Posted inଫୁରସତ

ପାଣିରେ ପଡ଼ିଯାଇଥିଲା ଆଇଫୋନ୍‌, ବର୍ଷକ ପରେ ପାଇଲେ ଯୁବକ; ତଥାପି ଠିକ୍‌ ଅଛି

ବର୍ତ୍ତମାନ ସମୟରେ ଆଇଫୋନ୍‌ର ଖୁବ୍‌ ଚାହିଦା ରହିଛି। ବିଶେଷକରି ଯୁବପିଢ଼ି ଏହି ଫୋନ୍‌ ପାଇଁ ପାଗଳପ୍ରାୟ। ଏପରିକି କିଛି ଯୁବକ କିଡ୍‌ନୀ ବିକି ଆଇଫୋନ କିଣିଥିବା ଖବର ବି ଶୁଣିବାକୁ ମିଳିଛି। ଯଦି କାହା ଆଇଫୋନ୍‌ ହଜିଯାଏ ତେବେ କେତେ ଦୁଃଖ ଲାଗିବ ତାହା ଅନୁଭବୀକୁ ହିଁ ଜଣା। ମାତ୍ର ଭାବିଲେ ଜଣେ ଯୁବକଙ୍କର ଆଇଫୋନ୍‌ଟି ବର୍ଷକ ତଳେ ପାଣିରେ ପଡ଼ିଯାଇଥିଲା। ଏବେ ସେ ଏହି ଫୋନ୍‌ଟିକୁ ପାଇଛନ୍ତି। ତାଙ୍କ ଖୁସି କହିଲେ ନ ସରେ। କାରଣ ଫୋନ୍‌ଟି ବର୍ଷେଧରି ପାଣିରେ ପଡ଼ି ମଧ୍ୟ ଠିକ୍‌ ଅଛି।

ତାଇବାନର ଚେନ୍‌ ନାମକ ଜଣେ ଯୁବକଙ୍କ କ୍ଷେତ୍ରରେ ଏପରି ଘଟିଛି। ଏଠାକାର ସନ-ସୁନ ହ୍ରଦକୁ ସବୁଠୁ ବଡ଼ ହ୍ରଦ ଭାବରେ ଗ୍ରହଣ କରାଯାଏ। ଏହି ହ୍ରଦ ଶୁଖିଯିବାରୁ ଫୋନ୍‌ଟି ମିଳିଥିଲା। ଯେଉଁଥିପାଇଁ ଚେନ୍‌ ନିଜକୁ ଭାଗ୍ୟଶାଳୀ ମନେ କରିଛନ୍ତି। ଚେନ୍‌ ହ୍ରଦରେ ନୌବିହାର କରୁଥିବା ସମୟରେ ଭୁଲବଶତଃ ତାଙ୍କର ୧୧ ପ୍ରୋ ମ୍ୟାକ୍ସ ପାଣିରେ ପଡ଼ିଯାଇଥିଲା। ସେ ଖୋଜିଥିଲେ ମଧ୍ୟ ପାଇ ନ ଥିଲେ। ଏବେ ବର୍ଷକ ପରେ ଫୋନ୍‌ଟିକୁ ପାଇ ବହୁତ ଖୁସି ଥିବା କହିଛନ୍ତି। ସବୁଠୁ ଆଶ୍ଚର୍ଯ୍ୟର କଥା ଏତେଦିନ ପାଣିରେ ପଡ଼ି ବି ଫୋନ୍‌ ସେମିତି ଠିକ୍‌ ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ହାତୀ ମାରିବାକୁ ଆଦେଶ ଦେଲେ ବୋଟସଓ୍ବାନା ସରକାର

ଗାବୋରୋନେ,୯।୨: କେଉଁଠି କେଉଁଠି ହାତୀଙ୍କ ସଂଖ୍ୟା କମିଯିବା ଶୁଣାଯାଉଥିବା ବେଳେ ଏମାନେ ଖାଦ୍ୟାଭାବରୁ ଜଙ୍ଗଲ ଛାଡି ଜନବସତି ମୁହାଁ ହେଉଥିବା ମଧ୍ୟ ଦେଖାଯାଇଛି। ବେଳେ ବେଳେ...

ଗୋଟିଏ ମଣ୍ଡପରେ ବିବାହ କଲେ ମା’-ଝିଅ

ଗୋରଖପୁର,୧୧ ।୧୨: ଉତ୍ତର ପ୍ରଦେଶର ଗୋରଖପୁର ଜିଲାରେ ଏକ ବିଚିତ୍ର ବିହାହ ଦେଖିବାକୁ ମିଳିଛି । ଏଠାରେ ମୁଖ୍ୟମନ୍ତ୍ରୀ ସାମୁହିକ ବିବାହ ଯୋଜନା ଅଧିନରେ ଗୋଟିଏ...

ଭ୍ରମଣର ମଜା ସି-ବିଚ୍‌ରେ

ସି-ବିଚ୍‌ ବା ସମୁଦ୍ରତଟରେ କିଛି ସମୟ ବୁଲିଆସିଲେ କାହିଁକି କେଜାଣି ମନ ପ୍ରଫୁଲ୍ଲିତ ହୋଇଯାଏ ଆଉ ଶରୀରକୁ ବେଶ୍‌ ତାଜା ଅନୁଭବ ହୁଏ। ସ୍ବଳ୍ପ ସମୟ...

ଯେଉଁଠି ଗଛର ଗଣ୍ଡିରେ କରାଯାଏ ଶିଶୁଙ୍କ ସଂସ୍କାର

ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଥିବା ଅଜବ ଗଜବ ପରମ୍ପରା ବିଷୟରେ ଶୁଣିଲେ ବେଳେ ବେଳେ ଆଶ୍ଚର୍ଯ୍ୟ ଲାଗେ। କେବେ କେବେ ଏହା ବିଶ୍ୱାସ ନ ହେଉଥିଲେ...

ସ୍ବାମୀଙ୍କ ଖୁସି ପାଇଁ ଛାଡ଼ପତ୍ର ଦେଲେ ସ୍ତ୍ରୀ, ପ୍ରେମିକାଙ୍କ ସହ କରାଇଲେ ବିବାହ

ସ୍ବାମୀଙ୍କ ଖୁସି ପାଇଁ ସ୍ତ୍ରୀ ୩ ବର୍ଷର ବିବାହକୁ ଭାଙ୍ଗିବା ସହ ପ୍ରେମିକାଙ୍କ ସହ ବିବାହ କରାଇବାରେ ସାହାଯ୍ୟ କରିଛନ୍ତି। ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ସ୍ବାମୀସ୍ତ୍ରୀ...

ଅଜବ ଗ୍ଲୋଭ୍ସ

ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଦେହରେ ଯେମିତି ଶୀତବସ୍ତ୍ର ପିନ୍ଧାଯାଏ, ଠିକ୍‌ ସେମିତି ହାତରେ ବି ଗ୍ଲୋଭ୍ସ ପିନ୍ଧାଯାଇଥାଏ। କିନ୍ତୁ ଏଠାରେ ଯେଉଁ ଗୋଭ୍ସଗୁଡ଼ିକ...

ଏହା ହେଉଛି ଦୁନିଆର ସର୍ବ ପୁରାତନ ବୃକ୍ଷ, ବୟସ ପ୍ରାୟ ୫୪୮୪ ବର୍ଷ…

ଦକ୍ଷିଣ ଚିଲିର ଆଲର୍ସ କୋଷ୍ଟେରୋ ଜାତୀୟ ଉଦ୍ୟାନରେ ରହିଛି ଦୁନିଆର ସର୍ବ ପୁରାତନ ବୃକ୍ଷ। ଏହା ଏକ ସାଇପ୍ରସ ଗଛ। ହିନ୍ଦୀରେ ଏହାକୁ ‘ସାନୁଭର’ କୁହାଯାଏ।...

ପ୍ରାକୃତିକ ସୁଇମିଂ ପୁଲ୍, ଏଥିରେ ବ୍ୟବହାର ହୋଇନି ରାସାୟନିକ ପଦାର୍ଥ

ସମସ୍ତଙ୍କର ସ୍ବପ୍ନ ଥାଏ ନିଜ ଘର ସବୁଠୁ ସୁନ୍ଦର ହେଉ। ଘର ନିକଟରେ ବଗିଚା, ସୁଇମିଂ ପୁଲ୍‌ ଆଦି ରହି ଶୋଭାବର୍ଦ୍ଧନ କରୁ। ଖାସ୍‌ ଏଥିପାଇଁ...

Advertisement
Archives

Model This Week