Posted inଫୁରସତ

ବିକ୍‌ନୀ ପିନ୍ଧି ସମୁଦ୍ର କୂଳରେ ଯୋଗ କରୁଥିଲେ ମହିଳା, ପଛରୁ ଆସିଲା ଏକ ଅଜଣା ଜୀବ; ଆଉ ତା’ ପରେ…

ଯୋଗ ସ୍ବାସ୍ଥ୍ୟ ପକ୍ଷେ ବହୁତ ହିତକର। ମାତ୍ର ଯୋଗ ପାଇଁ ସ୍ଥାନ, କାଳ, ପାତ୍ର ଯଦି ଠିକ୍‌ ନ ରହିବ ତେବେ ସବୁ ଗଡ଼ବଡ଼ ହୋଇଯିବ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଯୋଗ କରୁଥିବା ଜଣେ ମହିଳାଙ୍କ କ୍ଷେତ୍ରରେ। ମହିଳା ଜଣକ ସମୁଦ୍ର କୂଳରେ ଯୋଗ କରୁଥିଲେ। ଏହି ସମୟରେ ଏକ ଅଜଣା ଜୀବ ତାଙ୍କ ପଛପଟୁ ଆସୁଥିଲା ଯାହା ସେ ଜାଣି ପାରି ନ ଥିଲେ। ଏହି ଜୀବର ନାମ ଇଗୁଆନା। ସେ ଚୁପି ଚୁପି ଆସି ମହିଳା ଯୋଗ କରୁଥିବା ସମୟରେ ତାଙ୍କ ଅଙ୍ଗୁଳିକୁ କାମୁଡ଼ି ଦେଲା। ଫଳରେ ମହିଳା ଜଣକ ଖୁବ୍‌ ଜୋର୍‌ରେ ପାଟି କଲେ। ଏହା ପରେ ତାଙ୍କ ଅଙ୍ଗୁଳିରୁ ରକ୍ତ ଝରିବାରେ ଲାଗିଲା। ସେ ଡାକ୍ତରଙ୍କ ନିକଟକୁ ଯାଇ ମେଡିସିନ୍‌ ଆଣିଥିଲେ। ଏ ସମସ୍ତ ଘଟଣା ବିଷୟରେ ମହିଳା ଜଣକ ସୋସିଆଲ ମିଡିଆରେ ଶେୟାର କରି ସବିଶେଷ ସୂଚନା ଦେଇଛନ୍ତି।

ସୋସିଆଲ ମିଡିଆରେ ଏହି ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଭିଡିଓଟିକୁ ବର୍ତ୍ତମାନ ସୁଦ୍ଧା ୩୦ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି। ଜଣେ ୟୁଜର ଲେଖିଛନ୍ତି, ଯୋଗ ପାଇଁ ସ୍ଥାନ ଖୋଜିବା ବେଳେ ସାବଧାନତା ଜରୁରୀ। ସେହିପରି ଆଉ ଜଣେ ୟୁଜର ଲେଖିଛନ୍ତି, ଯୋଗ ସିନା ସ୍ବାସ୍ଥ୍ୟ ପାଇଁ ହିତକର ମାତ୍ର ଅଜଣା ଜୀବ ଖୁବ୍‌ ଭୟଙ୍କର। ତେଣୁ ସାବଧାନ!

ଇଗୁଆନା ଏମିତି ଏକ ଜୀବ ଯାହାର ମୁହଁରେ ନେଗେଟିଭ୍‌ ବ୍ୟାକ୍ଟେରିଆ ରହିଥାନ୍ତି। ଯାହାକି ଆଣ୍ଟିବାୟୋଟିକ୍‌ ଚିକିତ୍ସାକୁ ପ୍ରଭାବିତ କରିପାରେ। ତେଣୁ ଇଗୁଆନା କାମୁଡ଼ିଲେ ଅଣଦେଖା ନ କରି ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ। ନଚେତ୍‌ ଏହା ଖୁବ୍‌ ମହଙ୍ଗା ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri