କିଭ୍‌ କୋର୍ଟରେ ରୁଷୀୟ ଯୁଦ୍ଧ ଅପରାଧୀ

କିଭ୍‌/ମସ୍କୋ,୧୪।୫: ୟୁକ୍ରେନ୍‌ ରାଜଧାନୀ କିଭ୍‌ସ୍ଥିତ ଏକ କୋର୍ଟରେ ଶୁକ୍ରବାର ରୁଷୀୟ ସୈନ୍ୟ ଭାଡିମ୍‌ ଶିଶିମାରିନ୍‌ଙ୍କ ବିରୋଧରେ ଯୁଦ୍ଧ ଅପରାଧ ଅଭିଯୋଗର ଶୁଣାଣି ଆରମ୍ଭ ହୋଇଛି। ୨୧ ବର୍ଷୀୟ ଶିଶିମାରିନ୍‌ ଯୁଦ୍ଧର ନିୟମ ଉଲ୍ଲଂଘନ କରି ଜଣେ ନିରସ୍ତ୍ର ୟୁକ୍ରେନୀୟଙ୍କୁ ହତ୍ୟା କରିଥିଲେ। ଗତ ଫେବୃୟାରୀ ୨୪ରେ ପଡ଼ୋଶୀ ୟୁକ୍ରେନ୍‌ ଉପରେ ରୁଷିଆ ଆକ୍ରମଣ କରିବା ପରଠୁ ଏହା ହେଉଛି କୌଣସି ରୁଷୀୟ ସୈନ୍ୟଙ୍କ ବିରୋଧରେ ପ୍ରଥମ ବିଚାର। ୟୁକ୍ରେନ୍‌ରେ ରୁଷିଆ ସୁରକ୍ଷା ବଳର ବର୍ବରତାକୁ ବିଶ୍ୱବ୍ୟାପୀ ନିନ୍ଦା କରାଯାଉଥିବାବେଳେ ଶିଶିମାରିନ୍‌ଙ୍କ ଟ୍ରାଏଲ୍‌ ଅନ୍ତର୍ଜାତୀୟ ସମୁଦାୟର ଦୃଷ୍ଟି ଆକର୍ଷଣ କରିଛି।
ଫେବୃୟାରୀ ୨୮ରେ ରୁଷିଆ ସେନାର ଟ୍ୟାଙ୍କଗୁଡ଼ିକ କିଭ୍‌ ଅଭିମୁଖେ ଅଗ୍ରସର ହେଉଥିବାବେଳେ ୟୁକ୍ରେନ୍‌ ସୁମି ଅଞ୍ଚଳର ଚୁପାଖିଭ୍‌କା ଗ୍ରାମରେ ଜଣେ ୬୨ ବର୍ଷୀୟ ବ୍ୟକ୍ତି ସାଇକେଲରେ ଯାଉଥିଲେ। ସେତେବେଳେ ସେ ଫୋନ୍‌ରେ କାହା ସହ କଥା ହେଉଥିଲେ। ବୃଦ୍ଧ ଜଣକ ରୁଷୀୟ ସୈନ୍ୟଙ୍କୁ ଅଟକାଇଥିଲେ। ଏକ ଚୋରା ଗାଡ଼ିରେ ଯାଉଥିବା ରୁଷିଆର ଟ୍ୟାଙ୍କ ୟୁନିଟ୍‌ ସଦସ୍ୟ ଭାଡିମ୍‌ ଶିଶିମାରିନ ସେହି ବୃଦ୍ଧଙ୍କ ମୁଣ୍ଡକୁ ଗୁଳି କରିଥିଲେ। ୟୁକ୍ରେନୀୟ ସୈନ୍ୟ ତାଙ୍କୁ ତତ୍କାଳ କାବୁ କରିଥିଲେ। ସେ ନିଜ ଦୋଷୀ ସ୍ବୀକାର କରିଥିବା ନେଇ ୟୁକ୍ରେନ୍‌ ସିକ୍ୟୁରିଟି ସର୍ଭିସ୍‌ ପକ୍ଷରୁ ଏକ ଭିଡିଓ ଜାରି କରାଯାଇଛି। ଗୁଳି ଚଳାଇବା ପାଇଁ ମୋତେ ନିର୍ଦ୍ଦେଶ ମିଳିଥିଲା। ଗୋଟିଏ ରାଉଣ୍ଡ ଗୁଳିରେ ବୃଦ୍ଧ ଟଳିପଡ଼ିଥିଲେ। ଆମେ ମାଡ଼ିଚାଲିଥିଲୁ ବୋଲି ଭିଡିଓରେ ଶିଶିମାରିନ୍‌ଙ୍କ ବୟାନ୍‌ ରହିଛି। ଏହା ଆକ୍ରମଣକାରୀ ଶତ୍ରୁଙ୍କ ପକ୍ଷରୁ ପ୍ରଥମ ସ୍ବୀକାରୋକ୍ତି। ଦୋଷୀ ସାବ୍ୟସ୍ତ ହେଲେ ଶିଶିମାରିନ୍‌ଙ୍କୁ ଆଜୀବନ କାରାଦଣ୍ଡାଦେଶ ହୋଇପାରେ ବୋଲି ୟୁକ୍ରେନ୍‌ ସେନା କହିଛି। ଶୁକ୍ରବାର କଡ଼ା ସୁରକ୍ଷା ବଳୟ ମଧ୍ୟରେ ତାଙ୍କୁ କିଭ୍‌ର ଏକ କୋର୍ଟକୁ ନିଆଯାଇଥିଲା। ଶୁଣାଣି ପାଇଁ କୋର୍ଟ ପରିସର ଲୋକାରଣ୍ୟ ହୋଇଥିଲା। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ସପ୍ତାହରେ କରାଯିବ।
କେବଳ ଶିଶିମାରିନ୍‌ ନୁହନ୍ତି, ରୁଷିଆର ବହୁ ସୈନ୍ୟ ୟୁକ୍ରେନୀୟ ପ୍ରତିପକ୍ଷଙ୍କ ସହ ଯୁଦ୍ଧ କରିବା ପରିବର୍ତ୍ତେ ସାଧାରଣ ନାଗରିକଙ୍କୁ ହତ୍ୟା କରୁଥିବା ଅଭିଯୋଗ ହୋଇଛି। ଏପରି କି ସେମାନେ ଯୁବତୀ, ମହିଳା ଓ ପୁଅପିଲାଙ୍କୁ ମଧ୍ୟ ବଳାତ୍କାର କରୁଛନ୍ତି। ୟୁକ୍ରେନ୍‌ର ଅନେକ ଅଞ୍ଚଳରେ ଗଡ଼ୁଥିବା ହଜାର ହଜାର ମୃତଦେହ ଗଣହତ୍ୟାକୁ ପ୍ରମାଣିତ କରିଛି। ଆମେରିକା ଓ ବ୍ରିଟେନ୍‌ ସମେତ ୟୁକ୍ରେନ୍‌ର ଅନେକ ସହଯୋଗୀ ରାଷ୍ଟ୍ର ରୁଷିଆ ବିରୋଧରେ ନରସଂହାର ଅଭିଯୋଗ ଆଣିଛନ୍ତି। ତେଣୁ ଏହା ଯୁଦ୍ଧ ଅପରାଧର ପ୍ରଥମ ମାମଲା। ଖୁବ୍‌ଶୀଘ୍ର ଏଭଳି ଅନେକ ମାମଲାର ଶୁଣାଣି କରାଯିବ ବୋଲି ସରକାରୀ ଓକିଲ ଆଣ୍ଡ୍ର୍ୟୁ ସିନ୍‌ୟୁକ୍‌ ସୂଚନା ଦେଇଛନ୍ତି। ଅନ୍ୟପକ୍ଷେ କ୍ରେମ୍‌ଲିନ୍‌ ୟୁକ୍ରେନ୍‌କୁ ଅନୁରୂପ ଭାବେ ଜବାବୀ କାର୍ଯ୍ୟାନୁଷ୍ଠାନର ଧମକ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଳିତ ଜାତିସଂଘରେ ଆମେରିକା-ରୁଷିଆ ମୁହାଁମୁହିଁ

ଓ୍ବାଶିଂଟନ,୨୫ା୪: ମିଳିତ ଜାତିସଂଘରେ ଆମେରିକା ଏବଂ ରୁଷିଆ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି। କିଛି ଦିନ ପୂର୍ବରୁ ଏକ ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଛି ଯେ, ରୁଷିଆ...

ଆମେରିକା ଉପରେ ରାଗିଗଲେ ନେତାନ୍ୟାହୁ: କହିଲେ ଏମିତି କଥା

ଜେରୁଜେଲମ,୨୫।୪: ଗାଜାରେ ହମାସ ଆତଙ୍କବାଦୀଙ୍କ ସହ ଇସ୍ରାଏଲର ଯୁଦ୍ଧ ଜାରି ରହିଛି ଏବଂ ଇରାନ ସହିତ ଯୁଦ୍ଧ ପରି ପରିସ୍ଥିତି ଅଛି। ଏହି ସମୟରେ ବେଞ୍ଜାମିନ...

ଇସାରା ଇସାରାରେ ପାକିସ୍ତାନକୁ ଧମକ ଦେଲା ଆମେରିକା

ଓ୍ବାଶିଂଟନ,୨୪ା୪: ଫେବୃଆରୀ ୮ ସାଧାରଣ ନିର୍ବାଚନ ପରେ ଇରାନର ରାଷ୍ଟ୍ରପତି ସୟଦ ଇବ୍ରାହିମ ରାଇସିଙ୍କ ଇସଲାମାବାଦ ଗସ୍ତ ପ୍ରଥମ ରାଜ୍ୟ ମୁଖ୍ୟଙ୍କ ଦ୍ୱାରା ହୋଇଛି। ତାଙ୍କର...

ପାଶ୍ଚରାଇଜ୍ଡ କ୍ଷୀରରେ ମିଳିଲା ବାର୍ଡ ଫ୍ଲୁ ଜୀବାଣୁର ଅବଶିଷ୍ଟାଂଶ, ପରୀକ୍ଷା ପାଇଁ ପଠାଗଲା ନମୁନା

ଓ୍ବାଶିଂଟନ,୨୪।୪: ଆମେରିକାର ବିଭିନ୍ନ ରାଜ୍ୟରେ ଡେୟରି ଗାଈମାନଙ୍କଠାରେ H5N1 ଷ୍ଟ୍ରେନ ପ୍ରଥମ ଥର ପାଇଁ ଚିହ୍ନଟ ହୋଇଛି। ଏହା ପ୍ରାୟ ୮ଟି ରାଜ୍ୟରେ ବ୍ୟାପିଛି। ଏହି...

ଆମେରିକାରେ ମୋଦିଙ୍କ ଭଳି ନେତାଙ୍କର ଆବଶ୍ୟକତା ରହିଛି, କିଏ କଲେ ଏମିତି ପ୍ରଶଂସା

ନୂଆଦିଲ୍ଲୀ,୨୪।୪: ସମଗ୍ର ବିଶ୍ୱରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା କେତେ ବଢୁଛି ତାହା ଆକଳନ କରାଯାଇପାରିବ ଯେ ଲୋକମାନେ ତାଙ୍କ ଭଳି ଜଣେ ନେତା ମଧ୍ୟ...

ଇଣ୍ଡୋନେସିଆରେ ଜ୍ୱାଳାମୁଖି ଦେଖିବା ଚାଇନା ମହିଳାଙ୍କୁ ପଡିଲା ମହଙ୍ଗା

ଜାକର୍ତ୍ତା,୨୪।୪: ଇଣ୍ଡୋନେସିଆର ଆଗ୍ନେୟଗିରି ଦେଖିବା ଚାଇନାର ଜଣେ ମହିଳାଙ୍କ ପାଇଁ ମୃତ୍ୟୁର କାରଣ ପାଲଟିଥିଲା ଯେତେବେଳେ ସେ ଜ୍ୱଳନ୍ତ ଆଗ୍ନେୟଗିରି ନିକଟରେ ଫଟୋ ଉଠାଉଥିଲେ। ଏହି...

ପାକିସ୍ତାନ ମାଟିରୁ ଇସ୍ରାଏଲକୁ ଧମକ ଦେଲେ ଇରାନ ରାଷ୍ଟ୍ରପତି

ଇସଲାମାବାଦ୍‌,୨୪।୪: ପାକିସ୍ତାନ ଗସ୍ତରେ ଆସୁଥିବା ଇରାନର ରାଷ୍ଟ୍ରପତି ଇବ୍ରାହିମ ରଇସି ଇସ୍ରାଏଲ ପାଇଁ ଏକ ବଡ଼ ଧମକ ଦେଇଛନ୍ତି। ସେ କହିଛନ୍ତି, ଯଦି ଇସ୍ରାଏଲ କୌଣସି...

ଏସିଆ ବିଶ୍ୱର ସବୁଠାରୁ ବିପର୍ଯ୍ୟୟ ପ୍ରବଣ ଅଞ୍ଚଳ

ଜେନେଭା, ୨୪।୪: ଜଳବାୟୁ ପରିବର୍ତ୍ତନର ପ୍ରଭାବ ଉପରେ ସାରା ବିଶ୍ୱର ନଜର ରହିଛି। ତେବେ ଗତ କିଛି ବର୍ଷ ଧରି ଏହାର ସର୍ବାଧିକ ପ୍ରଭାବ ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri