ମାଉଣ୍ଟ ଏଲ୍‌ବ୍ରୁସ୍‌ ଚଢ଼ିଲେ କଳାହାଣ୍ଡିର ଯୁବକ

ଭବାନୀପାଟଣା,୧୯।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ବ୍ଲକ ଅନ୍ତର୍ଗତ ଦେପୁର ଗ୍ରାମର ଯୁବ ପର୍ବତାରୋହୀ ରାହୁଲ ପଧାନ ଇଉରୋପ ମହାଦେଶର ୫୬୪୨ ମିଟର ବିଶିଷ୍ଟ ଉଚ୍ଚତମ ଶୃଙ୍ଗ ମାଉଣ୍ଟ ଏଲ୍‌ବ୍ରୁସ୍‌ ଚଢି ଜିଲା ପାଇଁ ଗୌରବ ଆଣିଛନ୍ତି। ଗତ ୧୪ ତାରିଖ ଅପରାହ୍ନ ୨ଟାରେ ସେ ଇଉରୋପର ଟ୍ରେସକଲ ଗ୍ରାମରୁ ମାଉଣ୍ଟ ଏଲ୍‌ବ୍ରୁସ୍‌ ଅଭିମୁଖେ ଯାତ୍ରା କରିଥିଲେ। ଦିନକ ପରେ ଅର୍ଥାତ ଅଗଷ୍ଟ ୧୫ ତାରିଖ ୧୦ ଟାରେ ମାଉଣ୍ଟ ଏଲ୍‌ବ୍ରୁସ୍‌ର ଶିଖରରେ ପହଞ୍ଚି ଜାତୀୟ ପତକା ଉଡାଇଥିଲେ। ମାଉଣ୍ଟ ଏଲ୍‌ବ୍ରୁସ୍‌ ଚଢିବା ପରେ ତାଙ୍କ ନିଜ ଗ୍ରାମ ଓ ଜ଼ିଲାବାସୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଜିଲାର ବିଭିନ୍ନ ବର୍ଗର ଲୋକେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଆଗାମୀ ଦିନରେ ପୃଥିବୀର ଅନ୍ୟ ୬ଟି ମହାଦେଶର ୬ଟି ଉଚ୍ଚତମ ଶୃଙ୍ଗ ଯାହାକୁ ଆମେ ପୃଥିବୀର ୭ ସବମିଟ ମଧ୍ୟ କହୁଛୁ ତାକୁ ଆରୋହଣ କରିବାର ଲକ୍ଷ୍ୟ ରହିଛି ବୋଲି ରାହୁଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡାଇନୋସର ଯୁଗରୁ ଚାଲିଛି ‘ମେ-ଫ୍ଲାଇ’ର ନୃତ୍ୟ: ରହସ୍ୟ ଉନ୍ମୋଚନକଲେ ଗବେଷକ

ଲଣ୍ଡନ, ୩୦ା୪:ପୃଥିବୀରେ ଡାଇନୋସରଙ୍କ ଆଗମନର ବହୁ କୋଟି ବର୍ଷ ପୂର୍ବର ପୁରୁଣା ହେଉଛି କ୍ଷୁଦ୍ର ପତଙ୍ଗ ‘ମେ-ଫ୍ଲାଇ’। ଏହି ପତଙ୍ଗର ବିଚିତ୍ର ଉଡ଼ାଣ ଶୈଳୀ ବା ‘ନୃତ୍ୟ’…

ଧାନବିକ୍ରି ନ ହେବା ଘଟଣାରେ ଉଚ୍ଚ ନ୍ୟାୟାଳୟର ବଡ଼ ରାୟ: ଯାଞ୍ଚ କରି ପଦକ୍ଷେପ ନେବାକୁ ଜିଲାପାଳଙ୍କୁ ନିର୍ଦ୍ଦେଶ

ବରଗଡ,୩୦।୪(ପ୍ରେମାନନ୍ଦ ଖମାରୀ): ରାଜ୍ୟରେ ଚାଷୀଙ୍କଠାରୁ ଧାନ ସଂଗ୍ରହ ପ୍ରକ୍ରିୟାକୁ ନେଇ ଦେଖାଦେଇଥିବା ସମସ୍ୟାର ସମାଧାନ ପାଇଁ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ୨୦୨୫-୨୬ ବର୍ଷର ଖରିଫ…

ଜିଲାସ୍ତରୀୟ ଆଚାର୍ଯ୍ୟ କାର୍ଯ୍ୟଶାଳା ଉଦଘାଟିତ: ନୂଆ ଶିକ୍ଷାନୀତି ସମ୍ପର୍କରେ ଦିଆଯିବ ତାଲିମ

ଦିଗପହଣ୍ଡି,୩୦।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଜିଲାସ୍ତରୀୟ ଆଚାର୍ଯ୍ୟାଆଚାର୍ଯ୍ୟ କାର୍ଯ୍ୟଶାଳା ଉଦଘାଟିତ ହୋଇଯାଇଛି। ପ୍ରଧାନାଚାର୍ଯ୍ୟ ଭଗବତୀ ପ୍ରସାଦ ମିଶ୍ରଙ୍କ ପ୍ରତ୍ୟକ୍ଷ…

୨୦୩୦ ସୁଦ୍ଧା ଚନ୍ଦ୍ରରେ ବସତି ସ୍ଥାପନ ପ୍ରସ୍ତୁତି: ଫୁଲି ପାରୁଥିବା ଘରେ ରହିବେ ମହାକାଶଚାରୀ

ୱାଶିଂଟନ/ସିଙ୍ଗାପୁର, ୩୦ା୪:ଚନ୍ଦ୍ର ପୃଷ୍ଠରେ ମଣିଷ ରହିବା ଏବେ ଆଉ କେବଳ କଳ୍ପନା ହୋଇ ରହିନାହିଁ। ଆସନ୍ତା ୨୦୩୦ ସୁଦ୍ଧା ଚନ୍ଦ୍ରରେ ଏକ ସ୍ଥାୟୀ ମାନବ ବସତି ସ୍ଥାପନ…

ଆମେରିକା ପାସ୍‌ପୋର୍ଟରେ ଟ୍ରମ୍ପ୍‌ଙ୍କ ଫଟୋ: ବଢୁଛି ଚର୍ଚ୍ଚା

ୱାଶିଂଟନ୍‌, ୩୦ା୪:ଆମେରିକା ପାସ୍‌ପାର୍ଟରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଫଟୋ ଦେଖିବାକୁ ମିଳିବ ବୋଲି ମଙ୍ଗଳବାର ସରକାରୀ ସୂତ୍ରରୁ ସ୍ପଷ୍ଟ କରାଯାଇଛି। ସରକାରୀ ଅନୁଷ୍ଠାନଗୁଡ଼ିକ ଉପରେ ନିଜର ବ୍ୟକ୍ତିଗତ…

ଆଜି ବିଧାନସଭାର ସ୍ବତନ୍ତ୍ର ଅଧିବେଶନ: ମହିଳା ପ୍ରସଙ୍ଗରେ…

ଭୁବନେଶ୍ୱର,୩୦ା୪(ରବିନାରାୟଣ ଜେନା):ବିଧାନସଭାର ଦିନିକିଆ ସ୍ବତନ୍ତ୍ର ଅଧିବେଶନ ଗୁରୁବାର ପୂର୍ବାହ୍ନ ୧୧ଟାରେ ଆରମ୍ଭ ହେବ। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ତ୍ରିସ୍ତରୀୟ ସୁରକ୍ଷା…

ମହିଳା ସିଆରସିସିଙ୍କ ଏତଲା ପରେ ବଢ଼ିଲା ଅଡୁଆ: ଥାନାରେ ଶିକ୍ଷା ବିଭାଗର ୨ ଅଧିକାରୀ

ବରଗଡ଼,୨୯ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନାରେ ଜିଲା ଶିକ୍ଷା ବିଭାଗରେ କାର୍ଯ୍ୟରତ ୩ ଅଧିକାରୀ ଏବଂ କର୍ମଚାରୀଙ୍କ ଉପସ୍ଥିତି ବୁଧବାର ଚର୍ଚ୍ଚାର ବିଷୟ ହୋଇଛି। ସେମାନଙ୍କ ମଧ୍ୟରେ…

କାଳବୈଶାଖୀର ତାଣ୍ଡବ: କେଉଁଠି ଘର ଭାଙ୍ଗିଲା ତ ଆଉ କେଉଁଠି…

ମୋହନା,୨୯ା୪(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଅଞ୍ଚଳରେ ବୁଧବାର ସନ୍ଧ୍ୟାରେ ବିଭିନ୍ନ ଅଞ୍ଚଳରେ ପବନ ଘଡ଼ଘଡ଼ି ସହ କୁଆପଥର ଏବଂ ପ୍ରବଳ ବର୍ଷା ହୋଇଛି। ଫଳରେ ଲୋକେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri