କିଭ୍‌ କୋର୍ଟରେ ରୁଷୀୟ ଯୁଦ୍ଧ ଅପରାଧୀ

କିଭ୍‌/ମସ୍କୋ,୧୪।୫: ୟୁକ୍ରେନ୍‌ ରାଜଧାନୀ କିଭ୍‌ସ୍ଥିତ ଏକ କୋର୍ଟରେ ଶୁକ୍ରବାର ରୁଷୀୟ ସୈନ୍ୟ ଭାଡିମ୍‌ ଶିଶିମାରିନ୍‌ଙ୍କ ବିରୋଧରେ ଯୁଦ୍ଧ ଅପରାଧ ଅଭିଯୋଗର ଶୁଣାଣି ଆରମ୍ଭ ହୋଇଛି। ୨୧ ବର୍ଷୀୟ ଶିଶିମାରିନ୍‌ ଯୁଦ୍ଧର ନିୟମ ଉଲ୍ଲଂଘନ କରି ଜଣେ ନିରସ୍ତ୍ର ୟୁକ୍ରେନୀୟଙ୍କୁ ହତ୍ୟା କରିଥିଲେ। ଗତ ଫେବୃୟାରୀ ୨୪ରେ ପଡ଼ୋଶୀ ୟୁକ୍ରେନ୍‌ ଉପରେ ରୁଷିଆ ଆକ୍ରମଣ କରିବା ପରଠୁ ଏହା ହେଉଛି କୌଣସି ରୁଷୀୟ ସୈନ୍ୟଙ୍କ ବିରୋଧରେ ପ୍ରଥମ ବିଚାର। ୟୁକ୍ରେନ୍‌ରେ ରୁଷିଆ ସୁରକ୍ଷା ବଳର ବର୍ବରତାକୁ ବିଶ୍ୱବ୍ୟାପୀ ନିନ୍ଦା କରାଯାଉଥିବାବେଳେ ଶିଶିମାରିନ୍‌ଙ୍କ ଟ୍ରାଏଲ୍‌ ଅନ୍ତର୍ଜାତୀୟ ସମୁଦାୟର ଦୃଷ୍ଟି ଆକର୍ଷଣ କରିଛି।
ଫେବୃୟାରୀ ୨୮ରେ ରୁଷିଆ ସେନାର ଟ୍ୟାଙ୍କଗୁଡ଼ିକ କିଭ୍‌ ଅଭିମୁଖେ ଅଗ୍ରସର ହେଉଥିବାବେଳେ ୟୁକ୍ରେନ୍‌ ସୁମି ଅଞ୍ଚଳର ଚୁପାଖିଭ୍‌କା ଗ୍ରାମରେ ଜଣେ ୬୨ ବର୍ଷୀୟ ବ୍ୟକ୍ତି ସାଇକେଲରେ ଯାଉଥିଲେ। ସେତେବେଳେ ସେ ଫୋନ୍‌ରେ କାହା ସହ କଥା ହେଉଥିଲେ। ବୃଦ୍ଧ ଜଣକ ରୁଷୀୟ ସୈନ୍ୟଙ୍କୁ ଅଟକାଇଥିଲେ। ଏକ ଚୋରା ଗାଡ଼ିରେ ଯାଉଥିବା ରୁଷିଆର ଟ୍ୟାଙ୍କ ୟୁନିଟ୍‌ ସଦସ୍ୟ ଭାଡିମ୍‌ ଶିଶିମାରିନ ସେହି ବୃଦ୍ଧଙ୍କ ମୁଣ୍ଡକୁ ଗୁଳି କରିଥିଲେ। ୟୁକ୍ରେନୀୟ ସୈନ୍ୟ ତାଙ୍କୁ ତତ୍କାଳ କାବୁ କରିଥିଲେ। ସେ ନିଜ ଦୋଷୀ ସ୍ବୀକାର କରିଥିବା ନେଇ ୟୁକ୍ରେନ୍‌ ସିକ୍ୟୁରିଟି ସର୍ଭିସ୍‌ ପକ୍ଷରୁ ଏକ ଭିଡିଓ ଜାରି କରାଯାଇଛି। ଗୁଳି ଚଳାଇବା ପାଇଁ ମୋତେ ନିର୍ଦ୍ଦେଶ ମିଳିଥିଲା। ଗୋଟିଏ ରାଉଣ୍ଡ ଗୁଳିରେ ବୃଦ୍ଧ ଟଳିପଡ଼ିଥିଲେ। ଆମେ ମାଡ଼ିଚାଲିଥିଲୁ ବୋଲି ଭିଡିଓରେ ଶିଶିମାରିନ୍‌ଙ୍କ ବୟାନ୍‌ ରହିଛି। ଏହା ଆକ୍ରମଣକାରୀ ଶତ୍ରୁଙ୍କ ପକ୍ଷରୁ ପ୍ରଥମ ସ୍ବୀକାରୋକ୍ତି। ଦୋଷୀ ସାବ୍ୟସ୍ତ ହେଲେ ଶିଶିମାରିନ୍‌ଙ୍କୁ ଆଜୀବନ କାରାଦଣ୍ଡାଦେଶ ହୋଇପାରେ ବୋଲି ୟୁକ୍ରେନ୍‌ ସେନା କହିଛି। ଶୁକ୍ରବାର କଡ଼ା ସୁରକ୍ଷା ବଳୟ ମଧ୍ୟରେ ତାଙ୍କୁ କିଭ୍‌ର ଏକ କୋର୍ଟକୁ ନିଆଯାଇଥିଲା। ଶୁଣାଣି ପାଇଁ କୋର୍ଟ ପରିସର ଲୋକାରଣ୍ୟ ହୋଇଥିଲା। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ସପ୍ତାହରେ କରାଯିବ।
କେବଳ ଶିଶିମାରିନ୍‌ ନୁହନ୍ତି, ରୁଷିଆର ବହୁ ସୈନ୍ୟ ୟୁକ୍ରେନୀୟ ପ୍ରତିପକ୍ଷଙ୍କ ସହ ଯୁଦ୍ଧ କରିବା ପରିବର୍ତ୍ତେ ସାଧାରଣ ନାଗରିକଙ୍କୁ ହତ୍ୟା କରୁଥିବା ଅଭିଯୋଗ ହୋଇଛି। ଏପରି କି ସେମାନେ ଯୁବତୀ, ମହିଳା ଓ ପୁଅପିଲାଙ୍କୁ ମଧ୍ୟ ବଳାତ୍କାର କରୁଛନ୍ତି। ୟୁକ୍ରେନ୍‌ର ଅନେକ ଅଞ୍ଚଳରେ ଗଡ଼ୁଥିବା ହଜାର ହଜାର ମୃତଦେହ ଗଣହତ୍ୟାକୁ ପ୍ରମାଣିତ କରିଛି। ଆମେରିକା ଓ ବ୍ରିଟେନ୍‌ ସମେତ ୟୁକ୍ରେନ୍‌ର ଅନେକ ସହଯୋଗୀ ରାଷ୍ଟ୍ର ରୁଷିଆ ବିରୋଧରେ ନରସଂହାର ଅଭିଯୋଗ ଆଣିଛନ୍ତି। ତେଣୁ ଏହା ଯୁଦ୍ଧ ଅପରାଧର ପ୍ରଥମ ମାମଲା। ଖୁବ୍‌ଶୀଘ୍ର ଏଭଳି ଅନେକ ମାମଲାର ଶୁଣାଣି କରାଯିବ ବୋଲି ସରକାରୀ ଓକିଲ ଆଣ୍ଡ୍ର୍ୟୁ ସିନ୍‌ୟୁକ୍‌ ସୂଚନା ଦେଇଛନ୍ତି। ଅନ୍ୟପକ୍ଷେ କ୍ରେମ୍‌ଲିନ୍‌ ୟୁକ୍ରେନ୍‌କୁ ଅନୁରୂପ ଭାବେ ଜବାବୀ କାର୍ଯ୍ୟାନୁଷ୍ଠାନର ଧମକ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନାର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଦେହାନ୍ତ

ବେଜିଂ, ୧୩।୮: ଚାଇନାକୁ ଆଧୁନିକ ଅର୍ଥନୈତିକ ମହାଶକ୍ତି ଭାବରେ ଗଢ଼ିବାରେ ପ୍ରମୁଖ ଭୂମିକା ନେଇଥିବା ଏବଂ ଦେଶକୁ ବିଶ୍ୱ ବାଣିଜ୍ୟ ସଂଗଠନ(ଡବ୍ଲ୍ୟୁଟିଓ)ରେ ସାମିଲ କରାଇଥିବା ଚାଇନାର ପୂର୍ବତନ…

୨୪ ସପ୍ତାହ ପର୍ଯ୍ୟନ୍ତ ଗର୍ଭପାତ କରିପାରିବେ ବଳାତ୍କାର ପୀଡ଼ିତା: କୋର୍ଟ ଦେଲେ ବଡ଼ ରାୟ

ଇନ୍ଦୋର,୧୨ା୮(ପି.ଟି.):ବଳାତ୍କାର ପୀଡ଼ିତା ଗର୍ଭବତୀ ହୋଇଥିଲେ, ସେ ୨୪ ସପ୍ତାହ ମଧ୍ୟରେ ଗର୍ଭପାତ କରିବାକୁ ଚାହିଁଲେ ଏଥିପାଇଁ ଅଦାଲତଙ୍କ ଅନୁମତି ନେବାକୁ ପଡ଼ିବ ନାହଁି। ମଧ୍ୟପ୍ରଦେଶ ହାଇକୋର୍ଟ ଏକ…

