Posted inଫୁରସତ

ଅସୁନ୍ଦର ଚେହେରା ପ୍ରତିଯୋଗିତା

ସମସ୍ତେ ଚାହାନ୍ତି ସୁନ୍ଦର ଦେଖାଯିବା ପାଇଁ। ସେଥିପାଇଁ କିଏ ଘରୋଇ ଉପଚାର କରନ୍ତି ତ ଆଉ କିଏ ପ୍ଲାଷ୍ଟିକ ସର୍ଜରିର ବି ସାହାଯ୍ୟ ନିଅନ୍ତି। କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଏମିତି ଏକ ପ୍ରତିଯୋଗିତା ଅଛି ଯେଉଁଠି ଯିଏ ଯେତେ ଅସୁନ୍ଦର ମୁହଁ କରିପାରେ ସେ ହିଁ ବିଜୟଲାଭ କରେ। ଉକ୍ତ ପ୍ରତିଯୋଗିତାର ନାମ ହେଉଛି ଓ୍ବାଲର୍‌ଡ ଗର୍ନିଂ ଚାମ୍ପିୟନଶିପ୍‌। ଏହା ପ୍ରତିବର୍ଷ ଇଂଲଣ୍ଡର ଏଗ୍ରେମଣ୍ଟ କ୍ରେବ୍‌ ଫେୟାରରେ ଆୟୋଜନ ହୋଇଥାଏ। ୧୨୬୭ରୁ ଏହି ମେଳା ଆୟୋଜିତ ହୋଇ ଆସୁଛି। ତେବେ ଏହି ପ୍ରତିଯୋଗିତା ସେବେଠାରୁ ଆରମ୍ଭ ହୋଇଛି ନା ନାହିଁ ତାହା ସଠିକ୍‌ ଭାବେ ଜଣା ନ ଥିଲେ ହେଁ ପ୍ରତିବର୍ଷ ଏହି ପ୍ରତିଯୋଗିତାରେ ଫ୍ରାନ୍ସ, ଅଷ୍ଟ୍ରେଲିଆ ପରି ଦେଶରୁ ପ୍ରତିଯୋଗୀ ସାମିଲ ହୋଇଥାନ୍ତି। ଏଠି ସବୁ ପ୍ରତିଯୋଗୀ ଖୁବ୍‌ ବିଚିତ୍ର ଓ ଅସୁନ୍ଦର ମୁହଁ କରିଥାନ୍ତି। ଯେଉଁମାନେ ମୁହଁକୁ ଅସୁନ୍ଦର କରି ଚେହେରା ବିଗାଡିପାରନ୍ତି ତାଙ୍କୁ ବିଜେତା ଘୋଷଣା କରାଯାଏ। ଏଥିରେ ପ୍ରତିଯୋଗୀ କୌଣସି କୃତ୍ରିମ ଜିନିଷର ବ୍ୟବହାର କରିପାରନ୍ତି ନାହିଁ। ଜଜ୍‌ ପ୍ରଥମେ ପ୍ରତିଯୋଗୀଙ୍କର ଚେହେରା ଦେଖି ଯାଞ୍ଚ କରନ୍ତି। ଯେମିତିକି ଚେହେରା ସାଧାରଣ ରହିବା ଦରକାର। ଆଉ ଯିଏ ମୁହଁ ଅଧିକରୁ ଅଧିକ ଖରାପ କରିପାରନ୍ତି ତାଙ୍କୁ ବିଜେତା ଘୋଷଣା କରାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରାଇଭେଟ୍ କମ୍ପାନୀରେ କେବେ ସୁଦ୍ଧା ମିଳିବା ଦରକାର ଦରମା? ଜାଣନ୍ତୁ କଣ କହୁଛି ସରକାରୀ ନିୟମ

ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ଲୋକମାନେ ଭିନ୍ନ ଭିନ୍ନ ପ୍ରକାରର କାମ କରିଥାନ୍ତି। କେହି ନିଜର ବ୍ୟବସାୟ କରନ୍ତି ତ କେହି ଚାକିରି କରନ୍ତି, ଯେଉଁଥିରେ ସରକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri