Posted inଖେଳ

ରିଙ୍ଗ ଭିତରେ ଆହତ ହୋଇଥିବା WWE ଷ୍ଟାରଙ୍କର ୩୮ ବର୍ଷ ବୟସରେ ଦୁଃଖଦ ମୃତ୍ୟୁ , ପତ୍ନୀ ଅଛନ୍ତି ଗର୍ଭବତୀ

ନୂଆଦିଲ୍ଲୀ,୨୮।୧୧: WWE ଷ୍ଟାର୍‌ ବ୍ରନସନ ରିଡ ପିତା ହେବାକୁ ଯାଉଥିଲେ; ତାଙ୍କ ପତ୍ନୀ ଗର୍ଭବତୀ ଅଛନ୍ତି। ତେବେ, ଏହି ଖୁସିର ମୁହୂର୍ତ୍ତରେ ତାଙ୍କ ପରିବାର ଉପରେ ଏକ ବଡ଼ ଦୁଃଖଦ ପାହାଡ଼ ଭାଙ୍ଗି ପଡ଼ିଛି। ୩୮ ବର୍ଷ ବୟସରେ ଏହି ରେସଲରଙ୍କ ଦେହାନ୍ତ ହୋଇଯାଇଛି। ପ୍ରାୟ ଦୁଇ ସପ୍ତାହ ପୂର୍ବେ ସେ ରିଙ୍ଗକୁ ଆସିଥିଲେ, ଯଦିଓ କୌଣସି ମ୍ୟାଚ ପାଇଁ ନୁହେଁ, ସେହି ସମୟରେ ଓବା ଫେମି (Oba Femi) ତାଙ୍କୁ ଉଠାଇ ନେଇ ଉପକରଣ ରଖାଯାଉଥିବା ସ୍ଥାନରେ ଫିଙ୍ଗି ଦେଇଥିଲେ।
ଏହାର କିଛି ସପ୍ତାହ ପୂର୍ବେ, ନଭେମ୍ବର ୭ ରେ ସାଉଦି ଆରବରେ ଆୟୋଜିତ WWEର ଏକ ପ୍ରମୁଖ ଇଭେଣ୍ଟ ‘କ୍ରାଉନ ଜୁୱେଲ’ (Crown Jewel) ରେ ବ୍ରନସନ ରିଡ ନଜର ଆସିଥିଲେ। ଯଦିଓ ରିଡଙ୍କ ପାଇଁ କୌଣସି ନିର୍ଦ୍ଦିଷ୍ଟ ମ୍ୟାଚ ସ୍ଥିର ହୋଇନଥିଲା, ତଥାପି ସେ ଏକ ‘ଟ୍ୟାଗ ଟିମ’ ମୁକାବିଲାରେ ସାମିଲ ହୋଇଥିଲେ। ଏହି ମୁକାବିଲାରେ ପେଣ୍ଟା (Penta) ଓ ଜେଭୋନ ଇଭାନ୍ସ (Je’Von Evans) ଙ୍କ ଯୋଡ଼ି, ବ୍ରନ ବ୍ରେକର୍‌ (Bron Breakker) ଓ ଅଷ୍ଟିନ ଥିଓରୀ (Austin Theory) ଙ୍କ ବିପକ୍ଷରେ ଖେଳୁଥିଲେ।
ରିଡ ନିଜର ସାଥୀ ବ୍ରେକର୍‌ ଏବଂ ଥିଓରୀଙ୍କୁ ସାହାଯ୍ୟ କରିବା ପାଇଁ ରିଙ୍ଗ ନିକଟରେ ପହଞ୍ଚିଥିଲେ। ଓବା ଫେମି ତାଙ୍କୁ ଅଟକାଇଲେ ଏବଂ ଟାଣି ନେଇ ଏକ ସ୍ଥାନରେ ଫିଙ୍ଗି ଦେଲେ ଯେଉଁଠାରେ ଖେଳ ଉପକରଣଗୁଡ଼ିକ ରଖାଯାଇଥିଲା; ଏହା ଫଳରେ ସେ ଗୁରୁତର ଆହତ ହୋଇଥିଲେ।
‘କ୍ରାଉନ ଜୁୱେଲ’ (Crown Jewel) ଇଭେଣ୍ଟରେ ଆହତ ହେବା ପରେ, ରିଡଙ୍କୁ ସାଉଦି ଆରବରେ ରହିବାକୁ ପଡ଼ିଥିଲା ଏବଂ ସେଠାରେ WWE ର କିଛି ଚିକିତ୍ସା କର୍ମଚାରୀ ମଧ୍ୟ ତାଙ୍କ ସହ ରହିଥିଲେ। ରିପୋର୍ଟ ଅନୁଯାୟୀ, ତାଙ୍କର ପଞ୍ଜରା ହାଡ଼ ଭାଙ୍ଗି ଯାଇଥିଲା ଏବଂ ଫୁସଫୁସରେ ଆଘାତ ଲାଗିଥିଲା। WWE ତାଙ୍କ ମୃତ୍ୟୁ ପାଇଁ ‘ଚିକିତ୍ସାଗତ ଜଟିଳତା’ (medical complications) କୁ ଦାୟୀ କରିଛି, ଯଦିଓ ମ୍ୟାଚ ସମୟରେ ଲାଗିଥିବା ଆଘାତ ଯୋଗୁଁ ହିଁ ତାଙ୍କର ମୃତ୍ୟୁ ହୋଇଛି କି ନାହିଁ, ସେ ବିଷୟରେ ସ୍ପଷ୍ଟ ଭାବରେ କିଛି କୁହାଯାଇ ନାହିଁ। ତଥାପି, ଅନେକଙ୍କର ବିଶ୍ୱାସ ଯେ ସେହି ମ୍ୟାଚରେ ଲାଗିଥିବା ଆଘାତ ହିଁ ତାଙ୍କ ମୃତ୍ୟୁର କାରଣ ଥିଲା, କାରଣ ତାଙ୍କୁ ମାତ୍ର ୩୮ ବର୍ଷ ବୟସ ହୋଇଥିଲା ଏବଂ ତାଙ୍କର ପୂର୍ବରୁ କୌଣସି ଗମ୍ଭୀର ରୋଗ ନଥିଲା।
ଏହି ରେସଲରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ WWE କହିଛି: ‘ଆମେ ଅତ୍ୟନ୍ତ ଦୁଃଖର ସହ ଜଣାଉଛୁ ଯେ ଜର୍ମେନ ହେଲିଯିଏ WWE ପ୍ରଶଂସକଙ୍କ ନିକଟରେ ‘ବ୍ରନସନ ରିଡ’ ଭାବରେ ପରିଚିତଆଜି ଆମ ଗହଣରେ ନାହାନ୍ତି। ଆମର ସମବେଦନା ଜର୍ମେନଙ୍କ ପରିବାର, ବନ୍ଧୁବର୍ଗ ଏବଂ ପ୍ରଶଂସକଙ୍କ ସହିତ ରହିଛି।’

Dharitri – Odisha’s No.1, Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

‘Delimitation Bill ଗଣତନ୍ତ୍ର ପାଇଁ ଏକ ବିପଦ,’ INDIA ମେଣ୍ଟର ସାମ୍ବାଦିକ ସମ୍ମିଳନୀରେ କହିଲେ କଂଗ୍ରେସ ସଭାପତି ଖାର୍ଗେ

ନୂଆଦିଲ୍ଲୀ,୨୮।୧୧: ’ଡିଲିମିଟେସନ ବିଲ’ (ସୀମା ନିର୍ଦ୍ଧାରଣ ବିଲ) କୁ ନେଇ ସୃଷ୍ଟି ହୋଇଥିବା ଉତ୍ତେଜନା ମଧ୍ୟରେ, ଶନିବାର ‘ଇଣ୍ଡିଆ’ (INDIA) ମେଣ୍ଟ ଏକ ବୈଠକ ଆୟୋଜନ କରିଥିଲା।…

ପୁଣି ଏକାଠି ହେଲେ ଶାହରୁଖ-କରୀନା

ବଲିଉଡ୍‌ର ବହୁପ୍ରତୀକ୍ଷିତ ଫିଲ୍ମ ‘କିଙ୍ଗ’ର ନୂଆ ଗୀତ ‘ଡ୍ୟାଡି କୁଲ’ ରିଲିଜ ହୋଇଛି। ଏହି ଗୀତରେ ଶାହରୁଖ ଖାନ ଓ କରୀନା କପୁର ଖାନଙ୍କ ଲୋକପ୍ରିୟ ଯୋଡ଼ି…

ଲାଞ୍ଚ ନେଇ ଧରାପଡ଼ିଲେ ପୌରପାଳିକା କର୍ମଚାରୀ, ଭିଜିଲାନ୍ସ ଏତିକି ଟଙ୍କା ଜବତ କରି…

ସୁନ୍ଦରଗଡ଼,୨୮ା୧୧(ଜୟନାରାୟଣ ମେଣ୍ଡୁଳି): ଓଡ଼ିଶା ଭିଜିଲାନ୍ସ ବୀରମିତ୍ରପୁର ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟାଳୟର ଇନ୍‌ଫ୍ରାଷ୍ଟ୍ରକ୍ଚର ଏକ୍ସପର୍ଟ ବୈବସତ ମନୁ ରାଉତଙ୍କୁ ପିଏମଏଓ୍ବାଇ-ଅର୍ବାନ ଯୋଜନାରେ ହିତାଧିକାରୀଙ୍କଠାରୁ ୩୦,୦୦୦ ଟଙ୍କା ଲାଞ୍ଚ…

ଚୌକା-ଛକା ବର୍ଷା କଲେ ବୈଭବ ସୂର୍ଯ୍ୟବଂଶୀଙ୍କ ଭାଇ: କ୍ରିକେଟ ପ୍ରଶଂସକ ଆଶ୍ଚର୍ଯ୍ୟ, ଦେଖନ୍ତୁ VIDEO

ନୂଆଦିଲ୍ଲୀ,୨୮।୧୧: ଭାରତୀୟ କ୍ରିକେଟ୍‌ର ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀ ଏବେ ନିଜ ଦମ୍‌ଦାର ବ୍ୟାଟିଂ ପାଇଁ ଚର୍ଚ୍ଚାରେ ଅଛନ୍ତି। ତେବେ କେବଳ ବୈଭବ ନୁହନ୍ତି, ତାଙ୍କ ପରିବାରର…

ବରଗଡ଼ ଧନୁଯାତ୍ରାରେ ଦୟାନନ୍ଦ ହେବେ ମହାମନ୍ତ୍ରୀ

ବରଗଡ଼,୨୮ା୧୧(ପ୍ରେମାନନ୍ଦ ଖମାରୀ): ବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ୨୦୨୭ ଜାନୁଆରୀ ୧୨ରୁ ଆରମ୍ଭ ହେବ। ଦୀର୍ଘ ୧୧ ଦିନ ବ୍ୟାପୀ ଏହି ମହୋତ୍ସବ…

ସିମନବାଡ଼ି ଜାତୀୟ ରାଜପଥ ଉପରେ ମାଳମାଳ ଗାଡ଼ି ପାର୍କିଂ, ବାଇକ୍‌ ଚାଳକଙ୍କୁ ଅଟୋ ଧକ୍କା ଦେବାରୁ…

ଦାରିଙ୍ଗବାଡ଼ି,୨୮ା୧୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ସିମନବାଡ଼ି ଦେଇ ଯାଇଥିବା ୫୯ ନମ୍ବର ଜାତୀୟ ରାଜପଥରେ ଏବେ ଅମାନିଆ ଅଟୋ ଚାଳକଙ୍କ ଯୋଗୁ ଦୁର୍ଘଟଣା…

ମହିଳା ସଂରକ୍ଷଣ, ସୀମା ନିର୍ଦ୍ଧାରଣ ବିଲ ଉପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବଡ଼ ବୟାନ

ନୂଆଦିଲ୍ଲୀ,୨୮।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ (X) ରେ ମହିଳା ସଂରକ୍ଷଣ ସମ୍ବନ୍ଧରେ ଏକ ପୋଷ୍ଟ କରିଛନ୍ତି। ସେ ଲେଖିଛନ୍ତି, ‘ଆମେ ଆମର…

ସୀମା ପାର୍‌ କରିଦେଲେ ଟିମ ଇଣ୍ଡିଆର ଫିଲ୍ଡର! ଜଣେ ବ୍ୟାଟରଙ୍କର ତିନୋଟି କ୍ୟାଚ ଛାଡ଼ିଦେଲେ…

ନୂଆଦିଲ୍ଲୀ,୨୮।୧୧: କ୍ରିକେଟରେ କଥା ଅଛି: ‘କ୍ୟାଚ ଧର, ମ୍ୟାଚ ଜିତ।’ ଭାରତୀୟ କ୍ରିକେଟ ଦଳ ନିଶ୍ଚିତ ଭାବରେ ଏ ବିଷୟରେ ଅବଗତ, ତଥାପି ନ୍ୟୁଜିଲ୍ୟାଣ୍ଡ ଗସ୍ତ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?