ରାଜଧାନୀକୁ ବନ୍ଧୁକ ବିକ୍ରି କରିବାକୁ ଆସିଥିବା ପଶ୍ଚିମବଙ୍ଗ ବେପାରୀ ଗିରଫ

ଭୁବନେଶ୍ୱର,୬।୯(ବ୍ୟୁରୋ): ରାଜଧାନୀରେ ବନ୍ଧୁକ ବିକ୍ରି କରିବାକୁ ଆସିଥିବା ପଶ୍ଚିମବଙ୍ଗର ଜଣେ ବେପାରୀଙ୍କୁ କମିଶନରେଟ ପୋଲିସ କାବୁ କିରିଛି। ରବିବାର ପୂର୍ବାହ୍ନରେ ଭରତପୁର ଥାନା ଅନ୍ତର୍ଗତ କୋଳଥିଆ ପଡିଆ ନିକଟରେ ବନ୍ଧୁକ ବିକ୍ରି ପାଇଁ ଗରାଖଙ୍କୁ ଅପେକ୍ଷା କରିଥିବାବେଳେ ପୋଲିସ ଗିରଫ କରିଛି। ସେ ହେଲେ ପଶ୍ଚିମବଙ୍ଗ ପଶ୍ଚିମ ମେଦିନପୁର ଜିଲା ଏଇଗ୍ରା ଥାନା ଅଞ୍ଚଳର ବାବୁଜାନ ଖାନ୍‌(୨୩)। ପୋଲିସ ତାଙ୍କଠାରୁ ୨ଟି ବନ୍ଧୁକ (ପିସ୍ତଲ) ଓ ୧୦ ରାଉଣ୍ଡ ଗୁଳି ଜବତ କରିଛି। ଏନେଇ ପୋଲିସ ଆମର୍‌ସ ଆକ୍ଟରେ ଏକ ମାମଲା (ନଂ.୩୧୫/୨୧) ରୁଜୁ କରି ଅଭିଯୁକ୍ତ ବାବୁଜାନ୍‌ଙ୍କୁ କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଏ ସମ୍ପର୍କରେ ଥାନା ଅଧିକାରୀ ଜ୍ୟୋତିରଞ୍ଜନ ପତି କହିଛନ୍ତି, ବାବୁଜାନ କିଛିଦିନ ହେଲା ପଶ୍ଚିମବଙ୍ଗରୁ ବନ୍ଧୁକ ଆଣି ରାଜଧାନୀରେ ବିକ୍ରି କରିବାକୁ ଚାହିଁଥିଲେ। ଏଥିପାଇଁ ସେ ତାଙ୍କ ସମ୍ପର୍କୀୟ ଘର ପିପିଲିରେ କିଛିଦିନ ହେଲା ରହିଥିଲେ। ଭୁବନେଶ୍ୱରରେ ବନ୍ଧୁକ ବିକ୍ରି କରି ପଶ୍ଚିମବଙ୍ଗ ଚାଲିଯାଇଥାନ୍ତେ। ତେବେ ପୂର୍ବରୁ ସେ ଏଠାରେ ବନ୍ଧୁକ ବିକ୍ରି କରିଛନ୍ତି କି ନାହିଁ ସେନେଇ ଅଧିକ ତଦନ୍ତ ଚାଲୁଥିବା ଦାସ କହିଛନ୍ତି।
ସୂଚନା ଅନୁଯାୟୀ, ରବିବାର ଦିନ ପ୍ରାୟ ୧୨ଟାରେ କୋଳଥିଆ ପଡିଆ ନିକଟରେ ଅଭିଯୁକ୍ତ ବାବୁଜାନ ବନ୍ଧୁକ ଧରି ବୁଲୁଥିବା ସ୍ଥାନୀୟ ଲୋକେ ଦେଖି ଭରତପୁର ଥାନାକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ବାବୁଜାନ୍‌ଙ୍କୁ କାବୁ କରିବାକୁ ଘେରି ଯାଇଥିଲା। ହେଲେ ଅଭିଯୁକ୍ତ ପୋଲିସ କବଳରୁ ଖସି ପଳାଇବାକୁ ଘଟଣାସ୍ଥଳ ଛାଡି ଦୌଡିଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ କିଛି ସମୟ ପରେ ପୋଲିସ ତାଙ୍କୁ ଧରିବାରେ ସଫଳ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?