Posted inଖେଳ

ଏକ ସପ୍ତାହ ଘୁଞ୍ଚତ୍ଲା ଫ୍ରେଞ୍ଚ୍‌ ଓପନ୍‌

ପ୍ୟାରିସ୍‌, ୯ା୪ (ଏପି)- କରୋନା ଭାଇରସ ମହାମାରୀ ଯୋଗୁ ଫ୍ରେଞ୍ଚ ଓପନ ଟେନିସ୍‌ ଟୁର୍ନାମେଣ୍ଟକୁ ଏକ ସପ୍ତାହ ବିଳମ୍ବ କରାଯାଇଛି। ଆୟୋଜକଙ୍କ ପକ୍ଷରୁ ଗୁରୁବାର ଏ ବିଷୟରେ ଘୋଷଣା କରାଯାଇଛି। ଏହି କ୍ଲେ-କୋର୍ଟ ଟୁର୍ନାମେଣ୍ଟ ମେ ୨୩ରେ ଆରମ୍ଭ ହୋଇଥାନ୍ତା। କିନ୍ତୁ ବର୍ତ୍ତମାନ ପ୍ରଥମ ରାଉଣ୍ଡ ମ୍ୟାଚ ମେ ୩୦ରୁ ଆରମ୍ଭ ହେବ। ସୁରକ୍ଷିତ ପରିବେଶରେ ଯଥାସମ୍ଭବ ଅଧିକ ଦର୍ଶକଙ୍କ ଉପସ୍ଥିତିରେ ଇଭେଣ୍ଟ ଖେଳାଯିବା ଲାଗି ଯୋଜନା ରହିଥିବା ଫ୍ରେଞ୍ଚ ଟେନିସ ଫେଡେରେଶନ କହିଛି। ଫ୍ରାନ୍ସରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି। ହସ୍ପିଟାଲରେ ସ୍ଥାନାଭାବ ଦେଖାଦେଇଛି। ସଂକ୍ରମଣ ହ୍ରାସ ପାଇଁ ଦେଶବ୍ୟାପୀ ନୂଆ କଟକଣା ଜାରି କରାଯାଇଛି। ସ୍କୁଲଗୁଡ଼ିକୁ ୩ ସପ୍ତାହ ଧରି ବନ୍ଦ ରଖାଯାଇଛି। ଏକମାସ ଘରୋଇ ଯାତାୟାତ କଟକଣା କରାଯାଇଛି। ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ବ୍ୟତୀତ ଅନ୍ୟ ସମସ୍ତ ଦୋକାନ ବଜାର ବନ୍ଦ ରଖାଯାଇଛି। ଫଳରେ ଆସନ୍ତା କିଛି ଦିନ ମଧ୍ୟରେ ଦେଶରେ ସ୍ବାସ୍ଥ୍ୟ ପରିସ୍ଥିତିରେ ଉନ୍ନତି ଘଟିପାରେ। ଯଦି ଏହା ସମ୍ଭବହୁଏ ତେବେ ରୋଲାଣ୍ଡ ଗ୍ୟାରସରେ ଦର୍ଶକଙ୍କୁ ଅନୁମତି ସମ୍ଭବନା ରହିବ ବୋଲି ଫ୍ରେଞ୍ଚ ଟେନିସ ମହାସଂଘ ସଭାପତି ଜାଇଲ୍ସ ମେରୋଟେନ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କୋଭିଡ-୧୯: ଦରମା କାଟିବ ବାର୍ସିଲୋନା

ବାର୍ସିଲୋନା,୨୭।୩(ଏଏଫ୍‌ପି): କରୋନା ଭାଇରସ୍‌ ବଶ୍ୱରେ ମହାମାରୀ ରୂପ ନେଇଥିବାରୁ ଆର୍ଥିକ ବିପର୍ଯ୍ୟୟରୁ ରକ୍ଷା ପାଇବା ପାଇଁ ହାଇପ୍ରୋଫାଇଲ ଫୁଟବଲ କ୍ଲବ ବାର୍ସିଲୋନା ଦରମା କାଟିବାକୁ ନିଷ୍ପତ୍ତି...

ଦିନିକିଆ ର଼୍ୟାଙ୍କିଙ୍ଗ୍‌ରେ ବଡ଼ ପରିବର୍ତ୍ତନ

ଦୁବାଇ,୨୧।୭: ଭାରତ-ଶ୍ରୀଲଙ୍କା ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ ସହିତ ବାଂଲାଦେଶ-ଜିମ୍ବାଓ୍ବେ ଓ ଦକ୍ଷିଣ ଆଫ୍ରିକା-ଆୟର୍ଲାଣ୍ଡ ଦିନିକିଆ ସିରିଜ୍‌ ଶେଷ ହେବା ପରେ ଖେଳାଳିଙ୍କ ର଼୍ୟାଙ୍କିଙ୍ଗ୍‌ରେ ଅଦଳବଦଳ ଦେଖିବାକୁ...

ଆଜିଠୁ ଭାରତ-ବାଂଲାଦେଶ ପ୍ରଥମ ଟେଷ୍ଟ

ଚଟ୍ଟୋଗ୍ରାମ୍‌,୧୪।୧୨(ପି.ଟି.): ବୁଧବାର ବାଂଲାଦେଶ ବିପକ୍ଷରେ ଭାରତ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ ଖେଳିବ। ଏହି ମ୍ୟାଚରେ ଭାରତର ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌(ଡବ୍ଲ୍ୟୁଟିସି)...

ପ୍ରଥମେ ବ୍ୟାଟିଂ କରିବ ଭାରତ

ବିଶାଖାପାଟଣା,୧୮।୧୨- ଡି. ଓ୍ବାଇ. ଏସ୍‌. ରାଜଶେଖର ରେଡ୍ଡୀ ଏସିଏ-ଭିଡିସିଏ ଷ୍ଟାଡିୟମରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ରେ ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରିବ। ଭ୍ରମଣକାରୀ...

ଘରୋଇ ଇଭେଣ୍ଟଗୁଡିକ ପୁନର୍ଗଠନ କଲା ହକି ଇଣ୍ଡିଆ:୨୦୨୧ରୁ ଜାତୀୟ ଚାମ୍ପିୟନଶିପ୍‌ ଲାଗି ନୂଆ ଫର୍ମାଟ

ନୂଆଦିଲ୍ଲୀ,୧୫।୪(ପି.ଟି.):  ହକି ଇଣ୍ଡିଆ ସବୁ ଘରୋଇ ଇଭେଣ୍ଟ ତଥା ଟୁର୍ନାମେଣ୍ଟଗୁଡିକର ପୁନର୍ଗଠନ କରିବାକୁ ନିଷ୍ପତ୍ତି ନେଇଛି। ଏହିକ୍ରମରେ ଜାତୀୟ ଚାମ୍ପିୟନଶିପ୍‌ଗୁଡିକ ଆସନ୍ତାବର୍ଷଠାରୁ ନୂଆ ଫର୍ମାଟରେ ଆୟୋଜନ...

ଫୁଟବଲ ମ୍ୟାଚ୍‌ ବ୍ୟାନ୍‌କୁ ମେ’ ୩୧କୁ ଘୁଞ୍ଚାଇଲା ରୁଷିଆ

ମସ୍କୋ,୨।୪(ଏଏଫ୍‌ପି): କୋଭିଡ- ୧୯ ମହାମାରୀର ରୂପ ନେଇଥିବା ବେଳେ ରୁଷିଆନ ଫୁଟବଲ ଆସୋସିଏଶନ (ଆର୍‌ଏଫ୍‌ଏସ୍‌) ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ସବୁ ଫୁଟବଲ ମ୍ୟାଚ୍‌କୁ ବ୍ୟାନ୍‌...

ଲାହୋର, କରାଚୀଠାରେ ଖେଳିବ ଶ୍ରୀଲଙ୍କା

କରାଚୀ,୨୪।୮: ଶ୍ରୀଲଙ୍କା ଦଳ ଦିନିକିଆ ସିରିଜ୍‌ ଖେଳିବା ପାଇଁ ପାକିସ୍ତାନ ଗସ୍ତ କରିବାକୁ ରାଜି ହୋଇଛି। ଏ ନେଇ ଦୁଇ ବୋର୍ଡ ମଧ୍ୟରେ ଚୁକ୍ତି ହୋଇଛି।...

ସମାଲୋଚନା ପରେ ଶ୍ରୀଜେଶଙ୍କ ପାଇଁ ୨ କୋଟି ଟଙ୍କା

ନୂଆଦିଲ୍ଲୀ,୧୧।୮: ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ଭାରତୀୟ ହକି ଦଳର ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ହେଉଛନ୍ତି ପି ଆର ଶ୍ରୀଜେଶ। ଗତ ୧୦ ତାରିଖରେ ହକି ଦଳର...

Advertisement
Archives

Model This Week