ରାଜଧାନୀକୁ ବନ୍ଧୁକ ବିକ୍ରି କରିବାକୁ ଆସିଥିବା ପଶ୍ଚିମବଙ୍ଗ ବେପାରୀ ଗିରଫ

ଭୁବନେଶ୍ୱର,୬।୯(ବ୍ୟୁରୋ): ରାଜଧାନୀରେ ବନ୍ଧୁକ ବିକ୍ରି କରିବାକୁ ଆସିଥିବା ପଶ୍ଚିମବଙ୍ଗର ଜଣେ ବେପାରୀଙ୍କୁ କମିଶନରେଟ ପୋଲିସ କାବୁ କିରିଛି। ରବିବାର ପୂର୍ବାହ୍ନରେ ଭରତପୁର ଥାନା ଅନ୍ତର୍ଗତ କୋଳଥିଆ ପଡିଆ ନିକଟରେ ବନ୍ଧୁକ ବିକ୍ରି ପାଇଁ ଗରାଖଙ୍କୁ ଅପେକ୍ଷା କରିଥିବାବେଳେ ପୋଲିସ ଗିରଫ କରିଛି। ସେ ହେଲେ ପଶ୍ଚିମବଙ୍ଗ ପଶ୍ଚିମ ମେଦିନପୁର ଜିଲା ଏଇଗ୍ରା ଥାନା ଅଞ୍ଚଳର ବାବୁଜାନ ଖାନ୍‌(୨୩)। ପୋଲିସ ତାଙ୍କଠାରୁ ୨ଟି ବନ୍ଧୁକ (ପିସ୍ତଲ) ଓ ୧୦ ରାଉଣ୍ଡ ଗୁଳି ଜବତ କରିଛି। ଏନେଇ ପୋଲିସ ଆମର୍‌ସ ଆକ୍ଟରେ ଏକ ମାମଲା (ନଂ.୩୧୫/୨୧) ରୁଜୁ କରି ଅଭିଯୁକ୍ତ ବାବୁଜାନ୍‌ଙ୍କୁ କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଏ ସମ୍ପର୍କରେ ଥାନା ଅଧିକାରୀ ଜ୍ୟୋତିରଞ୍ଜନ ପତି କହିଛନ୍ତି, ବାବୁଜାନ କିଛିଦିନ ହେଲା ପଶ୍ଚିମବଙ୍ଗରୁ ବନ୍ଧୁକ ଆଣି ରାଜଧାନୀରେ ବିକ୍ରି କରିବାକୁ ଚାହିଁଥିଲେ। ଏଥିପାଇଁ ସେ ତାଙ୍କ ସମ୍ପର୍କୀୟ ଘର ପିପିଲିରେ କିଛିଦିନ ହେଲା ରହିଥିଲେ। ଭୁବନେଶ୍ୱରରେ ବନ୍ଧୁକ ବିକ୍ରି କରି ପଶ୍ଚିମବଙ୍ଗ ଚାଲିଯାଇଥାନ୍ତେ। ତେବେ ପୂର୍ବରୁ ସେ ଏଠାରେ ବନ୍ଧୁକ ବିକ୍ରି କରିଛନ୍ତି କି ନାହିଁ ସେନେଇ ଅଧିକ ତଦନ୍ତ ଚାଲୁଥିବା ଦାସ କହିଛନ୍ତି।
ସୂଚନା ଅନୁଯାୟୀ, ରବିବାର ଦିନ ପ୍ରାୟ ୧୨ଟାରେ କୋଳଥିଆ ପଡିଆ ନିକଟରେ ଅଭିଯୁକ୍ତ ବାବୁଜାନ ବନ୍ଧୁକ ଧରି ବୁଲୁଥିବା ସ୍ଥାନୀୟ ଲୋକେ ଦେଖି ଭରତପୁର ଥାନାକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ବାବୁଜାନ୍‌ଙ୍କୁ କାବୁ କରିବାକୁ ଘେରି ଯାଇଥିଲା। ହେଲେ ଅଭିଯୁକ୍ତ ପୋଲିସ କବଳରୁ ଖସି ପଳାଇବାକୁ ଘଟଣାସ୍ଥଳ ଛାଡି ଦୌଡିଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ କିଛି ସମୟ ପରେ ପୋଲିସ ତାଙ୍କୁ ଧରିବାରେ ସଫଳ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରକାଶ ପାଇଲା ମାଟ୍ରିକ୍‌ ପରୀକ୍ଷା ସୂଚୀ

ଭୁବନେଶ୍ୱର,୧୪।୩(ବ୍ୟୁରୋ): ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ସୋମବାର ମାଟ୍ରିକ୍‌ ପରୀକ୍ଷା ସୂଚୀ ପ୍ରକାଶ ପାଇଛି। ଏପ୍ରିଲ ୨୯ରୁ ପରୀକ୍ଷା ଆରମ୍ଭ ହୋଇ ମେ’୭ ପର୍ଯ୍ୟନ୍ତ ଚାଲିବ।...

୨୪ରେ ଭୁବନେଶ୍ୱରର ୪୦୦ ପୂଜା କମିଟିଙ୍କ ଆଲୋଚନା : ପୂଜାରେ ପ୍ରାକୃତିକ ପରିବେଶ, ପ୍ଲାଷ୍ଟିକ୍‌ ମୁକ୍ତ ଲକ୍ଷ୍ୟ

ଭୁବନେଶ୍ୱର,୧୯ା୮(ବ୍ୟୁରୋ) : ଆଗକୁ ଆସୁଥିବା ମା’ଙ୍କ ପୂଜାକୁ ପ୍ଲାଷ୍ଟିକ୍‌ ମୁକ୍ତ କରିବା, ମଣ୍ଡପ ଚାରିକଡ଼େ ବୃକ୍ଷ ଲଗାଇ ପ୍ରାକୃତିକ ପରିବେଶ ସୃଷ୍ଟି କରାଯିବ। ପ୍ରତି ଜିଲାରେ...

ମନା ନାହିଁ ପତିତପାବନ ଦର୍ଶନ

ପୁରୀ ଅଫିସ, ୨୧।୧୨କରୋନା ମହାମାରୀ ଯୋଗୁ ଦୀର୍ଘ ୯ମାସ ଧରି ବନ୍ଦ ରହିଥିବା ଶ୍ରୀମନ୍ଦିର ଆସନ୍ତା ୨୩ ତାରିଖରୁ ଖୋଲିବ। ୨୩ ଓ ୨୪ ତାରିଖରେ...

ପ୍ରତାପଙ୍କୁ ମିଳିଲା ପିପିଲି ଦାୟିତ୍ୱ

ଭୁବନେଶ୍ୱର,୨୮।୧(ବ୍ୟୁରୋ): ପିପିଲି ଉପନିର୍ବାଚନ ପାଇଁ ଶାସକ ବିଜେଡି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଗୁରୁବାର ବିଧାୟକ ତଥା ଦଳୀୟ ମୁଖପାତ୍ର ପ୍ରତାପ କେଶରୀ ଦେବଙ୍କୁ ଦଳ...

ଟଙ୍କା ଦେଇ ଟିକାକୁ ନା’

ଅନୁଗୋଳ ଅଫିସ, ୨୫।୪:  କୋଭିଡ୍‌ରୁ ବର୍ତ୍ତିବା ପାଇଁ ଟିକା ନେବା ଜରୁରୀ। ଏ ନେଇ ସରକାରଙ୍କ ପକ୍ଷରୁ ଜନସାଧାରଣଙ୍କୁ ସଚେତନ କରାଯାଉଛି। କିପରି ଅଧିକରୁ ଅଧିକ ଲୋକଙ୍କୁ...

ନଦୀ ଜଳ ବିବାଦ ବିଚାର ପାଇଁ ବିଲ୍‌ ଲୋକ ସଭାରେ ଗୃହୀତ ଗୋଟିଏ ଟ୍ରିବ୍ୟୁନାଲରେ ସମାଧାନ

ନୂଆଦିଲ୍ଲୀ,୧ା୮ (ପି.ଟି./ଆଇଏଏନ୍‌ଏସ୍‌) ଆନ୍ତଃ ରାଜ୍ୟ ନଦୀଜଳ ବିବାଦର ବିଚାରକୁ ସରଳ ଓ ସୁସଙ୍ଗତ କରିବା ପାଇଁ ଉଦ୍ଦିଷ୍ଟ ଇଣ୍ଟର ଷ୍ଟେଟ୍‌ ରିଭର ଓ୍ବାଟର ଡିସ୍‌ପ୍ୟୁଟ୍‌ (ଆମେଣ୍ଡମେଣ୍ଟ)...

ଦଶମ ଶ୍ରେଣୀରେ ପଢ଼ାଯିବ ସଡ଼କ ସୁରକ୍ଷା ପାଠ୍ୟକ୍ରମ, ଆଗାମୀ ଶିକ୍ଷାବର୍ଷରୁ ହେବ ସାମିଲ

ଭୁବନେଶ୍ୱର,୨୯।୧(ବ୍ୟୁରୋ): ଏଣିକି ଦଶମ ଶ୍ରେଣୀ ପାଠ୍ୟକ୍ରମରେ ଛାତ୍ରୀଛାତ୍ରମାନେ ସଡ଼କ ସୁରକ୍ଷା ସମ୍ପର୍କିତ ବିଷୟ ପଢ଼ିବେ। ଆଗାମୀ ଶିକ୍ଷାବର୍ଷରୁ ୧୦ମ ପାଠ୍ୟକ୍ରମରେ ଏହା ରଖାଯିବ। ତେବେ ବିଷୟବସ୍ତୁ...

ଯୁକ୍ତ୩ ଦ୍ୱିତୀୟ ପର୍ଯ୍ୟାୟ ମେରିଟ୍‌ ଲିଷ୍ଟ ପ୍ରକାଶ

ଭୁବନେଶ୍ୱର, ୬।୮(ବ୍ୟୁରୋ): ରାଜ୍ୟର ୧୦୪୭ ଡିଗ୍ରୀ କଲେଜରେ ଯୁକ୍ତ୩ ପ୍ରଥମ ବର୍ଷ ନାମଲେଖା ନିମନ୍ତେ ସୋମବାର ଦ୍ୱିତୀୟ ପର୍ଯ୍ୟାୟ କଟ୍‌ ଅଫ୍‌ ମାର୍କ ବା ମେରିଟ୍‌...

Advertisement
Archives

Model This Week