ପୁରୁଷ ବନ୍ଧୁଙ୍କୁ ବାନ୍ଧି ଯୁବତୀଙ୍କୁ ଗଣବଳାତ୍କାର: ଭଙ୍ଗା ଘରେ ଜଣଙ୍କ ପରେ ଜଣେ…

ନିିଶ୍ଚିନ୍ତକୋଇଲି, ୧୩ା୮(ଅଶୋକ ମହାପାତ୍ର):କେନ୍ଦ୍ରାପଡ଼ା ଜିଲା କଳପଡ଼ା ଅଞ୍ଚଳର ଜଣେ ଯୁବତୀ ଭୁବନେଶ୍ୱରର ଏକ ମଲ୍‌ରେ କାର୍ଯ୍ୟ କରନ୍ତି। ସେଠାରେ ଗାଡ଼ିଚାଳକ ରୂପେ ରହି କାର୍ଯ୍ୟ କରୁଥିବା ନୟାଗଡ଼…

LACରେ ତିକ୍ତା ପରେ ଭାରତକୁ ନେଇ ବଡ଼ କଥା କହିଦେଲେ ଚାଇନା: ଏବେ ସବୁକିଛି…

ନୂଆଦିଲ୍ଲୀ,୧୩।୮: ଅରୁଣାଚଳ ପ୍ରଦେଶର ପ୍ରକୃତ ନିୟନ୍ତ୍ରଣ ରେଖା (LAC) ନିକଟରେ ଭାରତ ଏବଂ ଚାଇନା ମଧ୍ୟରେ ସାମରିକ ଗତିରୋଧର ରିପୋର୍ଟ ହୋଇଛି। ଚାଇନା ପରିସ୍ଥିତିକୁ ହାଲୁକା ଭାବରେ…

ଗୁଳି ନିର୍ଦ୍ଦେଶ କିଏ ଦେଇଥିଲେ ଜବାବ ଚାହୁଁ: ରାହୁଲ

ନୂଆଦିଲ୍ଲୀ,୧୩ା୮: ଏନ୍‌ଇଇଟି ବିକ୍ଷୋଭ ବେଳେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପ୍ରସଙ୍ଗରେ ବିରୋଧୀ ଦଳଗୁଡ଼ିକ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହାଙ୍କ ବିବୃତି ଦାବି କରି ଦୀର୍ଘଦିନ ହେଲା ପାର୍ଲାମେଣ୍ଟର…

ସ୍କୁଲରେ ଛାତ୍ରଙ୍କ ଅଙ୍ଗୁଳି ଛିଣ୍ଡାଇନେଲା କୁକୁର: କ୍ଷତିପୂରଣ ଦାବି

ବାଲେଶ୍ୱର,୧୩ା୮(ମୃତ୍ୟୁଞ୍ଜୟ ପଟ୍ଟନାୟକ):ବାଲେଶ୍ୱର ସଦର ଥାନା ରସାଳପୁର ନିକଟସ୍ଥ ଭୀମପୁରରେ ପାଗଳ କୁକୁର ଆତଙ୍କ ଦେଖାଦେଇଛି। ମଙ୍ଗଳବାର ଭୀମପୁର ସତ୍ୟନାରାୟଣ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟର ତୃତୀୟ ଶ୍ରେଣୀ…

୫ ସନ୍ତାନଙ୍କ ଉପସ୍ଥିତିରେ ବିବାହ କଲେ ରୋନାଲ୍ଡୋ: ୧୦ ବର୍ଷ ପରେ ଘଟିଲା…

ଲିସ୍‌ବନ,୧୩ା୮(ଏପି):ଫୁଟ୍‌ବଲ ସୁପରଷ୍ଟାର କ୍ରିଷ୍ଟିଆନୋ ରୋନାଲ୍ଡୋ ତାଙ୍କର ଦୀର୍ଘଦିନର ବାନ୍ଧବୀ ତଥା ଆର୍ଜେଣ୍ଟିନା-ସ୍ପାନିଶ ମଡେଲ ଜର୍ଜିନା ରୋଡ୍ରିଗୁଏଜଙ୍କୁ ବିବାହ କରିଛନ୍ତି। ରାଜଧାନୀ ଲିସ୍‌ବନ ନିକଟସ୍ଥ ଉପକୂଳବର୍ତ୍ତୀ ସହର କାସ୍‌କାଇସ୍‌ଠାରେ…

ରାଜପଥରେ ଆମ୍ବୁଲାନ୍ସ ବିଳମ୍ବ ହେଲେ ଦେବାକୁ ହେବ ଜୋରିମାନା, NHAI ଧାର୍ଯ୍ୟ କଲା ପ୍ରତି ମିନିଟ୍‌ର ଦାମ୍

ନୂଆଦିଲ୍ଲୀ,୧୨ା୮: ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI) ସଡ଼କ ଦୁର୍ଘଟଣା ପରେ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଏବଂ ରାଜପଥରେ ଜରୁରୀକାଳୀନ ସେବାଗୁଡ଼ିକୁ ଅଧିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri