ଚା’ ଖଟିରୁ ଉଠୁ ସ୍ୱର

ଭୁବନେଶ୍ୱର, ୨୫।୧୧(ବ୍ୟୁରୋ):ଜଳବାୟୁ ପରିବର୍ତ୍ତନ ପ୍ରଭାବ ସବୁଠି ପଡ଼ିଛି। ଏହା ସମସ୍ତେ ଅନୁଭବ କରୁଛେ। ସବୁବେଳେ ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ଆଲୋଚନା କରୁଛେ। ଏହାର ସମସ୍ୟା ଉପରେ ଚିନ୍ତା ନ କରି ସମାଧାନ କିପରି ହୋଇପାରିବ ସେ ନେଇ ଚିନ୍ତା କରାଯିବା ଦରକାର। ଜଳବାୟୁ ପରିବର୍ତ୍ତନର ବାର୍ତ୍ତା ଚା’ ଖଟିଠାରୁ ଆରମ୍ଭ କରି ସବୁ ସ୍ତରରେ ହେବା ଉଚିତ ବୋଲି ଯୁବ ପରିବେଶବିତ୍‌ ଚେନ୍ନାଇର ଅରୁଣ କ୍ରିଷ୍ଣମୂର୍ତ୍ତି କହିଛନ୍ତି। ‘ଧରିତ୍ରୀ’ର ୪୯ତମ ସ୍ବନକ୍ଷତ୍ର ଉପଲକ୍ଷେ ଗୁରୁବାର ଭୁବନେଶ୍ୱରର ସ୍ବସ୍ତି ପ୍ରିମିୟମଠାରେ ଅନୁଷ୍ଠିତ ‘କ୍ଲାଇମେଟ୍‌ ଚେଞ୍ଜ୍‌: ଦି ପାଓ୍ବାର ଅଫ୍‌ ୟୁଥ୍‌’ ଶୀର୍ଷକ ଯୁବ ସମ୍ମଳିନୀ(ୟୁଥ୍‌ କନ୍‌କ୍ଲେଭ୍‌)ର ପ୍ରଥମ ଅଧିବେଶନରେ ଅରୁଣ କହିଛନ୍ତି, ଭାରତ ପ୍ରାକୃତିକ ସମ୍ପଦରେ ଭରପୂର। ପ୍ରାକୃତିକ ସମ୍ବଳ ଆମକୁ ଯାହା ଦେଇପାରିବ, ତାହା ଆଉ କେଉଁଠୁ ମିଳିପାରିବ ନାହିଁ। କିନ୍ତୁ ମନୁଷ୍ୟ କେବେ ଏହାର ସୁରକ୍ଷା ଉପରେ ଚିନ୍ତା କରେ ନାହିଁ। ସରକାରୀ ସ୍ତରରେ କ’ଣ ହେଉଛି, ତାହାକୁ ନ ଦେଖି ବ୍ୟକ୍ତିଗତ ସ୍ତରରେ ପରିବେଶ ସୁରକ୍ଷା ପାଇଁ ସମସ୍ତେ ଚେଷ୍ଟା କରିବା ଆବଶ୍ୟକ ବୋଲି ସେ କହିଛନ୍ତି।
ସମ୍ମିଳନୀରେ ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅତିରିକ୍ତ ସଚିବ ତଥା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସଦସ୍ୟ ସଚିବ ଡ. କେ. ମୁରୁଗେସନ ଯୋଗଦେଇ କହିଥିଲେ, ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ଭାବେ କ୍ଲାଇମେଟ୍‌ ବଜେଟ୍‌ ପାସ୍‌ କରିଥିଲା। ପରେ କେରଳ ଏହାକୁ ଅନୁସରଣ କରି ବଜେଟ୍‌ ପାସ୍‌ କରିଛି ଏବଂ ଓଡ଼ିଶାର ସହାୟତା ମଧ୍ୟ ମାଗିଛିି। ସେହିଭଳି ଯୁବ ପରିବେଶବିତ୍‌ ନୀଳିମା ମିଶ୍ର ବର୍ଜ୍ୟବସ୍ତୁ ପରିଚାଳନା ଉପରେ ଗୁରୁତ୍ୱାରୋପ କରିଥିଲେ। ଜଳବାୟୁ ପରିବର୍ତ୍ତନର ପ୍ରଭାବ ଜାଣିବା ପାଇଁ ଆର୍କଟିକ୍‌ ଯିବାର ଆବଶ୍ୟକତା ନାହିଁ। ନିଜ ଅଞ୍ଚଳରେ ବି ଜଣେ ଏହାର ପ୍ରଭାବ ଅନୁଭବ କରିପାରିବ। ତେଣୁ ନିଜ ଘରୁ ହିଁ ଏହାର ସମାଧାନ ଦିଗରେ କାମ କରିବାକୁ ହେବ ବୋଲି ନୀଳିମା କହିଥିଲେ। ୟୁନିସେଫ୍‌ର ଓଡ଼ିଶା କାର୍ଯ୍ୟାଳୟ ଇନ୍‌ଚାର୍ଜ ସୁଗତ ରୟ କହିଛନ୍ତି, ପୃଥିବୀରେ ଅନେକ ଶିଶୁ ଏବେ ବି ଅସୁରକ୍ଷିତ ଅଛନ୍ତି। ସେମାନଙ୍କୁ ନିରାପଦରେ ରଖିପାରିଲେ ଆଗାମୀ ଦିନରେ ସେହିମାନେ ହିଁ ଜଳବାୟୁ ପରିବର୍ତ୍ତନ ରୋକିବାରେ ଏକ ମୁଖ୍ୟ ସହାୟକ ହୋଇପାରିବେ। ଯୁବ ପରିବେଶବିତ୍‌ ସୌମ୍ୟ ରଞ୍ଜନ ବିଶ୍ୱାଳ କହିଥିଲେ, ଓଡ଼ିଶା ବର୍ତ୍ତମାନ ଜଳବାୟୁ ପରିବର୍ତ୍ତନର ରାଜଧାନୀ ଭାବେ ବିଶ୍ୱ ବିଖ୍ୟାତ। ଏଥିପାଇଁ ସରକାର କ’ଣ କରୁଛନ୍ତି ନ ଦେଖି ବ୍ୟକ୍ତିଗତ ସ୍ତରରେ ସହଯୋଗର ଆବଶ୍ୟକତା ରହିଛି। ବୟସ୍କଙ୍କ ପାଖେ ଅଭିଜ୍ଞତା ଥିବା ବେଳେ ଯୁବପିଢ଼ିଙ୍କ ପାଖରେ ଭରପୂର ଶକ୍ତି ଅଛି। ଏହାକୁ ବିନିଯୋଗ କରିବା ଦରକାର ବୋଲି ସୌମ୍ୟ କହିଛନ୍ତି।
‘ଧରିତ୍ରୀ’ ଓ ‘ଓଡ଼ିଶାପୋଷ୍ଟ’ର ସମ୍ପାଦକ ତଥାଗତ ସତପଥୀ କହିଥିଲେ, ସମ୍ମିଳନୀ, ଆଲୋଚନା, ସଭା ଅଂଶଗ୍ରହଣକାରୀଙ୍କ ମଧ୍ୟରେ ଏକ ସଚେତନତା ସୃଷ୍ଟି କରିଥାଏ। ଯଦିଓ ଏହା ସୀମିତ ପରିସରରେ କରିଥାଏ,
କିନ୍ତୁ ଏହାର ପ୍ରଭାବ ରହେ। ଗଣମାଧ୍ୟମ ଏ ନେଇ ଏକ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ ବୋଲି ତଥାଗତ କହିଥିଲେ। ମୁଖ୍ୟ କାର୍ଯ୍ୟନିର୍ବାହୀ ଆଦ୍ୟାଶା ସତପଥୀ ସ୍ବାଗତ ଭାଷଣ ଦେବା ସହ ଯୁବ ସମ୍ମିଳନୀ ଆୟୋଜନର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ ତୃଣମୂଳ ସ୍ତରରେ ଜଳବାୟୁ କ୍ଷେତ୍ରରେ କାର୍ଯ୍ୟ କରିବା ପାଇଁ ପ୍ରୋତ୍ସାହନ ଦିଆଯିବ ବୋଲି ଘୋଷଣା କରିଥିଲେ। ସେ କହିଥିଲେ, ଆମ ରାଜ୍ୟରେ ତୃଣମୂଳ ସ୍ତରରେ ବହୁ ଜଳବାୟୁ ଯୋଦ୍ଧା ଅଛନ୍ତି। ଆମେ ଚାହୁଁଛୁ ଏମାନଙ୍କ ସଂଖ୍ୟା ବଢ଼ୁ। ତେଣୁ ‘ଧରିତ୍ରୀ’ ପକ୍ଷରୁ ପ୍ରୋତ୍ସାହନ ଦେବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏହାର ନାମ ରଖାଯାଇଛି ‘ଧରିତ୍ରୀ କ୍ଲାଇମେଟ୍‌ ଫଣ୍ଡ୍‌’, ଯାହାକି ରାଜ୍ୟରେ ତୃଣମୂଳ ସ୍ତରରେ ଜଳବାୟୁ ଯୋଦ୍ଧାଙ୍କ ସଂଖ୍ୟା ବଢ଼ିବାରେ ସାହାଯ୍ୟ କରିବ।
ଦ୍ୱିତୀୟ ଅଧିବେଶନରେ ମହାରାଷ୍ଟ୍ରର ଜଳବାୟୁ କର୍ମୀ ନେହା ଶିବାଜୀ ନାଏକଓ୍ବାଡ଼େ କହିଥିଲେ, ଜଳବାୟୁ ପରିବର୍ତ୍ତନ ଉପରେ କାମ କରିବା ପାଇଁ କୌଣସି ଦକ୍ଷତାର ଆବଶ୍ୟକତା ନାହିଁ। ଯାହାଙ୍କ ପାଖରେ ଯେଉଁ ଦକ୍ଷତା ଥାଉନା କାହିଁକି, ସେ ଜଳବାୟୁ ପରିବର୍ତ୍ତନ ଉପରେ କାମ କରିପାରିବେ। କମ୍ୟୁନିଟି ରେଡିଓ ମାଧ୍ୟମରେ ପରିବେଶ ସୁରକ୍ଷା ବାର୍ତ୍ତା ବାଣ୍ଟୁଥିବା ଅନ୍ୟତମ ପରିବେଶବିତ୍‌ ତଥା ଆର୍‌ଜେ ବର୍ଷା ରାଏକୱର କହିଥିଲେ, ମଧ୍ୟପ୍ରଦେଶର ବୁନ୍ଦେଲଖଣ୍ଡ ଏକ ମରୁଡ଼ି ଅଞ୍ଚଳ ହୋଇଥିବାରୁ ସେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଦେଖିଛନ୍ତି। ରେଡିଓ ବୁନ୍ଦେଲଖଣ୍ଡ ଜନସାଧାରଣଙ୍କୁ ସଚେତନ କରିବା ଦିଗରେ ସେ ମାଧ୍ୟମ ହୋଇଛନ୍ତି ବୋଲି କହିଛନ୍ତି। ଯୁବ ଲେଖକ ତଥା ଗବେଷକ ସାଗର ପ୍ରଧାନ ସ୍ମାର୍ଟ ସିଟି ବଦଳରେ ଗ୍ରୀନ୍‌ ସିଟି ଉପରେ ଗୁରୁତ୍ୱ ଦେବା ପାଇଁ କହିଥିଲେ। ମଧ୍ୟପ୍ରଦେଶର ଯୁବ ପରିବେଶବିତ୍‌ ଆୟାଦି ମିଶ୍ରା ଯୋଗଦେଇ ନିଜ ଅଭିଜ୍ଞତା ସମ୍ପର୍କରେ ଆଲୋକପାତ କରିଥିଲେ। ବନ୍ୟପ୍ରାଣୀ ବିଶେଷଜ୍ଞ ପ୍ରକାଶ ମର୍ଦ୍ଦରାଜ କହିଥିଲେ, ଜଳବାୟୁ ପରିବର୍ତ୍ତନ ପ୍ରଭାବ ମନୁଷ୍ୟ ଅପେକ୍ଷା ବନ୍ୟଜନ୍ତୁଙ୍କ ଉପରେ ଅଧିକ ପଡ଼ିଛି। ମନୁଷ୍ୟ ତା’ର ଆବଶ୍ୟକତା ପୂରଣ କରିବା ପାଇଁ ଜଙ୍ଗଲ ନଷ୍ଟ କରିବାରେ ଲାଗିଛି। ଫଳରେ ବନ୍ୟଜନ୍ତୁଙ୍କ ବାସସ୍ଥାନରେ ସମମ୍ୟା ହେଉଛି ଏବଂ ମନୁଷ୍ୟ-ଜୀବଜନ୍ତୁ ଲଢ଼େଇ ବଢ଼ୁଛି। ତେଣୁ ଜଙ୍ଗଲକୁ ନଷ୍ଟ ନ କରି ସୀମିତ ଉତ୍ପାଦନ ସଂଗ୍ରହ କରାଯିବା ଦରକାର ବୋଲି ପ୍ରକାଶ କହିଥିଲେ।
ସମ୍ମିଳନୀରେ ପ୍ରଥମ ଅଧିବେଶନକୁ ବକୁଳ ଫାଉଣ୍ଡେଶନର ପ୍ରତିଷ୍ଠାତା ସୁଜିତ ମହାପାତ୍ର ଏବଂ ଦ୍ୱିତୀୟ ଅଧିବେଶନକୁ ପ୍ରଫେସର ସୂର୍ଯ୍ୟ ନାରାୟଣ ମିଶ୍ର ପରିଚାଳନା କରିଥିଲେ। ତୃତୀୟ ଅଧିବେଶନରେ ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନରୁ ଆସିଥିବା ଯୁବବକ୍ତାମାନେ ନିଜ ଜୀବନରେ ଜଳବାୟୁ ପରିବର୍ତ୍ତନ ପ୍ରଭାବର ଅନୁଭୂତି ବାଣ୍ଟିଥିଲେ। ବେଙ୍ଗାଲୁରୁ ଆସିଥିବା ସଙ୍ଗୀତଜ୍ଞ ବାସୁ ଦୀକ୍ଷିତ୍‌ ସଙ୍ଗୀତ ପରିବେଷଣ କରିଥିଲେ। ଏହି ଅବସରରେ ଜଳବାୟୁ ସମ୍ପର୍କିତ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା। ଶୋଭନା ମିଶ୍ର ସମ୍ମିଳନୀରେ ସଂଯୋଜନା କରିଥିଲେ।
ଏହି କାର୍ଯ୍ୟକ୍ରମରେ ଓଏମ୍‌ସି, ଓଟିଡିସି, ଜିନ୍ଦଲ ଷ୍ଟିଲ୍‌ ଆଣ୍ଡ୍‌ ପାଓ୍ବାର, ଟାଟା ଷ୍ଟିଲ, ବେଦାନ୍ତ, ନାଲ୍‌କୋ, ଏମ୍‌ଏନ୍‌ଏସ୍‌ ଇଣ୍ଡିଆ, ଜେଏସ୍‌ଡବ୍ଲ୍ୟୁ, ଇଭସ, କେଟି ଗ୍ଲୋବାଲ ସ୍କୁଲ, ଏମ୍‌ସିଏଲ୍‌, ଓରିହୋମ୍‌, ପାରାଦୀପ ଫସ୍‌ପେଟ୍‌ ଲିମିଟେଡ, ନାବାର୍ଡ, ଇମ୍ଫା, ଜେଏସ୍‌ଏଲ୍‌ ଏବଂ ଆଦିତ୍ୟ ବିଲା ସ୍ପନ୍ସରର ଥିଲେ। ସେହିପରି ୟୁନିସେଫ୍‌, ୟୁଥ୍‌ ଫର ଓ୍ବାଟର, ଓ୍ବାଟର ଇନିସିଏଟିଭ୍ସ, ବକୁଲ ଫାଉଣ୍ଡେଶନ, ଓଇଏସ୍‌, ଓଡ଼ିଶା ଲୋକାଲ, ଏକ୍ସପୋଜ୍‌, ଓଡ଼ିଶା ପୋଷ୍ଟ ଏବଂ ଅଜନ୍ତା ଆଡ୍‌ଭାଇଟଜର୍ସ ପାର୍ଟନର ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?