ନିଜ ପରିସ୍ରା ନିଜେ ପିଇ ଓଜନ କମାଇଲେ ଏହି ମହିଳା, କହିଲେ ଦୃଷ୍ଟିଶକ୍ତି ବି ବଢୁଛି

ଓ୍ବାଶିଂଟନ,୧୯।୫: ଆମେରିକାର ଜଣେ ମହିଳା ଏକ ଅଜବ ଦାବି କରିବା ପରେ ଏହା ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ୩୨ ବର୍ଷୀୟା ଗେସ୍‌ ଜୋନ୍ସ ନାମକ ଏହି ମହିଳା ନିଜ ପରିସ୍ରା ନିଜେ ପିଉଛନ୍ତି। ଏଥିସହିତ ଏହାକୁ ସେ ତାଙ୍କ ଚେହେରାରେ ମଧ୍ୟ ଲଗାଇଥାନ୍ତି। ଗ୍ରେସ୍‌ଙ୍କ କହିବା କଥା ପରିସ୍ରା ପିଇ ସେ ନିଜର ଓଜନ କମାଇଛନ୍ତି। ଖାଲି ଏତିକି ନୁହେଁ, ନିଜ ପରିସ୍ରା ନିଜେ ପିଇବା ଦ୍ୱାରା ତାଙ୍କର ଦୃଷ୍ଟିଶକ୍ତି ମଧ୍ୟ ବଢ଼ିଯାଇଛି।

ଗ୍ରେସ୍‌ ଜୋନ୍ସ ଆମେରିକାର ସାନ୍‌ ଡିଏଗୋ ସହରରେ ରହୁଛନ୍ତି। ଗତ ୩ ସପ୍ତାହ ହେଲା ସେ ନିଜର ସ୍କିନ୍‌ ଏବଂ କେଶରେ ‘ୟୁରିନ୍‌ ଥେରାପି’ କରୁଛନ୍ତି। ସକାଳୁ ଉଠି ପ୍ରଥମେ ସେ ନିଜ ପରିସ୍ରା ନିଜେ ପିଅନ୍ତି। ତାଙ୍କ କହିବା କଥା ସେ ଏପରି କରିବା ଦ୍ୱାରା ତାଙ୍କର ଓଜନ କମିଛି। ଦୃଷ୍ଟିଶକ୍ତି ବି ବଢ଼ିଛି। ଏତଦ୍‌ବ୍ୟତୀତ ଉଚ୍ଚ ରକ୍ତଚାପ ଏବଂ ପାଚନ ଶକ୍ତିରେ ବହୁ ଉପକାର ମିଳୁଛି।

ତାଙ୍କର ଏହି ବିବାଦୀୟ ଥେରାପିକୁ ନେଇ ସେ ପ୍ରଥମେ ଘାବରାଇ ଯାଇଥିଲେ। ପରେ ଏହାର ଫାଇଦା ଦେଖି ତାଙ୍କର ଆତ୍ମବିଶ୍ୱାସ ବଢ଼ିଗଲା। ଗ୍ରେସ୍‌ କୁହନ୍ତି, ଏହି ଥେରାପି ସହିତ ସେ ନିରାମିଷ ଖାଦ୍ୟ ଖାଉଛନ୍ତି। ମଦ ପିଇବା ମଧ୍ୟ ବନ୍ଦ କରିଦେଇଛନ୍ତି।

ୟୁରିନ୍‌ ଥେରାପିକୁ ନେଇ ମେଡିକାଲ ସାଇନ୍ସ କମ୍ୟୁନିଟିର ପ୍ରତିକ୍ରିୟା ମିଳିପାରିନାହିଁ। ୧୯୪୫ରେ ଜନ୍‌ ଆର୍ମଷ୍ଟ୍ରଙ୍ଗ୍‌ ନାମକ ଜଣେ ବ୍ରିଟିଶ ନ୍ୟାଚୁରପାଥ୍‌ ଏକ ବହି ଛାପି ଥିଲେ। ଏଥିରେ ସେ କହିଥିଲେ କି ପରିସ୍ରା ସମସ୍ତ ଗୁରୁତର ରୋଗରୁ ମୁକ୍ତି ଦେଇଥାଏ। କିନ୍ତୁ ଆଜି ପର୍ଯ୍ୟନ୍ତ ଏହାକୁ ନେଇ କୌଣସି ବୈଜ୍ଞାନିକ ପ୍ରମାଣ ସାମ୍ନାକୁ ଆସିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଆଫଗାନୀସ୍ତାନରେ ସର୍ଚ୍ଚ ଅପରେଶନ୍‌ ଜୋର୍‌ଦାର୍‌: ୧୦ ତାଲିବାନ୍‌ ଆତଙ୍କବାଦୀ ନିହତ

କାବୁଲ,୨୮।୫: ଆଫଗାନୀସ୍ତାନରେ ଆତଙ୍କବାଦୀ ବିରୋଧୀ ସର୍ଚ୍ଚ ଅପରେଶନ୍‌କୁ ଜୋର୍‌ଦାର୍‌ କରାଯାଇଛି। ସ୍ଥାନୀୟ ଫରୟାବ ଅନ୍ତର୍ଗତ ଖ୍ବାଜା ସାବ୍‌ ପୋଶ୍‌ ଜିଲାରେ ସୈନ୍ୟ ବାହିନୀର ଏକ ଅପରେଶନ୍‌ରେ...

ଶଙ୍ଖ ଫୁଙ୍କିବାକୁ ନେଇ ଟ୍ରୋଲ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ସନ୍ନି ଲିଓନି ତାଙ୍କ ବୋଲ୍ଡ୍‌ ଲୁକ୍‌ ପାଇଁ ସେ ବେଶ୍‌ ଜଣାଶୁଣା। ତାଙ୍କର ଏକ ଝଲକ ପାଇଁ ଫ୍ୟାନ୍ସମାନେ ଦିୱାନା ହୋଇଥାନ୍ତି।...

ନିଜର ଯନ୍ତ୍ରଣା ପ୍ରକାଶ କଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ

ଇସଲାମାବାଦ,୧୩।୮: ଆଫଗାନିସ୍ତାନରେ ତାଲିବାନ ତା’ର ଆଧିପତ୍ୟ ବିସ୍ତାର କରି ଚାଲିଛି। ଗୋଟିଏ ପରେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ସହରକୁ ଦଖଲ କରି ଏବେ ସଂଗଠନ ରାଜଧାନୀ କାବୁଲ...

ୟୁରୋପରେ ଯୁଦ୍ଧର ପଦଧ୍ୱନୀ: ସର୍ବିୟା-କୋସୋଭୋ ସୀମାରେ ସୈନ୍ୟଙ୍କ ସଂଖ୍ୟା ବଢ଼ିଲା…

ବେଲଗ୍ରେଡ/ପ୍ରିଷ୍ଟିନା,୨୮।୧୨ : ୟୁକ୍ରେନରେ ଯୁଦ୍ଧର ଆତଙ୍କ ସହିତ ଏବେ ୟୁରୋପରେ ଆଉ ଏକ ଯୁଦ୍ଧର ପଦଧ୍ୱନୀ ଶୁଣାଯିବା ଆରମ୍ଭ କରିଛି। ଦକ୍ଷିଣ-ପୂର୍ବ ୟୁରୋପୀୟ ଦେଶ ସର୍ବିୟେ...

କଡ଼ା ସୁରକ୍ଷା ମଧ୍ୟରେ ହାଇକୋର୍ଟରେ ହାଜର ହେଲେ ଇମ୍ରାନ, ଚାଲିଛି ଶୁଣାଣି

ଇସଲାମାବାଦ,୧୨।୫: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ତେହେରିକ-ଇ-ଇନସାଫ (ପିଟିଆଇ)ର ମୁଖ୍ୟ ଇମ୍ରାନ ଖାନଙ୍କୁ ଶୁକ୍ରବାର କଡ଼ା ସୁରକ୍ଷା ମଧ୍ୟରେ ଇସଲାମାବାଦ ହାଇକୋର୍ଟରେ ହାଜର କରାଯାଇଛି। ଅଲ-କାଦିର...

ଆମ୍ବ-ଜାମୁ ବାହାଘର, ଗାଁ ଲୋକେ ପାଲଟିଲେ ବରଯାତ୍ରୀ …

ଆଗ୍ରା,୧୯।୭: ଭାରତୀୟ ସଂସ୍କୃତିରେ ପରିବେଶ ସୁରକ୍ଷା ପ୍ରାଚୀନକାଳରୁ ପ୍ରଚଳିତ। ଦେଶର କେତେକ ଅଞ୍ଚଳରେ ଗୋଟିଏ ଗଛ ସହିତ ଅନ୍ୟ ଗଛର ବିବାହ କରାଯିବା ପରମ୍ପରା ରହିଛି।...

ବିବାହ ପରେ ନିଜେ କାର ଚଲାଇ ଶାଶୁ ଘରେ ପହଞ୍ଚିଲେ କନ୍ୟା: କାରଣ ଜାଣିଲେ…

ବିବାହ ପରେ ବିଦାୟ ସମୟର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ବିଦାୟ ସମୟରେ କନ୍ୟା କାରର ଡ୍ରାଇଭିଂ ସିଟରେ...

ତାଇଓ୍ବାନ ଆକାଶ ମାର୍ଗରେ ଅନୁପ୍ରବେଶ କଲେ ୧୮ ଚାଇନା ବିମାନ…

ତାଇପେଇ ସିଟି, ୮।୫ : ତାଇୱାନର ଆକାଶ ମାର୍ଗରେ ଚାଇନାର ୧୮ଟି ସାମରିକ ବିମାନ ଅନୁପ୍ରବେଶ କରିଛି। ଏନେଇ ତାଇଓ୍ବାନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।...

Advertisement
Archives

Model This Week