ଦାଦନ ସାଜିଲା କାଳ: ବର୍ଷେ ବିତିବାକୁ ବସିଲା, ମିଳୁନି ନିଖୋଜ ଯୁବକଙ୍କ ସନ୍ଧାନ

ଥୁଆମୂଳ ରାମପୁର,୨୬।୭ (ଦୁର୍ଗା କୀର୍ତ୍ତି): ପେଟର ଭୋକ ଓ ପରିବାର ପ୍ରତିପୋଷଣ ପାଇଁ କେରଳକୁ ଦାଦନ ଖଟିବାକୁ ଯାଇଥିବା ଜଣେ ନିରୀହ ଯୁବକ ନିଖୋଜ ହେବାର ବର୍ଷେ ବିତିବାକୁ ବସିଥିଲେ ବି ତାଙ୍କର କୌଣସି ପତ୍ତା ମିଳୁନାହିଁ। କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ରାଣିଦୁମେର ଗ୍ରାମର ରଥ ଗୌଡ଼ (୨୨) ନିଖୋଜ ହେବା ଘଟଣାରେ ନେତା ଠାରୁ ଆରମ୍ଭ କରି ଏସପି ଓ କଲେକ୍ଟରଙ୍କ ଦ୍ୱାରସ୍ଥ ହୋଇ ନୟାନ୍ତ ହେବା ପରେ, ଗତ ଶନିବାର ପରିବାର ଲୋକେ ପୁନର୍ବାର ନ୍ୟାୟ ଆଶାରେ ଥୁଆମୂଳ ରାମପୁର ଥାନାର ଦ୍ୱାରସ୍ଥ ହୋଇଛନ୍ତି। ସୂଚନାଯୋଗ୍ୟ, ଗତ ବର୍ଷ ଅକ୍ଟୋବର ୭ରେ ରଥ କେରଳର ଆଲୁଭା ରେଳ ଷ୍ଟେଶନରୁ ଘରକୁ ଫେରିବା ସମୟରେ ସ୍ତ୍ରୀ ଲଳିତାଙ୍କ ସହ କଥା ହୋଇଥିଲେ। କିନ୍ତୁ ଏହାର କିଛି ସମୟ ପରେ ତାଙ୍କ ଫୋନ ବନ୍ଦ ହୋଇଯାଇଥିଲା। ପରେ ଦିଲୀପ ଦୁଆରା ନାମକ ଜଣେ ବ୍ୟକ୍ତି ରଥଙ୍କ ଫୋନରୁ କଲ କରି ପ୍ରଥମେ ୫ ହଜାର ଓ ପରେ ୫୦ ହଜାର ଟଙ୍କା ଫିରୋତି ମାଗିବା ସହ, ଟଙ୍କା ନଦେଲେ ରଥଙ୍କୁ ହତ୍ୟା କରି ଅଙ୍ଗପ୍ରତ୍ୟଙ୍ଗ ବିକ୍ରି କରିଦେବାକୁ ଧମକ ଦେଇଥିଲେ। ଏହି ଘଟଣାରେ ପରିବାର ଲୋକେ ଅକ୍ଟୋବର ୧୦ରେ ଥୁଆମୂଳ ରାମପୁର ଥାନାରେ ଲିଖିତ ଅଭିଯୋଗ (ମିସିଂ କେସ ନଂ: ୧୯/୨୫, ଜି.ଡି ନଂ-୦୫) କରିବା ସହ ଅକ୍ଟୋବର ୧୭ରେ ଜିଲା ଆରକ୍ଷୀ ଅଧୀକ୍ଷକ, ନଭେମ୍ବର ୩ରେ ଜିଲାପାଳଙ୍କ ଜନଶୁଣାଣି ଏବଂ କେରଳ ପୋଲିସ ନିକଟରେ ଗୁହାରି କରିଥିଲେ।
ସୁଫଳ ନମିଳିବାରୁ ଗତ ଶନିବାର ରଥଙ୍କ ବୃଦ୍ଧ ବାପା କାଳିଆମଣି, ମାଆ ନେପୁରା, ସ୍ତ୍ରୀ ଲଳିତା ଓ ୧୧ ମାସର ଶିଶୁ ପୁତ୍ରକୁ ଧରି ପରିବାର ଲୋକେ ପୁନଃ ଥାନାର ଦ୍ୱାରସ୍ଥ ହୋଇଥିଲେ। ଏହି ସମୟରେ ଏକ ଯୁବ ସାମ୍ବାଦିକ ପ୍ରତିନିଧି ଦଳ ମଧ୍ୟ ଥାନାରେ ପହଞ୍ଚି ତୁରନ୍ତ ନିଖୋଜ ଶ୍ରମିକଙ୍କୁ ଖୋଜି ବାହାର କରିବାକୁ ପୋଲିସକୁ ନିବେଦନ କରିଛନ୍ତି। “ଆମ ଲୋକ ଜୀବିତ ଅଛନ୍ତି ନା ମୃତ, ସରକାର ସେତିକି ସ୍ପଷ୍ଟ କରିଦିଅନ୍ତୁ” ବୋଲି କାନ୍ଦି କାନ୍ଦି ଗୁହାରି କରିଛନ୍ତି ଅସହାୟ ପରିବାର। ଏନେଇ ଥୁଆମୂଳ ରାମପୁର ଥାନା ଅଧିକାରୀ କୈବଲ୍ୟ ସେଠଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ମିସିଂ ଏଫଆଇଆର୍‌ ରୁଜୁ ହୋଇଛି ଏବଂ ସନ୍ଦେହଜନକ ଫୋନ ନମ୍ବର ସହ ଫିରୋତି କଲ ଆସିଥିବା ନମ୍ବରଗୁଡ଼ିକୁ ଟ୍ରାକିଂ କରାଯାଉଛି। ଆଜିର ଆଧୁନିକ ଟେକ୍ନୋଲୋଜି ଯୁଗରେ ବର୍ଷେ ବିତିବାକୁ ବସିଥିଲେ ବି ଜଣେ ନିଖୋଜ ଶ୍ରମିକଙ୍କୁ ଖୋଜି ନପାରିବା ଓଡ଼ିଶା ପୋଲିସର କାର୍ଯ୍ୟଦକ୍ଷତା ଓ ଦାଦନ ନିୟନ୍ତ୍ରଣ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତୁରନ୍ତ ନିଖୋଜ ରଥ ଗୌଡ଼ଙ୍କୁ ଉଦ୍ଧାର କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ରତ୍ନଭଣ୍ଡାର ଗଣତି-ମଣତିକୁ ନେଇ ଆଇନ ମନ୍ତ୍ରୀଙ୍କ ବଡ଼ ବୟାନ: ତାଲିକା ସାର୍ବଜନୀନ ହେବନି

ଭୁବନେଶ୍ୱର, ୧୦।୯: ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି-ମଣତି ଏବଂ ଅଳଙ୍କାର ତାଲିକାଭୁକ୍ତ ପ୍ରକ୍ରିୟାକୁ ନେଇ ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏକ ବଡ଼ ପ୍ରତିକ୍ରିୟା ରଖିଛନ୍ତି। ରତ୍ନଭଣ୍ଡାରରୁ…

ରାଜ୍ୟର ୨ ଉପମୁଖ୍ୟମନ୍ତ୍ରୀ ପଦବୀକୁ ଚ୍ୟାଲେଞ୍ଜ, ଜନସ୍ବାର୍ଥ ମାମଲା ଖାରଜ କଲେ… 

କଟକ,୧୦।୮(କାର୍ତ୍ତିକ ସାହୁ): ଓଡ଼ିଶା ସରକାରଙ୍କ ୨ ଉପମୁଖ୍ୟମନ୍ତ୍ରୀ ପଦବୀର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ରୁଜୁ ଜନସ୍ବାର୍ଥ ମାମଲାକୁ ହାଇକୋର୍ଟ ଗୁରୁବାର ଖାରଜ କରିଛନ୍ତି। ହାଇକୋର୍ଟ…

ଆଫଗାନିସ୍ତାନ-ଭାରତ ପ୍ରଥମ ମ୍ୟାଚ୍‌କୁ ନେଇ ହଟିଲା ଦ୍ୱନ୍ଦ୍ୱ

ନୂଆଦିଲ୍ଲୀ,୧୦ା୯: ରାଜଧାନୀରେ ବ୍ରିକ୍ସ ସମିଟ କାରଣରୁ ଆସନ୍ତା ୧୩ରେ ଆଫଗାନିସ୍ତାନ ଓ ଭାରତ ମଧ୍ୟରେ ହେବାକୁ ଥିବା ପ୍ରଥମ ଟି୨୦ ମ୍ୟାଚ୍‌କୁ ଦିନକ ପାଇଁ ସ୍ଥଗିତ ରଖାଯିବାର…

BDAର ୩୫ ବର୍ଷରୁ ଊର୍ଦ୍ଧ୍ୱ ଜମି ବିବାଦରେ ପଡ଼ିଲା ପୂର୍ଣ୍ଣଚ୍ଛେଦ, ୨୦୦ ହିତାଧିକାରୀଙ୍କୁ ଆଶ୍ୱସ୍ତି, ଦୂର ହେଲା…

ଭୁବନେଶ୍ୱର,୧୦।୯(ରବିନାରାୟଣ ଜେନା): ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ)ଠାରୁ ଦୀର୍ଘ ୩୫ ବର୍ଷ ତଳେ ପ୍ଲଟେଡ୍‌ ସ୍କିମରେ ନେଇଥିବା ୨୦୦ରୁ ଊର୍ଦ୍ଧ୍ୱ ହିତାଧିକାରୀଙ୍କୁ ଏବେ ଆଶ୍ୱସ୍ତି ମିଳିଛି। ରାଜସ୍ବ ପର୍ଷଦ…

ଅକ୍ଟୋବର ୨ରୁ ଭୁବନେଶ୍ୱରରୁ ବ୍ୟାଙ୍କକ୍‌କୁ ପୁଣି ଉଡ଼ିବ ବିମାନ, ସପ୍ତାହକୁ ଦୁଇଥର…

ଭୁବନେଶ୍ୱର,୧୦ା୯(ବନ୍ଦନା ସେଠୀ) – ଭୁବନେଶ୍ୱରରୁ ଥାଇଲାଣ୍ଡ ରାଜଧାନୀ ବ୍ୟାଙ୍କକ୍‌କୁ ସିଧାସଳଖ ବିମାନ ସେବା ପୁଣି ଆରମ୍ଭ ହେବ। ଅକ୍ଟୋବର ୨ରୁ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରୁ ବ୍ୟାଙ୍କକ୍‌…

ଘର ସାମ୍ନାରେ ଯୁବକଙ୍କୁ ଦଳି ଦେଲା ହାତୀ

ଜି.ଉଦୟଗିରି,୧୦ା୯(ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ଜି.ଉଦୟଗିରି ଓ ଟିକାବାଲି ବ୍ଲକ୍‌ ସୀମାନ୍ତରେ ଜଣେ ଯୁବକଙ୍କୁ ଦନ୍ତାହାଦୀ ଦଳି ଦେଇଛି। ସେ ହେଲେ ପିକରଡ଼ି ପଞ୍ଚାୟତ କାମ୍ବାନାଯୁ…

ବଙ୍ଗୋପସାଗରରେ ଲଘୁଚାପ: ୧୦ ଜିଲାରେ ଝଡ଼ବର୍ଷା, ୟେଲୋ ଓ୍ବାର୍ନିଂ ଜାରି…

ଭୁବନେଶ୍ୱର, ୧୦ା୯(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଗୁରୁବାର ସକାଳ ୫ଟା ୩୦ରେ ଲଘୁଚାପର ରୂପ ନେଇଛି। ଏହା ଅପରାହ୍ନ ୨ଟା ୩୦ ସୁଦ୍ଧା ଉତ୍ତର…

୨୦୦ ବୁଥ୍‌ରେ BLA-2 ସଭ୍ୟଙ୍କୁ ତାଲିମ; ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସର ସାଙ୍ଗଠନିକ ମନ୍ଥନ

ଦିଗପହଣ୍ଡି, ୧୦।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କଇଠଖଣ୍ଡି ଗ୍ରାମରେ କଂଗ୍ରେସ ଦଳ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ସାଙ୍ଗଠନିକ ସଭା ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri