆଲୋଚନା କଲେ ଜିଲାପାଳ

ଛତ୍ରପୁର,୧୨ା୪(ଡି.ଏନ୍‌.ଏ.)- ଗଞ୍ଜାମରେ କରୋନା ମୁକାବିଲାର ସ୍ଥିତି ଜାଣିବା ପାଇଁ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ସରପଞ୍ଚମାନଙ୍କ ସହିତ ଭିଡିଓ କନଫରେନ୍ସିଂରେ ଆଲୋଚନା କରିଛନ୍ତି। କରୋନା ପ୍ରତିହତ...

Advertisement


Archives

Model This Week